ଉମେଶଚନ୍ଦ୍ର ସରକାର: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଉମେଶଚନ୍ଦ୍ର ସରକାର(୧୮୫୭-୧୯୧୪) ଥିଲେ ପ୍ରଥମ ଓଡ଼ିଆ ଔପନ୍ୟାସିକ । ସେ ରଚନା କରିଥିବା 'ପଦ୍ମମାଳୀ' ଓଡ଼ିଆ ସାହିତ୍ୟର ପ୍ରଥମ ସମ୍ପୂର୍ଣ୍ଣ ଉପନ୍ୟାସ । ସେ ଏହାକୁ ୩୨ ବର୍ଷ ବୟସରେ ଲେଖିଥିଲେ । ଏହା ୧୮୮୮ ମସିହାରେ କଟକ ପ୍ରିଣ୍ଟ କମ୍ପାନୀରୁ ପ୍ରଥମେ ପ୍ରକାଶିତ ହୋଇଥିଲା ।

ଉମେଶଚନ୍ଦ୍ର ସରକାର
ଜନ୍ମ ଓ ଜନ୍ମସ୍ଥାନ୧୮୫୭
ମୃତ୍ୟୁ୧୯୧୪
ଭାଷାଓଡ଼ିଆ
ଜାତୀୟତାଉମେଶଚନ୍ଦ୍ର ସରକାର: ବ୍ୟକ୍ତିଗତ ଜୀବନ, ସାହିତ୍ୟ ସର୍ଜନା, ଆଧାର ଭାରତୀୟ

ବ୍ୟକ୍ତିଗତ ଜୀବନ

ଉମେଶଚନ୍ଦ୍ରଙ୍କ ପରିବାର ଓଡ଼ିଶାରେ ରହିଆସିଥିବା ଏକ ବଙ୍ଗାଳୀ ପରିବାର ଥିଲେ । ଉମେଶଚନ୍ଦ୍ର ୧୮୫୭ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଇଶ୍ୱରଚନ୍ଦ୍ର ସରକାର । ସେ ଥିଲେ ଜଣେ ପୁଲିସ ଦରୋଗା । ଉମେଶଚନ୍ଦ୍ରଙ୍କୁ ୨ବର୍ଷ ବୟସ ବେଳକୁ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ପିତାଙ୍କ୍ ଦେହାନ୍ତ ପରେ, ସେମାନେ ସପରିବାର କଟକ ଚାଲିଆସି କାଳିବଜାରର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ । କଟକରୁ ସ୍ନାତକ ଶିକ୍ଷା ସମାପ୍ତ କରି ଉମେଶଚନ୍ଦ୍ର ତତକାଳୀନ ଓଡ଼ିଶା କମିଶନରଙ୍କ କାର୍ଯ୍ୟାଳୟରେ କାମ କରିବା ଆରମ୍ଭ କରିଥିଲେ । ପରେ ସେ ଢେଙ୍କାନାଳ, ତାଳଚେର ଓ କନିକା ଇଷ୍ଟେଟରେ ମଧ୍ୟ କାମ କରିଥିଲେ । କନିକାରେ କାମ କରୁଥିବା ସମୟରେ ଅସୁସ୍ଥତା ହେତୁ ୧୮୯୯ ମସିହାରେ ସେ ସ୍ୱେଚ୍ଛାକୃତ ଅବସର ନେଇ କଟକ ଫେରି ଆସିଥିଲେ । କଟକ ଆସି ସୁସ୍ଥ ହେବାପରେ ସେ ସାହିତ୍ୟ ସର୍ଜନାରେ ମନୋନିବେଶ କରିଥିଲେ ।

୧୯୧୪ ମସିହାରେ ଆମାଶୟ ରୋଗରେ ପୀଡ଼ିତ ହୋଇ, ଉମେଶଚନ୍ଦ୍ରଙ୍କର ଦେହାନ୍ତ ହୋଇଥିଲା ।

ସାହିତ୍ୟ ସର୍ଜନା

୧୯୦୭ ମସିହାରୁ ଉଦାସୀ ଛଦ୍ମନାମରେ, ସେ କେନ୍ଦୁଝର ବିଦ୍ରୋହ ନାମକ ଏକ ଧାରାବାହିକ ଐତିହାସିକ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଥିଲା । ପରେ ସେ ଉଭୟ ଓଡ଼ିଆ ଓ ଇଂରଜୀ ଭାଷାରେ ପୁସ୍ତକ ଲେଖିଛନ୍ତି । ଉମେଶଚନ୍ଦ୍ର ପଦ୍ମମାଳୀର ମୁଖବନ୍ଧରେ ଓଡ଼ିଆ ଭାଷାରେ ନିଜର କମ ଦକ୍ଷତା ସ୍ୱୀକାର କରି ଲେଖିଥିଲେ ଯେ, ସେ ହୁଏତ ଏଥିପାଇଁ ହାସ୍ୟାସ୍ପଦ ହୋଇପାରନ୍ତି ।

