ଲତା ମଙ୍ଗେସକର

ଲତା ମଙ୍ଗେସକର (୨୮ ସେପ୍ଟେମ୍ବର ୧୯୨୯ – ୬ ଫେବୃଆରୀ ୨୦୨୨) ଭାରତୀୟ ଜଣେ ପ୍ରଚ୍ଛଦପଟ୍ଟ ଗାୟିକା ଓ ସଙ୍ଗୀତ ଜଗତର ଜଣେ ଜୀବନ୍ତ କିମ୍ବଦନ୍ତୀ ଥିଲେ । ସଙ୍ଗୀତ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରାଯାଇଛି ।

ଲତା ମଙ୍ଗେସକର
ଲତା ମଙ୍ଗେସକର
୨୦୦୮ ସମୟର ମଙ୍ଗେସକର
ଜନ୍ମ(1929-09-28)୨୮ ସେପ୍ଟେମ୍ବର ୧୯୨୯



ଇନ୍ଦୋର, ମଧ୍ୟଭାରତ ଏଜେନ୍ସି, ବ୍ରିଟିଶ ଭାରତ
ମୃତ୍ୟୁ୬ ଫେବୃଆରୀ ୨୦୨୨(2022-02-06) (ବୟସ ୯୨)
ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ, ମୁମ୍ବାଇ, ମହାରାଷ୍ଟ୍ର
ଅନ୍ୟ ନାମଦିଦି, ଭାରତର କୋକିଳ
ବୃତ୍ତିପ୍ରଚ୍ଛଦପଟ୍ଟ ଗାୟିକା
ସକ୍ରିୟ ବର୍ଷ୧୯୪୨ରୁ ୨୦୨୨
ପିତାମାତା(s)ଦୀନାନାଥ ମଙ୍ଗେସକର
ସେବନ୍ତୀ ମଙ୍ଗେସକର
ସମ୍ପର୍କୀୟଆଶା ଭୋସଲେ (ଭଉଣୀ).
ଉଷା ମଙ୍ଗେସକର (ଭଉଣୀ).
ମୀନା ମଙ୍ଗେସକର (ଭଉଣୀ).
ହୃଦୟନାଥ ମଙ୍ଗେସକର (ଭାଇ).
ପୁରସ୍କାରଭାରତ ରତ୍ନ ୨୦୦୧
ପଦ୍ମଭୂଷଣ 1969,
ପଦ୍ମ ବିଭୂଷଣ ୧୯୯୯,
ଦାଦା ସାହେବ ଫାଲକେ ପୁରସ୍କାର ୧୯୮୯,
ମହାରାଷ୍ଟ୍ର ଭୂଷଣ ୧୯୯୭,
ଏନଟିଆର ଜାତୀୟ ସମ୍ମାନ ୧୯୯୯,
ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୩), ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ୍ସ ୧୯୮୪
(ସର୍ବାଧିକ ଗୀତ ରେକର୍ଡ଼ିଂ ୧୯୪୮-୧୯୮୭)
ୱେବସାଇଟhttps://twitter.com/mangeshkarlata

ଜୀବନ ଓ ପରିବାର

ଲତା ମଙ୍ଗେସକର ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍‌ରେଗରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ । ଲତା ଆଜୀବନ ଅବିବାହିତ ରହିଛନ୍ତି ।

