ଚୈତ୍ର ମଙ୍ଗଳବାର ଓଷା

ଚୈତ୍ର ମଙ୍ଗଳବାର ଓଷା ଏକ ଓଡ଼ିଶାରେ ପାଳିତ ହେଉଥିବା ଏକ ଓଷାବିଶେଷ । ଏହା ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ପାଳିତ ହୁଏ ।

ଚୈତ୍ର ମଙ୍ଗଳବାର ଓଷା
ଅନ୍ୟ ନାମଚଇତି ମଙ୍ଗଳବାର ଓଷା
ପର୍ବ ପାଳନ୪/୫ଟି ମଙ୍ଗଳବାର
ତାରିଖଚୈତ୍ର ମଙ୍ଗଳବାର
୨୦୨୪ ତାରିଖdate missing (please add)
ସମ୍ପର୍କିତମଙ୍ଗଳାଙ୍କ ପୂଜା, ତାରିଣୀଙ୍କ ପୂଜା

ପୂଜାବିଧି

କେନ୍ଦୁଝର ଜିଲ୍ଲାରେ ତାରିଣୀଙ୍କୁ ନଡ଼ିଆ, ନାଲି ମନ୍ଦାର, ଚୁଡ଼ୀ, କଳା ଶାଢ଼ୀ ଭୋଗ କରି ପୂଜା କରାଯାଏ । ଘଟଗାଁସ୍ଥିତ ମା ତାରିଣୀ ମନ୍ଦିରେ ଭାରି ଜାକଯମକରେ ପ୍ରତ୍ୟେକ ଚୈତ୍ର ମଙ୍ଗଳବାର ପାଳନ କରାଯାଏ ।

କିମ୍ବଦନ୍ତୀ

କିମ୍ବଦନ୍ତୀ ଅନୁସାରେ ଚଇତି ନାମକ ଜଣେ ହାଡ଼ି ଜାତିର ମହିଳା ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଉଥିଲେ । ବିଭିନ୍ନ ପ୍ରକାର ଫଳ, ଫୁଲ, ମଦ, ମାଂସ ଓ ଭୋଗରେ ସେ ମଙ୍ଗଳାଙ୍କୁ ପୂଜା କରୁଥିଲେ । ଦିନେ ରାଜନବର ଓଳାଇବାକୁ ଯାଇଥିବା ବେଳେ ସକାଳୁ ସକାଳୁ ରାଜାଙ୍କ ମୁହଁକୁ ଦେଖି ଅଶୁଭ ହେବ ମନେମନେ ଆଶଙ୍କା କରିଥାଆନ୍ତି । ରାଜା ଥିଲେ ଅପୁତ୍ରିକ I ଚଇତି ନିଜକୁ ସଂଯତ କରି ନପାରି ରାଜାଙ୍କୁ ଆଣ୍ଠୁକୁଡ଼ା କହିଦେଲେ । ରାଜା ଭୀଷଣ ରାଗିଗଲେ ଆଉ ଚଇତି ସାତପୁଅଙ୍କୁ ଢିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ଭସାଇଦେବାକୁ ଆଦେଶ ଦେଲେ । ପୁତ୍ରମାନଙ୍କ ବିୟୋଗ ଶୋକରେ ଥାଇ ମଧ୍ୟ ଚଇତି ମଙ୍ଗଳାଙ୍କୁ ମଦ ମାଂସ ଆଦି ଭୋଗ ଦେଇ ପୂଜାକରି ଦୁବ ଭୋଗ ନେଇ ମଙ୍ଗଳାଙ୍କୁ ସ୍ମରଣକରି କାଳୁଆ ଗଣ୍ଡରେ ପକାଇଲେ । ଶେଷରେ ମଙ୍ଗଳା କୃପା କରିବାରୁ ସବୁପୁଅ ବଞ୍ଚିଉଠିଲେ । କିଏ ଘୁମୁରା ବଜାଇଲା ତ ଆଉକିଏ ଢୋଲ ବଜାଇଲା । ପରିଶେଷରେ ରାଜା ଚଇତିଠାରୁ ଚଇତି ମଙ୍ଗଳବାର ଓଷାର ମହିମା ଶୁଣିଛନ୍ତି । ତାଙ୍କର ଅନେଶତ ରାଣୀ ମଙ୍ଗଳା ଓଷା ବିଧି ଅନୁସାରେ କରିଛନ୍ତି ଓ ପୁତ୍ରବତୀ ହୋଇଛନ୍ତି ।