ପଦ୍ମମାଳୀ ଉପନ୍ୟାସର ପୃଷ୍ଟଭୂମୀରେ ଥିଲା, ଦୁଇଟି ଗଡ଼ଜାତ ରାଜ୍ୟ ମୟୁରଭଞ୍ଜ ଓ ନୀଳଗିରି ମଧ୍ୟରେ ଥିବା ବିବାଦ । ଏହି ବିବାଦ ମଧ୍ୟରେ ପରିକ୍ଷୀତ ସିଂହ ଓ ପଦ୍ମମାଳୀଙ୍କ ମଧ୍ୟରେ ଥିବା ପ୍ରେମ ମଧ୍ୟ ଉପନ୍ୟାସର ବିଷୟବସ୍ତୁ । ଉପନ୍ୟାସଟିରେ ୧୮୩୫ମସିହା ଫେବୃଆରୀ ଓ ଜୁନ ମାସ ମଧ୍ୟରେ ଘଟିଥିବା ଉପରୋକ୍ତ ଘଟଣାକୁ ବିଷୟବସ୍ତୁ ଭାବରେ ନିଆଯାଇଛି ।

ରଚନାବଳୀ

  • ପଦ୍ମମାଳୀ - ୧୮୮୮
  • କେନ୍ଦୁଝର ବିଦ୍ରୋହ
  • ଓଡ଼ିଆ ଢଗଢମାଳି
  • ମହିମ୍ନସ୍ତବ
  • Easy way to learn English
  • Temple of Truth
  • Speaking the Truth


ଆଧାର

Tags:

ଉମେଶଚନ୍ଦ୍ର ସରକାର ବ୍ୟକ୍ତିଗତ ଜୀବନଉମେଶଚନ୍ଦ୍ର ସରକାର ସାହିତ୍ୟ ସର୍ଜନାଉମେଶଚନ୍ଦ୍ର ସରକାର ଆଧାରଉମେଶଚନ୍ଦ୍ର ସରକାର

🔥 Trending searches on Wiki ଓଡ଼ିଆ:

୨ ଜୁନସୁକୁମାର ସେନମୟୂରଭଞ୍ଜ ଜିଲ୍ଲାବାଲେଶ୍ୱର ଜିଲ୍ଲାଜୟ ଜଗନ୍ନାଥବିରଜା ମନ୍ଦିରଇଷ୍ଟ୍ରାଡେଫାଇଲିନପଇସାସମୟମଣ୍ଡଳରାମାୟଣରମାକାନ୍ତ ରଥଓଡ଼ିଶାର ଦୋଳଯାତ୍ରାଉଦ୍‌ବେଗତିର୍ଥେଶ୍ୱର ଶିବ ମନ୍ଦିରଗୋଲୋକ ବିହାରୀ ଧଳକାନାଡ଼ାଧରିତ୍ରୀମହାନଦୀଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ୨୦୦୬୨୦୨୨ ଫିଫା ବିଶ୍ୱକପ୍ମଧ୍ୟ ଏସିଆମୁକ୍ତେଶ୍ୱର ଦେଉଳବୀଣାପାଣି ମହାନ୍ତିଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାପ୍ରହ୍ଲାଦ ନାଟକଇସଲାମ ଧର୍ମରେବତୀ (କ୍ଷୁଦ୍ରଗଳ୍ପ)ଉଦ୍‌ଜାନଶିବନବୀନ ପଟ୍ଟନାୟକଓଡ଼ିଆ ସାହିତ୍ୟର ଇତିହାସହିନ୍ଦୁ ବିବାହ ଅଧିନିୟମ, ୧୯୫୫୨୧ ମାର୍ଚ୍ଚଶୀତଳ ଷଷ୍ଠୀ ଯାତ୍ରାବେଙ୍ଗଉତ୍କଳ ଦିବସଫାଲଗୁନ୧୧ ଅପ୍ରେଲଜ୍ଞାନକୋଷପୂର୍ବେଶ୍ୱର ଶିବ ମନ୍ଦିରଭାରତୀୟ ମୁଦ୍ରାନକ୍ସଲବାଦମଙ୍ଗଳା ମନ୍ଦିରଆମ୍ବଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଇଂରାଜୀ ଭାଷାକ୍ଲାଉଡ଼ ଟେକ୍ନୋଲୋଜିଶେଷ ଶ୍ରାବଣମହାଭାରତରଜଆଙ୍ଗୋଲାବ୍ରହ୍ମୋତ୍ରୀ ମହାନ୍ତିବୁଦ୍ଧ ପୂର୍ଣ୍ଣିମାହଂକଂବିଶ୍ୱଜିତ ଦାସମହାବୀର ଜୈନ୯ ଫେବୃଆରୀଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶାରଳା ପୁରସ୍କାରଅମରପୋଇପ୍ଲାଟିପସଶ୍ରବଣ ( ରାମାୟଣ ର ଚରିତ୍ର )ସାହି ଯାତପଠାଣି ସାମନ୍ତଦାମୋଦର ରାଉତକଟକଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଗୋପୀନାଥ ନନ୍ଦଲୋକ ସଭାଖପୁରୀ କଣା ଅସ୍ତ୍ରୋପଚାର🡆 More