ଭଦ୍ରକ ଜିଲ୍ଲା: ଓଡ଼ିଶାର ଜିଲ୍ଲା, ଭାରତ

]

ଭଦ୍ରକ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାଭଦ୍ରକ
ଭାଷାଓଡ଼ିଆ, ଇଂରାଜୀ
ସ୍ଥାପନା୧ ଅପ୍ରେଲ ୧୯୯୩
ବିଧାନ ସଭା୫ଟି ଆସନ
 
Area
 • ଜିଲ୍ଲା1721 km2 (664 sq mi)
 • 2505 km2 (967 sq mi)
Population
 (୨୦୧୧)
 • ଜିଲ୍ଲା୧୫୦୬୫୨୨
 • Rankଓଡ଼ିଶାରେ ଦ୍ୱାଦଶ (୧୨/୩୦)
 • Density601/km2 (1,560/sq mi)
 • Urban
୧୮୫୭୫୬
 • Rural
୧୩୨୦୭୬୬
 • ୬ ବର୍ଷରୁ କମ ଶିଶୁ
୧୭୬୭୯୩
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୫୬ xxx
ତାର (ଏସ୍.ଟି.ଡ଼ି)୦୬୭୮୪
ଯାନବାହାନ ପଞ୍ଚୀକରଣOD-22
ଜିଲ୍ଲାପାଳସିଦ୍ଧେଶ୍ୱର ବଳିରାମ ବୋନ୍ଦର
WebsiteOfficial website

ଭଦ୍ରକ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଏହାର ନାମ ଭଦ୍ରକ ସହରକୁ ନେଇ ନାମିତ ହୋଇଛି । ୧ ଅପ୍ରେଲ ୧୯୯୩ରେ ଏହା ବାଲେଶ୍ୱର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାରେ ପରିଣତ ହେଲା । ଏହାର ସର୍ବମୋଟ ଆୟତନ ୨୬୭୭ ବର୍ଗ କିମି । ଏହା ରାଜଧାନୀ ଭୁବନେଶ୍ୱରଠାରୁ ୧୨୫ କିମି ଦୂରରେ ଅବସ୍ଥିତ ।

ଭୂଗୋଳ

ମୁଖ୍ୟ ନଦୀ ଓ ଶାଖାନଦୀ

  • ବୈତରଣୀ, ସାଳନ୍ଦୀ, ମନ୍ତେଇ, ଖରସ୍ରୋତା(ଖର୍ସୁଆ)

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ଭଦ୍ରକ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୦୬,୫୨୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୦,୭୬୬ ଓ ସହରାଞ୍ଚଳରେ ୧,୮୫,୭୫୬ ଲୋକ ବାସ କରନ୍ତି ।

  • ପୁରୁଷ: ୭,୬୦,୫୯୧
  • ମହିଳା: ୭,୪୫,୯୩୧
    • ଛ ବର୍ଷରୁ କମ: ୧,୭୬,୭୯୩
  • ସାକ୍ଷରତା ହାର ୮୩.୨୫%
    • ପୁରୁଷ: ୮୯.୯୨%
    • ମହିଳା: ୭୬.୪୯%

ସଂସ୍କୃତି

ଜୈନ ଧର୍ମ

ଭଦ୍ରକର ସାଂସ୍କୃତିକ ପରମ୍ପରାର ଚିହ୍ନ ପାର୍ଶ୍ୱନାଥ(ଖ୍ରୀ.ପୂ.୮୨୦-୭୫୦)ଙ୍କ ସମୟରୁ ମିଳିଥାଏ। ପାର୍ଶ୍ୱନାଥ ଧର୍ମପ୍ରଚାର ପାଇଁ କୋପକଟକ ବା ଆଧୁନିକକୁପାରୀକୁ ଆସିଥିଲେ। ଚରମ୍ପା ଅନ୍ତର୍ଗତ ରହଣିଆର ବଡ଼ ପୋଖରୀ ଚାରି ପାଖରେ ଚବିଶ ତୀର୍ଥଙ୍କରଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା। ସେହି ମୂର୍ତ୍ତିଗୁଡ଼ିକ ମଧ୍ୟରୁ ଅଜିତନାଥ, ଶାନ୍ତିନାଥ, ଋଷଭନାଥ ଓ ବର୍ଦ୍ଧମାନ ମହାବୀରଙ୍କ ମୂର୍ତ୍ତି ବର୍ତ୍ତମାନ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ। ତେବେ ଏ ପୋଖରୀ କୂଳରେ ଏବେ ମଧ୍ୟ ପାର୍ଶ୍ୱନାଥଙ୍କର ମୂର୍ତ୍ତି ଦେଖିବାକୁ ମିଳେ।

ବୌଦ୍ଧ ଧର୍ମ

ଭଦ୍ରକ ଅନ୍ତର୍ଗତ ଧାମନଗରର ମୂଳନାମ ଧମ୍ମନଗର। ଧମ୍ମ ହେଉଛି ବୌଦ୍ଧ ଧର୍ମରେ ଧର୍ମର ପର୍ଯ୍ୟାୟବାଚୀ। ସେ ସମୟର ପ୍ରସିଦ୍ଧ ବୌଦ୍ଧପୀଠର ଖଡ଼ିଆଳ ଅଞ୍ଚଳରୁ ସଂଗୃହିତ ବିଶାଳ ବୁଦ୍ଧମୂର୍ତ୍ତି ଏବେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରହିଛି। ଭଦ୍ରକର ବାଉଦପୁର ନାଁ ବୌଦ୍ଧରୁ ଆସିଛି। ଧାମନଗରର ମୁସଲମାନ ବସ୍ତିସ୍ଥିତ ମନ୍ତ୍ରବାସୁଳି ବୌଦ୍ଧଧର୍ମର ଅବଲୋକିତେଶ୍ୱର ବୋଲି କେହି କେହି ମତ ଦିଅନ୍ତି।

ମୋଗଲ ଓ ମରହଟ୍ଟା ପ୍ରଭାବ

ସେହିପରି ଜାନୁଗଞ୍ଜ ମରହଟ୍ଟା ଶାସକ ଜାନୋଜୀଙ୍କ ନାଁରୁ ଆସିଛି ବୋଲି କେତେକ ଗବେଷକ ମତ ଦିଅନ୍ତି। ମୋଗଲ ଓ ମରହଟ୍ଟା ଶାସକମାନେ ସେମାନଙ୍କ ଶାସନ କାଳରେ ଭଦ୍ରକରେ ଅନେକ ଜନ ହିତକର କାର୍ଯ୍ୟ କରିଥିଲେ। ଇନ୍ଦୋରର ରାଣୀ ଅହଲ୍ୟାବାଈ ପୁରୀ ଯାତ୍ରା କରିବାବେଳେ ଗୋସେଇଁ ଶାଶୁଙ୍କ ନିମିତ୍ତ ଏକ ବଡ଼ ପୋଖରୀ ଖୋଳାଇଥିଲେ। ଏହାକୁ ରାଣୀ ତଲାୱ କୁହାଯାଉଥିଲା। ଭଦ୍ରକ ନିକଟସ୍ଥ ଏବେକାର ରାଣୀତାଲ ସେହି ରାଣୀତଲାୱରୁ ଆସିଛି। ଧାମନଗରରେ ମହହଟ୍ଟା ଶାସକ ଜଗୁ ପଣ୍ଡିତଙ୍କ ନାମାନୁସାରେ ଜଗୁସାଗର ପୋଖରୀ ରହିଛି।

