ନକ୍ଷତ୍ର ପୂର୍ବ ଭାଦ୍ରପଦ: ନକ୍ଷତ୍ର

ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ପଞ୍ଚବିଂଶତମ ନକ୍ଷତ୍ର ହେଉଛି ପୂର୍ବ ଭାଦ୍ରପଦ । ରାଶିଚକ୍ର (ଅପମଣ୍ଡଳ)ରେ କୁମ୍ଭ ରାଶିରେ ୨୦ ଡିଗ୍ରୀରୁ ମୀନ ରାଶିରେ ୩ ଡିଗ୍ରୀ ୨୦ ମିନିଟ ଯାଏଁ ବ୍ୟାପ୍ତ ।

ନକ୍ଷତ୍ର ପୂର୍ବ ଭାଦ୍ରପଦ: ଜ୍ୟୋତିଷୀୟ ପରିଚୟ, ପୌରାଣିକ କିମ୍ବଦନ୍ତୀ, ଅଧିକ ତଥ୍ୟ
ରାଶି ଚକ୍ରରେ ପୂର୍ବ ଭାଦ୍ରପଦ ନକ୍ଷତ୍ରର ଅବସ୍ଥିତି

ଜ୍ୟୋତିଷୀୟ ପରିଚୟ

ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।

ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି ।

ବିଶେଷତ୍ୱ

  • ହିନ୍ଦୁ ଜ୍ୟୋତିଷ ମତେ ପୂର୍ବ ଭାଦ୍ରପଦ ନକ୍ଷତ୍ର ଦୁଇଟି ତାରାପୁଞ୍ଜର(en:Alpha Pegasi, en:Beta Pegasi) ସମାହାର । ଏହି ତାରାପୁଞ୍ଜ ଏକ ଦୁଇମୁହଁ ଥିବା ମଣିଷ ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ପୂର୍ବ ଭାଦ୍ରପଦ ।
  • ପୂର୍ବ ଭାଦ୍ରପଦ ରାଶିଚକ୍ରରେ କୁମ୍ଭ (ରାଶି)ରେ ୨୦ ଡିଗ୍ରୀରୁ ମୀନ ରାଶିରେ ୩ ଡିଗ୍ରୀ ୨୦ ମିନିଟ ଯାଏଁ ବ୍ୟାପ୍ତ ।
  • ବୃହସ୍ପତ୍ତି ଏହାର ଅଧିପତି ।
  • ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ରାକ୍ଷସଗଣ ଓ ସତ୍ତ୍ୱଗୁଣ ସହ ସମ୍ବନ୍ଧିତ ।
  • ବୈଦିକ ଜ୍ୟୋତିଷ ମତେ ପୂର୍ବ ଭାଦ୍ରପଦ ନକ୍ଷତ୍ର ଲିଙ୍ଗ ଭେଦରେ ପୁରୁଷ ଓ ଜାତି ଭେଦରେ ବ୍ରାହ୍ମଣ ।
  • ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ଧୂର୍ତ୍ତ ଏବଂ ଆଶାବାଦୀ ହୋଇଥାଆନ୍ତି ।
  • ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।
      ପ୍ରଥମ ପାଦ- Se (से)
      ଦ୍ୱିତୀୟ ପାଦ- So (सो),
      ତୃତୀୟ ପାଦ- Da (दा) ଏବଂ
      ଚତୁର୍ଥ ପାଦ- Di (दी)

ପୌରାଣିକ କିମ୍ବଦନ୍ତୀ

ଅଧିକ ତଥ୍ୟ

ଆଧାର

Tags:

ନକ୍ଷତ୍ର ପୂର୍ବ ଭାଦ୍ରପଦ ଜ୍ୟୋତିଷୀୟ ପରିଚୟନକ୍ଷତ୍ର ପୂର୍ବ ଭାଦ୍ରପଦ ପୌରାଣିକ କିମ୍ବଦନ୍ତୀନକ୍ଷତ୍ର ପୂର୍ବ ଭାଦ୍ରପଦ ଅଧିକ ତଥ୍ୟନକ୍ଷତ୍ର ପୂର୍ବ ଭାଦ୍ରପଦ ଆଧାରନକ୍ଷତ୍ର ପୂର୍ବ ଭାଦ୍ରପଦନକ୍ଷତ୍ର

🔥 Trending searches on Wiki ଓଡ଼ିଆ:

ଭାରତର ଜାତୀୟ ପ୍ରତୀକସୀତାକାନ୍ତ ମହାପାତ୍ରଜାପାନସଂଘମିତ୍ରା ମିଶ୍ରଜଳବାୟୁତମନ୍ନା ବ୍ୟାସଓଡ଼ିଆ ଭ୍ରମଣ ସାହିତ୍ୟଲବଣ ସତ୍ୟାଗ୍ରହ୧୩୯୧ତପସ୍ୱିନୀସୁଦାମ ମାରାଣ୍ଡିବାଣପୁରଅଣ୍ଡକୋଷ ଯନ୍ତ୍ରଣାପେଚାବୀର ସୁରେନ୍ଦ୍ର ସାଏରାଜା ରାମମୋହନ ରାୟଓଡ଼ିଶାର ଲୋକନୃତ୍ୟ୨୪ ଅପ୍ରେଲ୧୦ ନଭେମ୍ବରଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଭାରତର ଜାତୀୟ ପତାକାରାଶି ଓ ନକ୍ଷତ୍ରରାଧାହଜ୩୧ ମାର୍ଚ୍ଚବକ୍ସି ଜଗବନ୍ଧୁଲତା ମଙ୍ଗେସକରଗୁଗଲବୁଧବାରଷଠି ଓଷାଅଂଶୁପା ହ୍ରଦଅଭିମନ୍ୟୁ ସାମନ୍ତସିଂହାରବ୍ରତଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାପଟ୍ଟନାୟକଲଳିତା (୧୯୪୯ର ସିନେମା)ପାକିସ୍ତାନକାହ୍ନୁଚରଣ ମହାନ୍ତିକମ୍ବୋଡ଼ିଆବନମାଳୀ ଦାସଖାଦ୍ୟଗରିଷ୍ଠ ସାଧାରଣ ଗୁଣନୀୟକଜଳ ପ୍ରଦୂଷଣଶିମିଳିପାଳ ଜାତୀୟ ଉଦ୍ୟାନତରୁଣକାନ୍ତି ମିଶ୍ରଗୋପୀନାଥ ମହାନ୍ତିସାନ୍ତାଳ ବିଦ୍ରୋହପ୍ୟାରିସ୧୫୨୮ସୁରେଶ କୁମାର ରାଉତରାୟଓଡ଼ିଶା ବିଧାନ ସଭାଗୋପବନ୍ଧୁ ଦାସଜଗନ୍ନାଥ ମନ୍ଦିରମଧୁମେହଓଡ଼ିଆ ଲିପିହରପ୍ପାଲକ୍ଷ୍ମୀନାରାୟଣ ସାହୁଭିଏତନାମଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିଫକୀର ସିଂହଝିନ୍ନ ହିକ୍‌କାଭାରତୀୟ ମୁଦ୍ରାକୃଷ୍ଣଚୈତନ୍ୟସଙ୍କୀର୍ତ୍ତନଅମାବାସ୍ୟାର ଚନ୍ଦ୍ରସୁରେନ୍ଦ୍ର ମହାନ୍ତି🡆 More