ସୂର୍ଯ୍ୟ ଦେବତା: ହିନ୍ଦୁ ଦେବତା

ସୂର୍ଯ୍ୟଦେବ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ ।

ସୂର୍ଯ୍ୟ, ଋଷି କାଶ୍ୟପଙ୍କ ପୁତ୍ର ଅଟନ୍ତି । ଅଦିତିଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ବିଶ୍ୱକର୍ମାଙ୍କର ନନ୍ଦିନୀ ସଂଜ୍ଞା, ସ୍ୱର୍ଯ୍ୟଙ୍କ ପତ୍ନୀ । ସୂର୍ଯ୍ୟଙ୍କ ପୁତ୍ର ସନ୍ତାନ ମନୁ, ଯମ ଓ ପୁତ୍ରୀ ଯମୁନା ଅଟନ୍ତି । ସୂର୍ଯ୍ୟଙ୍କର ଅପର ପତ୍ନୀ ହେଉଛନ୍ତି ଛାୟା, ଯେ ଶନିଙ୍କ ଓ ତପତି ଙ୍କର ମାତା । ସୁଗ୍ରୀବକର୍ଣ୍ଣ ମଧ୍ୟ ସୂର୍ଯ୍ୟଙ୍କର ପୁତ୍ର ଅଟନ୍ତି । ପକ୍ଷୀରାଜ ଗରୁଡ଼ଙ୍କ ଭାଇ ଅରୁଣ ସୂର୍ଯ୍ୟଙ୍କ ସାରଥୀ ଅଟନ୍ତି ।ପଶ୍ଚିମ ବଙ୍ଗରେ ସୂର୍ଯ୍ୟ, ଗଙ୍ଗାଦିତ୍ୟ, ମୁର୍ଶିଦାବାଦରେ କୁଶାଦିତ୍ୟ, ସାମାଦିତ୍ୟ ଏବଂ କୋଣାର୍କରେ ମିତ୍ରାଦିତ୍ୟ ନାମରେ ବିଦିତ । ଅଶ୍ୱରୂଢ଼ ସୂର୍ଯ୍ୟ ଦେବ ହେଉଛନ୍ତି ଦ୍ୱିଭୁଜ ଏବଂ ଚତୁର୍ଭୁଜ ରୂପେ ବର୍ଣ୍ଣିତ । କୋଣାର୍କରେ ସୂର୍ଯ୍ୟ ମୂର୍ତ୍ତିଙ୍କ ଦୁଇ ପାର୍ଶ୍ୱରେ କୁନ୍ତୀ ଓ ପିଙ୍ଗଳା ଅବସ୍ଥାନ କରିଛନ୍ତି । ହିନ୍ଦୁଙ୍କ ମତରେ ସୂର୍ଯ୍ୟଙ୍କ ରଥ ଗୋଟିଏ ଚକ ଓ ସାତୋଟି ଘୋଡ଼ାଦ୍ୱାରା ଚାଳିତ ।


ପୂଜା

ଶାମ୍ବ ଦଶମୀ ତିଥିରେ ଓଡ଼ିଶାର ଘରେ ଘରେ ସୂର୍ଯ୍ୟ ପୂଜା ବା ବିରଞ୍ଚି ନାରାୟଣ ପୂଜା ଅନୁଷ୍ଠିତ ହୁଏ । ବ୍ରାହ୍ମଣମାନେ ସନ୍ଧ୍ୟା କରିବା ସମୟରେ ସୂର୍ଯ୍ୟ ମଣ୍ଡଳ ମଧ୍ୟବର୍ତ୍ତୀ ସର ସିଜାସନ ସନ୍ନିବିଷ୍ଟ ନାରାୟଣଙ୍କୁ ଧ୍ୟାନ କରନ୍ତି । ଗାୟତ୍ରୀ, ସାବିତ୍ରୀ, ସରସ୍ୱତୀ ଦେବୀମାନେମାନେ ମଧ୍ୟ ସୂର୍ଯ୍ୟ ମଣ୍ଡଳ ମଧ୍ୟସ୍ଥା । ବ୍ରାହ୍ମଣମାନେ ଗାୟତ୍ରୀ ମନ୍ତ୍ରରେ ସୂର୍ଯ୍ୟଙ୍କୁ ନାରାୟଣ ରୂପେ ସ୍ତବ କରନ୍ତି । ସୂର୍ଯ୍ୟଙ୍କର ବାର ମାସରେ ପୂଜନୀୟ ରୂପ ଯଥା: ମାର୍ଗଶୀର - ମିତ୍ର, ପୌଷ - ବିଷ୍ଣୁ ସନାତନ, ମାଘ - ଅରୁଣ, ଫାଲ୍ଗୁନ- ସୂର୍ଯ୍ୟ, ଚୈତ୍ର - ବେଦାଙ୍ଗ, ବୈଶାଖ - ଭାନୁ, ଜ୍ୟେଷ୍ଠ - ଇନ୍ଦ୍ର, ଆଷାଢ଼ - ରବି, ଶ୍ରାବଣ - ଗଭସ୍ତି, ଭାଦ୍ରବ - ଯମ, ଆଶ୍ୱିନ - ସ୍ୱର୍ଣ୍ଣରେତା, କାର୍ତ୍ତିକ - ଦିବାକର, ଅଧିମାସ - ପୁରୁଷ (ଆଦିତ୍ୟ ହୃଦୟ) ।