ହିନ୍ଦୁ ଧର୍ମ

ମିର୍ଜାପୁର ଓ ଛଡ଼ାକ ମହଲାରେ ରାଜା ପୁରୁଷୋତ୍ତମ ଦେବଙ୍କ ମନ୍ତ୍ରୀ ବିଦ୍ୟାଧର ଖୋଳାଇଥିବା ପୋଖରୀ ତାଙ୍କ ନାମାନୁସାରେ ବିଦ୍ୟାଧର ପୋଖରୀ ବୋଲି ପରିଚିତ। ୧୫୧୪ ଖ୍ରୀଷ୍ଟାବ୍ଦରେ ଶ୍ରୀଚୈତନ୍ୟ ପୁରୀରୁ ପ୍ରତ୍ୟାବର୍ତ୍ତନ କରି ବିଦ୍ୟାବାଚସ୍ପତି ନାମକ ଜଣେ ଧର୍ମଯାଜକଙ୍କ ଘରେ ପାଞ୍ଚଦିନ ଅବସ୍ଥାନ କରିଥିଲେ। ଏହି ସନ୍ଥଙ୍କ ମନେ ପକାଇବାପାଇଁ ଗାଁଟିର ନାମ ସନ୍ଥିଆ ହୋଇଛି। ସେ ଛାଡ଼ିଯାଇଥିବା କନ୍ଥାଟିକୁ ଶ୍ରଦ୍ଧାଳୁମାନେ ଏବେବି ସେହି ଗାଁରେ ରଖି ପୂଜା କରୁଛନ୍ତି। ଶ୍ରୀଚୈତନ୍ୟଙ୍କ ପାଦୁକା ନିକଟସ୍ଥ କୁଆଁସ ଗ୍ରାମରେ ଏବେ ବି ପୂଜା ପାଉଛି। ଏହା ଏ ଅଞ୍ଚଳର ଲୋକମାନଙ୍କର ସାଧୁ ସନ୍ଥମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନଭାବର ନିଦର୍ଶନ।

୧୮୬୪ ଖ୍ରୀଷ୍ଟାବ୍ଦରେ ପୁରୀ ରାମାନୁଜ ମଠର ମହନ୍ତଙ୍କ ଶିକ୍ଷାଗୁରୁ ରାମାୟଣ ଦାସ ବୃନ୍ଦାବନ ଯିବା ବାଟରେ ସାଳନ୍ଦୀ ନଦୀ କୂଳରେ ଭକ୍ତମାନଙ୍କ ଭକ୍ତି ଦେଖି ବିହ୍ୱଳ ହୋଇ ଯାଇଥିଲେ। ତାଙ୍କ ପାଇଁ ମହନ୍ତେ ସେଠାରେ ସଦାବର୍ତ୍ତ ମଠ ସ୍ଥାପନ କରିଥିଲେ।

୧୮୮୮ ଖ୍ରୀଷ୍ଟାବ୍ଦ ନଭେମ୍ବର ୨୦ ତାରିଖରେ ମା ସାରଦା ଦେବୀ ଜଳପଥରେ ଚାନ୍ଦବାଲି ଆସିଥିଲେ। ପୁନର୍ବାର ୧୯୧୦ରେ ସେ ରାମେଶ୍ୱର ଯିବା ବାଟରେ ଭଦ୍ରକର କୋଠାରଠାରେ ଦୁଇମାସ ଅବସ୍ଥାନ କରିଥିଲେ।

ଶିଖ ଧର୍ମ

ଷୋଡ଼ଶ ଶତାବ୍ଦୀରେ ଗୁରୁ ନାନକ ପୁରୀ ଯିବା ବାଟରେ ଭଦ୍ରକରେ ଅବସ୍ଥାନ କରି ସଂଘ (ସଙ୍ଘତ)ରେ ଭାଗନେଇଥିଲେ। ତଦନୁସାରେ ସେ ଅଞ୍ଚଳକୁ ସଂଗତ କହିବା ସହିତ ନାନକ ଡ଼ିହି ବୋଲି ମଧ୍ୟ କୁହାଯାଏ। ଏଠାରେ ଏକ ଗୁରୁଦ୍ୱାରା ମଧ୍ୟ ସ୍ଥାପନା କରା ଯାଇଅଛି।

ମୁସଲମାନ ଧର୍ମ

୧୫୭୫ ଖ୍ରୀଷ୍ଟାବ୍ଦ ଅପ୍ରେଲ ୧୨ ତାରିଖରେ ଆକବର ଭଦ୍ରକକୁ ଏକ ସ୍ୱତନ୍ତ୍ର ଡିଭିଜନ (ସର୍କାର) ହିସାବରେ ଘୋଷଣା କରିଥିଲେ। କଟକ ଡିଭିଜନଟି ଦାଉଦଙ୍କ ଅକ୍ତିଆରରେ ଥିଲାବେଳେ ଭଦ୍ରକ ଓ ବାଲେଶ୍ୱର ଡିଭିଜନ ମୋଗଲଙ୍କ ଅଧୀନରେ ଥିଲା। ତୋଦରମଲ୍ଲ ଭଦ୍ରକରେ ଛାଉଣି ପକାଇ ବନ୍ଦୋବସ୍ତ କାର୍ଯ୍ୟ ଚଳାଇଥିଲେ। ଆଉରଙ୍ଗଜେବଙ୍କ ସମୟରେ କଦମ୍ବବେଡ଼ା (କୁଆଁସ)ରେ ଇଦ୍​ଗାହ ନିର୍ମାଣ ହୋଇଥିଲା।