ଲତାଙ୍କର ସାନ ଭଉଣୀ, ଆଶା ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ପ୍ରଖ୍ୟାତ କଣ୍ଠଶିଳ୍ପୀ । ସେ ଗଣପାତ୍ରୋ ଭୋଁସଲେଙ୍କୁ ପ୍ରଥମ ବିବାହ କରିଥିଲେ । ତାଙ୍କ ପୁତ୍ର ହେମନ୍ତ ଭୋଁସଲେ ଜଣେ ସ୍ୱର ସଂଯୋଜକ ଓ ନାତି ଚୌତନ୍ୟ ଜଣେ କଣ୍ଠଶିଳ୍ପୀ । ଆଶା, ପରେ ସଙ୍ଗୀତ ନିର୍ଦ୍ଦେଶକ ରାହୁଳ ଦେବ ବର୍ମନଙ୍କ ବିବାହ କରିଥିଲେ । ଲତାଙ୍କର ଅନ୍ୟତମ ଭଉଣୀ, ଉଷା ମଧ୍ୟ ଜଣେ ଗାୟିକା । ସେ ଲତାଙ୍କ ପରି ଆଜୀବନ ଅବିବାହିତା ରହିଛନ୍ତି । ସେ ଓଡ଼ିଆ, ହିନ୍ଦୀ, ମରାଠୀ, ବେଙ୍ଗଲୀ, ନେପାଳୀ, ଭୋଜପୁରୀ ଓ ଗୁଜରାଟୀ ସଙ୍ଗୀତରେ କଣ୍ଠଦାନ କରିଛନ୍ତି । ମୀନା ବିବାହ ପରେ ମୀନା ଖାଦିକର ଭାବରେ ପରିଚିତ ହୋଇଥିଲେ । ସେ ମରାଠୀ, ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଦାନ ସହିତ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି । ମୀନାଙ୍କ ପୁଅ ଯୋଗେଶ ମଧ୍ୟ ଜଣେ ସ୍ୱର ସଂଯୋଜକ । ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକର ଜଣେ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ । ତାଙ୍କ ପତ୍ନୀ ଭାରତୀ, ମରାଠୀ ହାସ୍ୟାଭିନେତା ଦାମୁଆନ୍ନା ମାଲଭଙ୍କରଙ୍କ ଝିଅ ।

ସଙ୍ଗୀତ ଜୀବନ

ପରିବାରର ଭରଣପୋଷଣ ନିମନ୍ତେ ଲତା ଗୀତ ଗାଇବା ଆରମ୍ଭ କରିଥିଲେ । ସେ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର 'କିଟ୍ଟି ହାସଲ'ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ମୁମ୍ବାଇରେ ଏକ ଲୋକାଲ ଟ୍ରେନ୍ରରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ଆପ୍ କି ସେବା ମେଁରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା । ପରେ ତାଙ୍କୁ ମଜବୁର୍ବେଦର୍ଦ୍ ନାମକ ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଲା । ଏହି ଦୁଇଟି ଚଳଚ୍ଚିତ୍ରଦ୍ୱାରା ସେ ସଙ୍ଗୀତ ଜଗତରେ କିଛି ମାତ୍ରାରେ ପରିଚିତ ହେଲେ । କିନ୍ତୁ ପରେ ଅନ୍ଦାଜ୍, ବରସାତ୍ ଓ ମହଲ୍ ଚଳଚ୍ଚିତ୍ରଦ୍ୱାରା ସେ ସଙ୍ଗୀତ ମହଲରେ ପୁରାପୁରି ଚର୍ଚ୍ଚିତ ହୋଇଗଲେ । ୧୯୬୩ରେ ଭାରତ - ଚୀନ ଯୁଦ୍ଧ ସମୟରେ ଲତାଙ୍କର ଦେଶାତ୍ମବୋଧକ ଗୀତ 'ଏ ମେରେ ୱତନ୍ କେ ଲୋଗୋଁ' ଶୁଣି ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭାବ ବିହ୍ୱଳ ହୋଇଯାଇଥିଲେ । ତାଙ୍କୁ ଏହି ଗୀତ ପାଇଁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୭୦ରୁ ୧୯୮୦ ମଧ୍ୟରେ ଲତା ତିନି ଜଣ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍, କଲ୍ୟାଣଜୀ ଆନନ୍ଦଜୀ ଓ ରାହୁଲ ଦେବ ବର୍ମନଙ୍କ ସହ କାମ କରିଥିଲେ । ସେ 'ହମ୍ ଆପକେ ହେ କୌନ୍', 'ବୀରଜାରା' ପରି ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ସେ ଏ ଆର ରେହମାନଙ୍କ ସହ ମଧ୍ୟ କାମ କରିଛନ୍ତି । ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଛନ୍ତି । ଏବେବି ସେ ରେକର୍ଡିଂ ପାଇଁ ଗଲେ ଷ୍ଚୁଡିଓ ବାହାରେ ଯୋତା ରଖିଥାନ୍ତି । ଗୁଲଜାରଙ୍କ ରଚିତ ଓ ସେ ନିଜେ ଗାଇଥିବା ଏକ ଗୀତ 'ନାମ୍ ଗୁମ୍ ଯାଏଗା , ଚେହେରା ୟେ ବଦଲ୍ ଯାଏଗା , ମେରି ଆୱାଜ୍ ହି ମେରି ପେହେଚାନ୍ ହୈ.. ' କେବଳ ଲତାଙ୍କ ପାଇଁ ଲେଖାଯାଇଛି ବୋଲି ତାଙ୍କର ଅଗଣିତ ପ୍ରଶଂସକ କୁହନ୍ତି ।

ମାନ ସମ୍ମାନ

ଲତା ମଙ୍ଗେସକର 
ଲତା ବାଲ ଠାକରେଙ୍କ ସହ ୨୦୧୨ ମସିହାରେ ୭୦ ତମ ଦୀନାନାଥ ମଙ୍ଗେସକର ସମ୍ମାନ ସମାରୋହରେ
  • ୧୯୫୮ - ପ୍ରଥମ ଫିଲ୍ମ ଫେୟାର୍ ଆୱାର୍ଡ
  • ୧୯୬୯ - ପଦ୍ମ ଭୂଷଣ
  • ୧୯୬୯ - ଶ୍ରେଷ୍ଠ ପ୍ରଛଦପଟ୍ଟ ଗାୟିକା
  • ୧୯୮୯ - ଦାଦା ସାହେବ୍ ଫାଲକେ ପୁରସ୍କାର
  • ୧୯୯୩ - ଜୀବନ ବ୍ୟାପି ସାଧନା ପୁରସ୍କାର
  • ୧୯୯୭ - ମହାରାଷ୍ଟ୍ର ଭୂଷଣ ପୁରସ୍କାର
  • ୧୯୯୯ - ପଦ୍ମ ବିଭୂଷଣ
  • ୨୦୦୧ - ଭାରତ ରତ୍ନ
  • ୨୦୦୯ - ୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ
  • ୨୦୧୧ - ଗିନିଜ୍ ବୁକ୍ ଅଫ୍ ୱାଲର୍ଡ୍ ରେକର୍ଡରେ ସ୍ଥାନିତ

ଆହୁରି ପଢ଼ନ୍ତୁ

  • Bichu, Dr. Mandar (2011). Lata - Voice of the Golden Era. [www.popularprakashan.com/lata-voice-of-the-golden-era.htm Popular Prakashan]. ISBN 978-81-7991-625-4.
  • Bhimani, Harish (1995). In search of Lata Mangeshkar. Indus. ISBN 978-81-7223-170-5.
  • Bharatan, Raju (1995). Lata Mangeshkar: A Biography. UBS Publishers Distributors. ISBN 978-81-7476-023-4.
  • Kabir, Nasreen Munni (2009). Lata Mangeshkar: In Her Own Voice. Niyogi Books. ISBN 978-81-89738-41-9.
  • Lata, Mangeshkar (1995). Madhuvanti Sapre and Dinkar Gangal (ed.). In search of Lata Mangeshkar (in Marathi). Harper Collins/Indus. ISBN 978-81-7223-170-5.{{cite book}}: CS1 maint: unrecognized language (link). A collection of articles written by Lata Mangeshkar since 1952.
  • Nerurkar, Vishwas. Lata Mangeshkar Gandhar Swaryatra (1945-1989) (in Hindi). Mumbai: Vasanti P. Nerukar.{{cite book}}: CS1 maint: unrecognized language (link).
  • Bichhu, Mandar V. (1996). Gaaye Lata, Gaaye Lata (in Hindi). Sharjah: Pallavi Prakashan. ISBN 978-81-7223-170-5.{{cite book}}: CS1 maint: unrecognized language (link). A collection of articles written by Lata Mangeshkar since 1952.

