ଭାରତର ପ୍ରଧାନମନ୍ତ୍ରୀ: ଭାରତୀୟ ଗଣରାଜ୍ୟର ମୁଖ୍ୟ

ଭାରତର ସଂସଦୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ରମନ୍ତ୍ରୀପରିଷଦର ଅଧ୍ୟକ୍ଷ ହେଉଛନ୍ତି ନିଜେ ପ୍ରଧାନମନ୍ତ୍ରୀ । ସେ ମଧ୍ୟ କେନ୍ଦ୍ର ସରକାରଙ୍କର ପ୍ରଶାସନିକ ମୂଖ୍ୟ ।

Prime Minister of
the Republic of India
ଭାରତର ପ୍ରଧାନମନ୍ତ୍ରୀ: କେନ୍ଦ୍ରମନ୍ତ୍ରୀମଣ୍ଡଳ ଗଠନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାବଳୀ, ଭୂମିକା ଓ ପଦମର୍ଯ୍ୟାଦା
ଭାରତର ପ୍ରଧାନମନ୍ତ୍ରୀ: କେନ୍ଦ୍ରମନ୍ତ୍ରୀମଣ୍ଡଳ ଗଠନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାବଳୀ, ଭୂମିକା ଓ ପଦମର୍ଯ୍ୟାଦା
The Emblem of India
ଭାରତର ପ୍ରଧାନମନ୍ତ୍ରୀ: କେନ୍ଦ୍ରମନ୍ତ୍ରୀମଣ୍ଡଳ ଗଠନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାବଳୀ, ଭୂମିକା ଓ ପଦମର୍ଯ୍ୟାଦା
Incumbent
ନରେନ୍ଦ୍ର ମୋଦୀ

since ୨୬ ମେ ୨୦୧୪
ଭାରତ ସରକାର
ପ୍ରାଧନମନ୍ତ୍ରୀଙ୍କ ଅଫିସ
StyleThe Honourable
Member of
  • Cabinet
  • Planning Commission
  • Department of Space
  • Department of Atomic Energy
Reports toସଂସଦ
Residence୭ ରେସ କୋର୍ସ ରୋଡ଼
Seatରାଇସିନା ହିଲ, ନୂଆ ଦିଲ୍ଲୀ, ଭାରତ
Appointerଭାରତର ରାଷ୍ଟ୍ରପତି
by convention, based on appointee's ability to command confidence in the Lok Sabha.
Term lengthThe prime minister is by convention the leader of the victorious party.
so long as General Elections are held no more than five years apart. No term limits are imposed on the office.
Inaugural holderଜବାହରଲାଲ ନେହେରୁ
Formation15 ଅଗଷ୍ଟ 1947 (1947-08-15) (୭୬ ବର୍ଷ ପୂର୍ବରୁ)
SalaryIndian Rupee ₹2,000,000 (annual, including Indian Rupee ₹960,000 MP's salary)
WebsitePrime Minister's Office

ସମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସମସ୍ତ କାର୍ଯ୍ୟପାଳିକା କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ଥିଲେ ବି ବାସ୍ତବ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ରମନ୍ତ୍ରୀପରିଷଦ ଏହି ସମସ୍ତ କ୍ଷମତା ପ୍ରୟୋଗ କରନ୍ତି । ସେଥିପାଇଁ କୁହାଯାଇଛି ଯେ ଭାରତରେ ସମସ୍ତଙ୍କ ଅପେକ୍ଷା ଅଧିକ କ୍ଷମତାଶାଳୀ ସାମ୍ବିଧାନିକ ପଦବୀର ଅଧିକାରୀ ହେଉଛନ୍ତି ସ୍ୱୟଂ ପ୍ରଧାନମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀମଣ୍ଡଳ ଗଠନ

କେନ୍ଦ୍ରମନ୍ତ୍ରୀମଣ୍ଡଳ ଗଠନରେ ପ୍ରଧାନମନ୍ତ୍ରୀଙ୍କର ଭୂମିକା ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ । ପ୍ରଥମେ, ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ, ରାଷ୍ଟ୍ରପତି ଲୋକ ସଭାରେ ଥିବା ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ଆମନ୍ତ୍ରଣ କରି ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି ଏବଂ ତାଙ୍କର ପରାମର୍ଶକ୍ରମେ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରନ୍ତି । ମାତ୍ର ଯଦି କୈଣସି ଦଳର ସଂଖ୍ୟାଗରିଷ୍ଠତା ନ ଥାଏ, ତେବେ ରାଷ୍ଟ୍ରପତି ତାଙ୍କର ସ୍ୱେଚ୍ଛାକୃତ କ୍ଷମତା ବ୍ୟବହାର କରି ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାବଳୀ

