ପ୍ରତିଭା ରାୟ: ଓଡ଼ିଆ ସାହିତ୍ୟିକା

ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ ଯାଜ୍ଞସେନୀ (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ । ପରବର୍ତ୍ତୀ ସମୟରେ ଏହ ପୁସ୍ତକଟି ସାତଟି ଭାଷାରେ ଅନୂଦିତ ହୋଇଥିଲା ।

ପଦ୍ମଶ୍ରୀ ପ୍ରତିଭା ରାୟ
ପ୍ରତିଭା ରାୟ: ଜୀବନୀ, ସାହିତ୍ୟ ସର୍ଜନା, ପୁରସ୍କାର ଓ ସମ୍ମାନ
ଜନ୍ମ ଓ ଜନ୍ମସ୍ଥାନ (1943-01-21) ୨୧ ଜାନୁଆରୀ ୧୯୪୩ (ବୟସ ୮୧)
ଅଳାବୋଳ, ଜଗତସିଂହପୁର ଜିଲ୍ଲା
ବୃତ୍ତିଗାଳ୍ପିକ, ଔପନ୍ୟାସିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତ୍ତକୋତ୍ତର (ଶିକ୍ଷା),
ଡକ୍ଟରେଟ (ଶୈକ୍ଷିକ ମନସ୍ତତ୍ତ୍ୱ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିଯାଜ୍ଞସେନୀ, ଶିଳାପଦ୍ମ
ପୁରସ୍କାରଜ୍ଞାନପୀଠ ପୁରସ୍କାର, ଶାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଅକ୍ଷୟ ଚନ୍ଦ୍ର ରାୟ
ସନ୍ତାନଆଦ୍ୟାଶା, ଅନ୍ୱେଷ, ଅୟସକାନ୍ତ
ୱେବସାଇଟ
pratibharay.org

ସେ ବିଦ୍ୟାଳୟର ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଓ ପରେ ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକ ଭାବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ଓଡ଼ିଶା ଲୋକ ସେବା ଆୟୋଗରେ (ଓପିଏସସି) ସଦସ୍ୟ ଭାବେ ଯୋଗଦାନ କରିଥିଲେ ।

ଜୀବନୀ

ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବାଲିକୁଦାଠାରେ ୨୧ ଜାନୁଆରୀ ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।

ସାହିତ୍ୟ ସର୍ଜନା

ପ୍ରତିଭା ରାୟ ୨୦ଟି ଉପନ୍ୟାସ, ୨୪ଟି କ୍ଷୁଦ୍ରଗଳ୍ପ ସଂକଳନ, ୧୦ଟି ଭ୍ରମଣ କାହାଣୀ, ୨ଟି କବିତା ସଂକଳନ ଓ ଅନେକ ପ୍ରବନ୍ଧର ରଚୟିତା ।

ଉପନ୍ୟାସ

  • ଦୁଇଟି ଢେଉ,୧୯୬୬(ବିସ୍ମୃତି ପ୍ରାୟ)
  • ବର୍ଷା ବସନ୍ତ ବୈଶାଖ, ୧୯୭୪
  • ଅରଣ୍ୟ, ୧୯୭୭
  • ନିଷିଦ୍ଧ ପୃଥିବୀ, ୧୯୭୮
  • ପରିଚୟ, ୧୯୭୯
  • ଅପରିଚିତା, ୧୯୭୯
  • ଉପନାୟିକା, ୧୯୭୯
  • ପୂଣ୍ୟତୋୟା, ୧୯୭୯
  • ମେଘମେଦୁର, ୧୯୮୦
  • ଆଶାବରୀ, ୧୯୮୦
  • ଅୟମାରମ୍ଭ, ୧୯୮୧
  • ନିଳତୃଷ୍ଣା, ୧୯୮୧
  • ସମୁଦ୍ରର ସ୍ୱର, ୧୯୮୨
  • ଶିଳାପଦ୍ମ, ୧୯୮୩
  • ଯାଜ୍ଞସେନୀ, ୧୯୮୪
  • ଦେହାତୀତ, ୧୯୮୬
  • ଉତ୍ତରମାର୍ଗ, ୧୯୮୮
  • ଆଦିଭୂମି
  • ମହାମୋହ, ୧୯୯୮
  • ମଗ୍ନମାଟି, ୨୦୦୪
  • ମହାରାଣୀର ପୁତ୍ର (୨୦୦୮)
  • ଶେଷ ଈଶ୍ୱର
  • ପ୍ରାପ୍ତେଷୁ ପୃଥିବୀ (୨୦୧୯ )

.

ଗଳ୍ପ

  • ସାମାନ୍ୟ କଥନ, ୧୯୭୮
  • ଗଙ୍ଗଶିଉଳି, ୧୯୭୯
  • ଅସମାପ୍ତ, ୧୯୮୦
  • ବାବୁ ବାଥ୍‌‌-ରୁମ୍ରେ ଅଛନ୍ତି
  • ଐକତାନ, ୧୯୮୧
  • ଅନାବନା, ୧୯୮୩
  • ହାତବାକ୍ସ, ୧୯୮୩
  • ଘାସ ଓ ଆକାଶ
  • ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା, ୧୯୮୪
  • ଶ୍ରେଷ୍ଠ ଗଳ୍ପ, ୧୯୮୪
  • ଅବ୍ୟକ୍ତ, ୧୯୮୬
  • ଇତିବୃତି, ୧୯୮୭
  • ହରିତପତ୍ର, ୧୯୮୯
  • ପୃଥକ ଇଶ୍ୱର, ୧୯୯୧
  • ଭଗବାନର ଦେଶ, ୧୯୯୧
  • ମନୁଷ୍ୟ ସ୍ୱର, ୧୯୯୨
  • ସ୍ୱନିର୍ବାଚିତ ଶ୍ରେଷ୍ଠ ଗଳ୍ପ, ୧୯୯୪
  • ଷଷ୍ଠସତୀ, ୧୯୯୬
  • ମୋକ୍ଷ, ୧୯୯୬
  • ଉଲ୍ଲଂଘନ, ୧୯୯୮
  • ନିବେଦନମିଦମ, ୨୦୦୦
  • ଗାନ୍ଧୀଙ୍କ ଗାଁ ୨୦୦୩
  • ଝୋଟି ପକା କାନ୍ଥ, ୨୦୦୬