ଗ୍ରନ୍ଥମାନଙ୍କରେ ସୂର୍ଯ୍ୟଙ୍କ ବର୍ଣ୍ଣନା

ବୌଦ୍ଧ ସାହିତ୍ୟ, ନାଥ ସାହିତ୍ୟ, ସାରଳା ସାହିତ୍ୟ, ପଞ୍ଚ ସଖା ସାହିତ୍ୟ, ମାଦଳା ପାଞ୍ଜି, ବିଷ୍ଣୁ କେଶରୀ ମାହାତ୍ମ୍ୟ, ନୃସିଂହ ପୁରାଣ, ବୈଦେହୀଶ ବିଳାସ, ବିଦଗ୍ଧ ଚିନ୍ତାମଣି ଆଦିରେ ସୂର୍ଯ୍ୟଙ୍କ ସ୍ତୁତି ବର୍ଣ୍ଣନା ହୋଇଛି । ଚୋଳଗଙ୍ଗଙ୍କ ସମୟରେ ସତ୍ୟାନନ୍ଦଙ୍କ ସଂସ୍କୃତିରେ ସୂର୍ଯ୍ୟସିଦ୍ଧାନ୍ତ ଗ୍ରନ୍ଥ ରଚନା ହୋଇଥିଲା । ଭାଗବତ, ରାମାୟଣ, ମହାଭାରତ, ମତ୍ସ୍ୟ ପୁରାଣ, ଅଗ୍ନି ପୁରାଣ, ତନ୍ତ୍ରସାର, ନୀଳାଦ୍ରି ମହୋଦୟ, ଶାମ୍ବ ପୁରାଣରେ ସୂର୍ଯ୍ୟଙ୍କ ବର୍ଣ୍ଣନା ଦେଖିବାକୁ ମିଳେ ।

ସୂର୍ଯ୍ୟ ମନ୍ଦିର

୧୨ଶ ଶତକରେ ଲାଙ୍ଗୁଳା ନରସିଂହଦେବଙ୍କଦ୍ୱାରା ଓଡ଼ିଶାରେ ସୂର୍ଯ୍ୟଦେବଙ୍କ ମନ୍ଦିର କୋଣାର୍କର ମୈତ୍ରେୟ ବନରେ ନିର୍ମିତ ହୋଇଥିଲା । ଏହିଠାରେ ଶାମ୍ବ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ବ୍ୟାଧି ମୁକ୍ତ ହୋଇଥିଲେ । ଏହି ମନ୍ଦିର ସୂର୍ଯ୍ୟଙ୍କ ରଥ ସଦୃଶ । ଓଡ଼ିଶାର ବୁଗୁଡ଼ା, ଭଦ୍ରକ ସହ କାଶ୍ମୀରର ମାର୍ତ୍ତଣ୍ଡ ମନ୍ଦିର, ଗୁଜରାଟ, ଉତ୍ତର ପ୍ରଦେଶରେ ସୂର୍ଯ୍ୟଙ୍କ ମନ୍ଦିର ଅଛି । ବୁଦ୍ଧଗୟା, ସାରନାଥ, ଏଲୋରା, ମାନ୍ଦାସୋର, ଇନ୍ଦୋର ପ୍ରଭୃତି ସ୍ଥାନରେ ସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ ।