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି । କେନ୍ଦ୍ରମନ୍ତ୍ରୀ ପରିଷଦର ଅଧ୍ୟକ୍ଷ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଅନେକ । ସେ ମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟକ୍ଷତା କରନ୍ତି । ବୈଠକ ବସିବାର ଦିନ ଓ ସମୟ ଧାର୍ଯ୍ୟ କରିବା ଓ କାର୍ଯ୍ୟସୂଚୀ ସ୍ଥିର କରିବା, ମନ୍ତ୍ରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଇତ୍ୟାଦି ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କର । ପ୍ରଧାନମନ୍ତ୍ରୀ ହେଉଛନ୍ତି ରାଷ୍ଟ୍ରପତିଙ୍କର ଉପଦେଷ୍ଟା । କ୍ୟାବିନେଟ ବୈଠକରେ ନିଆଯାଉଥିବା ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ମଧ ପ୍ରଧାନମନ୍ତ୍ରୀଙ୍କ ହାତରେ ନ୍ୟସ୍ତ । ପ୍ରଧାନମନ୍ତ୍ରୀ ହେଉଛନ୍ତି ଯୋଜନା ଆୟୋଗର ଅଧ୍ୟକ୍ଷ । ନିଜ ପଦାଧିକାର ବଳରେ ପ୍ରଧାନମନ୍ତ୍ରୀ ଏହି ମର୍ଯ୍ୟାଦାପୂର୍ଣ୍ଣ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ପ୍ରଧାନମନ୍ତ୍ରୀ ହେଉଛନ୍ତି ଲୋକ ସଭାର ନେତା ଓ ଦେଶର ନେତା । ରାଷ୍ଟ୍ରପତି ଓ ସଂସଦ ମଧ୍ୟରେ ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକମାତ୍ର ଯୋଗସୂତ୍ର ରକ୍ଷାକାରୀ। ବିଭିନ୍ନ ସମୟରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ତାଙ୍କୁ ଦେଶର ହାଲଚାଲ ଜଣାଇଥାନ୍ତି । ପ୍ରଧାନମନ୍ତ୍ରୀ ସଂସଦରେ ସରକାରଙ୍କର ମୁଖପାତ୍ର ଭାବରେ ଦାୟିତ୍ୱ ତୁଲାନ୍ତି । ଆନ୍ତର୍ଜାତିକ ସ୍ତରରେ ଆମ ପ୍ରଧାନମନ୍ତ୍ରୀ ଭାରତର ନେତୃତ୍ୱ ନେଇଥାନ୍ତି । ବିଶେଷକରି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ମୂଖ୍ୟ ଦିଗଦର୍ଶକ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ଦେଶର ସମୂହ ସ୍ୱାର୍ଥରକ୍ଷା କରିବା ହେଉଛି ତାଙ୍କର ଗୁରୁଦାୟିତ୍ୱ ।

ଭୂମିକା ଓ ପଦମର୍ଯ୍ୟାଦା

ପ୍ରଧାନମନ୍ତ୍ରୀ ବାସ୍ତବରେ ହେଉଛନ୍ତି ଅଖଣ୍ଡ କ୍ଷମତାର ଅଧିକାରୀ । ତାଙ୍କ ନିର୍ଦ୍ଦେଶରେ ଆମ ଦେଶରେ ଶାସନ ଚାଲେ । ତାଙ୍କୁ ସୌର ଜଗତର ସୂର୍ଯ୍ୟଙ୍କ ସହିତ ତୁଳନା କରାଯାଇପାରେ । ତେବେ ପ୍ରଧାନମନ୍ତ୍ରୀଙ୍କ ପଦମର୍ଯ୍ୟାଦା ତାଙ୍କ ବ୍ୟକ୍ତିତ୍ୱ ଉପରେ ନିର୍ଭର କରେ । ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ତ୍ୱ ସଂପନ୍ନ ପ୍ରଧାନମନ୍ତ୍ରୀ ନିଜ ପଦବୀକୁ ଅଧିକ ବଳିଷ୍ଠ କରିଥାନ୍ତି । ଉପଯୁକ୍ତ ଦୂରଦୃଷ୍ଟି ଥିବା ପ୍ରଧାନମନ୍ତ୍ରୀ ନିଜ କ୍ଷମତା ବଳରେ ଦେଶରେ ସୁଶାସନ ପ୍ରତିଷ୍ଠା କରିପାରନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ବାଦ ଦେଲେ ମନ୍ତ୍ରୀପରିଷଦର ସ୍ଥିତି ସମ୍ପୂର୍ଣ୍ଣ ଅସମ୍ଭବ । ତେବେ ଦଳୀୟ ସମର୍ଥନ ଓ ନେତୃତ୍ୱ, ସାମ୍ବିଧାନିକ ବିଚାରଧାରା, ପ୍ରଶାସନିକ ରଣକୌଶଳ ଦେଶର ସାମ୍ପ୍ରତିକ ରାଜନୈତିକ, ଅର୍ଥନୈତିକ ତଥା ସାମ୍ବିଧାନିକ ପରିସ୍ଥିତି, ନିଜର ପ୍ରଜ୍ଞା ତଥା ପ୍ରାକ-ଅଭିଜ୍ଞତା ଇତ୍ୟାଦି କାରଣରୁ ଜଣେ କାର୍ଯ୍ୟରତ ପ୍ରଧାନମନ୍ତ୍ରୀଙ୍କର ସଫଳତା ଓ ବିଫଳତା ଆକଳନ କରାଯାଏ । ସଂପ୍ରତି ଭାରତରେ ପ୍ରଧାନମନ୍ତ୍ରୀୟ ସରକାରର ପ୍ରାଧାନ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି ।

