ଗାଲୁଆ ଟିକା

ଗାଲୁଆ ଟିକା (ଇଂରାଜୀରେ Mumps vaccines) ଗାଲୁଆ ରୋଗକୁ ନିରାପଦରେ ପ୍ରତିରୋଧ କରେ । ଅଧିକାଂଶ ଲୋକଙ୍କୁ ଟିକା ଦେଇଦେଲେ ରୋଗ ଜଟିଳତା ହ୍ରାସ ପାଏ । ଜନସଂଖ୍ୟାରେ ୯୦ % ଲୋକଙ୍କୁ ଟିକା ଦେଲେ ୮୫ % ଫଳପ୍ରଦ ହୁଏ । ଦୀର୍ଘକାଳୀନ ପ୍ରତିଷେଧ ନିମନ୍ତେ ଦୁଇ ଡୋଜ ଟିକା ଦରକାର ହୁଏ । ପ୍ରାରମ୍ଭିକ ଡୋଜ ୧୨ରୁ ୧୮ ମାସିଆ ପିଲାକୁ ଦେବାକୁ ସୁପାରିସ କରାଯାଏ । ଦ୍ୱିତୀୟ ଡୋଜ ପିଲାଙ୍କୁ ୨ରୁ ୬ ବର୍ଷ ହୋଇଥିଲା ବେଳେ ଦିଆଯାଏ । ଇମ୍ମ୍ୟୁନିଟି ନ ଥାଇ ରୋଗୀ ସଂସ୍ପର୍ଶରେ ଆସିଲେ ବି ଟିକା ଦେଲେ ଉପକାର ମିଳେ ।

ଗାଲୁଆ ଟିକା
Vaccine description
Target diseaseଗାଲୁଆ
TypeAttenuated virus
Clinical data
MedlinePlusa601176
ATC code
Identifiers
ChemSpider
 ☒NcheckY (what is this?)  (verify)

ଏହା ଅତି ନିରାପଦ ଟିକା ଓ ଏହାର ପାର୍ଶ୍ୱପ୍ରତିକ୍ରିୟା ଅତି ସାମାନ୍ୟ । ଇଞ୍ଜେକସନ ଦେବା ସ୍ଥାନରେ ସାମାନ୍ୟ ଜ୍ୱର, କଷ୍ଟ ଓ ଫୁଲା ହୋଇପାରେ । କ୍ୱଚିତ ଉଲ୍ଲେଖନୀୟ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ । ସ୍ନାୟବିକ ପ୍ରଭାବ ଭଳି ପ୍ରକ୍ରିୟାକୁ ଟିକା ସାଥୀରେ ଯୋଡ଼ିବା ନିମନ୍ତେ ପ୍ରମାଣ ମିଳୁନି । ଇମ୍ମ୍ୟୁନିଟି ଅଭାବ ଥିଲେ ଓ ଗର୍ଭାବସ୍ଥାରେ ଏହି ଟିକା ଦେବା ଉଚିତ ନୁହେଁ । ଗର୍ଭାବସ୍ଥାରେ ଟିକା ନେଇଥିବା ମହିଳାଙ୍କର ଜନ୍ମିତ ଶିଶୁ ଉପରେ କୌଣସି ଖରାପ ଫଳପ୍ରଦ ହେବା ଲିଖିତ ନାହିଁ । ଚିକେନ ଜୀବକୋଷରେ ଏହି ଟିକା ପ୍ରସ୍ତୁତ ହେଉଥିଲେହେଁ ଅଣ୍ଡା ଆଲର୍ଜି ଥିବା ଲୋକଙ୍କର କୌଣସି ଅସୁବିଧା ହୁଏନାହିଁ ।

ଅଧିକାଂଶ ବିକଶିତ ଦେଶ ଓ ଅନେକ ବିକାଶଶୀଳ ଦେଶମାନଙ୍କର ଟିକା ପ୍ରୋଗ୍ରାମରେ ଏମ‌ଏମ‌ଆର ନାମରେ ମିଳିମିଳା ଟିକାରୁବେଲା ଟିକା ସ‌ହିତ ଗାଲୁଆ ଟିକା ଅନ୍ତର୍ଭୁକ୍ତ ଥାଏ । ପୂର୍ବୋକ୍ତ ଟିକା ସ‌ହିତ ହାଡ଼ଫୁଟି ଟିକା ମିଶେଇ ଏମ‌.ଏମ‌.ଆର.ଭି. ନାମରେ ମିଳୁଛି । ୨୦୦୫ ମସିହାରେ ୧୧୦ ଦେଶ ଏହି ଟିକା ପ୍ରଚଳନ କରୁଥିଲେ । ବିସ୍ତୃତ ଟିକା ଦିଆଯାଉଥିବା ଇଲାକାମାନଙ୍କରେ ଏହି ରୋଗ ହାର ୯୦ % କମିଛି । ଏକ ପ୍ରକାର ଟିକା ଅଧା ବିଲିଅନ ସଂଖ୍ୟାରେ ଦିଆଯାଇଛି ।