ଐତିହ୍ୟ

  • ଭଦ୍ରକର ଭଦ୍ରକାଳୀ ମନ୍ଦିର, ଭଦ୍ରକର ମୁଖ୍ୟ ଶକ୍ତିପୀଠ।
  • ଆରଡ଼ିସ୍ଥିତ ଆଖଣ୍ଡଳମଣୀ ମନ୍ଦିର, ଭଦ୍ରକର ମୁଖ୍ୟ ଶୈବପୀଠ।
  • ମାଳିଅରୁଆ ଗାଁ, ବ୍ରହ୍ମପୁର ଗ୍ରାମ ପଞ୍ଚାୟତ, ପ୍ରସିଦ୍ଧ ମା କୁଣ୍ଡିକାଳୀ ମନ୍ଦିରॐ ମା କୁଣ୍ଡିକାଳୀ ପୀଠ । ଭଦ୍ରକ ସହରରୁ ପୂର୍ବକୁ ମାତ୍ର ସାତ କିମି ଦୂର । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଅମାବାସ୍ୟାରେ ନିଜର ମାନସିକ ପୂରଣ ପାଇଁ ଧାଇଁ ଆସନ୍ତି। ଯୋଗାଯୋଗ - ୯୪୩୯୦୬୭୮୦୫ ( ଅଶୋକ କୁମାର ବେହେରା)
  • ପାଳିଆ ବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ସୂର୍ଯ୍ୟ ମନ୍ଦିର ଭଦ୍ରକର ସୂର୍ଯ୍ୟୋପାସନାର ଏକ ପ୍ରସିଦ୍ଧ କ୍ଷେତ୍ର। କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାପାଇଁ ଏଠାରେ ସୂର୍ଯ୍ୟଙ୍କୁ ଉପାସନା କରିଥିଲେ। ସେଇ ବିଶ୍ୱାସର ନିଦର୍ଶନ ସ୍ୱରୂପ ଅଗିରା ପୁନେଇଁ ପରଦିନ ଏଠାରେ ଗୁଣ୍ଡୁଣିଯାତ୍ରା ଅନୁଷ୍ଠିତ ହୁଏ। ଚର୍ମରୋଗରୁ ରକ୍ଷାକରିବାକୁ ଲୋକେ ଠାକୁରଙ୍କୁ ଫୁଲଛତା ଓ ଫୁଲବିଞ୍ଚଣା ଦେଇ ପ୍ରାର୍ଥନା କରିଥାନ୍ତି। ଏଠି ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ଚତୁର୍ମୂଖ ହୋଇଥିବାରୁ କେହି କେହି ଏହାଙ୍କୁ ବ୍ରହ୍ମା ବୋଲି କହିଥାନ୍ତି। ସମଗ୍ର ଭାରତରେ ଏମିତି ମନ୍ଦିର ବିରଳ।
  • ଧାମରାର ଧାମରେଈ ମନ୍ଦିର ବ୍ରାହ୍ମଣ, ବୌଦ୍ଧ ଓ ଶାବରୀ ସଂସ୍କୃତିର ସ୍ମୃତି ବହନ କରେ।
  • ଏହାଛଡ଼ା ଦପାନାହାକାଣି ମନ୍ଦିର, କାଉପୁରର ସୀତାକୁଣ୍ଡ, ମଠସାହିର ଦକ୍ଷିଣେଶ୍ୱର ମନ୍ଦିର, ବାସୁଦେବପୁର ଥାନା ଅନ୍ତର୍ଗତ ପଢ଼ୁଆଁ ଗ୍ରାମରେ ଅଷ୍ଟଭୂଜା ଦୁର୍ଗାମଣ୍ଡପ, ବାସୁଦେବପୁରର ପ୍ରସନ୍ନଦେବ ଜୀଉ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଚରମ୍ପାର ହନୁମାନ ସାହି, ଏରେଇଁ ଓ ସାହାପୁରସ୍ଥିତ ହନୁମାନ ମନ୍ଦିର, ଆଦି ଭଦ୍ରକ ଅଞ୍ଚଳର ଧର୍ମ ଭାବନାର ବାର୍ତ୍ତା ବାହକ।
  • ଭଦ୍ରକର କୁଆଁସଗ୍ରାମସ୍ଥ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ ଏହାକୁ ଲସ୍ ଏଞ୍ଜେଲସ୍​ର ଜୁଲିଆନ ପାର୍କର ନାମକ ଜଣେ ଅଣହିନ୍ଦୁ ବିଦେଶୀ ଏହାକୁ ସ୍ଥାପନ କରିଛନ୍ତି। ଜୁଲିଆନ ଆତ୍ମତତ୍ତ୍ୱ ଦାସ ଓ ମାଳିନୀ ଦାସଙ୍କର ପାଳିତ ପୁତ୍ର ହୋଇଥିଲେ। ଭାରତକୁ ଆସିବା ପରେ ସେ ଜାହ୍ନବୀ ନିତାଇ ଦାସ ନାମରେ ପରିଚିତ iହୋଇଥିଲେ। ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁମାନଙ୍କର ପ୍ରବେଶ ନିଷେଧ ହୋଇଥିବାରୁ ସେ ଏଠାରେ ୧୬ଫୁଟ ଉଚ୍ଚର ଜଗନ୍ନାଥ, ୧୫ ଫୁଟ ଉଚ୍ଚର ବଳଭଦ୍ର ଓ ୭ ଫୁଟ ଉଚ୍ଚର ସୁଭଦ୍ରା ବିଗ୍ରହ ବୈଦିକ ରୀତିରେ ୨୦୦୫ ମସିହା ମେ ୨୨ରେ ସ୍ଥାପନ କରାଇଥିଲେ। ଅଦ୍ୟାବତ୍ ସେହି ବିଗ୍ରହମାନେ ସେହି ମନ୍ଦିରରେ ଯଥାବିଧି ପୂଜିତ ହେଉ ଅଛନ୍ତି।
  • ଓଡ଼ିଶାର ଭାଗବତ ଟୁଙ୍ଗୀ ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ ଏଠାକାର କିସ୍ମତ କୃଷ୍ଣପୁର ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି।
  • ଭଦ୍ରକ ଜିଲ୍ଲାର ପୀରହାଟ ଅଞ୍ଚଳ ଐତିହ୍ୟପୂର୍ନ। ପୀରହାଟ କାଳୀ ପଡିଆଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଏହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀଙ୍କ ସାକ୍ଷୀ। ବାରବାଟିଆ ଗ୍ରାମର ଆୟୋଜିତ ହେଉଥିବା ଦୁର୍ଗାପୂଜା ୪୦୦ ବର୍ଷର ପୁରୁଣା।

ଶିକ୍ଷା

ଏ ଜିଲ୍ଲାରେ ଶିକ୍ଷାର ନିଅଁ ପଡ଼ିଛି ସନ୧୮୮୨ଠାରୁ। କୋଠାର ଜମିଦାର ନିମାଇଁ ଚରଣ ବୋଷ ବାଗୁରାଇଠାରେ ଦୁଇଟି ଭର୍ଣ୍ଣକୁଲାର ଓ ଅନ୍ୟ କେତେକ ଶିକ୍ଷାନୁରାଗୀ ଗୁଜିଦରଡ଼ାଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରିଥିଲେ। ମୁସଲମାନ ଜମିଦାର ମିଆଁ ମୁନ୍ସୀ ଶେଖ ଅବଦୁଲ ଗନୀ ଓରଫ ପଞ୍ଚୁମଆଙ୍କ ତତ୍ତ୍ୱାବଧାନରେ ଭଦ୍ରକ ପୁରୁଣାବଜାରସ୍ଥିତ ନିଜ ଉଆସରେ ଏକ ମାଇନର ସ୍କୁଲ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ତାହା ଭଦ୍ରକ ଜିଲ୍ଲା ସ୍କୁଲରେ ପରିଣତ ହୋଇଛି। ୧୯୩୪ରେ ହରେକୃଷ୍ଣ ମହତାବଙ୍କ ତତ୍ତ୍ୱାବଧାନରେ ଆଗରପଡ଼ାରେ କୃଷ୍ଣଚରଣ ବିଦ୍ୟାମନ୍ଦିର ସ୍ଥାପିତ ହୋଇଥିଲା।୧୯୪୨ରେ ନାରାୟଣ ଚନ୍ଦ୍ର ହାଇସ୍କୁଲ, ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲ, ୧୯୪୩ରେ ପୋପସିଂ ମାଇନର ସ୍କୁଲ, ଯାହା ୧୯୫୯ରେ ସରକାଲୀ ବାଳିକା ଉଚ୍ଚବିଦ୍ୟାଳୟର ମାନ୍ୟତା ଲାଭ କଲା ୧୯୪୮ ମସିହା ଜୁଲାଇ ୬ ତାରିଖରେ ଭଦ୍ରକରେ ପ୍ରଥମ ଓ ଓଡ଼ିଶାରେ ଦ୍ୱିତୀୟ ବୃହତ୍ତମ ଭଦ୍ରକ ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଭଦ୍ରକରେ ୯୧୬ଟି ପ୍ରାଥମିକ ବିଦ୍ୟାଳୟ, ୫୦୫ଟି ମଧ୍ୟଇଂରାଜୀ ବିଦ୍ୟାଳୟ, ୩୦୫ଟି ଉଚ୍ଚବିଦ୍ୟାଳୟ, ୭ଟି ମହିଳା ମହାବିଦ୍ୟାଳୟ ସରକାରୀ ସ୍ୱୀକୃତି ଲାଭ କରିଛନ୍ତି। ଏହା ବ୍ୟତୀତ ବହୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବେ ବି ସ୍ୱୀକୃତି ପାଇନାହିଁ।

ପରମ୍ପରା

ଗୋପାଳଙ୍କ ଉଗାଳ ଓ ଲଉଡ଼ି ଖେଳ

ଗୋପାଳ ସମ୍ପ୍ରଦାୟର ଲୋକେ ଦୋଳ ପୂର୍ଣ୍ଣମୀର ପୂର୍ବଦିନରୁ କୁମ୍ଭ ପୂଜା କରି ରାଧାକୃଷ୍ଣ ଉପାସନା ସହିତ ଗୋପାଳଙ୍କ ଉଗାଳ ଓ ଲଉଡ଼ି ଖେଳ (ବାଡ଼ି ଖେଳ) ପ୍ରଦର୍ଶନ କରିଥାନ୍ତି। ଏଇ ବାଡ଼ିଖେଳ ଓଡ଼ିଶାର ଏକ ବିଲୁପ୍ତପ୍ରାୟ ସାମରିକ କଳା। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ ଗୋପାଳଙ୍କ ଉଗାଳରେ ଗୂଢ଼ ଆଧ୍ୟାତ୍ମିକ ପ୍ରଶ୍ନର ସରଳ ଉତ୍ତର ରସମୟ ସଙ୍ଗୀତ ଛନ୍ଦରେ ବେଶ୍ ଉପଭୋଗ୍ୟ। ଏହି ଉତ୍ସବ ସାବରଙ୍ଗ, ଚୁଡ଼ଙ୍ଗପୁରର ରଙ୍ଗଢ଼ାଉ, ବାସୁଦେବପୁର, କିସ୍ମତ କୃଷ୍ଣପୁର, ଧାମନଗର ଆଦି ଅଞ୍ଚଳରେ ଜାକଜମକରେ ପାଳିତ ହୋଇଥାଏ। ବାସୁଦେବପୁରର ‘ଶ୍ରୀଗୋପାଳ ଓଗାଳ ସମିତି’ ଓ ‘ରାଧାମାଧବ ଯାଦବ ସମିତି’ ଓଡ଼ିଶା ବାହାରେ ବିଭିନ୍ନ ସମୟରେ ଲଉଡ଼ିଖେଳ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି।

