ହେମନ୍ତ ଦାସ: ଓଡ଼ିଆ ଅଭିନେତା

ହେମନ୍ତ ଦାସ (୧୮ ସେପ୍ଟେମ୍ବର ୧୯୩୩ - ୨୭ ଅପ୍ରେଲ ୨୦୧୦) ଜଣେ ଓଡ଼ିଆ ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ଚଳଚ୍ଚିତ୍ର ଅଭିନୟ ପାଇଁ ସେ ୧୯୯୧ ମସିହାରେ ଜୟଦେବ ପୁରସ୍କାର ପାଇଥିଲେ ।

ହେମନ୍ତ ଦାସ
ଜନ୍ମ(1933-09-18)୧୮ ସେପ୍ଟେମ୍ବର ୧୯୩୩
ଖମାରଙ୍ଗ, ବାଙ୍କୀ, କଟକ ଜିଲ୍ଲା
ମୃତ୍ୟୁ୨୭ ଅପ୍ରେଲ ୨୦୧୦(2010-04-27) (ବୟସ ୭୬)
ଭୁବନେଶ୍ୱର, ଓଡ଼ିଶା
ଜାତୀୟତାଭାରତୀୟ
ବୃତ୍ତି(ସମୂହ)କଥାଚିତ୍ର ନିର୍ଦ୍ଦେଶକ, ଅଭିନେତା
ସକ୍ରିୟ ବର୍ଷ୧୯୫୬ - ୨୦୦୯
ପ୍ରସିଦ୍ଧିଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ
ପିତାମାତା(s)ରାଧେଶ୍ୟାମ ଦାସ, ବୈଦେହୀ

ବ୍ୟକ୍ତିଗତ ଜୀବନ

ହେମନ୍ତଙ୍କ ଜନ୍ମ ୧୯୩୩ ମସିହାରେ କଟକର ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଖମାରଙ୍ଗ, ଗ୍ରାମରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ରାଧେଶ୍ୟାମ ଦାସ ଓ ମାତାଙ୍କ ନାମ ବୈଦେହୀ । ତାଙ୍କ ପିତାଙ୍କର ଏକ ରାସଦଳ ଥିଲା । ତେଣୁ ଘରେ ହିଁ ହେମନ୍ତଙ୍କୁ ନୃତ୍ୟ, ଗୀତ ଓ ସଙ୍ଗୀତର ପରିବେଶ ମିଳିଥିଲା । ହେମନ୍ତ ବାଙ୍କୀର ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠରେ ମାଟ୍ରିକ ଓ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ମହାବିଦ୍ୟାଳୟ ସ୍ଥରର ପାଠ ପଢ଼ିଥିଲେ ।

ବୃତ୍ତିଗତ ଜୀବନ

ହେମନ୍ତଙ୍କ ଅଭିନୟ ଜୀବନ ରଙ୍ଗମଞ୍ଚରୁ ଆରମ୍ଭ ହୋଇଥିଲା । ଚଳଚ୍ଚିତ୍ର ଜଗତରେ ପାଦ ଦେବା ଆଗରୁ, ସେ ନୂଆ ଦିଲ୍ଲୀରେ ଆକାଶବାଣୀରେ ଓଡ଼ିଆ ସମ୍ବାଦ ପଢୁଥିଲେ । ୧୯୫୪ ମସିହାରେ ପ୍ରଥମେ ଗୌର ଘୋଷଙ୍କ ଭାଇ ଭାଇ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରି ସେ ପ୍ରାୟ ୪୦ଟି ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୯ରେ ମୁକ୍ତିଲାଭ କରିଥିବା ତୁମେ ହିଁ ସାଥୀ ମୋର ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା । ଅକ୍ଷୟ ମହାନ୍ତିବିଜୟ ମିଶ୍ରଙ୍କ ସହ ମିଶି ତ୍ରିମୂର୍ତ୍ତି ଛଦ୍ମ ନାମରେ ସେ ଯାଯାବର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଫକିର ମୋହନ ସେନାପତିଙ୍କ ବହୁଚର୍ଚ୍ଚିତ ପେଟେଣ୍ଟ ମେଡ଼ିସିନକୁ ନେଇ ‘ସୁଲୋଚନା’ ନାମରେ କରୁଥିବା ଚଳଚ୍ଚିତ୍ରଟିକୁ ସମ୍ପୁର୍ଣ୍ଣ କରିବା ତାଙ୍କର ଶେଷ ଲକ୍ଷ ଥିଲା କିନ୍ତୁ ଅର୍ଥାଭାବରୁ ସେ ତାହା ସମ୍ପୂର୍ଣ୍ଣ କରି ପାରିନଥିଲେ ।

