ସୂର୍ଯ୍ୟ ରଥଯାତ୍ରା

ସୂର୍ଯ୍ୟ ରଥଯାତ୍ରା କୋଣାର୍କରେ ପାଳିତ ହେଉଥିବା ଏକ ବହୁ ପୁରାତନ ନିଆରା ରଥଯାତ୍ରା । ଶାମ୍ବ ଦଶମୀ ତିଥିରେ ସୂର୍ଯ୍ୟଦେବତାଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ, ସୂର୍ଯ୍ୟ ରଥରେ ରଥାରୂଢ଼ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରି ମାଘ ମାସର ଶୁକ୍ଳ ସପ୍ତମୀ ତିଥିରେ ପ୍ରତ୍ୟାବର୍ତ୍ତନ କରନ୍ତି ।

ଶାମ୍ବ ଦଶମୀ ତିଥିରେ ପ୍ରାତଃ ସ୍ନାନକରି ମିତ୍ରାଦିତ୍ୟଙ୍କୁ ରଥରେ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୁନର୍ଜନ୍ମ ହୋଇ ନ ଥାଏ ବୋଲି କପିଳ ସଂହିତାରେ ଉଲ୍ଲେଖ ଅଛି ।


କିମ୍ବଦନ୍ତୀ

କୋଣାର୍କର ଅର୍କତୀର୍ଥ ମୈତ୍ରାୟାଖ୍ୟ ବନ, ପଦ୍ମକ୍ଷେତ୍ର ଓ କାଶ୍ୟପ ମୁନିଙ୍କ ପୁତ୍ର ମିତ୍ରାଦିତ୍ୟଙ୍କ ଜନ୍ମଭୂମି ଦ୍ୱାପର ଯୁଗରେ ମୈତ୍ରେୟ ମୁନିଙ୍କ ଆଶ୍ରମ ଥିଲା । ମୈତ୍ରେୟ ମୁନି କୃଷ୍ଣଙ୍କର ଜଣେ ଶୁଭେଚ୍ଛୁ ଥିବା ଭାଗବତ କୁହେ । କୃଷ୍ଣ ନିଜର ପୁତ୍ର ଶାମ୍ବଙ୍କୁ କୁଷ୍ଠରୋଗରୁ ମୁକ୍ତି କରିବା ପାଇଁ ମୈତ୍ରେୟଙ୍କ ଆଶ୍ରମକୁ ପଠାଇଥିଲେ । ଶାମ୍ବ ସୂର୍ଯ୍ୟଙ୍କୁ ଆରାଧନା କରିବା ପାଇଁ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ ସମୟରେ ମିତ୍ରାଦିତ୍ୟଙ୍କର ଏକ ସୁନ୍ଦର ମୂର୍ତ୍ତି ପାଇଥିଲେ । ଏହି ମୂର୍ତ୍ତିକୁ ବିଶ୍ୱକର୍ମା ତିଆରି କରିଥିଲେ ଏବଂ ଏହାକୁ ଦେବତା, ଦାନବ ମାନବମାନେ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇ ପୂଜା କରୁଥିଲେ । ଶାମ୍ବ ଏହି ମୂର୍ତ୍ତିକୁ କୋଣାର୍କରେ ପୂଜା କରିବା ସହିତ ସୂର୍ଯ୍ୟ ରଥଯାତ୍ରା ପ୍ରଚଳିତ କରିଥିବା ଜଣାଯାଏ ।