ଗୁଣ୍ଡିଣି ଯାତ୍ରା

ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ଅଗ୍ନିପୂର୍ଣ୍ଣିମା ଦିନ ଆୟୋଜିତ ଗୁଣ୍ଡୁଣିଯାତ୍ରା ଏକ ଭିନ୍ନ ମେଳା।

ଭୂତକେଳି ନାଟ

ଭଦ୍ରକ ସହରାଞ୍ଚଳର କୁଆଁସ ନିକଟବର୍ତ୍ତୀ ବାଲିଅରଡ଼ା ଗ୍ରାମରେ ପାଳିତ ହେଉଥିବା ‘ଭୂତକେଳି ନାଟ’ ପୁରାଣ ବର୍ଣ୍ଣିତ କୃଷ୍ଣଲୀଳାର ଆଧାରରେ ପାଳନ କରାଯାଏ। କରେ। ରାଧା ଓ କୃଷ୍ଣଙ୍କ ମିଳନରେ ପ୍ରତିବନ୍ଧକ ହେଉଥିବା ଶାଶୁ ଓ ନଣନ୍ଦଙ୍କୁ ଡ଼ରାଇବା ପାଇଁ କୃଷ୍ଣ ମାୟା ଭୂତ ସୃଷ୍ଟି କରିଥାନ୍ତି। ରାଧା, କୃଷ୍ଣ ଓ ଗୋପୀମାନଙ୍କର ପ୍ରତିମୂର୍ତ୍ତିକୁ ବିରାଟ ଶୋଭାଯାତ୍ରାରେ ଲୋକମାନେ ନେଇଥାନ୍ତି। ଜଣେ ଲୋକ ମୁଣ୍ଡରେ ଭୂତ ଚିତ୍ରିତ ହାଣ୍ଡି ରଖି ଢ଼ୋଲ ମହୁରୀର ତାଳେ ତାଳେ ଉଦ୍ଦଣ୍ଡ ନୃତ୍ୟ ପରିବେଷଣ କରିଥାଏ। ଏପରି ନାଟ ସମଗ୍ର ଓଡ଼ିଶାରେ ବିରଳ।

ମୁନି ପୂଜା

ସଂସାରତ୍ୟାଗୀ ଅଥଚ ସଂସାରର ହିତୈଷୀ ଓ ହିତାନ୍ୱେଷୀ ମୁନି ଋଷିମାନଙ୍କୁ ପୂଜା କରିବାର ନିଆରା ପରମ୍ପରା ଭଦ୍ରକର ବିଭିନ୍ନ ଗ୍ରାମାଞ୍ଚଳରେ ଅତି ପ୍ରାଚୀନ। ମକର ସଂକ୍ରାନ୍ତି ଏହାର ନିଧାର୍ଯ୍ୟ ତିଥି। ଏରେଇଁ ଗ୍ରାମ ପଞ୍ଚାୟତର କୁନ୍ତଳାଠାରେ ଏହା ମହାସମାରୋହରେ ପାଳନ କରାଯାଏ।

ବାଲିଯାତ୍ରା

କାର୍ତ୍ତିକ ପୂର୍ଣ୍ଣିମାରେ ଚାନ୍ଦବାଲି, ଚୂଡ଼ାମଣି ଓ ବାଉଦପୁରରେ ସାଧବ ପୁଅର ସ୍ମୃତିକୁ ମନେ ପକାଇବାପାଇଁ ବାଲିଯାତ୍ରା ସାତଦିନବ୍ୟାପି ପାଳନ କରାଯାଏ।

ରାସଯାତ୍ରା

କାର୍ତ୍ତିକ ପୂର୍ଣ୍ଣିମାଠାରୁ ସାହାଡ଼ାଗ୍ରାମରେ ରାସଯାତ୍ରା ପାଳନ କରାଯାଏ। ରାସଲୀଳା ଓ ନାବକେଳି ଆଦି ଏଇ ଯାତ୍ରାର ମୁଖ୍ୟ ଅଙ୍ଗ।

ଚଢ଼େୟା ଚଢ଼େୟାଣୀ ନାଚ

ଗ୍ରାମୀଣ ଚରିତ୍ର ଚିତ୍ରଣ ପୂର୍ବକ ଗଦ୍ୟ ଓ ପଦ୍ୟମୟ ସଂଳାପରେ ହାସ୍ୟରସ ପରିବେଷଣ କରାଯାଏ। ସେହିପରି ନିଜକୁ ଏକ ପୌରାଣିକ ଚରିତ୍ରରୂପେ ଚିତ୍ରିତ କରି କଳାକାରମାନେ ବହୁରୂପା ନାଚ ପ୍ରସ୍ତୁତ କରିଥାନ୍ତି।

କଣ୍ଢେଇ ନାଚ

କଣ୍ଢେଇରେ କଳାସୂତା ଲଗାଇ ଆଙ୍ଗୁଳି ଚାଳନାଦ୍ୱାରା ଅନେକ ପ୍ରକାରର ପ୍ରସଙ୍ଗକୁ ଚିତ୍ରଣ କରାଯାଏ। ମୁଖ୍ୟତଃ ବୈଷ୍ଣବମାନେ ଘାଟ ପାର ହୋଇ ରାଧା ମଥୁରାକୁ ଯିବା, କୃଷ୍ଣ ଘାଟ ସଉଦା ମାଗିବା, ରାଧାକୃଷ୍ଣଙ୍କର ମିଳନ ହେବା ପ୍ରଭୃତି ଏଇ ନାଟର ମୁଖ୍ୟ ବିଷୟ।

ତାମସା

ତାମସା ହେଉଛି ଓଡ଼ିଶାର ସଂସ୍କୃତିକୁ ଭଦ୍ରକର ନିଜସ୍ୱ ଅବଦାନ। କବି ବଂଶୀବଲ୍ଲଭ ଗୋସ୍ୱାମୀ ଏଇ ତାମସାର ସ୍ରଷ୍ଟା। ଏହା ହେଉଛି ମୋଗଲ ଶାସନ କାଳର ସାମାଜିକ ଅବସ୍ଥାର ନିଛକ ଚିତ୍ରଣ। ମୋଗଲ ତାମସା, ଭୀଲ ତାମସା, ଫକିର ତାମସା, ଲୋଲିନ ବାଈ ତାମସା ଆଦି ସେ ରଚନା କରିଥିଲେ। ଏଥି ମଧ୍ୟରୁ ମୋଗଲ ତାମସା ଓଡ଼ିଶା ପ୍ରସିଦ୍ଧ। ଚୈତ୍ର ମାସରେ ଶିବ ମନ୍ଦିରରେ ଏହି ତାମସା ଅଭିନୀତ ହେଉଥିବାରୁ ଏହାକୁ ଚଇତି ତାମସା ମଧ୍ୟ କୁହାଯାଏ।

