ମହାପାତ୍ର ନୀଳମଣି ସାହୁ

ମହାପାତ୍ର ନୀଳମଣି ସାହୁ (୨୨ ଡିସେମ୍ବର ୧୯୨୬ - ୨୫ ଜୁନ ୨୦୧୬) ଜଣେ ଓଡ଼ିଆ ସାହିତ୍ୟିକ । ସେ ୧୯୮୪ ମସିହାରେ, ଅଭିଶପ୍ତ ଗନ୍ଧର୍ବ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୮୩ ମସିହାରେ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ମହାପାତ୍ର ନୀଳମଣି ସାହୁ
ମହାପାତ୍ର ନୀଳମଣି ସାହୁ
ଜନ୍ମ ଓ ଜନ୍ମସ୍ଥାନ(1926-12-22)୨୨ ଡିସେମ୍ବର ୧୯୨୬
ନିଆଳି, କଟକ
ମୃତ୍ୟୁ୨୫ ଜୁନ ୨୦୧୬(2016-06-25) (ବୟସ ୮୯)
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ଶୈଳୀଗାଳ୍ପିକ, ଔପନ୍ୟାସିକ
ଜୀବନସାଥୀପ୍ରସନ୍ନ କୁମାରୀ
ସନ୍ତାନଅନୁରାଧା, ଗୁରୁପ୍ରସାଦ

ଦସ୍ତଖତମହାପାତ୍ର ନୀଳମଣି ସାହୁ
ୱେବସାଇଟ
ନିଜ ୱେବସାଇଟ

ପ୍ରାରମ୍ଭିକ ଜୀବନ

ମହାପାତ୍ର ନୀଳମଣି ସାହୁ ଡିସେମ୍ବର ୨୨, ୧୯୨୬ରେ ଓଡ଼ିଶାର କଟକର ନିଆଳିଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ମହେଶ୍ୱର ମହାପାତ୍ର ଓ ମାତା ରଙ୍ଗଲତା ଦେବୀ ।

ଶିକ୍ଷାଗତ ଜୀବନ

ସେ ନୀଳମଣି ନିଆଳି ମାଇନର ସ୍କୁଲ ଏବଂ ବିଞ୍ଝାରପୁର ହାଇସ୍କୁଲରୁ ସ୍କୁଲ ଶିକ୍ଷା ଓ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ହାସଲ କରି ଥିଲେ ।

ବୃତ୍ତିଗତ ଜୀବନ

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜଣେ ଲାଇବ୍ରେରିଆନ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ ଭଦ୍ରକ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ପରେ ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ସେ ଶିକ୍ଷାଦାନ କରି ବି.ଜେ.ବି ସାନ୍ଧ୍ୟ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଭାବରେ ୧୯୮୪ ମସିହାରେ ସେବାନିବୃତ ହୋଇଥିଲେ ।

୨୦୧୬ ମସିହା ଜୁନ ୨୫ ତାରିଖରେ ସାହୁଙ୍କର ଭୁବନେଶ୍ୱରଠାରେ ଦେହାନ୍ତ ହୋଇଥିଲା ।

ରଚନାବଳୀ

ସ୍ୱାଧୀନତା ପରର ଓଡ଼ିଆ ସାହିତ୍ୟରେ ନୀଳମଣି ଜଣେ ଜଣାଶୁଣା କଥାକାର । ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ନିଜ ଅବଦାନ ଛାଡି ଯାଇଛନ୍ତି । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା, ଲଳିତ କଥନ, ଅନୁବାଦ, ଶିଶୁ ସାହିତ୍ୟ ଓ ଉପନ୍ୟାସ ଆଦି ରଚନା କରିଥିଲେ । ତାଙ୍କର ଷାଠିଏରୁ ଅଧିକ ବହି ପ୍ରକାଶ ପାଇଥିଲା । ତାଙ୍କ ରଚନାରେ ହାସ୍ୟରସ ଭରା ଲେଖା ଅନେକ ରହିଛି । "ଡହରାନନ୍ଦ" ନାମ ବ୍ୟବହାର କରି, ସେ ବହୁ ବ୍ୟଙ୍ଗ ରଚନା କରିଥିଲେ । ସମ୍ପାଦନ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ ଅଳଙ୍କୃତ କରିଥିଲେ ଓ ସେହି ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ୧୦ରୁ ଅଧିକ ସାହିତ୍ୟ ପତ୍ରିକା ଓ ଅନୁଷ୍ଠାନ ତାଙ୍କର ପୃଷ୍ଟପୋଷକତାରେ ଗଢିଉଠିଥିଲା । ଜଣେ ବାଗ୍ମୀ ଓ ସୁବକ୍ତା ଭାବରେ ମଧ୍ୟ ସେ ସାରା ଭାରତରେ ପରିଚିତ ଥିଲେ ।

