ଆର୍ତ୍ତବଲ୍ଲଭ ମହାନ୍ତି: ଭାରତୀୟ ଲେଖକ ଓ ଶିକ୍ଷାବିତ

ଆର୍ତ୍ତବଲ୍ଲଭ ମହାନ୍ତି (୩୦ ଜୁଲାଇ ୧୮୮୭–୩୦ ସେପ୍ଟେମ୍ବର ୧୯୬୩) ଜଣେ ଓଡ଼ିଆ ଲେଖକ, ଶିକ୍ଷାବିତ୍ ଓ ପ୍ରଫେସର ଥିଲେ । ସେ ପ୍ରାଚୀ ସମିତିର ପ୍ରତିଷ୍ଠାତା ଥିଲେ । ପୁରାତନ ଓଡ଼ିଆ ରଚନାବଳୀରେ ଥିବା ଶୁଦ୍ଧ ସଂସ୍କରଣର ଅଭାବ ଦେଖି ସେ ନିଜେ ଅନେକ ପୋଥି ପଢ଼ି ଓ ଗବେଷଣା କରି ବିଦଗ୍ଧ ଚିନ୍ତାମଣି, ମଥୁରା ମଙ୍ଗଳ ସମେତ ଅନ୍ୟାନ୍ୟ ଗ୍ରନ୍ଥର ଶୁଦ୍ଧ ସଂସ୍କରଣ ପ୍ରାଚୀ ସମିତିଦ୍ୱାରା ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରାଚୀ ସମିତି ତାହାର ପ୍ରକାଶିତ ଅନେକ ପୁରୁଣା ଗ୍ରନ୍ଥ ଓ ତାଳପତ୍ର ପୋଥିଗୁଡ଼ିକ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅର୍ପଣ କରିଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ ଏଗୁଡ଼ିକୁ ପ୍ରାଚୀ ଗ୍ରନ୍ଥମାଳା ନାମରେ ପ୍ରକାଶିତ କରିଥିଲା । ଭାରତ ସରକାର ତାଙ୍କୁ ୧୯୬୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲା । ଏହା ପୂର୍ବରୁ ସେ ୧୯୩୨ରେ ରାୟ ସାହେବ ଓ ୧୯୪୩ରେ ରାୟ ବାହାଦୁରରେ ଉପାଧୀ ମଧ୍ୟ ପାଇଥିଲେ ।

ଆର୍ତ୍ତବଲ୍ଲଭ ମହାନ୍ତି
ଜନ୍ମ୩୦ ଜୁଲାଇ ୧୮୮୭ Edit this on Wikidata
କଟକ Edit this on Wikidata
ମୃତ୍ୟୁ୩୦ ସେପ୍ଟେମ୍ବର ୧୯୬୩ Edit this on Wikidata (ବୟସ ୭୬)
ଶିକ୍ଷାନୁଷ୍ଠାନ
ବୃତ୍ତିଲେଖକ, ସାହିତ୍ୟ ସମାଲୋଚକ Edit this on Wikidata
ନିଯୁକ୍ତିଦାତା
କାର୍ଯ୍ୟପ୍ରାଚୀ ସମିତି Edit this on Wikidata
ପୁରସ୍କାର
ଉପାଧୀରାୟ ବାହାଦୁର Edit this on Wikidata

ଜୀବନୀ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ଆର୍ତ୍ତବଲ୍ଲଭ ମହାନ୍ତି ୩୦ ଜୁଲାଇ ୧୮୮୭ (ଶ୍ରାବଣ ଶୁକ୍ଳ ଏକାଦଶୀ, ଶନିବାର) ଦିନ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ଥିଲା ଉମାଦେଈ ଓ ପିତାଙ୍କ ନାମ ବାନାମ୍ଭର ମହାନ୍ତି । ସେ ଉଭୟ ଓଡ଼ିଆ ଓ ସଂସ୍କୃତ ଭାଷା ସାହିତ୍ୟରେ ସ୍ନାତକ ଅଧ୍ୟୟନ କରିଥିଲେ । ସେ ନୀଳମଣି ମହାନ୍ତିଙ୍କୁ ବିବାହ କରିଥିଲେ ଓ । ଏହି ଦମ୍ପତ୍ତିଙ୍କର ଚାରି ପୁଅଙ୍କ ନାମ ରେବତୀ ବଲ୍ଲଭ, ହୃଦୟବଲ୍ଲଭ, ଅମରବଲ୍ଲଭ, ଜାନକୀବଲୁଭ ଓ ଜଣେ ଝିଅଙ୍କ ନାମ ବୀଣାପାଣି । ଲେଖକ ଓ ଅଭିଧାନକାର ବିନୋଦ କାନୁନ୍‌ଗୋ ତାଙ୍କ ଭଣଜା ଥିଲେ ।

ଚାକିରି

ଶିକ୍ଷା ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ସେଠାରେ ସଂସ୍କୃତ ପ୍ରାଧ୍ୟାପକ ପଦକୁ ଉନ୍ନୀତ ହୋଇଥିଲେ ।