  • ମୋଗଲ ତାମସା: ଏଥିରେ ମୋଗଲମାନଙ୍କର ଶୋଷଣ, ଅତ୍ୟାଚାର, ବିଳାସ ବ୍ୟସନର ଚିତ୍ରଣ ହୋଇଛି।
  • ଭୀଲ ତାମସା : ଜଣେ ବ୍ରାହ୍ମଣ ତୀର୍ଥାଟନରେ ଯିବା ସମୟରେ ବାଟରେ ଏକ ଭୀଲକୁ ଭେଟନ୍ତି। ସେ ବ୍ରାହ୍ମଣଙ୍କୁ ଲୁଟ କରିବାକୁ ପ୍ରଥମେ ଚେଷ୍ଟା କଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କ ସଂସ୍ପର୍ଶରେ ଆସି ପୁଣ୍ୟାତ୍ମାରେ ପରିଣତ ହୋଇଛି।
  • ଫକିର ତାମସା : ଜଣେ ମୁସଲମାନ ଫକିରଙ୍କର କାହାଣୀ, ଯେ ବିଭିନ୍ନ ସ୍ଥାନ ଭ୍ରମଣ କରି ଅନେକ କଥା ଶିଖିଛନ୍ତି ଓ ପରିଶେଷରେ ନିଜ ପତ୍ନୀ ସହିତ ମିଳିତ ହୋଇଛନ୍ତି।
  • ଯୋଗୀ ତାମସା : ଜଣେ ଯୋଗୀର ଜୀବନକୁ ପ୍ରାଞ୍ଜଳ ଭାବରେ ଚିତ୍ରିତ କରାଯାଇଛି।
  • ରାଧାକୃଷ୍ଣ ତାମସା : ମୂରଲୀ ହରଣ ଓ ବସ୍ତ୍ର ହରଣ ଆଦି ପ୍ରସଙ୍ଗର ବର୍ଣ୍ଣନା କରାଯାଇଛି।
  • ଚଉଡ଼ା ତାମସା : ମେହେନ୍ତରମାନଙ୍କର ନିଶାସେବନ ଓ ମେହେନ୍ତରାଣୀମାନଙ୍କ ସହିତ ମିଳିତ ହେବାର ବିଷୟ।
  • ଲୋଲିନ ବାଈ ତାମସା ବା ଲୋଲିନ ମଜାବାଇ ତାମସା: ଦୁଇ ଜଣ ଗଣିକାଙ୍କ ସହିତ ମୋଗଲମାନଙ୍କର ସମ୍ପର୍କର ବର୍ଣ୍ଣନା।

ଓଷାବ୍ରତ

  • କୋଇଲି ଓଷା : ସୁଆଁ ଗ୍ରାମରେ ପାଳନ କରାଯାଏ। ଚୈତ୍ରମାସ ଶୁକ୍ଳପକ୍ଷରେ ସାତଦିନ ବ୍ୟାପି କୋଇଲିର ଦୁଇଟି ମାଟି ମୂର୍ତ୍ତିକୁ କୁଆଁରୀମାନେ ପୂଜା କରିଥାନ୍ତି ଓ ମାର୍କଣ୍ଡ ଦାସଙ୍କ କେଶବ କୋଇଲି ଗାନ କରିଥାନ୍ତି।
  • ସୁଆଙ୍ଗ ବୁଡ଼: କୁମାରୀମାନେ ପାଳନ କରିଥାନ୍ତି। ଦୋଳସାହି, ଝାଡ଼ପଡା, କୁଆଁରପୁର, ମୁଡସାହି, ବଢେଇବାଡ, ନୂଆଶାସନ, ଶଙ୍କରପୁର ଓ ଖଣ୍ଡପଡ଼ା ପ୍ରଭୃତି ଗାଁରେ ଏହା ପାଳନ କରାଯାଇଥାଏ। କୁମାରୀମାନେ ସାଙ୍ଗହୋଇ ବାଲୁକା ସ୍ଥାପନ କରି ଗୌରୀ ପୂଜା କରିଥାନ୍ତି।

ଅନ୍ୟାନ୍ୟ ଅଞ୍ଚଳ ପରି ଭଦ୍ରକରେ ଖୁଦୁରୁକୁଣୀ ଓଷା, ଜହ୍ନି ଓଷା, ଅକ୍ଷୟ ତୃତୀୟା, ସାବିତ୍ରୀ ଅମାବସ୍ୟା, ବାଟଓଷା ଆଦି ପାଳନ କରାଯାଏ।

  • ଦ୍ୱିତୀୟା ଓଷା ବା ଦୂତୀ ବାହନ ଓଷା ଭଦ୍ରକର ବିଭିନ୍ନ ସ୍ଥାନରେ ପାଳିତ ହୋଇଥାଏ। ଏହି ଓଷାରେ ସନ୍ତାନମାନଙ୍କର ଦୀର୍ଘଜୀବନ କାମନା କରି ମହିଳାମାନେ ଉପବାସ କରିଥାନ୍ତି। ଭାଦ୍ରବମାସ ମୂଳାଷ୍ଟମୀରେ ପୋଖରୀ ତୁଠରେ ବାଲିଲେ କୁମ୍ଭୀର କରି ପୂଜାର୍ଚ୍ଚନା କରିଥାନ୍ତି।

ନରେନ୍ଦ୍ରପୁର ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ଦିନ ପାଟଣ ମଙ୍ଗଳାଙ୍କ ନିକଟରେ ପାଟୁଆ ନାଚ, ଘୋଡାନାଚ ଆଦି ଅନୁଷ୍ଠିତ ହୁଏ। ରାମ, ସୀତା ଓ ଲକ୍ଷ୍ଣଣଙ୍କୁ ନୌକାରେ ବସାଇ ନାବପୂଜା କରାଯାଏ। ଭଦ୍ରକର ପ୍ରାୟ ସବୁ ଗାଁରେ ଘୋଡ଼ାନାଚ, ପାଟୁଆ ନାଚ ଓ ଉଡ଼ାଣ ପର୍ବ (ଯାହା ଚଡ଼କପର୍ବପରି) (ନିଜ ଦେହରେ କଣ୍ଟା ଫୋଡ଼ି ଝୁଲିବା) ଆଦି ପାଳନ କରାଯାଏ।

ପାଲା ଓ ଦାସ କାଠିଆ

ପାଲା ଓ ଦାସକାଠିଆ ପରି ଲୋକକଳାରେ ଭଦ୍ରକ ଜିଲ୍ଲା ସମୃଦ୍ଧ। ପୌରାଣିକ ଆଖ୍ୟାନ ସହିତ ସାମ୍ପ୍ରତିକ ଲୋକ ଚଳଣିର ମିଶ୍ରଣ କରି ମନୋରଞ୍ଜକ ଢ଼ଙ୍ଗରେ ପରିବେଷଣ କରିବା ଏଇ ଲୋକକଳାର ବିଶେଷତ୍ତ୍ୱ।

ସତ୍ୟପୀର ପାଲା

ଭଦ୍ରକର ସତ୍ୟପୀର ପାଲାର ନଜିର ସାରା ଦେଶରେ ଦେଖିବାରୁ ମିଳେ ନାହିଁ। ଏହା ହିନ୍ଦୁ ଓ ମୁସଲମାନ ସଂସ୍କୃତିର ସମନ୍ୱୟ ପ୍ରତିଷ୍ଠା କରିଥାଏ। ସାଧାରଣତଃ ନବଜାତକର ଏକୋଇଶିଆ (ଜନ୍ମର ଏକୋଇଶ ଦିନ)ରେ ଅଥବା କାହାରି ଜନ୍ମଦିନରେ ଏହା ଆୟୋଜିତ ହୋଇଥାଏ। ଏହାର ବିଶେଷତ୍ତ୍ୱ ହେଉଛି ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁ ପରମ୍ପରା ଅନୁସାରେ କଳସ ଓ ଚାମର ସ୍ଥାପନା କରି ପଞ୍ଚଦେବତା ପୂଜା କରିଥାଏ ଓ ଅନ୍ୟ ଦେବଦେବୀଙ୍କର ବନ୍ଦନା ଗାଇଥାଏ, ନୈବେଦ୍ୟ ଅର୍ପଣ କରିଥାଏ।

କଳାକାର ଉପାଧିପ୍ରାପ୍ତ ପାଲାଗାୟକ : ଅନିରୁଦ୍ଧ ପାଣିଗ୍ରାହୀ, ଭଣ୍ଡାରୀପୋଖରୀ, ଗାୟକ ଭୂଷଣ କରୁଣାସିନ୍ଧୁ ନାୟକ, ଧୁଷୁରୀ, ଯିଏ ଓଡ଼ିଶା ଓ ଓଡ଼ିଶା ବାହାରେ ପାଲା ପରିବେଷଣ କରିଛନ୍ତି।

