ଓଡ଼ିଆ ଭାଗବତ: ଓଡ଼ିଆ ସାହିତ୍ୟିକ କୃତି

ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ୧୪ଶ ଶତାବ୍ଦୀରେ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ପଦ୍ୟାବଳୀ ରଚନା । ଭାଗବତ ପ୍ରଥମେ ତାଳପତ୍ର ପୋଥି ଭାବରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି ବା ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ସେଠାରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଜଗନ୍ନାଥଙ୍କ ପାଖରେ ମଧ୍ୟ ଭାଗବତ ପଢ଼ାଯାଏ । ଭାଗବତ ପ୍ରତି ଓଡ଼ିଆ ହିନ୍ଦୁ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ ଏବଂ ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା । ଓଡ଼ିଆ ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧ ଦଶରୁ ତିରିଶଟି ଅଧ୍ୟାୟ ବିଭକ୍ତ । ହୋଇ ଏଭଳି ରଚିତ ଯେ ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସମାପ୍ତ ହେବ ।

ଓଡ଼ିଆ ଭାଗବତ: ଇତିହାସ, ପଦ୍ୟାବଳୀ, ଆଧାର
ତାଳପତ୍ର ପୋଥି ଭାଗବତ
ଓଡ଼ିଆ ଭାଗବତ  
ଲେଖକଜଗନ୍ନାଥ ଦାସ
ମୂଳ ନାମଶ୍ରୀମଦ ଭାଗବତ
ଦେଶଭାରତ
ଭାଷାଓଡ଼ିଆ
ବିଭାଗପୁରାଣ
ମାଧ୍ୟମ ପ୍ରକାରଛପା (ବନ୍ଧାଇ, ସାଦା ବନ୍ଧାଇ) ଓ ଅନଲାଇନ (ଉଇକିପାଠାଗାରରେ)

ଇତିହାସ

ଓଡ଼ିଆ ଭାଗବତ: ଇତିହାସ, ପଦ୍ୟାବଳୀ, ଆଧାର 
କୃଷ୍ଣ ବଳରାମଙ୍କ ଚିତ୍ର ଭାଗବତ ପୁରାଣ ରୁ

ବ୍ୟାସଦେବ ରଚିତ ସଂସ୍କୃତ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳଭାଷାରେ ବୁଝାଇ ଦେଉଥିଲେ । ପିତାଙ୍କ ଦେହାନ୍ତ ପରେ ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ କହିଲେ । ତେଣୁ ସେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା ଓ ଲୋକାଦୃତ ହେଲା । ପରେ ଜଗନ୍ନାଥ ମନ୍ଦିର ବେଢ଼ାରେ ନିତି ଭାଗବତ ପାଠ ହୁଏ ଓ ଭକ୍ତଗଣ ଶୁଣିବାକୁ ଆସନ୍ତି । ଏଥିରେ ମୂଳ ସଂସ୍କୃତ ଭାଗବତର ମଙ୍ଗଳାଚରଣ ସ୍ଥାନ ପାଇବା ଦେଖିବାକୁ ମିଳେ ।

ପଦ୍ୟାବଳୀ

ଭାଗବତ ନବାକ୍ଷରୀ ଛନ୍ଦରେ ରଚିତ । ଓଡ଼ିଆ ଭାଗବତରେ ସଂସ୍କୃତ ଭାଗବତର ମର୍ମାନୁବାଦ ରହିଛି । ମୂଳ ସଂସ୍କୃତ ଭାଗବତ ଭଳି ଏହା ବାର ସ୍କନ୍ଧ ବିଶିଷ୍ଟ ତେବେ କେତେକ ରଚନାରେ ତ୍ରୟୋଦଶ ସ୍କନ୍ଧର ବର୍ଣ୍ଣନା ଦେଖିବାକୁ ମିଳେ । ତେବେ ଓଡ଼ିଆ ଭାଗବତ ତାତ୍କାଳିକ ଓଡ଼ିଆ ସାମାଜିକ ବ୍ୟବସ୍ଥାକୁ ଭିତ୍ତି କରି ରଚିତ ଲୋକସାହିତ୍ୟ । ଏଥିରେ ସୁଖପାଠ୍ୟତା, ଲଳିତ ଓ କୋମଳ ପଦାବଳୀ ତଥା ସହଜ ଗାନଯୋଗ୍ୟ ନବାକ୍ଷରୀ ଛନ୍ଦ ରହିଛି ।

