ପ୍ରାଚୀ ନଦୀ

ପ୍ରାଚୀ ନଦୀ ବା ପ୍ରାଚୀସରସ୍ୱତୀ ନଦୀ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବାହିତ ଏକ ପୁରାତନ, ମାତ୍ର କ୍ଷୁଦ୍ର ନଦୀ। ସଂସ୍କୃତ ପଦ୍ମପୁରାଣ ଅନୁସାରେ ପ୍ରାଚୀ ନଦୀ ଗଙ୍ଗାଠାରୁ ମଧ୍ୟ ପୁରାତନ। ପୁଣ୍ୟତୋୟା ପ୍ରାଚୀ ନାମରେ ପ୍ରସିଦ୍ଧ ଏହି ନଦୀକୁ ଅତ୍ୟନ୍ତ ପବିତ୍ର ଭାବରେ ଗ୍ରହଣ କରାଯାଏ । ପୁରାଣ ଓ ଇତିହାସ ପ୍ରସିଦ୍ଧ ଏହି ନଦୀଟିର ବର୍ତ୍ତମାନ ଦୈର୍ଘ୍ୟ ୬୦ରୁ ୭୦ କି.ମି.

ମଧ୍ୟରେ । ଏହି ନଦୀ କୂଳରେ ଅନେକ ପୁରାତନ ଦେବପୀଠ ଓ ଭାସ୍କର୍ଯ୍ୟ ଦେଖିବାକୁ ମିଳେ । ଶୈବ, ବୈଷ୍ଣବ, ଶାକ୍ତ, ବୌଦ୍ଧ, ଜୈନ ଆଦି ନାନାଦି ପରମ୍ପରାର ବିଚିତ୍ର ସହାବସ୍ଥାନ ଏହି ନଦୀ ଉପତ୍ୟକାରେ ରହିଛି । ପ୍ରାଚୀନ ଐତିହ୍ୟ ସମ୍ପନ୍ନ ପ୍ରାଚୀନଦୀର ଉଲ୍ଲେଖ ପଦ୍ମ ପୁରାଣ ତଥା ଅନ୍ୟାନ୍ୟ ଗ୍ରନ୍ଥରେ ମିଳିଥାଏ । ଐତିହାସିକମାନଙ୍କ ମତରେ ପ୍ରାଚୀ ମହାନଦୀର ଏକ ପୁରାତନ ଅଂଶବିଶେଷ ।

ପ୍ରାଚୀନଦୀ (ପ୍ରାଚୀ)
ନଦୀ
ନାମର ଉତ୍ପତ୍ତି: ପ୍ରାଚୀ ସରସ୍ୱତୀ
ଦେଶ ଭାରତ
Parts ଓଡ଼ିଶା
Mouth
 - location ବେଳଙ୍ଗ, ପୁରୀ, ଓଡ଼ିଶା, ଭାରତ