ପଦ୍ମପୁରର ଦୃଷ୍ଟିହୀନ ପାଲାଗାୟକ ଅମର ନାୟକ, ଗୋପବନ୍ଧୁ ଦାସ, ରାହାଞ୍ଜ, ଦୁଃଶାସନ ବାରିକ, ଚରମ୍ପା, ଧ୍ରୁବଚରଣ ସେନାପତି, ମଞ୍ଜୁରୀ ରୋଡ।

ଦାସକାଠିଆରେ ଭଦ୍ରକ ଜିଲ୍ଲାରୁ ଯେଉଁ କେତେଜଣ ପ୍ରତିଭାଶାଳୀ ନିଜ କୃତିତ୍ୱର ପରିଚୟ ଦେଇଛନ୍ତି, ସେମାନଙ୍କ ଭିତରୁ ରାଣୀତାଲର ରବୀନ୍ଦ୍ର ବାରିକ ଓ କୁରୁଆ ଗ୍ରାମରେ ଭାଗିରଥୀ ବାରିକ ଅନ୍ୟତମ।

ଆଶ୍ରମ ଓ ଅନୁଷ୍ଠାନ

  • ହରେକୃଷ୍ଣ ମହତାବଙ୍କଦ୍ୱାରା ୧୯୩୧ ମସିହାରେ ଆଗରପଡ଼ାଠାରେ ଗାନ୍ଧୀ କର୍ମମନ୍ଦିର
  • ଗୁଜରାଟର ବିଶିଷ୍ଟ ଗାନ୍ଧିବାଦୀ ଜୀବନରାମ କଲ୍ୟାଣଜୀ କୋଠାରୀଙ୍କ ଦାନରେ ଗରଦପୁରର ଗାନ୍ଧୀ ବାଳାଶ୍ରମ
  • ଭଣ୍ଡାରୀପୋଖରୀର କୁମ୍ଭାରିଆ ଆଶ୍ରମ
  • ସାହିତ୍ୟ ସଂସ୍କୃତି ଓ କଳାର ବିକାଶ ପାଇଁ ଗଢ଼ି ଉଠିଥିବା ଅନ୍ୟାନ୍ୟ ଅନୁଷ୍ଠାନ: ଚାନ୍ଦବାଲିର ପୂଜ୍ୟପୂଜା ସଂସଦ, ଭଦ୍ରକ ପୂଜ୍ୟପୂଜା ସଂସଦ, ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ, ରାମେଶ୍ୱର ସାହିତ୍ୟ ସଂସଦ, ରାନ୍ଦିଆ, ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ, ଚିନ୍ତା ଓ ଚେତନା, ଶାରଦା ବିହାର ଟ୍ରଷ୍ଟ, ଭଦ୍ରକ ଲେଖକ ସାମ୍ମୁଖ୍ୟ, ଭଦ୍ରକ ଗବେଷଣା ପରିଷଦ ଇତ୍ୟାଦି।

ପର୍ଯ୍ୟଟନ ସ୍ଥଳ

  • ରକ୍ତ ତୀର୍ଥ ଇରମ, ବାସୁଦେବପୁର, ଏହାକୁ ଓଡ଼ିଶାର ଜାଲିଆନାୱାଲାବାଗ ବୋଲି ମଧ୍ୟ କୁହାଯାଏ।
    ଏଠାରେ ପାଖାପାଖି ୩୦ ଜଣ ସ୍ୱାଧୀନତା ସଂଗ୍ରାମୀ ବ୍ରିଟିଶ ସରକାର ବିରୋଧରେ ଲଢ଼ି ସ୍ୱାଧୀନତା ପାଇଁ ପ୍ରାଣ ବଳି ଦେଇଥିଲେ ।

ø ମକର ମେଳା - ବାହାଦୁଲ ନଗର ø ମା କାଳୀତ୍ରା ପୀଠ - ବାରିକପୁର

  • ଧାମନଗରସ୍ଥିତ ହୋଜୁର ମୋଜାହିଦ୍-ଏ-ମିଲ୍ଲତ ବାବା (ଖାନକା ସରିଫ ପୀଠ)
  • ଭଦ୍ରକ ଚାନ୍ଦବାଲି ରୋଡ ସରକାର ନଗରସ୍ଥିତ ଖାନକା ସରିଫ ପୀଠ (ବଡ଼ ସରକାର ବାବା ଏବଂ ସାନ ସରକାର ବାବା)ଙ୍କ ପୀଠକୁ ଦେଶର କୋଣ ଅନୁକୋଣରୁ ଅନେକ ଭକ୍ତ ଆସନ୍ତି।

ଶିଳ୍ପ

  • ଫେକର: ଏହା ଦେଶର ଏକ ପ୍ରମୁଖ ଫେରୋକ୍ରୋମ ଉତ୍ପାଦନ କରୁଥିବା କାରଖାନା।

ଭବିଷ୍ୟତ କାର୍ଯ୍ୟ ଯୋଜନା

  • ଭଦ୍ରକ ଜିଲ୍ଲାର ଧାମରାର ଚାରିଡ଼ିହାଠାରେ ଓଡ଼ିଶାର ପ୍ରଥମ ଜାହାଜ ତିଆରି କାରଖାନା ପ୍ରତିଷ୍ଠିତ ହେବାର ଅଛି। ଏହା ପୂର୍ବଭାରତେର ପ୍ରଥମ ପ୍ରାଇଭେଟ ସଂସ୍ଥା ହେବ। ଅପିଜୟ ସୁରେନ୍ଦ୍ର ଗ୍ରୁପ ଓ ଭାରତ ସିପୟାର୍ଡ ଲିମିଟେଡ୍ ଏହି ଆଧୁନିକତମ ଜାହାଜ ତିଆରି କାରଖାନାକୁ ୨୨୦୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରି ମିଳିତ ଭାବେ ଗଢିବେ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୯୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅଟକଳ ହୋଇଛି।
  • ଭଦ୍ରକରେ ୪୮୦୦ କୋଟି ଟଙ୍କାର ୧୧୦୦ ମେଗାୱାଟ୍ ଶକ୍ତି ସମ୍ପନ୍ନ କାରଖାନା ପ୍ରସ୍ତୁତି ପାଇଁ ବିଶାଖା ପ୍ରସ୍ତାବ ଦେଇଛି।
  • ୱେଲସ୍ପନ ପାୱାର ଏଣ୍ଡ ଷ୍ଟିଲ୍ ଲିଃ. ଧାମରାଠାରେ ଏକ ଲୌହ ପରିଶୋଧନ କେନ୍ଦ୍ର ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେିଇଛନ୍ତି। ଏହି କମ୍ପାନୀ ଆଗରୁ ୬୧୦୩.୮୦ କୋଟି ଟଙ୍କାର ଏକ ଇଷ୍ପାତ କାରଖାନା ଟାଙ୍ଗୀଠାରେ ପ୍ରତିଷ୍ଠା କରିବାପାଇଁ ଆଗରୁ ମଞ୍ଜୁରି ପାଇ ସାରିଛନ୍ତି।