ସନ ୧୯୪୮ରେ ଲାଇସେନ୍ସ ପାଇଥିବା ଗାଲୁଆ ଟିକା ସ୍ୱଳ୍ପ କାଳ ନିମନ୍ତେ ଫଳପ୍ରଦ ହେଉଥିଲେ । ୧୯୬୦ ଦଶକରେ ଉନ୍ନତ ଟିକା ବଜାର ନିମନ୍ତେ ତିଆରି ହେଲା । ପ୍ରାରମ୍ଭରେ ନିଷ୍କ୍ରିୟ ଟିକା ତିଆରି ହେଉଥିଲା କିନ୍ତୁ ପରେ ଦୁର୍ବଳ ଜୀବନ୍ତ ଟିକା ତିଆରି ହେଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୌଳିକ ସ୍ୱାସ୍ଥ୍ୟ ପ୍ରଣାଳୀରେ ଆବଶ୍ୟକ ହେଉଥିବା ଔଷଧ ଚିଠା ମଧ୍ୟରେ ଏହାର ନାମ ଲିଖିତ ଅଛି । ୨୦୦୭ ସୁଦ୍ଧା ଅନେକ ପ୍ରକାର ଟିକା ଉପଲବ୍‌ଧ ହେଉଛି ।

ଆଧାର

Tags:

ଇଂରାଜୀଗାଲୁଆ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଲକ୍ଷ୍ମୀନାରାୟଣ ସାହୁଉଇକିଡାଟାମନୋରଞ୍ଜନ ଦାସଶିବପାରିବେନି କେହି ଅଲଗା କରିଆଭଏଡାଣ୍ଟ ବ୍ୟକ୍ତିତ୍ୱ ରୋଗଯକୃତବୁଦ୍ଧ ପୂର୍ଣ୍ଣିମା୧୧୫୧ହଳଧର ନାଗଦିବ୍ୟସିଂହ ଦେବପର୍ଶୁରାମ ମାଝୀରାମ ନବମୀବୈଦେହୀଶ ବିଳାସବଳରାମ ଦାସମଧୁସୂଦନ ଦାସଗୁରୁ ପ୍ରସାଦ ମହାନ୍ତିଲାଟିନ ଭାଷାଡିଜିଟାଲ ଇଣ୍ଡିଆ ସପ୍ତାହତାଜମହଲହାଡ଼ି ଦାସକୃଷ୍ଣଗର୍ତ୍ତଗୁରୁଅଭିରାମ ପରମହଂସଭୈରବ (ଓଡ଼ିଆ କଥାଚିତ୍ର)ଯବକ୍ଷାରଜାନ୧ ମଇବେଦଜାପାନରାଜତନ୍ତ୍ରଶରତ ଚନ୍ଦ୍ର ପ୍ରଧାନକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାପ୍ରଶାନ୍ତ ପାଢ଼ୀମେରୁଦଣ୍ଡ ଆଘାତଇଂରାଜୀ ଭାଷାବାଙ୍କୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭଦ୍ରକଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ମଟର ସାଇକେଲବିରିପାଗଳ ପ୍ରେମୀଗୋବିନ୍ଦ ତ୍ରିପାଠୀ୨୮ ସେପ୍ଟେମ୍ବରକବିସୂର୍ଯ୍ୟ ବଳଦେବ ରଥଜ୍ଞାନକୋଷଛତିଶଗଡ଼ଭୌଗଳିକ ଦିଗବାରେଣିଧରିତ୍ରୀଛ ମାଣ ଆଠ ଗୁଣ୍ଠନରସିଂହ ମହାପାତ୍ରଅଶୋକ ସମ୍ରାଟଗୋଲୋକ ବିହାରୀ ଧଳଘରପୁରୀ ଜିଲ୍ଲାକେଶବ କୋଇଲିଦେବୀପ୍ରସନ୍ନ ପଟ୍ଟନାୟକ୧୮୭୩ଡାଲିସୁବର୍ଣ୍ଣରେଖା ନଦୀପୁରୁଷୋତ୍ତମ ଦେବଗୁରୁକୃଷ୍ଣ ଗୋସ୍ୱାମୀଯୋଗନରେନ୍ଦ୍ର ମୋଦୀମଙ୍ଗଳବାରପାର୍ବତୀପ୍ରାଚୀ ନଦୀସୀତାକାନ୍ତ ମହାପାତ୍ର🡆 More