ଭ୍ରମଣ କାହାଣୀ

  • ମୈତ୍ରୀ ପାଦପର ଶାଖା ପ୍ରଶାଖା (ଋଷିଆ), ୧୯୯୦
  • ଦୂର ଦ୍ୱିବିଧ (ଇଂଲଣ୍ଡ, ଫ୍ରାନ୍ସ), ୧୯୯୯
  • ଅପରାଧିର ସ୍ୱେଦ (ଅଷ୍ଟ୍ରେଲିଆ), ୨୦୦୦

ପୁରସ୍କାର ଓ ସମ୍ମାନ

  • ପଦ୍ମଭୂଷଣ, ୨୦୨୨
  • ପଦ୍ମଶ୍ରୀ, ୨୦୦୭
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୦ (ଉଲ୍ଲଙ୍ଘନ)
  • ଜ୍ଞାନପୀଠ, ୨୦୧୧
  • ମୂର୍ତ୍ତୀଦେବୀ ସମ୍ମାନ, ୧୯୯୧ (ଯାଜ୍ଞସେନୀ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୬ (ଶିଳାପଦ୍ମ)
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୯ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ବିଷୁବ ପୁରସ୍କାର, ୧୯୯୫ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଶାରଳା ପୁରସ୍କାର, ୧୯୯୦ (ଯାଜ୍ଞସେନୀ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୧୫ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
  • ସାରଳା ସମ୍ମାନ, ୨୦୧୮
  • କଳିଙ୍ଗ ରତ୍ନ, ୨୦୧୪ (ସାରଳା ସାହିତ୍ୟ ସଂସଦ ପକ୍ଷରୁ ପ୍ରଦତ୍ତ)

ଆଧାର

Tags:

ପ୍ରତିଭା ରାୟ ଜୀବନୀପ୍ରତିଭା ରାୟ ସାହିତ୍ୟ ସର୍ଜନାପ୍ରତିଭା ରାୟ ପୁରସ୍କାର ଓ ସମ୍ମାନପ୍ରତିଭା ରାୟ ଆଧାରପ୍ରତିଭା ରାୟ ଅଧିକ ତଥ୍ୟପ୍ରତିଭା ରାୟଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଜ୍ଞାନପୀଠ ପୁରସ୍କାରଭାରତଶାରଳା ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଜୟ ଜଗନ୍ନାଥତମନ୍ନା ବ୍ୟାସନିତ୍ୟାନନ୍ଦ ମହାପାତ୍ରଗଣନ ସଂଖ୍ୟାହରେକୃଷ୍ଣ ମହତାବମୌଳିକ ସଂଖ୍ୟାସୁରେନ୍ଦ୍ର ମହାନ୍ତିଗୋପାଳ ଛୋଟରାୟପ୍ରାଣବନ୍ଧୁ କରକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ଦିବ୍ୟସିଂହ ଦେବକ୍ରୋଏସିଆଉଇକିଖବରଅଡ଼ିପଞ୍ଚସଖାକଳସା ଚଉତିଶାବିର୍ସା ମୁଣ୍ଡାକବିପଞ୍ଚଲିଙ୍ଗେଶ୍ୱରମଣ୍ଡାରଥଯାତ୍ରାତୁମ ପରି ଛୋଟ ପିଲାଟିଏଚଇତି ଘୋଡ଼ା ନାଚଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାସାଉଦି ଆରବଆସାମଗୌତମ ବୁଦ୍ଧଆସ୍ତିକ ନାସ୍ତିକଛାନ୍ଦମହୁଲବନ୍ଦେ ଉତ୍କଳ ଜନନୀପ୍ରମୁଖ ଅବସାଦ ବେମାରୀ୧୯୩୬ମଧୁସୂଦନ ଦାସଉଇକିକଥାତ୍ରିନାଥ ମେଳା (ଓଡ଼ିଆ କଥାଚିତ୍ର)ବୀଣାପାଣି ମହାନ୍ତିଗୋପପୁର (ଗପ ସଙ୍କଳନ)ତାମିଲ ଭାଷାଅପରେଟିଙ୍ଗ ସିଷ୍ଟମ୨୦୦୫୨ ଅକ୍ଟୋବରଅର୍କ କେଶରୀ ଦେଓଚଢ଼େଇଆ ନାଚସାରଳା ଦାସଜଳ ପ୍ରଦୂଷଣଶେଉଳ୧୯୧୮କାନାଡ଼ାଦକ୍ଷିଣ କୋଏଲ ନ‌ଦୀ୧୪ ମାର୍ଚ୍ଚଶାରଳା ପୁରସ୍କାରPimecrolimusସାବିତ୍ରୀ ଓଷାସୌର ଜଗତଗୁରୁ ପ୍ରସାଦ ମହାନ୍ତିଓଡ଼ିଶାର ଭୂଗୋଳଜହ୍ନଭାରତୀୟ ଜାତୀୟ କଂଗ୍ରେସବିରିଉଇକିପିଡ଼ିଆ🡆 More