ମହାନ ବ୍ୟକ୍ତିବିଶେଷ

ସାଧୁସନ୍ଥ

  • ନାମାଚାର୍ଯ୍ୟ ବୈଷ୍ଣବ ନଣ୍ଡା ବାବା, ଯାହାଙ୍କ ଜୀବନ ଅନେକ ଅଲୌକିକ କିମ୍ବଦନ୍ତୀରେ ପରିପୂର୍ଣ୍ଣ। ପଞ୍ଚୁଟିକ୍ରି ଓ ଉଗ୍ରତରାରେ ତାଙ୍କର ଦୁଇଟି ଆଶ୍ରମ ରହିଛି। ସେ ଶ୍ରୀଚୈତନ୍ୟ ଓ ପ୍ରଭୁ ନିତ୍ୟାନନ୍ଦଙ୍କ ସମ୍ପ୍ରଦାୟର।
  • ଗୋବିନ୍ଦଦାସ ବାବାଜୀ
  • ମହମ୍ମଦ ହବିବୁର ରହେମାନ ମୋଜାହିଦ-ଏ-ମିଲ୍ଲତ, ଧାମନଗରର ଏକ ସାମନ୍ତ ପରିବାରରେ ଜନ୍ମିତ, କିନ୍ତୁ ଜଗତର ଉଦ୍ଧାର ଏବଂ ଲୋକ କଲ୍ୟାଣ ପାଇଁ ସବୁକିଛି ତ୍ୟାଗ କରି ଜନ ସେବା ଆଉ ଶିକ୍ଷାଦାନରେ ଜୀବନକୁ ଜନହିତରେ ଉତ୍ସର୍ଗ କରିଥିଲେ।
  • ସରକାର ସୟଦ ନସିମ ଅଖତର କାଦରୀ ବଡ଼ ସରକାର ବାବା ବିହାର ପ୍ରଦେଶରୁ ଆସିଥିଲେ। ଭଦ୍ରକ ସହର ଅନ୍ତର୍ଗତ ଇସଫପୁର ମୌଜା ଅନ୍ତର୍ଗତ ସେଖସାହି ଅଞ୍ଚଳରେ ଏକ ଜିରଜିନ୍ନ ମସଜିଦକୁ ପୁନରୁଦ୍ଧାର କରି ସେଠାରେ ଅବସ୍ଥାପନ କରି ପ୍ରତେହ ନିଜର ଅଲୌକିକ ଶକ୍ତିଦ୍ୱାରା ଅନେକ ଲୋକଙ୍କ ସେବା କରୁଥିଲେ। ଜାତି, ଧର୍ମ, ବର୍ଣ୍ଣ, ଗୋତ୍ର ନିର୍ବିଶେଷରେ ସମସ୍ତେ ତାଙ୍କ ଆଶୀର୍ବାଦ ପାଉଥିଲେ ଏବଂ ଭକ୍ତ ମନେ ତାଙ୍କୁ ଶ୍ରଦ୍ଧାରେ ବଡ଼ ସରକାର ବାବା ବୋଲି ସମ୍ବୋଧିତ କରୁଥିଲେ।
  • ସରକାର ସୟଦ ଓସିମ୍ ଅଖତର କାଦରୀ ସାନ ସରକାର ବାବା ବଡ଼ ସରକାର ବାବାଙ୍କ ସାନ ଭାଇଙ୍କୁ ସମସ୍ତେ ସାନ ସରକାର ବାବା ବୋଲି ସମ୍ବୋଧିତ କରୁଥିଲେ। ସେ ଉର୍ଦ୍ଧୁ ସାହିତ୍ୟର ସାଧନାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ସର୍ବଦା ଯୁବ ପୀଢ଼ି ମାନଙ୍କୁ ସମସ୍ତ କ୍ଷେତ୍ରରେ ଆଗକୁ ଆସିବା ପାଇଁ ପ୍ରେରଣା ଦେଉଥିଲେ। ତାଙ୍କ ମତରେ ଶିକ୍ଷାର ଗ୍ରହଣ କରିବା ହେଉଛି ପ୍ରତିଟି ମଣିଷର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ। ସେ ତାଙ୍କ ଜୀବନ କାଳରେ ଅନେକ ସଂଗଠନ, ଅନୁଷ୍ଠାନ, ଇତ୍ୟାଦି ଗଠନ କରିଥିଲେ, ତନ୍ମଧ୍ୟରୁ ଅଖିଳ ଭାରତୀୟ ଦୁଃଖୀ ସମାଜ, ଭଦ୍ରକ ଏଡୁକେସନ ଫୋରମ୍ (BEF) ଅନ୍ୟତମ। ଅଖିଳ ଭାରତୀୟ ଦୁଃଖୀ ସମାଜ ଆନୁକୁଲ୍ୟରେ ଏକ ଆମ୍ବୁଲାନ୍ସ ସେବା, ପ୍ରତି ବର୍ଷ ସାନ ସରକାର ବାବାଙ୍କ ଜନ୍ମ ଦିନ (୨୪ ଜାନୁଆରୀ)ରେ ଭଦ୍ରକ, ବାଲେଶ୍ୱର, ସୋର, ଆଦି ଅଞ୍ଚଳରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଉଅଛି। ତାଙ୍କ ସମାଧି (ମଜାର ସରିଫ) ଭଦ୍ରକ ସରକାର ନଗରଠାରେ ଅବସ୍ଥିତ।

ସ୍ୱାଧୀନତା ସଂଗ୍ରାମୀ

ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀମାନେ ହେଲେ- ହରେକୃଷ୍ଣ ମହତାବ, ମହମ୍ମଦ ହନିଫ୍, ନୀଳମଣି ରାଉତରାୟ, ଗୋକୁଳାନ୍ଦ ମହାନ୍ତି, ଚକ୍ରଧର ବେହେରା, ଭାଗବତ ସାହୁ, ମୂରଲୀଧର ଜେନା, ରାମଚନ୍ଦ୍ର ବେହୁରା, ହୃଦାନନ୍ଦ ମଲ୍ଲିକ, କମଳାକାନ୍ତ କର, ଗୌରଚନ୍ଦ୍ର ମହାପାତ୍ର, ଗୌରାଙ୍ଗ ଚରଣ ମହାନ୍ତି, ମୁନସୀ ଅବଦୁଲ ଗନି।

କଳାକାର

ବିଭିନ୍ନ କଳା କ୍ଷେତ୍ରରେ ଭଦ୍ରକ ଅଧିବାସୀମାନଙ୍କର ଦାନ ଅତୁଳନୀୟ। ଏ ଦିଗରେ କେତେକ ବିଶେଷ ବ୍ୟକ୍ତି ବିଶେଷଙ୍କ ନାମ ନିମ୍ନରେ ଦିଆଗଲା:

ସଂଗୀତ ସାଧକ

  • ନିରଞ୍ଜନ ନାୟକ : ନୃତ୍ୟ
  • ରାମହରି ମହାନ୍ତି: ସିତାର
  • ନାରାୟଣ ଚନ୍ଦ୍ର ସାହୁ : ତବଲା
  • ହରିହର ସାହୁ : ବେହେଲା

ଚିତ୍ରଶିଳ୍ପୀ

  • ରବିନାରାୟଣ ନାୟକ – ଧର୍ମପଦ ପୁରସ୍କାର ପ୍ରାପ୍ତ
  • ଅନ୍ୟାନ୍ୟ ଚିତ୍ର ଶିଳ୍ପୀମାନେ ହେଲେ ନିଜାମ, କଳାଶିକ୍ଷକ ଅଶୋକ କୁମାର ମହାନ୍ତି, ସୁଶାନ୍ତ କୁମାର ନାୟକ ଓ ଚୁଡ଼ାମଣି।
  • ଦିଲ୍ଲୀପ ଖୁଣ୍ଟିଆ: ବ୍ୟଙ୍ଗଚିତ୍ର ଶିଳ୍ପୀ

ସାହିତ୍ୟିକ

  • ଗୋଟିଏ ନାଟକରେ ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷା ପ୍ରୟୋଗ କରି ସମଗ୍ର ଭାରତରେ ଅଦ୍ୱିତୀୟ କବି ଭାବରେ ପରିଚିତ ବଂଶୀ ବଲ୍ଲଭ ଗୋସ୍ୱାମୀ
  • ଆଉ କେତେଜଣ ଆଗଧାଡ଼ିର ସାହିତ୍ୟ କାରମାନେ ହେଲେ, କବିଶେଖର ଚିନ୍ତାମଣି ମହାନ୍ତି, ଚାରଣକବି ବାଞ୍ଛାନିଧି ମହାନ୍ତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ଗୌରଚନ୍ଦ୍ର ମହାପାତ୍ର, ହରେକୃଷ୍ଣ ମହତାବ, ପୋଥି ବିଶାରଦ ନୀଳମଣି ମିଶ୍ର, କୃଷ୍ଣ ଚରଣ ବେହେରା
  • ଉର୍ଦ୍ଦୁ ସାହିତ୍ୟରେ ପ୍ରବୀଣ ସଂସ୍କାରବାଦୀ ଓ ଇଶ୍ୱରବିଶ୍ୱାସୀ କବି ହାଜିମୌଲା ବଖସ୍ (ଖ୍ରୀ:୧୮୫୮) ଲେଖିଛନ୍ତି, ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଈଶ୍ୱର ସମସ୍ତଙ୍କୁ ପ୍ରେମ କରନ୍ତି ଓ ସମସ୍ତଙ୍କଠାରୁ ପ୍ରେମ ଚାହାନ୍ତି । ତାଙ୍କ ଭାଷାରେ – ‘ଖୁଦା କା ଇଶ୍ମ ହୈ ଇଶ କେ ରସୁଲିଲ୍ଲା ହାଃ କହତେ ହୈ ୟେ ୱହ ମଞ୍ଜିଲ ହୈ ସବ୍ ଜିସ୍କୁ ଫନାଫିଲ୍ଲା କହତେ ହୈ।’ ସେ ଉର୍ଦ୍ଦୁ ଅକ୍ଷରରେ ପୁସ୍ତକ ପ୍ରକାଶନ ପାଇଁ ପ୍ରଥମେ ଛାପାଖାନା ସ୍ଥାପନ କରିଥିଲେ।
ବେତାର ଗୀତିକାର
  • ନରସିଂହ ମହାପାତ୍ର, ଭଗବାନ ନାୟକ ବର୍ମା, ଡଃ କୀର୍ତ୍ତନ ନାରାୟଣ ପାଢ଼ୀ, ଡଃ ଖଗେନ୍ଦ୍ରନାଥ ମଲ୍ଲିକ, ଅପୂର୍ବ ରଞ୍ଜନ ରାୟ, ଇଂ ଅରୁଣ କୁମାର ପାତ୍ର, ନିର୍ମଳ ରାଉତ, ପିତାମ୍ବର ମିଶ୍ର, ଇଂ ଅଭୟ ସୂତାର।

