କିରଣ ବେଦୀ

କିରଣ ବେଦୀ (ଜନ୍ମ:୯ ଜୁନ୍ ୧୯୪୯) ଜଣେ ଅବସର ପ୍ରାପ୍ତ ଭାରତୀୟ ପୋଲିସ ଅଫିସର, ସମାଜସେବୀ, ପୂର୍ବବର୍ତ୍ତୀ ଟେନିସ୍ ଖେଳାଳୀ ଓ ରାଜନେତ୍ରୀ ଏବଂ ବର୍ତ୍ତମାନ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍‌ନର୍ ଅଟନ୍ତି। ସେ ହେଉଛନ୍ତି ଭାରତର ପ୍ରଥମ ଆଇ ପି ଏସ୍ ଅଫିସର। ୩୫ ବର୍ଷ ପରେ ୨୦୦୭ ମସିହାରେ ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ ଆଣ୍ଡ ଡେଭଲପ୍‌ମେଣ୍ଟର ଜେନେରାଲ୍‌ ଡାଇରେକ୍ଟର ଭାବେ କିରଣ ତାଙ୍କ ପୋଲିସ୍ ଚାକିରିରୁ ଅବସର ନେଇଥିଲେ।

କିରଣ ବେଦୀ
କିରଣ ବେଦୀ
୨୦୧୪ ମସିହାରେ ଆଇ ଆଇ ଟି ମାଡ୍ରାସ୍ଠାରେ ବେଦୀ କହୁଛନ୍ତି
ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍‌ନର୍
Incumbent
Assumed office
29 May 2016
ପୂର୍ବ ଅଧିକାରୀଏ କେ ସିଙ୍ଗ୍
Officer, Indian Police Service କିରଣ ବେଦୀ
କାର୍ଯ୍ୟକାଳ
୧୯୭୨-୨୦୦୭
ବ୍ୟକ୍ତିଗତ ସବିଶେଷ
ଜନ୍ମ
Kiran Peshawaria

(1949-06-09) ୯ ଜୁନ ୧୯୪୯ (ବୟସ ୭୪)
ଅମୃରସର, ପଞ୍ଜାବ, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀବ୍ରିଜ ବେଦୀ (୧୯୭୨-୨୦୧୭; ତାଙ୍କ ମୃତ୍ୟୁ)
ସନ୍ତାନସାଇନା (ଜନ୍ମ ସୁକ୍ରୀତି), ଝିଅ
ବାପା/ବୋଉପ୍କାଶ ଲାଲ ଓ ପ୍ରେମ ଲତା
ଘରପୁଡୂଚେରୀ
ଶିକ୍ଷାବିଏ (ଅନର୍ସ) ଇଂରାଜୀ, ୧୯୬୮
ଏମ୍ ଏ ରାଜନୀତି ବିଜ୍ଞାନ, ୧୯୭୦
ଓକିଲାତି, ୧୯୮୮
ପି ଏଚ ଡି, ୧୯୯୩
ଶିକ୍ଷାନୁଷ୍ଠାନପଞ୍ଜାବ ବିଶ୍ୱବିଦ୍ୟାଳୟ, ଚଣ୍ଡୀଗଡ଼
ଦିଲ୍ଲୀ ବିଶ୍ୱବିଦ୍ୟାଳୟ
ଆଇ ଆଇ ଟି, ଦିଲ୍ଲୀ
ବୃତ୍ତିରାଜନୀତି, ସମାଜସେବୀ, ଅବସର ପ୍ରାପ୍ତ ପୋଲିସ୍ ଅଫିସର୍
ପୁରସ୍କାରୟୁନାଇଟେଡ ନେସନ୍ ମେଡାଲ, ୨୦୦୪
ରାମୋନ ମାଗସେସେ, ୧୯୯୪
ପ୍ରେସିଡେଣ୍ଟ୍‌ସ୍ ପୋଲିସ୍ ମେଡାଲ୍, ୧୯୭୯
ୱେବସାଇଟkiranbedi.com

