ହାଡ଼ଫୁଟି

ହାଡ଼ଫୁଟି, (ଇଂରାଜୀରେ chickenpox ବା varicella), ଏକ ଅତ୍ୟଧିକ ସଂକ୍ରାମକ ରୋଗ (contagious) ବା ଛୁଆଁ ରୋଗ ଯାହା ଭାରିସେଲା ଜୋସ୍ଟର ଭୁତାଣୁଦ୍ୱାରା ହୁଏ ଓ ରୋଗୀ ସଂସ୍ପର୍ଶରେ ଆସିଲେ ହୁଏ । ଏହି ରୋଗର ବିଶେଷତା ହେଲା ଛୋଟ ଛୋଟ ଗଲୁକାରୀ ଫୋଟକା (small blisters) ହୋଇ ଅବଶେଷରେ ତା ଉପରେ ବକଳା ହୁଏ । ଏହା ମୁହଁ, ଛାତି ଓ ପିଠିରେ ଆରମ୍ଭ ହୋଇ ଦେହା ସାରା ମାଡ଼ିଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ଥକ୍କାଣ ଓ ମୁଣ୍ଡବଥା ହୁଏ । ଏହି ଲକ୍ଷଣ ଗୁଡ଼ିକ ୫ରୁ ୧୦ ଦିନ ପର୍ଯ୍ୟନ୍ତ ରହେ । ରୋଗ ଜଟିଳ ହେଲେ ନିମୋନିଆ, ଏନ୍‌କେଫାଲାଇଟିସ କିମ୍ବା ଚର୍ମରେ ଜୀବାଣୁ ସଂକ୍ରମଣ ହୁଏ । ପିଲାଙ୍କ ଅପେକ୍ଷା ବଡ଼ମାନଙ୍କୁ ଏହି ରୋଗ ଅଧିକ ମାରାତ୍ମକ ହୁଏ । ଭୁତାଣୁ ସଂସ୍ପର୍ଶରେ ଆସିବାର ୧୦ରୁ ୨୦ ଦିନ ପରେ ଲକ୍ଷଣ ଆରମ୍ଭ ହୁଏ ।

Chickenpox
ହାଡ଼ଫୁଟି
Lower leg of female child with varicella disease
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*], pediatrics[*]
ଆଇସିଡ଼ି-୧୦B01.
ଆଇସିଡ଼ି-୯-ସିଏମ୍052
ରୋଗ ଡାଟାବେସ29118
ମେଡ଼ିସିନ-ପ୍ଲସ001592
ଇ-ମେଡ଼ିସିନped/2385 derm/74, emerg/367
Patient UKହାଡ଼ଫୁଟି
MeSHC02.256.466.175

ହାଡ଼ଫୁଟି ଏକ ବାୟୁବାହିତ ରୋଗ ଯାହା ରୋଗୀର କାଶ ଓ ଛିଙ୍କଦ୍ୱାରା ସ‌ହଜରେ ବିସ୍ତାର ଲାଭ କରେ । ଫୋଟକା ବା ରାସ ବାହାରିବାର ୨ ଦିନ ପୂର୍ବରୁ ଏହା ବ୍ୟାପିଯାଏ ଓ ସବୁ ଫୋଟକା ବକଳା ହୋଇସାରିବା ପର୍ଯ୍ୟନ୍ତ ସଂକ୍ରାମକ ହୋଇ ରହେ । ଫୋଟକାକୁ ଛୁଇଁଲେ ମଧ୍ୟ ଏହା ବ୍ୟାପିଯାଏ । ହର୍ପିସ ଜୋସ୍ଟର ରୋଗୀ ହାଡ଼ଫୁଟି ରୋଗକୁ ଫୋଟକା ଇମ୍ମୁନିଟି ନ ଥିବା ଲୋକଙ୍କୁ ବ୍ୟାପିବାରେ ସାହାଯ୍ୟ କରନ୍ତି । ରୋଗୀର ଲକ୍ଷଣ ଦେଖି ସାଧାରଣତଃ ରୋଗ ନିର୍ଣ୍ଣୟ କରାଯାଏ; ଯଦିଓ ଅସାଧାରଣ କେଶରେ ବକଳା ବା ଫୋଟକା ତରଳ ପଦାର୍ଥ ନେଇ ପଲିମରେଜ୍ ଚେନ ରିଆକ୍‌ସନ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ରୋଗୀର ଇମ୍ମ୍ୟୁନିଟି ଅବସ୍ଥ ଯାଞ୍ଚ କରିବା ନିମନ୍ତେ ଆଣ୍ଟିବଡି ପରୀକ୍ଷା କରାଯାଏ । ଏହି ରୋଗ ସାଧାରଣତଃ ଲୋକଙ୍କୁ ଥରେ ମାତ୍ର ହୁଏ ।