ଇତିହାସ

ଶାମ୍ବ ଏହି ମୂର୍ତ୍ତିକୁ କୋଣାର୍କରେ ପୂଜା କରିବା ସହିତ ସୂର୍ଯ୍ୟ ରଥଯାତ୍ରାରର ପ୍ରଚଳନ କରିଥିଲେ । ସମୟାନୁକ୍ରମେ ଓଡ଼ିଶାର ରାଜା ପୁରନ୍ଦର କେଶରୀ ଓ ଲାଙ୍ଗୁଳା ନରସିଂହ ଦେବ ଏହି ପରମ୍ପରାକୁ ବଜାୟ ରଖିଥିଲେ । ପରବର୍ତ୍ତୀ ଅବସ୍ଥାରେ ସୂର୍ଯ୍ୟ ମନ୍ଦିର ଭାଙ୍ଗି ଯିବାରୁ ପୂଜାର୍ଚ୍ଚନା ବନ୍ଦହେବା ସହିତ ସୂର୍ଯ୍ୟ ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିବା ମାଦଳା ପାଞ୍ଜିରୁ ସୂଚନା ମିଳେ । ପୁନର୍ବାର ୧୯୯୮ ମସିହାରେ ଅନନ୍ତ ଅବଧୂତ ମଠର ଦିବଂଗତ ମହନ୍ତ ଆର୍ତ୍ତତ୍ରାଣ ଦାସ ଏହି ରଥଯାତ୍ରାକୁ ପ୍ରଚଳନ କରିଥିଲେ । ୧୯୯୮ମସିହାରୁ ପ୍ରତିବର୍ଷ ଶାମ୍ବଦଶମୀରେ ସୌର ବ୍ରାହ୍ମଣ ପରିଷଦ, ଗାୟତ୍ରୀ ପରିବାର ଓ ଅବଧୂତ ମଠ ମହନ୍ତଙ୍କଦ୍ୱାରା ଏହି ସୂର୍ଯ୍ୟ ରଥଯାତ୍ରା ପାଳିତ ହୋଇଆସୁଛି ।

ଯାତ୍ରା କାର୍ଯ୍ୟକ୍ରମ

ପରମ୍ପରାନୁଯାୟୀ ମୈତ୍ରେୟ ଋଷିଙ୍କ ଆଶ୍ରମ ତଥା ଶାମ୍ବଙ୍କ ସାଧନା ପୀଠ ଅନନ୍ତ ଅବଧୂତ ମଠରେ ବିଶ୍ୱଶାନ୍ତି ଗ୍ରହଯଜ୍ଞ ଅନୁଷ୍ଠିତ ହୋଇ ଶାମ୍ବ ଦଶମୀ ପୂର୍ବଦିନ ସୂର୍ଯ୍ୟାସ୍ତ ପୂର୍ବରୁ ପୂର୍ଣ୍ଣାହୁତି ଦିଆଯାଇଥାଏ । ସକାଳ ୬ଟାରୁ ଉଦୟକାଳୀନ ସୂର୍ଯ୍ୟଙ୍କୁ କାକରା ଭୋଗ, ଅର୍କବଟ ପୂଜାର୍ଚ୍ଚନା, କୋଣାର୍କ ମନ୍ଦିର ପୂଜାବିଧାନ ଅନୁଯାୟୀ ୧୦୮ ରଥର ପାର୍ଶ୍ୱଦେବୀ ଓ ସପ୍ତାଶ୍ୱଙ୍କୁ ପୂଜା ପରେ ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟଦେବଙ୍କୁ ରଥାରୂଢ଼ କରାଯାଇଥାଏ । ପ୍ରତ୍ୟୁଷରୁ ମଠ ମହନ୍ତ ରଥ ଉପରେ ଛେରାପହଁରା କରିବା ପରେ ଉପସ୍ଥିତ ସାଧୁସନ୍ଥ, ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ଅଭିମୁଖେ ରଥ ଟାଣିନିଅନ୍ତି ।ସୂର୍ଯ୍ୟରଥ ବାହାରି ସେହିଦିନ ଚନ୍ଦ୍ରଭାଗା ତୀର୍ଥ ନିକରେ ପହଞ୍ଚିବା ପରେ ତୀର୍ଥ ପୁଷ୍କରଣୀରେ ସ୍ନାନ କରନ୍ତି । ସ୍ନାନାନ୍ତେ ସେଠାରେ ଥିବା ଛୋଟାରାମ ବାବାଙ୍କ ଆଶ୍ରମରେ ୨୭ ଦିନ ଧରି ୨୭ଟି ନକ୍ଷତ୍ରରେ ସୂର୍ଯ୍ୟଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ମାଘସପ୍ତମୀ ପର୍ଯ୍ୟନ୍ତ ଜାରିରହେ । ମାଘ ସପ୍ତମୀ ତିଥିରେ ଜନ୍ମଭୂମି ଅନନ୍ତ ଅବଧୂତ ମଠକୁ ବାହୁଡ଼ି ଆସିଥାଆନ୍ତି ।

ଆଧାର

Tags:

ସୂର୍ଯ୍ୟ ରଥଯାତ୍ରା କିମ୍ବଦନ୍ତୀସୂର୍ଯ୍ୟ ରଥଯାତ୍ରା ଇତିହାସସୂର୍ଯ୍ୟ ରଥଯାତ୍ରା ଯାତ୍ରା କାର୍ଯ୍ୟକ୍ରମସୂର୍ଯ୍ୟ ରଥଯାତ୍ରା ଆଧାରସୂର୍ଯ୍ୟ ରଥଯାତ୍ରାକୋଣାର୍କଚନ୍ଦ୍ରଭାଗାଶାମ୍ବ ଦଶମୀସୂର୍ଯ୍ୟ

🔥 Trending searches on Wiki ଓଡ଼ିଆ:

ଜୈନବାଦମହାପାତ୍ର ନୀଳମଣି ସାହୁଉପେନ୍ଦ୍ର ଭଞ୍ଜଗୋପୀନାଥ ମହାନ୍ତିଅକ୍ଷୟ ତୃତୀୟାପାଟଦେଇମଦନମୋହନଅର୍ଜୁନ ଗଛପ୍ରଣବ ପ୍ରକାଶ ଦାସଜୟୀରାମ ସାମଲଗାର୍ଗୀ ମହାନ୍ତିବସନ୍ତ କୁମାରୀ ପଟ୍ଟନାୟକ୧୧୮ନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅମର ସିଂହ ଚମକିଲାଉତ୍କଳ ଦିବସସୌମ୍ୟ ରଞ୍ଜନ ପଟ୍ଟନାୟକଅମିତାଭ ବଚ୍ଚନମହାବୀର ଜୈନଔଷଧୀୟ ଗଛଲତାମାନଙ୍କର ତାଲିକାଜଗନ୍ନାଥ ଦାସଚୌଧୁରୀ ହେମକାନ୍ତ ମିଶ୍ରଜାନକୀ ବଲ୍ଲଭ ପଟ୍ଟନାୟକପଣା ସଂକ୍ରାନ୍ତିଚିନ୍ତାମଣିଶ୍ୱର ଶିବ ମନ୍ଦିରକାମାକ୍ଷା ପ୍ରସାଦ ସିଂହଦେଓ୧୭ ଡିସେମ୍ବରନାରାୟଣ ସାହୁ (୧୯୨୮ ଜନ୍ମ)ବୀରକିଶୋର ଦାସଜଗତ(ଜୀବବୀଜ୍ଞାନ)ଦ୍ରୌପଦୀ ମୁର୍ମୁ୨୯ ଅପ୍ରେଲନୀଳଚକ୍ରଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନରାସେଶ୍ୱରୀ ପାଣିଗ୍ରାହୀମଟର ସାଇକେଲତୁଳସୀ ଦାସପଠାଣି ସାମନ୍ତଗୁରୁବାରୀ ମିର୍ଦ୍ଧାତୁର୍କୀଲକ୍ଷ୍ମୀପ୍ରିୟା ମହାପାତ୍ରରାମଚନ୍ଦ୍ର ମିଶ୍ରଲାଓସକଟକ ଜିଲ୍ଲାଓଡ଼ିଆ କବି ମାନଙ୍କର ତାଲିକାଇଜିପ୍ଟମଧୁସୂଦନ ଦାସନବୀନ ପଟ୍ଟନାୟକଅପର୍ଣ୍ଣା ମହାନ୍ତିବୀଣାପାଣି ମହାନ୍ତିସୀତା ବିବାହଚଣ୍ଡୀଖୋଲସୀତାକାନ୍ତ ମହାପାତ୍ରଜଳବାୟୁ୨୭ ଅପ୍ରେଲବୀଜାଣୁଅକ୍ଷାଂଶଓଡ଼ିଆ୧୪ ଅକ୍ଟୋବରଗଡ଼ଗଡ଼ିଆ ମନ୍ଦିରମିଡାଜୋଲାମ୍୧୯୬୧ର ଓଡ଼ିଆ କଥାଚିତ୍ରବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣ ଜନ୍ମାଷ୍ଟମୀଭାରତୀୟ ଜନତା ପାର୍ଟି୧୪ ଅଗଷ୍ଟଅଟିଜିମ୍‌ଓଡ଼ିଆ ଉଇକିପିଡ଼ିଆଓଡ଼ିଶାର ମାପ ବ୍ୟବସ୍ଥାକଟକବିଜୁ ଜନତା ଦଳହସ୍ତମୈଥୁନରବୀନ୍ଦ୍ରନାଥ ଠାକୁର🡆 More