ନାମର ଉତ୍ପତ୍ତି

ପ୍ରାଚୀ ଶବ୍ଦର ଆକ୍ଷରିକ ଅର୍ଥ 'ପୂର୍ବଦିଗ' ଅଟେ। ପୌରାଣିକ ବର୍ଣ୍ଣନା ଅନୁଯାୟୀ, ଦେବତାମାନଙ୍କ ପ୍ରାର୍ଥନା ରକ୍ଷା କରି, ସରସ୍ୱତୀ ନଦୀ କପିଳ ମୁନୀଙ୍କ ଆଶ୍ରମରୁ ଉଦ୍ଭୂତା ହୋଇ ସମୁଦ୍ରରେ ମିଶିଥିଲେ । ପୂର୍ବାଭିମୁଖୀ ହୋଇ ଗତି କରିବାରୁ ତାଙ୍କର ନାମ ପ୍ରାଚୀ ସରସ୍ୱତୀ ହେଲା। ସମୟ କ୍ରମେ ସରସ୍ୱତୀ ଶବ୍ଦର ବ୍ୟବହାର ବନ୍ଦ ହୋଇ କେବଳ ପ୍ରାଚୀ ନାମରେ ଏହି ନଦୀ ଜଣାଗଲା । ତ୍ରିଲୋଚନ ଦାସଙ୍କ ଗ୍ରନ୍ଥ ପ୍ରାଚୀ ମାହାତ୍ମ୍ୟରେ ମଧ୍ୟ ଉଲ୍ଲେଖ ରହିଛି ଯେ ସମୁଦ୍ରରେ ମହାଦେବଙ୍କ ରେତ ସ୍ଖଳିତ ହୋଇ ବାଡ଼ବାନଳ ଜାତ ହେଲା । ଏହା ଯୋଗୁଁ ଜଗତରେ ସମସ୍ତ ପ୍ରାଣୀ ଭୟଭୀତ ହେଲେ । ଏହି ବାଡ଼ବାନଳକୁ ଶମିତ କରିବା ପାଇଁ ଦେବତାମାନେ ଗଙ୍ଗା, ଯମୁନା ଓ ନର୍ମଦା ଆଦି ଦେବୀମାନଙ୍କୁ ଅନୁରୋଧ କଲେ, କିନ୍ତୁ ସେହି ଦେବୀମାନେ ଏ କାର୍ଯ୍ୟ କରିବାକୁ ଅକ୍ଷମ ହେବାରୁ ଶେଷକୁ ଯାଇ ସରସ୍ୱତୀଙ୍କ ଶରଣ ପଶିଲେ । ସରସ୍ୱତୀ ଦେବଦେବୀଙ୍କ ଅନୁରୋଧ ରକ୍ଷା କରି ପଶ୍ଚିମ ଦିଗରୁ ପାତାଳପୁର ମାର୍ଗ ଦେଇ ପୂର୍ବମୁଖୀ ହୋଇ ଆସିଲେ । ଏଣୁ ତାଙ୍କ ଅନ୍ୟ ନାମ ହେଲା 'ପ୍ରାଚୀ' ।

ଭୌଗୋଳିକ ଅବସ୍ଥିତି

ବର୍ତ୍ତମାନର ଅବସ୍ଥିତି ଅନୁସାରେ ପ୍ରାଚୀ ନଦୀ ଫୁଲନଖରା ନିକଟରୁ ବାହାରି, ଅସ୍ତରଙ୍ଗ ନିକଟବର୍ତ୍ତୀ ବେଳଙ୍ଗ ନିକଟରେ ସମୁଦ୍ରରେ ମିଶିଛି । କ୍ଷୁଦ୍ର କଳେବରର ଏହି ନଦୀଟି ବର୍ତ୍ତମାନ ଅଧିକ ସଙ୍କୁଚିତ ହୋଇଯାଇଛି । ପ୍ରାୟ ୬୦ରୁ ୭୦ କି.ମି. ପରେ ଏହା ସମୁଦ୍ରରେ ମିଶିଛି । ଏହି ଦୂରତା ମଧ୍ୟରେ ସୋଲ ନଦୀ, ଯାହାକୁ ପ୍ରାଚୀର ଉପନଦୀ ଭାବରେ କେହି କେହି ଗ୍ରହଣ କରନ୍ତି, ଅନ୍ତର୍ଭୁକ୍ତ । ଏହି ନଦୀଟିର ଅନେକ ଉପନଦୀ ଓ ଶାଖାନଦୀ ରହିଥିଲା । ସମୟକ୍ରମେ ଏସବୁର କଳେବର କମି ଯାଇଛି ତଥା ଅନେକ ନଦୀ ଏବେ ଲୁପ୍ତ । ଏହି ନଦୀ ସମୁଦ୍ରରେ ମିଶିବା ପୁର୍ବରୁ କାଦୁଆ ନାମକ ଅନ୍ୟ ଏକ ନଦୀ ସହ ମିଶିଛି । କାଦୁଆକୁ ପ୍ରାଚୀର ଉପନଦୀ ଭାବରେ ଗ୍ରହଣ କରାଯାଏ ।