୧୯୬୬ ମସିହାରେ କିରଣ ତାଙ୍କ ତରୁଣ ବୟସରେ ଜାତୀୟ ଟେନିସ୍ ଖେଳରେ ବିଜୟୀ ହୋଇଥିଲେ। ୧୯୬୫ରୁ ୧୯୭୮ ମସିହା ମଧ୍ୟରେ ସେ ଜାତୀୟ ସ୍ତରରେ ଓ ରାଜ୍ୟ ସ୍ତରରେ ଚାମ୍ପିୟାନ ହୋଇ ବହୁତ ଉପାଧି ପାଇସାରିଥିଲେ। ବେଦୀ ଆଇ ପି ଏସ୍ରେ ଯୋଗ ଦେବା ପରେ ଦିଲ୍ଲୀ, ଗୋଆ,ଚଣ୍ଡୀଗଡ଼ମିଜୋରାମରେ ପୋଲିସ୍ ଅଫିସର୍ ଭାବେ କାର୍ଯ୍ୟ କରିଛନ୍ତି। ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ସେ ପ୍ରଥମେ ଆସିସ୍‌ଷ୍ଟାଣ୍ଟ ସୁପରିଟେଣ୍ଟ ଅଫ୍ ପୋଲିସ୍ ହିସାବରେ ଯୋଗ ଦେଇ ତାଙ୍କ ଭବିଷ୍ୟତର ଶୁଭାରମ୍ଭ କରିଥିଲେ ଓ ୧୯୮୯ ମସିହାରେ ସେ ପ୍ରେସିଡେଣ୍ଟ୍‌ସ୍ ପୋଲିସ୍ ମେଡାଲ ପାଇଥିଲେ। ଏହାପରେ ସେ ପଶ୍ଚିମ ଦିଲ୍ଲୀ ଆଡକୁ ମୁହାଁଇ ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ କମାଇଥିଲେ। ପରବର୍ତ୍ତୀକାଳରେ ସେ ଟ୍ରାଫିକ ପୋଲିସ ଅଫିସର୍ ହିସାବରେ ଦିଲ୍ଲୀରେ ୧୯୮୨ ଏସିଆନ୍ ଗେମ୍ ଓ ଗୋଆର ୧୯୮୩ CHOGMରେ ଟ୍ରାଫିକ ବ୍ୟବସ୍ଥାର ଆୟୋଜନ କରିଥିଲେ। ଡିସିପି ହିସାବରେ ଉତ୍ତର ଦିଲ୍ଲୀରେ ସେ ଔଷଧ ଅପବ୍ୟବାହାରକୁ ନେଇ ଏକ ପ୍ରଚାର କଲେ।

୧୯୯୩ ମସିହା ମେ' ମାସରେ ସେ ଇନ୍ସପେକ୍ଟର ଜେନେରାଲ୍ ହିସାବରେ ଯୋଗ ଦେଇଥିଲେ। ସେ ତିହାର ଜେଲ୍ରେ ବହୁ ସୁଧାର ଆଣିଥିଲେ ଯେଉଁଟାକି ତାଙ୍କୁ ବହୁତ ପ୍ରଶଂସାର ପାତ୍ର କରିଥିଲା ଓ ସେଥିପାଇଁ ସେ ରାମୋନ ମାଗସେସେ ପୁରସ୍କାର ମଧ୍ୟ ପାଇଥିଲେ। ୨୦୦୩ ମସିହାରେ ବେଦୀ ସେକ୍ରେଟାରୀ ଜେନେରାଲ ଅଫ୍ ୟୁନାଇଟେଡ ନେସନ୍‌ରେ ଭାରତର ପ୍ରଥମ ମହିଳା ପୋଲିସ ଉପଦେଶଦାତା ସାଜିଥିଲେ। ୨୦୦୭ ମସିହାରେ ସେ ସାମାଜିକ କାର୍ଯ୍ୟ ପ୍ରତି ଓ ଲେଖାଲେଖି ପ୍ରତି ମନବଳାଇ ପୋଲିସ୍ ଚାକିରିରୁ ଅବସର ନେଇଥିଲେ। ୨୦୦୮ରୁ ୨୦୧୧ ମସିହା ମଧ୍ୟରେ ସେ ଏକ କୋର୍ଟ ସୋ ଆୟୋଜନ କରିଥିଲେ ଯାହାର ନାଁ ଆପ୍‌କି କଚେରୀ। ୨୦୧୧ ମସିହାରେ ଦୁର୍ନୀତି ବୋରଧରେ ସେ ଜଣେ ଟାଣୁଆ ନେତ୍ରୀ ଥିଲେ ଓ ୨୦୧୫ ମସିହାରେ ଭାରତୀୟ ଜନତା ପାର୍ଟି ସେ ଯୋଗଦାନ ଦେଇଥିଲେ। ୨୦୧୫ ଦିଲ୍ଲୀ ବିଧାନ ସଭା ନିର୍ବାଚନରେ ସେ ଦଳର ମନ୍ତ୍ରୀପଦ ପାଇ ପ୍ରତିଯୋଗିତା ପରାଜିତ ହୋଇଥିଲେ। ଏହାପରେ ୨୦୧୬ ମସିହା ମେ' ୨୨ ତାରିଖରେ ସେ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍‌ନର୍ ହିସାବରେ ନିଯୁକ୍ତି ପାଇଥିଲେ।

