ସାରଳା ମହାଭାରତ

ସାହିତ୍ୟରେ ଆଦର୍ଶବାଦ ପ୍ରଚାର କରିବା ଥିଲା ଜାତୀୟ କବି ସାରଳା ଦାସଙ୍କ ଅନ୍ୟତମ ଲକ୍ଷ୍ୟ । ସାମାଜିକ ଆଦର୍ଶବୋଧର ପ୍ରତିଷ୍ଠା ପାଇଁ ସେ ଆପଣାର ବିଶାଳ ଗ୍ରନ୍ଥ ମହାଭାରତର କଥନକ ମଧ୍ୟରେ ଯେଉଁଠେ ଅବକାଶ ପାଇଛନ୍ତି ଏହି ଆଦର୍ଶବୋଧକୁ ବିଭିନ୍ନ ଚରିତ୍ରରାଜିର ମୁଖରେ ପ୍ରଦାନ କରିଯାଇଛନ୍ତି । ସାରଳା ଦାସଙ୍କ ଉଲ୍ଲଖିତ ଆଦର୍ଶ ଥିଲା ସମସାମୟିକ ଉତ୍କଳର ସାମାଜିକ ଆଦର୍ଶ । ଏସବୁ ମୂଳରେ କବିଙ୍କ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକର ଚରିତ୍ର ଗଠନ ଏବଂ ନୈତିକ ଚେତନାର ଜାଗରଣ । କବିଙ୍କ ବିରଚିତ ମହାଭାରତ ତତ୍କାଳୀନ ଉତ୍କଳରେ ପ୍ରଚଳିତ ରାଶି ରାଶି ପ୍ରବାଦ ରୂପକ ସୁରଭିତ ସୁମନର ଏକ ନନ୍ଦନକାନନ । ବସ୍ତୁତଃ ବିଚାର କଲେ ଏସବୁ ପ୍ରବାଦଗୁଡ଼ିକ ମଧ୍ୟରୁ କେତେକ କବି କଳ୍ପନା ସମ୍ଭୂତ ଆଉ କେତେକ ତତ୍କାଳୀନ ଉତ୍କଳୀୟ ଲୋକ ମୁଖରେ ପ୍ରଚଳିତ କଥା । ଏସବୁ କବିଙ୍କ ପାଣ୍ଡିତ୍ୟ, ବହୁ ଶାସ୍ତ୍ର ଦର୍ଶିତା ତଥା ଦୂର ଦୃଷ୍ଟିର ସୁସମନ୍ୱୟରେ କବି ଲେଖନୀରେ ତାହା ମନୋଜ୍ଞ ଭାବେ ପ୍ରକାଶ ପାଇଛି । କବି ସ୍ୱକୀୟ ଅନୁଭୁତି ସଂଜାତ ବିଚାରବୋଧରୁ ଯେଉଁ ମହନୀୟ ଆଦର୍ଶବଳୀର ପ୍ରଚାର କରିଯାଇଛନ୍ତି ତାହାହିଁ ତାଙ୍କର ଆଦର୍ଶଗତ ଐକାନ୍ତିକତାର ଯଥାର୍ଥ ପରିଚାୟକ । କବିଙ୍କ ଏହି ଆଦର୍ଶବୋଧ କେତେବେଳେ ପ୍ରଚାର ଧର୍ମତାକୁ ଆଶ୍ରୟ କରିଛି ତ କେତେବେଳେ ବିଭିନ୍ନ ଲୋକ କଥା ଦେଇ ଆତ୍ମ ପ୍ରକାଶ କରିଛି । ନୀତି ବାଣୀ ବା ନୀତି ଉପଦେଶ ସୁସ୍ଥ ସୁନ୍ଦର ଜୀବନଚର୍ଯ୍ୟାର ମହାର୍ଘ ଉପାଦାନ ହେଲେ ସୁଦ୍ଧା ସାହିତ୍ୟିକ ରସାବେଦନ ଦୃଷ୍ଟିରୁ ତାହା ନିରସ ଓ ଶୁଷ୍କ ପ୍ରତୀୟମାନ ହୋଇଥାଏ । ଏଣୁ ଏହି ରସ ଶୂନ୍ୟ ଉପଦେଶାବଳୀକୁ ସରସ ଓ ସ୍ୱାଦିଷ୍ଟ କରିବା ଲକ୍ଷ୍ୟରେ କବି ଲୋକ ପ୍ରଚଳିତ ପ୍ରବାଦ ଗୁଡିକୁ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି । ସ୍ୱକୀୟ ପୁରାଣ ଗର୍ଭିତ ବିଭିନ୍ନ ଉପାଖ୍ୟାନ ତଥା ଚରିତ୍ରାବଳୀର କର୍ମ କୁଶଳତାକୁ ଜନଚିତ୍ତଗ୍ରାହୀ ପ୍ରବାଦ ମାଧ୍ୟମରେ ପ୍ରକାଶ ପୂର୍ବକ ସୁପରିକଳ୍ପିତ ଆଦର୍ଶବୋଧକୁ ପ୍ରଚାର କରିଯାଇଛନ୍ତି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଅମର ପ୍ରସାଦ ଶତପଥୀ୧ (ସଂଖ୍ୟା)ସାରଳା ଦାସଟେସାମୋରେଲିନଅଷ୍ଟ୍ରେଲିଆସତ୍ୟବାଦୀ ବନ ବିଦ୍ୟାଳୟଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବୈକୁଣ୍ଠନାଥ ପଟ୍ଟନାୟକସୁଭାଷ ଚନ୍ଦ୍ର ବୋଷଚତୁର ବିନୋଦଭଗବତ ଗୀତାଏକ୍ସକ୍ୟୁଜ ମିସମ୍ବଲପୁର ଜିଲ୍ଲାଇଣ୍ଡୋନେସିଆବିବାହଦୀପକ ମିଶ୍ରଓଡ଼ିଶା ବିଧାନ ସଭାଚୈତ୍ର ପୂର୍ଣ୍ଣିମାଭୁବନେଶ୍ୱର ବେହେରାଲକ୍ଷ୍ମୀକାନ୍ତ ମହାପାତ୍ରବୁନ୍ଦିଆ ଖିରିହେଲୋ ନେଟୱର୍କଓଡ଼ିଆ ଭ୍ରମଣ ସାହିତ୍ୟସେପ୍ଟେମ୍ବରପୂର୍ଣ୍ଣାନନ୍ଦ ଦାନୀବନ୍ଧୁ ମହାନ୍ତିଭକ୍ତ ଚରଣ ଦାସଗାଲୁଆକଟକକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୨ ଫେବୃଆରୀପିଆଜବୀଜାଣୁଗୋପାଳ ଚନ୍ଦ୍ର ପ୍ରହରାଜସାରଳା ସମ୍ମାନରିୟା ଦେରଜବୋବ୍ୱିଲିକଙ୍କାଳଜଳ ପ୍ରଦୂଷଣଜର୍ଜ କ୍ୟାଣ୍ଟରଗାର୍ଗୀ ମହାନ୍ତିଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ୧୭୩୬ଅନୁପମ ଭାରତଲଣ୍ଡନହାଡ଼ଫୁଟିହେମନ୍ତ ଦାସକ୍ୟୁ. ଆର. କୋଡ଼ବିଜୟ ମିଶ୍ରହିଙ୍ଗୁଳା ମନ୍ଦିରବୈଷ୍ଣବ ପାଣିଅଂଶୁଘାତଆପେଣ୍ଡିସାଇଟିସଏ. ପି. ଜେ. ଅବଦୁଲ କଲାମନମିତା ଅଗ୍ରୱାଲଅଟିଜିମ୍‌ଉଦୟନାଥ ଷଡ଼ଙ୍ଗୀରାମଚନ୍ଦ୍ର ମିଶ୍ରକାଳୀଚରଣ ପଟ୍ଟନାୟକମୃଣାଳ ସେନପ୍ଲୀହାଓଡ଼ିଶାର ମାପ ବ୍ୟବସ୍ଥାସୁବର୍ଣ୍ଣରେଖା ନଦୀବିଷ୍ଣୁବିଶ୍ୱତାପନ🡆 More