ଚିନ୍ତାମଣି ମହାନ୍ତି: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଚିନ୍ତାମଣି ମହାନ୍ତି (୧୬ ମାର୍ଚ୍ଚ ୧୮୬୭–୧୭ ଡିସେମ୍ବର ୧୯୪୩) ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ କବି, ଲେଖକ ଓ ଶିକ୍ଷକ ଥିଲେ । ସେ ତତ୍କାଳୀନ ଉତ୍କଳର ବିଭିନ୍ନ ସ୍ଥାନ ବୁଲି ସ୍ଥାନୀୟ ପ୍ରକୃତି ଓ ସାମାଜିକ ଜୀବନ ଆଦି ଅଧ୍ୟୟନ କରିଥିଲେ ଓ ତାହା ଆଧାରରେ ଓଡ଼ିଆରେ କାବ୍ୟକବିତା ରଚନା କରିଥିଲେ । ତାଙ୍କ ସାହିତ୍ୟରେ ରାଧାନାଥ ରାୟଙ୍କ ପ୍ରଭାବ ବହୁ ଭାବରେ ରହିଛି । ତାଙ୍କ ବିଶିଷ୍ଟ ରଚନାଗୁଡ଼ିକ ମଧ୍ୟରୁ ମହେନ୍ଦ୍ରଗିରି ଅନ୍ୟତମ ଏବଂ ସେଥିରେ ରାଧାନାଥଙ୍କ ଚିଲିକା ଖଣ୍ଡକାବ୍ୟର ପ୍ରଭାବ ରହିଛି । ତାହା ବାଦ ସେ ସୁରଙ୍ଗୀ, ଉଦ୍ୟାନଖଣ୍ଡ, ବିକ୍ରମାଦିତ୍ୟ, ମୁକୁନ୍ଦଦେବ ଓ ସୁଭଦ୍ରା ଆଦି କାବ୍ୟଗ୍ରନ୍ଥ, ପତ୍ର-ପୁଷ୍ପ ଛୋଟ କବିତାସଂଗ୍ରହ, ଏବଂ ଓଡ଼ିଶାର ସାମାଜିକ ସଂସ୍କାର ଉପରେ ଆଧାରିତ ଶନିସପ୍ତା ଓ ଟଙ୍କାଗଛ ଆଦି ଉପନ୍ୟାସ । ବିଶିଷ୍ଟ ଲେଖକ ଓ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ମହାନ୍ତି ତାଙ୍କ ପୁଅ ।

କବିଶେଖର

ଚିନ୍ତାମଣି ମହାନ୍ତି
ଚିନ୍ତାମଣି ମହାନ୍ତି: ଜନ୍ମ ଓ ଜୀବନ, ରଚନାବଳୀ, ସମ୍ମାନ ଓ ପୁରସ୍କାର
ଜନ୍ମ(1867-03-16)୧୬ ମାର୍ଚ୍ଚ ୧୮୬୭
ମୃତ୍ୟୁ୧୭ ଡିସେମ୍ବର ୧୯୪୩(1943-12-17) (ବୟସ ୭୬)
ଜାତୀୟତାଭାରତୀୟ
ଶିକ୍ଷାଭର୍ଣ୍ଣାକୁଲାର
ବୃତ୍ତିଶିକ୍ଷକ
ସନ୍ତାନଉପେନ୍ଦ୍ର ପ୍ରସାଦ ମହାନ୍ତି (ପୁଅ)
ପିତାମାତା(s)ମଦନ ମୋହନ
ନେତ୍ରମଣି

ତାଙ୍କ ପୁଅ ସ୍ୱାଧୀନ ଜୀବନ ଆରମ୍ଭ କଲା ପରେ ସେ ନିଜ ଜନ୍ମସ୍ଥାନ ଅସ୍ତଳକୁ ଫେରିଆସିଥିଲେ ଓ ୧୯୪୩ ମସିହା ଡିସେମ୍ବର ୧୭ରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଜନ୍ମ ଓ ଜୀବନ

ଚିନ୍ତାମଣି ମହାନ୍ତି ୧୬ ମାର୍ଚ୍ଚ ୧୮୬୭ ମସିହାରେ ଭଦ୍ରକ ଜିଲ୍ଲାର ନିକଟସ୍ଥ ଅସ୍ତଳଠାରେ ଜନ୍ମ ଗ୍ରହଣ କରିଥିଲେ । ୧୮୮୪ ମସିହାରୁ ୧୯୦୩ ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ । ୧୯୦୩ ମସିହାରେ ଶିକ୍ଷକତା ଛାଡ଼ି ହିତବାଦିନୀ, ଉତ୍କଳବାସୀ, ସ୍ୱଦେଶ ଲକ୍ଷ୍ମୀ, ମନୋରମାଜ୍ଞାନଦର୍ପଣ ପ୍ରଭୃତି ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କରିଥିଲେ । ସେ ନିଜ ଜୀବନକାଳ ମଧ୍ୟରେ ଅଠଚାଳିଶ ଖଣ୍ଡ କାବ୍ୟ, ପାଞ୍ଚଟି ଉପନ୍ୟାସ ଓ ତିନୋଟି ଦୀର୍ଘ ଗଳ୍ପ ରଚନା କରିଥିଲେ । ୧୯୩୫ ମସିହାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ଉଦ୍ୟମରେ ଆନ୍ଧ୍ର ଗବେଷଣା ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ 'କବିଶେଖର' ଉପାଧି ମିଳିଥିଲା । ସେ ୧୭ ଡିସେମ୍ବର ୧୯୪୩ ମସିହାରେ ଦେହତ୍ୟାଗ କରିଥିଲେ । ତାଙ୍କର ରଚନାଶୈଳୀ ରାଧାନାଥ ରାୟଙ୍କଦ୍ୱାରା ବହୁଭାବେ ପ୍ରଭାବିତ ହୋଇଥିଲା ଓ ତାଙ୍କୁ ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷରେ ରାଧାନାଥଙ୍କ ଅନୁଗାମୀ ବୋଲି ଉଲ୍ଲେଖ କରାଯାଇଛି । ସେ ରାଧାନାଥଙ୍କ ଚିଲିକା କାବ୍ୟର ପ୍ରଭାବରେ ମହେନ୍ଦ୍ରଗିରି କାବ୍ୟ ରଚନା କରିଥିଲେ ।