୨୦୧୦ ମସିହା ଅପ୍ରେଲ ୨୭ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।

ନିର୍ଦ୍ଦେଶିତ କଥାଚିତ୍ର

ଅଭିନୀତ କଥାଚିତ୍ର

ପୁରସ୍କାର

ଆଧାର

ଅଧିକ ତଥ୍ୟ

Tags:

ହେମନ୍ତ ଦାସ ବ୍ୟକ୍ତିଗତ ଜୀବନହେମନ୍ତ ଦାସ ବୃତ୍ତିଗତ ଜୀବନହେମନ୍ତ ଦାସ ପୁରସ୍କାରହେମନ୍ତ ଦାସ ଆଧାରହେମନ୍ତ ଦାସ ଅଧିକ ତଥ୍ୟହେମନ୍ତ ଦାସଓଡ଼ିଆ ସିନେମା ଜଗତଜୟଦେବ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ବୀର ସୁରେନ୍ଦ୍ର ସାଏଅଷ୍ଟ୍ରେଲିଆଗୋପାଳ ଛୋଟରାୟଏସିଆଭାରତ ଛାଡ଼ ଆନ୍ଦୋଳନଭୁଟାନରାଜୀବ ଗାନ୍ଧୀଓଡ଼ିଶାର ଇତିହାସତାରାତାରିଣୀ ମନ୍ଦିରପୁରାଣ୫ ଅକ୍ଟୋବରସୂର୍ଯ୍ୟ ଦେବତାସୁରେନ୍ଦ୍ର ମହାନ୍ତିସମଲେଶ୍ୱରୀ ମନ୍ଦିରହୃଷୀକେଶ ପଣ୍ଡାବାଲିଗୁଡ଼ାଚନ୍ଦନ ଯାତ୍ରାଲାଲ ବାହାଦୁର ଶାସ୍ତ୍ରୀକର୍କଟ ରୋଗଔଷଧୀୟ ଗଛଲତାମାନଙ୍କର ତାଲିକାହେମନ୍ତ କୁମାର ଦାସସୂଚନା ଅଧିକାର ଆଇନ ୨୦୦୫ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟରାସାୟନିକ ମୌଳିକଚାଣକ୍ୟକାର୍ତ୍ତିକେୟନବରାତ୍ରୀଓଡ଼ିଆ ଭାଷାବି. ଆର. ଆମ୍ବେଦକରନିତ୍ୟାନନ୍ଦ ମହାପାତ୍ରଚୁମ୍ବନବନ୍ଦେ ଉତ୍କଳ ଜନନୀନୂଆପଡ଼ା ଜିଲ୍ଲାବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଓଡ଼ିଶାସମ୍ବଲପୁରଭାରତଓଡ଼ିଶା ବିଧାନ ସଭାଅଂଶୁଘାତମନୋଜ ଦାସନିମୋନିଆ୧୯୭୯୪ ମାର୍ଚ୍ଚ୨୬ ଅପ୍ରେଲଚକ୍ଷୁ ପ୍ରତିସରଣ ଦୋଷ୨୬ ଜୁନଓଡ଼ିଶାର ଦୋଳଯାତ୍ରାସିପାହୀ ବିଦ୍ରୋହଶ୍ରୀରୂପା ମିତ୍ର ଚୌଧୁରୀକାଳୀବୋହୂଓଡ଼ିଆ ସାହିତ୍ୟବାଲିଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାକ୍ସ ୱେବରନୂତନ ବର୍ଷସାନ୍ତାଳ ଜନଜାତିଚନ୍ଦ୍ରଶେଖର ରଥଜାପାନୀ ଭାଷାପଦାର୍ଥ ବିଜ୍ଞାନଡାଇଭର୍ଟିକୁଲାଇଟିସ୍ଆଫ୍ରିକାଦୀପକ ମିଶ୍ରରମାକାନ୍ତ ରଥଅଟିଜିମ୍‌ରାଜନୀତି ବିଜ୍ଞାନଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଆ ଉଇକିପିଡ଼ିଆମନୋରଞ୍ଜନ ଦାସ🡆 More