ଗଳ୍ପ ସଙ୍କଳନ

  • ପ୍ରେମ ତ୍ରିଭୂଜ (୧୯୫୨)
  • ମିଛ ବାଘ (୧୯୫୫)
  • ଶୃଣନ୍ତୁ ସର୍ବ ଅମୃତସ୍ୟ ପୁତ୍ର (୧୯୫୭)
  • ଗଞ୍ଜେଇ ଓ ଗବେଷଣା (୧୯୬୧)
  • ସୁମିତ୍ରାର ହସ (୧୯୬୧)
  • ବିଷ୍ଣୁମାୟା(୧୯୬୨)
  • କପୋତ ପକ୍ଷୀ ଗୁରୁ ମୋର(୧୯୬୩)
  • ଭୌତିକ ରଜନୀର ଟ୍ରାଜେଡି (୧୯୬୬)
  • ଅନ୍ଧରାତିର ସୂର୍ଯ୍ୟ (୧୯୭୧)
  • ଅନ୍ୟ ରୂପ ରୂପାନ୍ତର(୧୯୯୪)
  • ଆକାଶ ପାତାଳ (୧୯୭୬)
  • ପିଙ୍ଗଳା ସେ ଅନ୍ୟଜଣେ (୧୯୭୭)
  • ସେକାଳ ପଖାଳ(୧୯୭୮)
  • ଯାଦେବୀ ମମଗୃହେସୁ(୧୯୭୮)
  • ଅଭିଶପ୍ତ ଗନ୍ଧର୍ବ (୧୯୮୧)
  • ବୃନ୍ଦାବନର ଶେଷଧୂପ(୧୯୮୩)
  • ପାପ ଓ ମୁକ୍ତି
  • ରାନୁଅପାଠାରୁ ପୁଷ୍ଟି ପର୍ଯ୍ୟନ୍ତ (୧୯୮୪)
  • ଲୌକିକ ଅଲୌକିକ(୧୯୯୧)
  • ନିବେଦିତାର ନ୍ୟାୟାଭିସାର
  • ରାତ୍ରିର ତପସ୍ୟା
  • ବାବା ଡହରାନନ୍ଦଙ୍କ ଅଭିନବ ପ୍ରବଚନମାଳା
  • ବାଇଧର ବାବୁଙ୍କ ରାଜଯୋଗ
 •ଆକାଶ ପାତାଳ (ଆକାଶ ପାତାଳ ପୁସ୍ତକରୁ ତାଙ୍କ ଘରର ନାମ ମଧ୍ୟ ଆକାଶ ପାତାଳ ରଖିଥିଲେ)  


ଉପନ୍ୟାସ

  • ଧରା ଓ ଧାରା
  • ତାମସୀ ରାଧା
  • ହଂସ ମିଥୁନ

ଶିଶୁ ସାହିତ୍ୟ

  • ପ୍ରଭାତର ଜୟଯାତ୍ରା
  • ହଜି ଯାଇଥିଲେ ଖୋଜି ଆଣିବି
  • କିଛି ହସ କିଛି ରସ
  • ବିହଙ୍ଗ ବିପ୍ଳବ

ଆଲୋଚନା

  • ସାହିତ୍ୟର କଥା ଓ ରମ୍ୟ ରଚନା ସାହିତ୍ୟର ପରିବାର

ଅନୁବାଦ

  • ଶ୍ରୀ ଅରବିନ୍ଦଙ୍କ ମହାକାବ୍ୟ “ସାବିତ୍ରୀ”ର ଓଡ଼ିଆରେ ଗଦ୍ୟାନୁବାଦ
  • ଶ୍ରୀ ଅରବିନ୍ଦଙ୍କ "ଭବାନୀ ଭାରତୀ"ର ଓଡ଼ିଆ ଅନୁବାଦ