ସାହିତ୍ୟ ରଚନା

ଓଡ଼ିଶାର ପୁରାତନ କାବ୍ୟଗୁଡ଼ିକର ଶୁଦ୍ଧ ସଂସ୍କରଣର ଅଭାବକୁ ଲକ୍ଷ୍ୟ କରି ଆର୍ତ୍ତବଲ୍ଲଭ ମହାନ୍ତି ନିଜେ ବହୁ ପୁରୁଣା ପୋଥିକୁ ପଢ଼ି ଗ୍ରନ୍ଥଗୁଡ଼ିକର ଶୁଦ୍ଧ ସଂସ୍କରଣ ପ୍ରକାଶ କରିଥିଲେ । ଏଥିମଧ୍ୟରୁ ବିଦଗ୍ଧ ଚିନ୍ତାମଣି, ମଥୁରା ମଙ୍ଗଳ ଭଳି ପ୍ରଚଳିତ ଗ୍ରନ୍ଥ ସହ ଅନେକ ବିରଳ ପୋଥି ମଧ୍ଯ ସ୍ଥାନ ପାଇଥିଲା । ଏହିସବୁ ପୁସ୍ତକ ତାଙ୍କ ପ୍ରତିଷ୍ଠିତ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ ହୋଇଥିଲା ।

ପୁରସ୍କାର ଓ ସମ୍ମାନ

ଆଧାର

Tags:

ଆର୍ତ୍ତବଲ୍ଲଭ ମହାନ୍ତି ଜୀବନୀଆର୍ତ୍ତବଲ୍ଲଭ ମହାନ୍ତି ସାହିତ୍ୟ ରଚନାଆର୍ତ୍ତବଲ୍ଲଭ ମହାନ୍ତି ପୁରସ୍କାର ଓ ସମ୍ମାନଆର୍ତ୍ତବଲ୍ଲଭ ମହାନ୍ତି ଆଧାରଆର୍ତ୍ତବଲ୍ଲଭ ମହାନ୍ତିଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଆ ଲୋକପଦ୍ମଶ୍ରୀଭାରତ ସରକାରମଥୁରା ମଙ୍ଗଳ

🔥 Trending searches on Wiki ଓଡ଼ିଆ:

ନାରୀବାଦନାନରାଜକିଶୋର ପଟ୍ଟନାୟକଘର ସଂସାରକଳାପାହାଡ଼ଆଚାର୍ଯ୍ୟ ହରିହରଗଙ୍ଗାଧର ମେହେରରଥଯାତ୍ରାପ୍ରସନ୍ନ ଦାସଅନନ୍ତ ପଟ୍ଟନାୟକବୁଦ୍ଧ ପୂର୍ଣ୍ଣିମାସର୍ବପଲ୍ଲୀ ରାଧାକୃଷ୍ଣନପ୍ରତିଭା ରାୟଇଣ୍ଡିଆନ ପ୍ରିମିଅର ଲିଗଥାଲାସେମିଆରାମଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାରବାଟି ଦୁର୍ଗଚନ୍ଦ୍ରଶେଖର ରଥକମଳା ଦାସରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେମନୋରଞ୍ଜନ ଦାସଗ୍ରୀକ ଭାଷାଅଶୋକାଷ୍ଟମୀବୁଧନ ମୁର୍ମୁEntrectinib୧୨ ଅପ୍ରେଲଅଖିଳ ମୋହନ ପଟ୍ଟନାୟକଫେସବୁକବୈଶାଖଜ୍ଞାନପୀଠ ପୁରସ୍କାରବୈଦେହୀଶ ବିଳାସଲକ୍ଷ୍ମଣ ନାୟକଭାରତୀୟ ଜନଗଣନାଧର୍ମଲାରି ସାଙ୍ଗର୧୮ ଅପ୍ରେଲମହାପାତ୍ର ନୀଳମଣି ସାହୁଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଚ୍ୟୁତ ସାମନ୍ତମହାବୀର ଜୈନକଣାଦ (ମୁନି)ମଧୁସୂଦନ ରାଓବଳରାମ ଦାସପାରିକୁଦମନୋଜ ଦାସଶ୍ରୀନିବାସ ରାମାନୁଜନଆଲାନ ଟ୍ୟୁରିଙ୍ଗନୂଆ ଦିଲ୍ଲୀଭୀମାଶଙ୍କର ମନ୍ଦିରଭଗବତୀ ଚରଣ ପାଣିଗ୍ରାହୀକେଦାରନାଥ ମନ୍ଦିରରତ୍ନାକର ଚଇନିନମିତା ଅଗ୍ରୱାଲଗୋପୀନାଥ ମହାନ୍ତିମେଷ (ରାଶି)ଅଶ୍ୱିନୀ କୁମାର ଘୋଷରାମାନୁଜ ଆଚାର୍ଯ୍ୟଖିଲିପାନସୁଦଶା ବ୍ରତବଲାଙ୍ଗୀର ଜିଲ୍ଲା୧୬ ମଇ🡆 More