ହାଡ଼ଫୁଟି ଟିକା ଦେବା ଫଳରେ ରୋଗ ସଂଖ୍ୟା ଓ ଜଟିଳତା କମିଯାଇଛି । ଟିକାଦ୍ୱାରା ଏହି ରୋଗରୁ ୭୦ରୁ ୯୦ % ଲୋକ ଉପକୃତ ହେଉଛନ୍ତି । ପିଲାମାନଙ୍କୁ ନିୟମିତ ହାଡ଼ଫୁଟି ଟିକା ଦେବାକୁ ଅନେକ ଦେଶରେ ସୁପାରିସ କରାଯାଏ । ରୋଗୀ ସଂସ୍ପର୍ଶରେ ଆସିବାର ୩ ଦିନ ମଧ୍ୟରେ ପିଲାମାନେ ଟିକା ନେଲେ ଫଳାଫଳ ଉନ୍ନତି କରେ । ରୋଗ ହୋଇସାରିବା ପରେ ଗଲୁରୁ ରକ୍ଷା ପାଇବା ନିମନ୍ତେ କାଲାମିନ ଲୋସନ ଲଗେଇବାକୁ ଦିଆଯାଏ, ନ‌ଖ କାଟି ଛୋଟ କରିବାକୁ ଉପଦେଶ ଦିଆଯାଏ ଯାହା ଫଳରେ କୁଣ୍ଡେଇଲେ ଆଘାର ହେବ ନାହିଁ, ଜ୍ୱର ହେଲେ ଆସେଟାମିନୋଫେନ ବା ପାରାସେଟାମୋଲ ଦିଆଯାଏ । ରୋଗ ଜଟିଳ ହେବା ଆଶଙ୍କା ଥିଲେ ଆସାଇକ୍ଲୋଭିର ଭଳି ଭୁତାଣୁରୋଧୀ ଔଷଧ ଦିଆଯାଏ ।

ପୃଥିବୀର ସବୁ ସ୍ଥାନରେ ହାଡ଼ଫୁଟି ହୁଏ । ନିୟମିତ ଟିକା ଦିଆଯିବା ପୂର୍ବରୁ ପ୍ରତି ବର୍ଷ ଜନ୍ମ ହେଉଥିବା ପିଲା ସଂଖ୍ୟା ସଙ୍ଗେ ହାଡ଼ଫୁଟି ରୋଗୀ ସଂଖ୍ୟା ସମାନ ରହୁଥିଲା । ଆମେରିକାରେ ଟିକା ଦିଆଯିବା ପରେ ଏହି ରୋଗ ସଂକ୍ରମଣ ୯୦% କମିଯାଇଛି । ପୃଥିବୀରେ ସନ ୧୯୯୦ରେ ଏହି ରୋଗମୃତ୍ୟୁ ସଂଖ୍ୟା ୮୯୦୦ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୭,୦୦୦ ମାତ୍ର ହୋଇଥିଲେ । ପ୍ରତି ୬୦,୦୦୦ ରୋଗୀ ମଧ୍ୟରୁ ଜଣେ ମୃତ୍ୟୁ ବରଣ କରୁଥିଲା । ଊନବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ଏହି ରୋଗ ବସନ୍ତ ରୋଗଠାରୁ ଅଲଗା ବୋଲି ଜଣା ନ ଥିଲା । ସନ ୧୮୮୮ରେ ହର୍ପିସ ଜୋସ୍ଟର ସ‌ହ ଏହାର ସମ୍ପର୍କ ନିରୂପଣ କରାଯାଇ ଥିଲା । ସନ ୧୬୮୪ରେ ପ୍ରଥମେ ଚିକେନପକ୍ସ ବା ହାଡ଼ଫୁଟି ନାମରେ ଏହି ରୋଗ ଲିପିବଦ୍ଧ ହୋଇଥିଲା । ଏହି ନାମ କାହିଁକି ବ୍ୟବ‌ହୃତ ହୋଇଥିଲା ତାହା ଜଣାନାହିଁ, ବୋଧହୁଏ ରୋଗ ଅପେକ୍ଷାକୃତ ମୃଦୁ ହୋଇଥିବାରୁ ଏହାର ନାମ ସାଥୀରେ ଚିକେନ ଯୋଡ଼ି ଦିଆଯାଇଥିଲା ।