ସମ୍ପାଦନା

  • ଝଙ୍କାର(୧୯୬୮-୧୯୬୯)
  • ଉତ୍କଳ ପ୍ରସଙ୍ଗ(୧୯୭୫-୧୯୭୮)
  • Odisha Review(୧୯୭୫-୧୯୭୮)

ମାନସମ୍ମାନ

ଆଧାର

Tags:

ମହାପାତ୍ର ନୀଳମଣି ସାହୁ ପ୍ରାରମ୍ଭିକ ଜୀବନମହାପାତ୍ର ନୀଳମଣି ସାହୁ ଶିକ୍ଷାଗତ ଜୀବନମହାପାତ୍ର ନୀଳମଣି ସାହୁ ବୃତ୍ତିଗତ ଜୀବନମହାପାତ୍ର ନୀଳମଣି ସାହୁ ରଚନାବଳୀମହାପାତ୍ର ନୀଳମଣି ସାହୁ ମାନସମ୍ମାନମହାପାତ୍ର ନୀଳମଣି ସାହୁ ଆଧାରମହାପାତ୍ର ନୀଳମଣି ସାହୁ ଅଧିକ ତଥ୍ୟମହାପାତ୍ର ନୀଳମଣି ସାହୁଅଭିଶପ୍ତ ଗନ୍ଧର୍ବଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଶାରଳା ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଭୂମିକମ୍ପସଞ୍ଜୁ ଆଉ ସଞ୍ଜନାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ୧୨ ଫେବୃଆରୀୟୁ ଟ୍ୟୁବବିଲେଇରାଜେନ୍ଦ୍ର କିଶୋର ପଣ୍ଡାବିଦୁସ୍ମିତାଚାଣକ୍ୟଦ୍ରାଘିମାକରଣ (ଜାତି)ଗଜଲରାଜକିଶୋର ରାୟଚୈତ୍ରଆଜାଦ ହିନ୍ଦ୍ ଫୌଜସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅନାଦି ଚରଣ ସାହୁବି. ଆର. ଆମ୍ବେଦକରଚୈତ୍ର ପୂର୍ଣ୍ଣିମାଗୋପୀନାଥ ମହାନ୍ତିଆପେଣ୍ଡିସାଇଟିସପ୍ରଦ୍ୟୁମ୍ନ ଲେଙ୍କାଓଡ଼ିଆ ଭାଗବତଚିନ୍ତାମଣି ମହାନ୍ତିରାଣୀ ଲକ୍ଷ୍ମୀବାଈମନୋଜ ପଟ୍ଟନାୟକ (ଗୀତିକାର)ବୃହସ୍ପତିଚତୁର ବିନୋଦଛବିଳ ମଧୁ ବର୍ଣ୍ଣବୋଧବୁନ୍ଦିଆ ଖିରିଚନ୍ଦନଲାଗି ବେଶପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷପଖାଳଧର୍ମେନ୍ଦ୍ର ପ୍ରଧାନwiki.phtmlକାଳିନ୍ଦୀ ଚରଣ ପାଣିଗ୍ରାହୀଦ୍ୱିତୀୟ ବିଶ୍ୱଯୁଦ୍ଧରସୁଣଗୀତଗୋବିନ୍ଦଦେଓମାଳୀମଧୁମେହଗଣେଶ୍ୱର ବେହେରାଏସ୍କେରିସିଆ କୋଲାଇଭାଷାକଳାପାହାଡ଼ବେଣୁଧର ରାଉତଅଂଶୁଘାତଗାର୍ଗୀ ମହାନ୍ତି୧୫ ଫେବୃଆରୀକାଳୀଚରଣ ପଟ୍ଟନାୟକମ୍ୟାଲେରିଆନବକଳେବରଓଡ଼ିଆ କଥାଚିତ୍ର ଜଗତଭଦ୍ରକ ଜିଲ୍ଲାବୈଷ୍ଣବ ପାଣିଆଖୁଓଡ଼ିଶାର ଲୋକନୃତ୍ୟବର୍ଷା ପ୍ରିୟଦର୍ଶିନୀଟୋଲକାପୋନଲଣ୍ଡନମାଇକ୍ରୋସଫ୍ଟସ୍ତନବାଜି ରାଉତହେଲୋ ନେଟୱର୍କ🡆 More