ପ୍ରାଚୀ ଉପତ୍ୟକାର ଐତିହାସିକ ବିଭବ

ପ୍ରାଚୀ ନଦୀ କୁଳରେ ପ୍ରାୟ ଶହେରୁ ଅଧିକ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠ।ନ ରହିଛି । ସେଥିମଧ୍ୟରୁ ଗୀତଗୋବିନ୍ଦ ରଚୟିତା ଶ୍ରୀଜୟଦେବଙ୍କ ସାଧନା ପୀଠ କେନ୍ଦୁବିଲ (ବର୍ତ୍ତମାନର କେନ୍ଦୁଲି ଗ୍ରାମ, ବାଲିପାଟଣା ବ୍ଲକ ,ଖୋର୍ଦ୍ଧା ଜିଲ୍ଲା), ଜହାନିଆ ପୀର (ଅସ୍ତରଙ୍ଗ ବ୍ଲକ ,ପୁରୀ), ଅଡସପୁର ନିକଟସ୍ଥ ଗୁପ୍ତମାଣିକ ମଠ (ବରହାପୁର), ସ।ଧୁଗୁମ୍ଫ। ମଠ (ଓଲଟପୁର), ଫତେଗଡ଼ ମଠ (ବଜ଼ାରସାହୀ), ସିଦ୍ଧଗୁମ୍ଫା ମଠ, ଜଗମୋହନକୁଦ (ସୁନ୍ଦରଗ୍ରାମ), କପିଳମୁନି ଅଶ୍ରମ (ନିଆଳି ବ୍ଲକ), ମାଧବାନନ୍ଦ ଜୀଉ ମଠ (ଅଡସପୁର), ଅନ୍ତର୍ଭେଦୀ ମଠ -ତ୍ରିବେଣୀଘାଟ (କଣ୍ଟ।ପଡା ଶାସନ), ରାଧାକାନ୍ତ ମଠ (ନୁଅ।ଗଁ।), ଅର୍କତୀର୍ଥ ମଠ ଓ ସିଦ୍ଧମଠ (ନିଆଳି), ରତ୍ନବଟ (ନିମାପଡ଼ା ବ୍ଲକ), ବଳରାମ ଦାସ ଗାଦୀ (ଏବରଂଗ, କୋଣାର୍କ), ବୌଦ୍ଧ ପୀଠ (କୁରୁମା, କୋଣାର୍କ) ଆଦି ପ୍ରସିଦ୍ଧ । ଏତଦ ବ୍ୟତୀତ ଅଡସପୁରରେ ଓ କାକଟପୁରର ନୀଳକଣ୍ଠଶ୍ୱର ମନ୍ଦିରରେ ର୍ଜୈନ ତୀର୍ଥଙ୍କରଙ୍କ ପ୍ରତିମୁର୍ତ୍ତୀ ଦେଖିବାକୁ ମିଳେ । ଏହି ଉପତ୍ୟକା (ଓଲଟପୁର ନିକଟସ୍ଥ ବାଇରୋଇ ଗ୍ରାମ)ରେ ଦିନେ କବି ରାମକୃଷ୍ଣ ନନ୍ଦ ତାଙ୍କ କଲାଜୟୀ ସୃଷ୍ଟି “ଆହେ ଦୟାମୟ ବିଶ୍ୱ ବିହାରୀ” ରଚନା କରିଯାଇଥିଲେ । ଏଥିରୁ ଜଣାପଡେ ଯେ ପ୍ରାଚୀ ନଦୀ ଉପତ୍ୟକାରେ ସବୁ ଧର୍ମ ଓ ସମ୍ପ୍ରଦାୟର ସମିଶ୍ରଣ ଯୁଗ ଯୁଗ ଧରି ରହିଆସିଛି ।