ଚିହ୍ନ ଓ ଲକ୍ଷଣ

ହାଡ଼ଫୁଟି 
A single blister, typical during the early stages of the rash
ହାଡ଼ଫୁଟି 
Male with varicella disease
ହାଡ଼ଫୁଟି 
The back of a 30-year-old male after five days of the rash

ହାଡ଼ଫୁଟି ହେବା ପୂର୍ବରୁ କିଛି ପ୍ରାକ୍ ଲକ୍ଷଣ (prodromal symptom) ଦେଖାଯାଏ । କିଶୋର ଓ ବୟସ୍କମାନଙ୍କଠାର ଭୋକ ଲାଗେନି, ବାନ୍ତି ବାନ୍ତି ଲାଗେ, ମାଂସପେଶୀରେ ଯନ୍ତ୍ରଣା ହୁଏ ଓ ମୁଣ୍ଡବଥା ହୁଏ । ପରେ ପରେ ରାସ୍ କିମ୍ବା ପାଟି ଘାଆ, ଘୋଳାବିନ୍ଧା ଓ ସାମାନ୍ୟ ଜ୍ୱର ହୁଏ । ପିଲାମାନଙ୍କର ପ୍ରାକ ଲକ୍ଷଣ ଲେଖାଯାଏ ନାହିଁ । ମୁହଁରେ, ମୁଣ୍ଡରେ, ଦେହରେ, ଅବୟବର ଉପର ଅଂଶରେ ଛୋଟ ଲାଲ ଦାଗ ଆକାରରେ ରାସ୍ ଦେଖାଯାଏ । ୧୦ରୁ ୧୨ ଘଣ୍ଟା ମଧ୍ୟରେ ଏହା ଫୁଲିଯାଇ ଫୋଟକା ଓ ପୂଜପୂର୍ଣ୍ଣ ହୋଇଯାଏ । ଏହା ପରେ ଏହା ଫୁଲା ସ୍ଥାନରେ ଗୋଟିଏ ଛୋଟ ଗାତ (umbilicton) ହୁଏ ଓ ଖୋଳପା ତିଆରି ହୁଏ ।
ପାପୁଲି, ପାଦତଳ ଓ ଯୌନାଙ୍ଗରେ ଫୋଟକା ହୋଇପାରେ । ଫୋଟକା ହେବା ବେଳେ ବହୁତ କୁଣ୍ଡେଇ ହୁଏ । ପାଟିରେ ଓ ଟନ୍‌ସିଲ ସ୍ଥାନରେ ଛୋଟ ଛୋଟ ଘାଆ ଦେଖାଯାଏ ଯାହା ବାହାରେ ରାସ୍ ହେବା ପୂର୍ବରୁ ଦେଖାଯାଏ । ରୋଗପୁଷ୍ଟି ସମୟ - ୧୦ରୁ ୨୧ ଦିନ । ବୟସ୍କମାନଙ୍କ ଦେହରେ ବିସ୍ତାରିତ ରାସ ହୁଏ ଓ ଅଧିକ ଜ୍ୱର ହୁଏ । ଏହା ସହ ଜଟିଳ ଭାରିସେଲା ନିମୋନିଆ ମଧ୍ୟ ହୁଏ । ଲକ୍ଷଣ ଦେଖାଯିବା ଦୁଇ ଦିନ ପୂର୍ବରୁ ନାକରୁ ଭୁତାଣୁଯୁକ୍ତ ପାଣି ବହେ ଓ ରୋଗୀ ସଂକ୍ରମଣକ୍ଷମ ହୋଇଯାଏ । ଏହି ଅବସ୍ଥା ପାଚିବା ଓ ଶୁଖିଲା ଖୋଳପା ହେବା ନିମନ୍ତେ ପ୍ରାୟ ୪/୫ ଦିନ ଲାଗେ । ଏହା ପରେ ନାକରୁ ବାହାରୁଥିବା ପାଣି ଜୀବାଣୁମୁକ୍ତ ହୋଇଯାଏ ।