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।

ପଦୁ ଗଡ଼ୁଛି ମକରନ୍ଦ ॥
ସେ ମକରନ୍ଦ ପାନ କରି ।
ହେଳେ ତରିଲେ ବ୍ରଜନାରୀ ॥
ସେ ବ୍ରଜନାରୀଙ୍କ ପୟରେ ।
ମନ ମୋ ରହୁ ନିରନ୍ତରେ ॥
ମନ ମୋ ନିରନ୍ତରେ ଥାଉ ।

ହା କୃଷ୍ଣ ବୋଲି ଜୀବ ଯାଉ ॥

— ଜଗନ୍ନାଥ ଦାସ, ଭାଗବତ ବାଣୀ

ଆଧାର

ବାହାର ଲିଙ୍କ

Tags:

ଓଡ଼ିଆ ଭାଗବତ ଇତିହାସଓଡ଼ିଆ ଭାଗବତ ପଦ୍ୟାବଳୀଓଡ଼ିଆ ଭାଗବତ ଆଧାରଓଡ଼ିଆ ଭାଗବତ ବାହାର ଲିଙ୍କଓଡ଼ିଆ ଭାଗବତଓଡ଼ିଆ ଭାଷାଓଡ଼ିଆ ଲୋକଜଗନ୍ନାଥଜଗନ୍ନାଥ ଦାସତାଳପତ୍ର ପୋଥିଭାଗବତ ଟୁଙ୍ଗି

🔥 Trending searches on Wiki ଓଡ଼ିଆ:

ମ୍ୟାଲେରିଆଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଫତୁରାନନ୍ଦସୁଭାଷ ଶତପଥୀଆନିଫ୍ରୋଲୁମାବରବି ସିଂହିନ୍ଦୁବୀର ସୁରେନ୍ଦ୍ର ସାଏପଠାଣି ସାମନ୍ତମାୟାଧର ମାନସିଂହସମୟମଣ୍ଡଳହିନ୍ଦୁ ବିବାହ ଅଧିନିୟମ, ୧୯୫୫ପ୍ଲାଟିପସ୧୯୫୩୧୨ ଫେବୃଆରୀକଳିଙ୍ଗ ଯୁଦ୍ଧଭାସ୍କୋ ଡା ଗାମାଭୀମ ଭୋଇୟୁରୋପଚଇତି ଘୋଡ଼ା ନାଚସରଳା ଦେବୀଦୋହାକୋଷ ଓ ବୌଦ୍ଧ ଗାନଦେବ୍ରାଜ ଲେଙ୍କାବିଜ୍ଞାନଉଇକିମିଡ଼ିଆ ଫାଉଣ୍ଡେସନବୌଦ୍ଧ ଧର୍ମବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ମୋଗଲ ସାମ୍ରାଜ୍ୟରଥଯାତ୍ରାଜୀବସାରଓଡ଼ିଆ ଭାଗବତଜ୍ଞାନକୋଷସୌର ଜଗତକପିଳେନ୍ଦ୍ର ଦେବଉତ୍ତମ ମହାନ୍ତିଚନ୍ଦକା ହାତୀ ଅଭୟାରଣ୍ୟଭାରତଆଶ୍ୱିନମଙ୍ଗଳ୬ ଜୁଲାଇ୧ ଅପ୍ରେଲନାରୀବାଦଜଗନ୍ନାଥସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଇନଷ୍ଟାଗ୍ରାମତ୍ରିକୋଣମିତିଅଂଶୁଘାତକୃଷ୍ଣ ଜନ୍ମାଷ୍ଟମୀବିଶ୍ୱଜିତ ଦାସସୁଦାମ ମାରାଣ୍ଡିହିପୋପୋଟାମସଖପୁରୀ କଣା ଅସ୍ତ୍ରୋପଚାରମାଲଟାସୌଭାଗ୍ୟ କୁମାର ମିଶ୍ରଭୂଗୋଳଗ୍ରେଗୋରି ପାଞ୍ଜିମହାବୀର ଜୈନଭାରତ ସରକାର୨୯ ଅପ୍ରେଲ୪ ଅପ୍ରେଲଗଣ୍ଡାଗଙ୍ଗାଧର ମେହେର୧୯୮୯ସ୍ଫୁଲିଙ୍ଗ (କବିତା ସଙ୍କଳନ)ସିନାପାଲିଜଳବିଦ୍ୟୁତ୍🡆 More