ରଥଯାତ୍ରା

ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ମେଳା ଓ ୨୭ ଦିନ ବ୍ୟାପି ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୁଏ ।

ଆଧାର

Tags:

ସୂର୍ଯ୍ୟ ଦେବତା ପୂଜାସୂର୍ଯ୍ୟ ଦେବତା ଗ୍ରନ୍ଥମାନଙ୍କରେ ସୂର୍ଯ୍ୟଙ୍କ ବର୍ଣ୍ଣନାସୂର୍ଯ୍ୟ ଦେବତା ସୂର୍ଯ୍ୟ ମନ୍ଦିରସୂର୍ଯ୍ୟ ଦେବତା ରଥଯାତ୍ରାସୂର୍ଯ୍ୟ ଦେବତା ଆଧାରସୂର୍ଯ୍ୟ ଦେବତା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ କବି ମାନଙ୍କର ତାଲିକାତପସ୍ୱିନୀଶ୍ରୀକାନ୍ତ ସାହୁକୃଷ୍ଣଦାମୋଦର ରାଉତଗନରିଆ୧୨ ଅପ୍ରେଲବିଶ୍ୱଜିତ ଦାସଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଅଟିଜିମ୍‌ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦ୍ରଶେଖର ରଥବୁନ୍ଦିଆ ଖିରିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଚନ୍ଦନ ଯାତ୍ରାଭାରତର ରାଷ୍ଟ୍ରପତିମଧୁସୂଦନ ରାଓସମ୍ବଲପୁରଗଙ୍ଗାଧର ମେହେରଚୈତନ୍ୟବୀଜାଣୁଜୀଜାଜୀ ଛତ୍ ପର୍ ହେଁମନମୋହନ ସାମଲଭାରତୀୟ ଜନତା ପାର୍ଟିକେନ୍ଦୁଝର ଗଡ଼ଜାତ ରାଜ୍ୟଗୋପୀନାଥ ମହାନ୍ତିକଟକଚୈତ୍ର ମଙ୍ଗଳବାର ଓଷାଶ୍ରାଦ୍ଧପ୍ରଧାନ ପୃଷ୍ଠା୧ ଅପ୍ରେଲୱାଟରଲୁ ଯୁଦ୍ଧହରେକୃଷ୍ଣ ମହତାବଓଡ଼ିଶାର ସଂସ୍କୃତିପରିସଂଖ୍ୟାନଜାପାନସ୍ୱିଡେନଗଣନ ସଂଖ୍ୟାଭୂମିଜ ଜାତିଜଗନ୍ନାଥଙ୍କ ବେଶମାଳିକାଉଇକିପିଡ଼ିଆଶିମିଳିପାଳ ଜାତୀୟ ଉଦ୍ୟାନବାସନ୍ତୀବିମ୍ବାଧର କୁଅଁରରାଶି ଓ ନକ୍ଷତ୍ରଗୀତଗୋବିନ୍ଦଦ୍ରାଘିମାସ୍ୱାଧୀନତା ଦିବସ‌ (ଭାରତ)ସୁନାରାଧାମୋହନ ଗଡ଼ନାୟକସତ୍ୟବାଦୀ ବନ ବିଦ୍ୟାଳୟସୁରେନ୍ଦ୍ର ମହାନ୍ତିଅନ୍ନଦା ଶଙ୍କର ରାୟବାଜି ରାଉତମରିସସଲକ୍ଷ୍ମଣ ନାୟକକେଶବ କୋଇଲିଯକୃତସମୁଦ୍ରଭକ୍ତ ଚରଣ ଦାସହନୁମାନ ଚାଳିଶାବିରଜା ମନ୍ଦିରମଧୁମେହଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁରୁପ୍ରସାଦ ମହାନ୍ତିଧର୍ମେନ୍ଦ୍ର ପ୍ରଧାନକାଜୁକାଲିଫର୍ମିଅମପ୍ଲୀହାବିଧାନ ସଭା ସଭ୍ୟ🡆 More