ଆଧାର

Tags:

ଓଷାଚୈତ୍ରମଙ୍ଗଳବାର

🔥 Trending searches on Wiki ଓଡ଼ିଆ:

କପିଳାସ ଶିବ ମନ୍ଦିରକାହ୍ନୁଚରଣ ମହାନ୍ତିହେମନ୍ତ ଦାସବିଜୟ ପ୍ରସାଦ ମହାପାତ୍ରବୀଜାଣୁଭି. କାର୍ତ୍ତିକେୟ ପାଣ୍ଡିଆନ୧ ମାର୍ଚ୍ଚପ୍ରାଣକୃଷ୍ଣ ପରିଜାସରଳା ଦେବୀଉତ୍କଳ ବ୍ରାହ୍ମଣରାସନ କାର୍ଡ଼ (ଭାରତ)ସମ୍ବାଦରାମଚନ୍ଦ୍ର ମିଶ୍ରଶରତ କୁମାର ମହାନ୍ତିସରସ୍ୱତୀ ସମ୍ମାନଇରା ମହାନ୍ତିଚମ୍ପୂମାୟାଧର ମାନସିଂହଧାମରାକଲମରାଜକିଶୋର ପଟ୍ଟନାୟକପଖାଳ ଦିବସତାରାପ୍ରସାଦ ଦାସମହାତ୍ମା ଗାନ୍ଧୀଙ୍କ ପରିବାରବର କୋଳିଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିକମନ୍ସକରଣ (ଜାତି)ଶବ୍ଦ (ଧ୍ୱନି)୧୯୯୯ ଓଡ଼ିଶା ମହାବାତ୍ୟାରାମକୃଷ୍ଣ ନନ୍ଦରତ୍ନାକର ଚଇନିକ୍ଷୀରଓଡ଼ିଶାର କଳାଚିଲିକା ହ୍ରଦଦାସକାଠିଆଭାରତୀୟ ସମ୍ବିଧାନପୁରୀ ଜିଲ୍ଲାନନ୍ଦ କିଶୋର ବଳ୧୯୬୩ର ଓଡ଼ିଆ କଥାଚିତ୍ରଓଡ଼ିଆ ଖାଦ୍ୟବେଦଦୁର୍ଗା ପୂଜାକଳିଙ୍ଗ ଯୁଦ୍ଧଓଡ଼ିଶାର ଇତିହାସକଟକwiki.phtmlସ୍ୱାମୀ ବିବେକାନନ୍ଦମଧୁସୂଦନ ରାଓଅମିୟ କୁମାରୀ ପାଢ଼ୀବୈଷ୍ଣବ ପାଣିବନ୍ଦେ ଉତ୍କଳ ଜନନୀ୮ ଅପ୍ରେଲମୁମ୍ବାଇଓଡ଼ିଶା ବିଧାନ ସଭାରଙ୍ଗବତୀବୀଣାପାଣି ମହାନ୍ତିହୋଲିମ୍ୟାଲେରିଆଗାଈରମାଦେବୀ ଚୌଧୁରୀହରେକୃଷ୍ଣ ମହତାବହିମାଳୟଶଙ୍ଖଛବିଳ ମଧୁ ବର୍ଣ୍ଣବୋଧମୌଳିକ ସଂଖ୍ୟାଧର୍ମଗଡ଼ଅପରେଟିଙ୍ଗ ସିଷ୍ଟମଗୋଦାବରୀଶ ମହାପାତ୍ର🡆 More