ନାଟକ ଓ ଅଭିନୟ

  • ଶ୍ୟାମସୁନ୍ଦର ମହାପାତ୍ର, ଗଣକବି ବୈଷ୍ଣବ ପାଣି, ପଲ୍ଲୀ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ନାଟ୍ୟ ଭୁଷଣ ଉମାକାନ୍ତ ବେହେରା, ନବ କିଶୋର ବେହେରା, ସୁଧାଂଶୁ ଶେଖର ନାୟକ ଇତ୍ୟାଦି ଏ ଦିଗରେ ଅଗ୍ର ସ୍ମରଣୀୟ।

ରାଜନୀତିଜ୍ଞ

  • ମୌଲବି ଅବଦୁସ୍ ଶୋଭନ୍ ଖାଁ, ଭଦ୍ରକରୁ ପ୍ରଥମ ମନ୍ତ୍ରୀ ଯିଏକି ଏକ ସମୟରେ ରାଜସ୍ୱ, ସ୍ୱାସ୍ଥ୍ୟ, ଆଇନ ଓ ବାଣିଜ୍ୟ ବିଭାଗ ପାଇଥିଲେ।
  • ଡଃ ହରେକୃଷ୍ଣ ମହତାବ – ଓଡ଼ିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ।
  • ନୀଳମଣି ରାଉତରାୟନବକୃଷ୍ଣ ଚୌଧୁରୀ – ପୂର୍ବତନ ମୁଖ୍ୟମନ୍ତ୍ରୀ
  • ଭାଗବତ ସାହୁ – ଜାତୀୟ ରାଜନୀତିରେ ଅଂଶଗ୍ରହଣ କରିବାରେ ଭଦ୍ରକରୁ ପ୍ରଥମ।

ଆଧାର

ଅଧିକ ତଥ୍ୟ

Tags:

ଭଦ୍ରକ ଜିଲ୍ଲା ଭୂଗୋଳଭଦ୍ରକ ଜିଲ୍ଲା ଜନସଂଖ୍ୟାଭଦ୍ରକ ଜିଲ୍ଲା ସଂସ୍କୃତିଭଦ୍ରକ ଜିଲ୍ଲା ଐତିହ୍ୟଭଦ୍ରକ ଜିଲ୍ଲା ଶିକ୍ଷାଭଦ୍ରକ ଜିଲ୍ଲା ପରମ୍ପରାଭଦ୍ରକ ଜିଲ୍ଲା ଓଷାବ୍ରତଭଦ୍ରକ ଜିଲ୍ଲା ଆଶ୍ରମ ଓ ଅନୁଷ୍ଠାନଭଦ୍ରକ ଜିଲ୍ଲା ପର୍ଯ୍ୟଟନ ସ୍ଥଳଭଦ୍ରକ ଜିଲ୍ଲା ଶିଳ୍ପଭଦ୍ରକ ଜିଲ୍ଲା ମହାନ ବ୍ୟକ୍ତିବିଶେଷଭଦ୍ରକ ଜିଲ୍ଲା ଆଧାରଭଦ୍ରକ ଜିଲ୍ଲା ଅଧିକ ତଥ୍ୟଭଦ୍ରକ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

କୃଷ୍ଣଚନ୍ଦ୍ର ପାଣିଗ୍ରାହୀମାଗୁଣିର ଶଗଡ଼ (କଥାଚିତ୍ର)ଫତୁରାନନ୍ଦବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଗଇଁଠାଥାଲାସେମିଆହ୍ୱାଟ୍ସଆପକୁନ୍ତଳା କୁମାରୀ ସାବତଗୁଗଲଜବାହରଲାଲ ନେହେରୁସ୍ନେହସାରରାଜକିଶୋର ପଟ୍ଟନାୟକଜଗଦୀଶ ମହାନ୍ତିଓଡ଼ିଶାର ପର୍ବପର୍ବାଣିହନୁମାନ ଚାଳିଶାଅଚ୍ୟୁତ ସାମନ୍ତଗୁରୁ ପ୍ରସାଦ ମହାନ୍ତିଆର୍ଯ୍ୟଭଟ୍ଟବାଳୁଙ୍ଗା ଟୋକାଗଣନ ସଂଖ୍ୟାଜୟା ଶର୍ମା (କାର୍ଯ୍ୟକର୍ତ୍ତା)ଚିନ୍ତାମଣି ବେହେରାଦି ଟେଷ୍ଟ ଅଫ ମାଇ ଲାଇଫ୫ ଜୁନସିଦ୍ଧାର୍ଥ ଭରତନବି. ଆର. ଆମ୍ବେଦକରସମ୍ବାଦ (ଖବରକାଗଜ)ଶିଶୁ ଅନନ୍ତ ଦାସକନ୍ଧମାଳ ଜିଲ୍ଲାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଜଗନ୍ନାଥ ପ୍ରସାଦ ଦାସଧନୁଯାତ୍ରାପ୍ରଥମ ବିଶ୍ୱଯୁଦ୍ଧପୁଷ୍ଟିସାରପାଳଙ୍ଗତରଳ ଝାଡ଼ାବିର୍ସା ମୁଣ୍ଡାଭଗବତୀ ଚରଣ ପାଣିଗ୍ରାହୀଇଣ୍ତିଆ ଗେଟପ୍ରସନ୍ନ ଦାସବଳରାମ ଦାସଉପେନ୍ଦ୍ର ଭଞ୍ଜବ୍ୟାଙ୍କଦିବ୍ୟସିଂହ ଦେବବାଣଫକୀର ମୋହନ ସେନାପତିକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇନଷ୍ଟାଗ୍ରାମଚନ୍ଦ୍ରଶେଖର ନନ୍ଦମିଳିମିଳାହିନ୍ଦୁସ୍ତାନ ପେଟ୍ରୋଲିୟମମିଳିତ ଜାତିସଂଘଦାସକାଠିଆରବୀନ୍ଦ୍ରନାଥ ଠାକୁରକଲେରାଭାଷାରାଶି ଓ ନକ୍ଷତ୍ରବସନ୍ତ କୁମାର ଶତପଥୀଜଳଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକା୨ୟ ଓଡ଼ିଶା ବିଧାନ ସଭାଓଡ଼ିଶାର ସଂସ୍କୃତିଭାରତଜଗନ୍ନାଥ ଦାସକାହ୍ନୁଚରଣ ମହାନ୍ତିଚାଣକ୍ୟଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରଥଯାତ୍ରାଗୋପୀନାଥ ମହାନ୍ତିରାମଚନ୍ଦ୍ର ମିଶ୍ରକବିସୂର୍ଯ୍ୟ ବଳଦେବ ରଥଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ🡆 More