ପ୍ରାଥମିକ ଜୀବନ ଓ ଶିକ୍ଷା

ବେଦୀ ୧୯୪୯ ମସିହା ଜୁନ ମାସ ୯ ତାରିଖରେ ଅମୃତସରଠାରେ ଏକ ପଞ୍ଜାବୀ ବ୍ୟବସାୟୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପ୍ରକାଶ ଲାଲ ପେଶୱାରିଆ ଓ ପ୍ରେମ ଲତାଙ୍କ ଦ୍ୱିତୀୟ ସନ୍ତତି ଥିଲେ। ତାଙ୍କ ତିନି ଭଉଣୀ ଥିଲେ ଶଶୀ, ରିତା ଓ ଅନୁ।

Tags:

🔥 Trending searches on Wiki ଓଡ଼ିଆ:

ଇବୁଟିଲାଇଡଜୟୀ ରାଜଗୁରୁପୂର୍ବ ଭାଦ୍ରପଦ (ନକ୍ଷତ୍ର)ଚିଲିକା ହ୍ରଦକୃଷ୍ଣପ୍ରସାଦ ମିଶ୍ରଭଦଭଦଳିଆପର୍ଶୁରାମ ପାଣିଗ୍ରାହୀଜାତୀୟ ସଙ୍ଗୀତକମ୍ପ୍ୟୁଟରଲଣ୍ଡନକ୍ୟୁ. ଆର. କୋଡ଼୧୦ ମାର୍ଚ୍ଚରାଜେନ୍ଦ୍ର କିଶୋର ପଣ୍ଡାଅରଣ୍ୟ ରୋଦନବଡ଼ସିଂହାର ବେଶଥୁକୁଲ୍ଶିବନବରାତ୍ରୀଗଜ ଉଦ୍ଧାରଣ ବେଶଉତ୍କଳ ଦିବସଭୂମିକା ଦାଶସୁଭାଷ ଚନ୍ଦ୍ର ବୋଷଦୈନିକ ଆଶାଛ ମାଣ ଆଠ ଗୁଣ୍ଠପୃଥିବୀସୁଗ୍ରୀବଖାଦ୍ୟବଙ୍ଗଳାଦେଶଓଡ଼ିଆ ରାମାୟଣଦସ୍ତାବାସନ୍ତୀଗୀତଗୋବିନ୍ଦବି. ଆର. ଆମ୍ବେଦକରସୁନାବେଶ୩ ଅଗଷ୍ଟବୈକୁଣ୍ଠନାଥ ପଟ୍ଟନାୟକଯାଜପୁର ଜିଲ୍ଲାମଟର ସାଇକେଲସୂର୍ଯ୍ୟପରାଗଉଚ୍ଛ୍ୱାସ (କବିତା ସଙ୍କଳନ)ଓଡ଼ିଶାର ପର୍ବପର୍ବାଣିଆଜ୍‌ମାରାଜକିଶୋର ରାୟଔଷଧୀୟ ଗଛଲତାମାନଙ୍କର ତାଲିକାଅଭୟ ସିଂହଶ୍ରବଣା (ନକ୍ଷତ୍ର)ଭାରତର ସଂସ୍କୃତିwiki.phtmlଚୌଧୁରୀ ହେମକାନ୍ତ ମିଶ୍ରଜୟ ଜଗନ୍ନାଥପ୍ରଦୀପ କୁମାର ପାଣିଗ୍ରାହୀଅଖିଳ ମୋହନ ପଟ୍ଟନାୟକଗଙ୍ଗବଂଶଭାରତୀୟ ସମ୍ବିଧାନଶଙ୍ଖରଥଯାତ୍ରାମଣିଷ୨ (ସଂଖ୍ୟା)ଡିଫେଲାଇକଫଲିନମହାଦେଶଧାତୁଉପେନ୍ଦ୍ର କିଶୋର ଦାସ୨୭ ଅପ୍ରେଲବଳରାମ ଦାସହସ୍ତା (ନକ୍ଷତ୍ର)ବେଣୁଧର ରାଉତରଥଫକୀର ମୋହନ ସେନାପତିଅନନ୍ତ ପଟ୍ଟନାୟକ🡆 More