ଉପତ୍ୟକା ଐତିହାସିକ ଦୃଷ୍ଟିରୁ ବିଭବପୂର୍ଣ୍ଣ । ଏଠାରେ ବହୁ ଧର୍ମ ଓ ମତବାଦର ସହାବସ୍ଥାନ ଘଟିଥିବାର ଦେଖାଯାଏ । ଏହି ଅଞ୍ଛଳରେ ଭୌମକର, ସୋମ ଓ ଗଙ୍ଗବଂଶ ସମୟର ଅନେକ ସ୍ଥାପତ୍ୟ ଦେଖିବାକୁ ମିଳେ । ଶୈବ, ଶାକ୍ତ, ବୈଷ୍ଣବ ଆଦି ପରମ୍ପରା ପ୍ରଚଳିତ ଅନେକ ପୀଠ ପୁରାତନ କାଳରୁ ଏଠାରେ ବିଦ୍ୟମାନ । ଏହି ଅଞ୍ଛଳରେ ଥିବା ଦ୍ୱାଦଶ ମାଧବ ଓ ଦ୍ୱାଦଶ ଶମ୍ଭୁ ପୀଠଗୁଡ଼ିକ ଅତୀତର ଧାର୍ମିକ ପରମ୍ପରା ବିଷୟରେ ସୂଚନା ଦିଏ । ଏତଦବ୍ୟତୀତ ବୌଦ୍ଧଜୈନ ପରମ୍ପରାର ଅନେକ ପ୍ରମାଣ ଏଠାରେ ମିଳୁଛି । ଅନେକ ସ୍ଥାନରେ ଏକତ୍ର ହରିହର ଉପାସନାର ପୀଠ ଦେଖାଯାଏ ତଥା ଅନେକ ପୁରାତନ ଶୈବ ଓ ବୈଷ୍ଣବ ପୀଠ ଦେଖାଯାଏ । ଅନେକ ଗୁଡ଼ିଏ ଶାକ୍ତ ଉପାସନା ଓ ତନ୍ତ୍ର ପୀଠ ମଧ୍ୟ ଦେଖିବାକୁ ମିଳେ । ପ୍ରଧାନ ହିନ୍ଦୁ ପୀଠମାନଙ୍କ ମଧ୍ୟରେ ନିଆଳିର ଶୋଭନେଶ୍ୱର, ମାଧବର ମାଧବାନନ୍ଦ ଜୀଉ, ଚୌରାସୀର ବରାହୀ ମନ୍ଦିର ଓ କାକଟପୁରର ମଙ୍ଗଳା ମନ୍ଦିର ଅନ୍ୟତମ । ବର୍ତ୍ତମାନ କୌଣସି ବୌଦ୍ଧପୀଠ ବିଦ୍ୟମାନ ନଥିଲେ ମଧ୍ୟ ଅନେକ ସ୍ଥାନରେ ବୌଦ୍ଧ ଓ ଜୈନ ମୂର୍ତ୍ତୀ ହିନ୍ଦୁ ମନ୍ଦିରରେ ପୂଜା ହେବାର ଦେଖିବାକୁ ମିଳେ । ଏକଦା ପ୍ରାଚୀର ଏକ ଶାଖା ନଦୀ ଥିବା ଚିତ୍ରୋତ୍ପଳା ନଦୀ ମୁହାଣରେ ଏକ ବନ୍ଦର ଥିବା ବିଶ୍ୱାସ କରାଯାଏ । ସାରଳା ମହାଭାରତରେ ଏହି ନଦୀ ସମ୍ପର୍କରେ ବର୍ଣ୍ଣନା ରହିଛି । ଏହି ନଦୀ କୂଳରୁ ଅନେକ ବଡ଼ ପ୍ରସ୍ତର ମିଳୁଅଛି । କିମ୍ବଦନ୍ତୀ ଅନୁସାରେ କୋଣାର୍କ ମନ୍ଦିର ନିର୍ମାଣ ସମୟରେ ପ୍ରାଚୀ ଓ ଚିତ୍ରୋତ୍ପଳା ନଦୀଦ୍ୱାରା ପଥର ବୁହାଯାଉ ଥିଲା । ପ୍ରାଚୀ ଉପତ୍ୟକାରେ ଅନେକ ପୁରାତନ ଗଡ ମଧ୍ୟ ଦେଖିବାକୁ ମିଳେ । ବର୍ତ୍ତମାନ ଏହି ନଦୀ କ୍ଷୁଦ୍ର କଳେବର ଧାରଣ କରିଛି, ମାତ୍ର ପୁର୍ବରୁ ଏହାର ବିସ୍ତୃତି ଅଧିକ ଥିଲା ।