ରଚନାବଳୀ

  • ଜୀବନ ପଞ୍ଜିକା (ଆତ୍ମଜୀବନୀ)
  • ବିବିଧ ସନ୍ଦର୍ଭ

ସମ୍ମାନ ଓ ପୁରସ୍କାର

ଆଧାର

ବାହାର ଆଧାର

Tags:

ଚିନ୍ତାମଣି ମହାନ୍ତି ଜନ୍ମ ଓ ଜୀବନଚିନ୍ତାମଣି ମହାନ୍ତି ରଚନାବଳୀଚିନ୍ତାମଣି ମହାନ୍ତି ସମ୍ମାନ ଓ ପୁରସ୍କାରଚିନ୍ତାମଣି ମହାନ୍ତି ଆଧାରଚିନ୍ତାମଣି ମହାନ୍ତି ବାହାର ଆଧାରଚିନ୍ତାମଣି ମହାନ୍ତିଉତ୍କଳଉପେନ୍ଦ୍ର ପ୍ରସାଦ ମହାନ୍ତିଓଡ଼ିଆ ଭାଷାଓଡ଼ିଶାରାଧାନାଥ ରାୟ

🔥 Trending searches on Wiki ଓଡ଼ିଆ:

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସପଖାଳଲିଙ୍ଗରାଜ ମନ୍ଦିରକୁମ୍ଭାର ଚକଦଳିତଭାରତର ରାଷ୍ଟ୍ରପତିରଣଜିତ ପଟ୍ଟନାୟକମାତଙ୍ଗୀସଞ୍ଚିତା ମହାନ୍ତିପଠାଣି ପଟ୍ଟନାୟକରମାକାନ୍ତ ରଥଗିରିଜା କୁମାର ବଳୀୟାରସିଂହଇତିହାସନରେନ୍ଦ୍ର ମୋଦୀସମ୍ବଲପୁରୀ ଭାଷାଜବାହରଲାଲ ନେହେରୁଭାରତର ପ୍ରଧାନମନ୍ତ୍ରୀଇଣ୍ଟରନେଟଦୁର୍ଗା୧୫ ଅପ୍ରେଲଛତିଶଗଡ଼ପ୍ରତିଭା ରାୟପଠାଣି ସାମନ୍ତରୋମୀୟ ସାମ୍ରାଜ୍ୟଉତ୍କଳ ବିଶ୍ୱବିଦ୍ୟାଳୟ୨ ଅପ୍ରେଲଯୁକ୍ତରାଷ୍ଟ୍ର ଆମେରିକାସ୍ୱାମୀ ବିବେକାନନ୍ଦଭଦ୍ରକ ଜିଲ୍ଲାରବି ପଟ୍ଟନାୟକରେଭେନ୍‌ସା କଲିଜିଏଟ ସ୍କୁଲଗ୍ରହହିନ୍ଦୁଭାରତ୩୦ ଅପ୍ରେଲବଣିମୟୂରଜୟଦ୍ରଥଜଗନ୍ନାଥଙ୍କ ଧୂପଅୟେନ୍ଦ୍ରୀ ଲୱନିୟା ରାୟଆଣ୍ଟିସାଇକୋଟିକକାନନ ମିଶ୍ରପଦାର୍ଥଚନ୍ଦ୍ରଶେଖର ରଥରଜଭାରତୀୟ ଜାତୀୟ କଂଗ୍ରେସଭୁବନେଶ୍ୱର ମିଶ୍ରବିଭୂତି ଭୂଷଣ ପ୍ରଧାନମୌଳିକ ସଂଖ୍ୟାଧାମରାଦେବସ୍ନାନ ପୂର୍ଣ୍ଣିମାବଳରାମ ଦାସରଥଯାତ୍ରାକୁକୁରହିନ୍ଦୁ ଧର୍ମଡଙ୍ଗରିଆ କନ୍ଧବିଶ୍ୱନାଥ କରଶିଖରଚଣ୍ଡୀଦୁର୍ଗାଷ୍ଟମୀଲକ୍ଷ୍ମଣ ମିଶ୍ରଋଷିଆଗୋବିନ୍ଦ ତ୍ରିପାଠୀହେମୋଫିଲିଆସ୍ତନ୍ୟପାୟୀବିଜୟ ପ୍ରସାଦ ମହାପାତ୍ର🡆 More