ଚିକିତ୍ସା

ଏହି ରୋଗ ଆରୋଗ୍ୟ ହେବା ନିମନ୍ତେ କୌଣସି ଔଷଧ ନାହିଁ । ଏହାର ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ । ଦେହର ଇମ୍ମ୍ୟୁନିଟି ରୋଗକୁ ଦବେଇବା ସମୟରେ ଲକ୍ଷଣ ଉପସମ ନିମନ୍ତେ ଔଷଧ ଦିଆଯାଏ । ରୋଗ ନ ଡେଇଁବା ନିମନ୍ତେ ରୋଗୀକୁ ବାହାରକୁ ଯିବାକୁ ବାରଣ କରି ଘରେ ରଖାଯାଏ । ରୋଗୀର ନଖ କାଟିଦିଆଯାଏ ବା ଦସ୍ତାନା ପିନ୍ଧେଇ ଦିଆଯାଏ; ଫଳରେ କୁଣ୍ଡେଇବା ସମ୍ଭବ ହୁଏ ନାହିଁ ଓ ଅନ୍ୟ ଜୀବାଣୁ ସଂକ୍ରମଣ ହୋଇପାରେ ନାହିଁ ।
ରୋଗ ୨ ସପ୍ତାହରେ ଭଲ ହୋଇଯାଏ, କିନ୍ତୁ ସେହି ସମୟରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଆବଶ୍ୟକ ହୁଏ । ବେଳେ ବେଳେ ଭଲ ହେବାକୁ ମାସେ ସମୟ ଲାଗେ କିନ୍ତୁ ସଂକ୍ରମଣ କ୍ଷମତା ୧୫ ଦିନ ପରେ ରହେନାହିଁ ।
ଜିଙ୍କ ଅକ୍ସାଇଡ ଥିବା କାଲାମିନ୍ ଲୋସନ କୌଣସି ଅନୁଶୀଳନଦ୍ୱାରା ପରୀକ୍ଷିତ ନ ହୋଇଥିଲେ ମଧ୍ୟ ଏହା ଏକ ବିପଦମୁକ୍ତ ଔଷଧ । ଚର୍ମକୁ ପ୍ରତିଦିନ ଉଷୁମ ପାଣିଦ୍ୱାରା ଧୋଇଲେ ସେକଣ୍ଡାରି ସଂକ୍ରମଣ ରୋକି ହୁଏ । କୁଣ୍ଡେଇଲେ ଅଧିକ ସେକଣ୍ଡାରି ସଂକ୍ରମଣ ସମ୍ଭାବନା ରହେ ।
ଜ୍ୱର ଉପଶମ ନିମନ୍ତେ ପାରାସେଟାମଲ ଦିଆଯାଏ । ଆସ୍ପିରିନ ଦେଲେ ହାଡ଼ଫୁଟି ଅଧିକ ଜଟିଳ ହୋଇ କଲିଜା ଓ ମସ୍ତିଷ୍କର ଜଟିଳ ରୋଗ ରେୟେ ସିଣ୍ଡ୍ରୋମ (Reye syndrome) ହୁଏ । ଅଧିକ ସଂକ୍ରମଣ ସମ୍ଭାବନା ଥିଲେ ରୋଗ ନିବାରଣ ନିମନ୍ତେ ଭାରିସେଲା ଜୋସ୍ଟର ଇମ୍ମୁନ ଗ୍ଲୋବ୍ୟୁଲିନ ଇଞ୍ଜେକସନ ମାଂସପେଶୀରେ ଦିଆଯାଏ । ବେଳେ ବେଳେ ଆଣ୍ଟିଭାଇରାଲ ଦିଆଯାଏ ।

ଶିଶୁ ଚିକିତ୍ସା

ହାଡ଼ଫୁଟି 
A child with chickenpox.

ରାସ୍ ଆରମ୍ଭ ହେବାର ୨୪ ଘଣ୍ଟା ମଧ୍ୟରେ ଆସାକ୍ଲୋଭିର (acyclovir) ଔଷଧ ଖାଇବାକୁ ଦେଲେ ଲକ୍ଷଣ ଗୋଟିଏ ଦିନ ନିମନ୍ତେ କମିଯାଏ, କିନ୍ତୁ ଏହା ଜଟିଳ ହେବାରେ ବାଧା ଦେଇପାରେନାହିଁ । ଏଣୁ ଆସାକ୍ଲୋଭିର ଆଜିକାଲି ଦିଆଯାଉ ନାହିଁ । ଏକ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ ବୟସ ପିଲାମାନଙ୍କୁ ଆଣ୍ଟିଭାଇରାଲ ଔଷଧ ଦିଆଯାଉ ନାହିଁ ; ଏହାର କେବଳ ବ୍ୟତିକ୍ରମ ହେଉଛି ଯଦି ଅନ୍ୟ କୌଣସି ରୋଗ ଦେହରେ ଥାଇ ଜଟିଳ ହେବେ ସମ୍ଭାବନା ଥାଏ, ତାହାହେଲେ ଦିଆଯାଏ ।
ଆସ୍ପିରିନ ୧୬ ବର୍ଷରୁ କମ ପିଲାମାନଙ୍କୁ ଦେଲେ ରେୟେ ସିଣ୍ଡ୍ରୋମ ହେବା ସମ୍ଭାବନା ଥିବାରୁ ଦିଆଯାଏ ନାହିଁ ।
ଅନେକ ପିତାମାତା ଟିକା ନେବା ଅପେକ୍ଷା ହାଡ଼ଫୁଟି ହେବାକୁ ପସନ୍ଦ କରନ୍ତି, କିନ୍ତୁ ଡାକ୍ତରମାନେ ଟିକା ଦେବାକୁ ଉପଦେଶ ଦିଅନ୍ତି କାରଣ ହାଡ଼ଫୁଟି ଟିକା ଦୁର୍ବଳ ହାଡ଼ଫୁଟି ଭୁତାଣୁରୁ ତିଆରି ଓ ହାଡ଼ଫୁଟି ରୋଗ ସମୟେ ସମୟେ ବିପଦଜନକ ହୁଏ ।