ପ୍ରାଚୀ ନଦୀ 
ପ୍ରାଚୀ ନଦୀ ଗର୍ଭରୁ ଉଦ୍ଧାର ହୋଇଥିବା ଦୀର୍ଘକାୟ ଶିଳା

ନିକଟରେ ଏହି ନଦୀ ଉପତ୍ୟକାରେ ତାମ୍ରପ୍ରସ୍ତର ଯୁଗର ସଭ୍ୟତାର ପ୍ରମାଣ ମିଳିଛି । କଟକ ଜିଲ୍ଲା ନିଆଳି ଅଂଚଳର ଭାରତୀ ହୁଡା ନିକଟରେ ପୁରୁଣା ଯୁଗର ସତ ଜାଣିବାକୁ ଉଦ୍ୟମ କରୁଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ । ଅନ୍ୟୂନ ୪,୦୦୦ ବର୍ଷ ତଳର ମାଟି ପାତ୍ର, ପଥରର କୁରାଢୀ, ମଣିଷଙ୍କ ବ୍ୟବହାର କରୁଥିବା ଉପକରଣ, ଜୀବଜନ୍ତୁ, ମଣିଷଙ୍କ ହାଡ଼ର ସନ୍ଧାନ ମିଳିଛି ।

ପ୍ରାଚୀ ମାହାତ୍ମ୍ୟ ଓ ଧାର୍ମିକ ବିଶ୍ୱାସ

ସଂସ୍କୃତ ପଦ୍ମପୁରାଣର ଏକ ଅଂଶରେ ପ୍ରାଚୀନଦୀ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ରହିଛି । ଏହା ପ୍ରାଚୀ ମାହାତ୍ମ୍ୟ ନାମରେ ପ୍ରସିଦ୍ଧ । ଏହି ଗ୍ରନ୍ଥରେ ପ୍ରାଚୀନଦୀ ତୀରସ୍ଥ ବିଭିନ୍ନ ଦେବପୀଠର ବର୍ଣ୍ଣନା ଓ ପ୍ରାଚୀନଦୀର ଉତ୍ପତ୍ତି ସମ୍ବନ୍ଧୀୟ କିମ୍ବଦନ୍ତୀର ଉଲ୍ଲେଖ ମିଳେ । ପ୍ରାଚୀନଦୀକୁ ଏକ ଅତି ପବିତ୍ର ନଦୀ ଭାବରେ ଗ୍ରହଣ କରାଯାଏ । ପ୍ରାଚୀନଦୀ ଗଙ୍ଗାଠାରୁ ମଧ୍ୟ ପୁରାତନ ବୋଲି ବିଶ୍ୱାସ କରାଯାଏ । ତ୍ରିବେଣୀ ନାମକ ସ୍ଥାନରେ ଯେଉଁଠାରେ ପ୍ରାଚୀ ସହ ମଣିକର୍ଣ୍ଣିକା ନାମକ ଉପନଦୀ ମିଶିଛି, ଗୁପ୍ତ ଗଙ୍ଗାର ଏକ ଧାରା ମଧ୍ୟ ମିଶିଛି ବୋଲି ବିଶ୍ୱାସ କରାଯାଏ । ଏହି ସ୍ଥାନରେ ତ୍ରିବେଣୀ ଅମାବାସ୍ୟାରେ ଏକ ବୁଡ଼ ପଡେ ଓ ଅନେକ ଲୋକ ସ୍ନାନ କରନ୍ତି । ପ୍ରାଚୀ କୂଳରେ ଅଗ୍ନିତୀର୍ଥ, ଚକ୍ରତୀର୍ଥ ଆଦି ଅନେକ ତୀର୍ଥ ଆଜି ମଧ୍ୟ ବିଦ୍ୟମାନ । କାକଟପୁରର ପ୍ରସିଦ୍ଧ ମଙ୍ଗଳା ମନ୍ଦିର ଓ ଦେଉଳୀ ମଠ ପ୍ରାଚୀ କୂଳରେ ଅବସ୍ଥିତ । ଏତଦ୍‌ବ୍ୟତୀତ ପ୍ରାଚୀ କୂଳରେ ଅନେକ ପୁରାତନ ମଠ ଓ ଆଶ୍ରମ ଦେଖାଯାଏ । ଏଠାରେ ମିଳୁଥିବା ଅବଶେଷରୁ ଜଣାପଡେ, ଏକଦା ବୌଦ୍ଧ ଓ ଜୈନ ଧର୍ମର ପ୍ରଭାବ ରହିଥିଲା । ଚୌରାସୀର ବରାହୀ ମନ୍ଦିରରୁ ତନ୍ତ୍ରର ପ୍ରଭାବ ଅନୁମାନ କରିହୁଏ ।