କେନ୍ଦ୍ରମନ୍ତ୍ରୀମଣ୍ଡଳ

ଭୂମିକା

କାର୍ଯ୍ୟାବଳୀ

ଆହୁରି ଦେଖନ୍ତୁ

ଆଧାର

ବାହାର ତଥ୍ୟ

Tags:

ଭାରତର ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀମଣ୍ଡଳ ଗଠନଭାରତର ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାବଳୀଭାରତର ପ୍ରଧାନମନ୍ତ୍ରୀ ଭୂମିକା ଓ ପଦମର୍ଯ୍ୟାଦାଭାରତର ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀମଣ୍ଡଳଭାରତର ପ୍ରଧାନମନ୍ତ୍ରୀ ଆହୁରି ଦେଖନ୍ତୁଭାରତର ପ୍ରଧାନମନ୍ତ୍ରୀ ଆଧାରଭାରତର ପ୍ରଧାନମନ୍ତ୍ରୀ ବାହାର ତଥ୍ୟଭାରତର ପ୍ରଧାନମନ୍ତ୍ରୀଭାରତ

🔥 Trending searches on Wiki ଓଡ଼ିଆ:

ଦରୱାଜା ଗ୍ୟାସ ଗହ୍ଵରଶାଗପ୍ରଦୋଷ ବ୍ରତକଣ୍ଡୁରୀ ଚରଣ ଦାସଗୋଦାବରୀଶ ମିଶ୍ରମନୋଜ ଦାସରତ୍ନାକର ଚଇନିଭାରତର ପ୍ରଧାନମନ୍ତ୍ରୀମ୍ୟାଲେରିଆସାତକଡ଼ି ହୋତାଗୁଗଲହିନ୍ଦୀଇସ୍ପାତଅଶୋକ (ଗଛ)ଅନୁଗୋଳବିଜ୍ଞାନଅବସାଦନୀଳମଣି ବିଦ୍ୟାରତ୍ନଛଉ ନାଚହନୁମାନ ବାଟିକାଶରତ କୁମାର ମହାନ୍ତିଇରା ମହାନ୍ତିପ୍ରଦୂଷଣକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବମୁକ୍ତିକାନ୍ତ ମଣ୍ଡଳଅଶୋକ (ସମ୍ରାଟ)ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଦେବୀପ୍ରସନ୍ନ ପଟ୍ଟନାୟକଅଟିଜିମ୍‌କୋରାପୁଟଜଗନ୍ନାଥ ଦାସନବଦୁର୍ଗାରାମକ୍ରିଏଟିଭ କମନ୍ସଓଡ଼ିଶାର ଲୋକନୃତ୍ୟହାତଅମୃତାୟନଲଳିତ ମାନସିଂହଚବିଶ ଗୁରୁସୋଡିୟମ୍ ନାଇଟ୍ରାଇଟ (ଡାକ୍ତରୀ ବ୍ୟବ‌ହାର)ନାରାୟଣ ସାହୁ (ବହୁବିକଳ୍ପ)ଦଣ୍ଡ ନାଟଲିଙ୍ଗରାଜ ମନ୍ଦିରରବୀନ୍ଦ୍ର କୁମାର ସେଠୀପ୍ରାଣୀଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହାତୀପରମାନନ୍ଦ ଆଚାର୍ଯ୍ୟସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)ପକ୍ଷମଣିଷରାଇମୋହନ ପରିଡ଼ାରେବତୀ (କ୍ଷୁଦ୍ରଗଳ୍ପ)ଚିଲିକା (ବହୁବିକଳ୍ପ)Democratic Republic of the Congoବିଷ୍ଣୁବନ୍ଦେ ଉତ୍କଳ ଜନନୀଓଡ଼ିଶାର ପଞ୍ଚାୟତ ସମିତି ତାଲିକାହନୁମାନ ଚାଳିଶାଅଗଣି ନାୟକ୨୬ ଅପ୍ରେଲସୀତାକାନ୍ତ ମହାପାତ୍ର🡆 More