ଆଧାର

ବାହାର ତଥ୍ୟ

Tags:

ଲତା ମଙ୍ଗେସକର ଜୀବନ ଓ ପରିବାରଲତା ମଙ୍ଗେସକର ସଙ୍ଗୀତ ଜୀବନଲତା ମଙ୍ଗେସକର ମାନ ସମ୍ମାନଲତା ମଙ୍ଗେସକର ଆହୁରି ପଢ଼ନ୍ତୁଲତା ମଙ୍ଗେସକର ଆଧାରଲତା ମଙ୍ଗେସକର ବାହାର ତଥ୍ୟଲତା ମଙ୍ଗେସକରଭାରତଭାରତ ରତ୍ନ

🔥 Trending searches on Wiki ଓଡ଼ିଆ:

ବେଦରାଜକିଶୋର ରାୟଅଣ୍ଡା ରୋଲଉତ୍କଳ ଦିବସଲସିରାଧାନାଥ ରଥନେମାଳସିନ୍ଧୁ ନଦୀଶ୍ରୀତମ ଦାସଆନ୍ତର୍ଜାତିକ ମହିଳା ଦିବସବାଘକାଳୀଚରଣ ପଟ୍ଟନାୟକ୨୯ ମାର୍ଚ୍ଚପ୍ରଥମ ଭାସ୍କରଜୟୀରାମ ସାମଲପକୋଡ଼ାଅକ୍ଷାଂଶଶିଶୁ ଅନନ୍ତ ଦାସପ୍ରବୀଣ ଚନ୍ଦ୍ର ଭଞ୍ଜଦେଓନେଲସନ ମଣ୍ଡେଲାସାଇକେଲଜଗନ୍ନାଥ ଦାସପଲଉକଖାରୁ ଫୁଲ ଭଜାମନୋରଞ୍ଜନ ଦାସଓଡ଼ିଆ ଭାଷାକାଶୀ ବିଶ୍ୱନାଥ ମନ୍ଦିରମହୁବଉଳ୨୪ ଅପ୍ରେଲବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସିଦ୍ଧାନ୍ତ ମହାପାତ୍ରଚିଲିକା ହ୍ରଦଚନ୍ଦ୍ରଶେଖର ନନ୍ଦବଳଦେବଜୀଉ ମନ୍ଦିରଧର୍ମଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହାଡ଼ଫୁଟିହେମଲତା ମାନସିଂହହରିପ୍ରସାଦ ଚୌରାଶିଆଗୋପବନ୍ଧୁ ଦାସବୈଶାଖଖଞ୍ଜଣିଗୁରୁପ୍ରସାଦ ମହାନ୍ତିପାର୍ବତୀଭାରତକୁଜିବର ପ‌ତ୍ରରାଜକିଶୋର ପଟ୍ଟନାୟକସତ୍ୟନାରାୟଣ ରାଜଗୁରୁମଧୁସୂଦନ ରାଓଗଡ଼ଜାତ କୃଷକନରେନ୍ଦ୍ର ମୋଦୀ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଫେବୃଆରୀ ୨୮ଚରକଗଣ୍ଡା୧୦୫୪ନିର୍ମଳା (ଉପନ୍ୟାସ)ବିଶ୍ୱତାପନବ୍ରଜନାଥ ରଥଭକ୍ତ ଚରଣ ଦାସ (ରାଜନେତା)ରାମମୟୂରଗୋଦର ରୋଗଜ୍ଞାନକୋଷ୨୭ ଜୁନନନ୍ଦିନୀ ଶତପଥୀବୀଣାପାଣି ମହାନ୍ତିବିଶ୍ୱନାଥ କରବୃହସ୍ପତିଭ୍ୟାକୁମ୍ କ୍ଲିନର୍🡆 More