ଆଧାର

Tags:

ପ୍ରାଚୀ ନଦୀ ନାମର ଉତ୍ପତ୍ତିପ୍ରାଚୀ ନଦୀ ଭୌଗୋଳିକ ଅବସ୍ଥିତିପ୍ରାଚୀ ନଦୀ ପ୍ରାଚୀ ଉପତ୍ୟକାର ଐତିହାସିକ ବିଭବପ୍ରାଚୀ ନଦୀ ପ୍ରାଚୀ ମାହାତ୍ମ୍ୟ ଓ ଧାର୍ମିକ ବିଶ୍ୱାସପ୍ରାଚୀ ନଦୀ ଆଧାରପ୍ରାଚୀ ନଦୀକଟକ ଜିଲ୍ଲାଖୋର୍ଦ୍ଧା ଜିଲ୍ଲାଗଙ୍ଗା ନଦୀପୁରୀ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ନାଟୋଉମେଶଚନ୍ଦ୍ର ସରକାରବଳରାମ ଦାସବ୍ରହ୍ମପୁର୧୬ଶ ଲୋକ ସଭାପଦାର୍ଥଡାଲଟେପାରିନଫିଲିପାଇନ୍ସଗୌତମ ବୁଦ୍ଧ୧୫୮୧କୁମାର ପୂର୍ଣ୍ଣିମାଜାଭାସ୍କ୍ରିପ୍ଟ୩୪ୟୁକ୍ରେନ୧୯୬୩ଜ୍ଞାନକୋଷବିହାରଋଷିଆଭକ୍ତ ଚରଣ ଦାସପଣା ସଂକ୍ରାନ୍ତିନାରାୟଣ ସାହୁସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାଭାରତୀୟ ମହିଳାପଦାର୍ଥ ବିଜ୍ଞାନବିଜୟ ମିଶ୍ରସଂଗୀତଜ୍ୟାମିତିଜଗନ୍ନାଥ ଦାସପ୍ରଣବ ପ୍ରକାଶ ଦାସମୁଣ୍ଡପିଛା ଆୟହିନ୍ଦୀସାଉଦି ଆରବଶାରଳା ପୁରସ୍କାରଇଉରୋପଚୈତନ୍ୟରାମାୟଣଓଡ଼ିଶାଜର୍ଜିଆଆର୍ମେନିଆକାହ୍ନୁଚରଣ ମହାନ୍ତି୧୭୫୨ମିରା ଅଲଫାସାନେପାଳଜଗନ୍ନାଥମନୋଜ ଦାସଓଜସ୍ୱୀ ଅରୋଡ଼ାଜ୍ଞାନପୀଠ ପୁରସ୍କାରଭୁବନେଶ୍ୱରକେନ୍ଦୁଝରଭିମାବରମପୃଥିବୀର ବାୟୁମଣ୍ଡଳସାଇକେଲବାହାରିନହରପ୍ପା ସଭ୍ୟତାଇଂରାଜୀ ଭାଷାସମୟ (କାଳ)ନହୁଷଇତିହାସଦୟାନନ୍ଦ ସରସ୍ୱତୀସୋମନାଥକୁଏତନିର୍ମାଲ୍ୟଓଡ଼ିଶାର ସଂସ୍କୃତିଗର୍ଭାବସ୍ଥାବୌଦ୍ଧ ଧର୍ମଉଇକିପିଡ଼ିଆ ସମୂହର ତାଲିକାନାରୀବାଦ🡆 More