ଆଧାର

Tags:

ହାଡ଼ଫୁଟି ଚିହ୍ନ ଓ ଲକ୍ଷଣହାଡ଼ଫୁଟି ଚିକିତ୍ସାହାଡ଼ଫୁଟି ଆଧାରହାଡ଼ଫୁଟିChickenpoxଜୀବାଣୁଜ୍ୱରନିମୋନିଆମୁଣ୍ଡବଥା

🔥 Trending searches on Wiki ଓଡ଼ିଆ:

ରେବତୀ (କ୍ଷୁଦ୍ରଗଳ୍ପ)ଉପେନ୍ଦ୍ର କିଶୋର ଦାସଭାରତୀୟ ଜାତୀୟ କଂଗ୍ରେସବୁଧବାରଜାନକୀ ବଲ୍ଲଭ ପଟ୍ଟନାୟକଦୁଃଶୀଳାରାଜା ରାମମୋହନ ରାୟକାଳୀଚରଣ ପଟ୍ଟନାୟକପଞ୍ଚକନ୍ୟାପିତ୍ତକୋଷଶବ୍ଦ (ପଦ)ଓଡ଼ିଆ କଥାଚିତ୍ର ଜଗତଅହଲ୍ୟା (ଓଡ଼ିଆ କଥାଚିତ୍ର)ୟୁ ଟ୍ୟୁବମାତଙ୍ଗୀଇଲନ ମସ୍କଅସହଯୋଗ ଆନ୍ଦୋଳନଦେବୀପ୍ରସନ୍ନ ପଟ୍ଟନାୟକଭୁବନେଶ୍ୱରଧାତୁହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାନୂଆ ଦିଲ୍ଲୀଓଡ଼ିଆ ଖାଦ୍ୟଏମିତି ଭାଇ ଜଗତେ ନାହିଁକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବୀରକିଶୋର ଦାସସଚିନ ତେନ୍ଦୁଲକରଚୈତ୍ର ପୂର୍ଣ୍ଣିମାଓଡ଼ିଆ ସାହିତ୍ୟଇଣ୍ଡୋନେସିଆ୬୧୬ବବୃବାହନ (ମହାଭାରତ)ଶ୍ରୀତମ ଦାସଶ୍ରୀ ଅରବିନ୍ଦଭାରତୀୟ ଜନତା ପାର୍ଟିରାଧା୨୭ ଅପ୍ରେଲଗ୍ରହମହାତ୍ମା ଗାନ୍ଧୀଙ୍କ ପରିବାର୧୯ ଅପ୍ରେଲହିନ୍ଦୁନୃସିଂହ ଚରଣ ପଣ୍ଡାହିମାଳୟରମାକାନ୍ତ ରଥଶତ୍ରୁଘ୍ନ ପାଣ୍ଡବକାଟୁଲୁ ରବି କୁମାରଗାଈପ୍ରାଣକୃଷ୍ଣ ପରିଜାଦୁର୍ଗା ପୂଜାରାସନ କାର୍ଡ଼ (ଭାରତ)ରାଜ୍ୟ ସଭାରଜଶାମ୍ବ (କୃଷ୍ଣଙ୍କ ପୁତ୍ର)ପ୍ରଣବ ପ୍ରକାଶ ଦାସଖୋର୍ଦ୍ଧାପ୍ରସନ୍ନ କୁମାର ମିଶ୍ରମଦନମୋହନ ମିଶ୍ରଶିବ ସେନାନଦୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିନୃସିଂହନାଥ ଖୁଣ୍ଟିଆଜବାହରଲାଲ ନେହେରୁଝୁମରଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାକଳାପାହାଡ଼ତୁଷାରକାନ୍ତି ବେହେରାହାଡ଼ଫୁଟିଓଡ଼ିଶା ବିଧାନ ସଭା🡆 More