ଢିଙ୍କି

ଏହି ଲେଖାଟି ଧାନକୁଟା ହେବା ଢିଙ୍କି ବାବଦରେ । ବାକି ସବୁ ବ୍ୟବହାର ପାଇଁ ଢିଙ୍କି ଓଷା ଦେଖନ୍ତୁ ।

ଢିଙ୍କି
ଆସାମର ଢିଙ୍କି (ଲାଞ୍ଜରୁ ମୁଣ୍ଡ ଆଡ଼କୁ)
ଢିଙ୍କି
ଢିଙ୍କି (ପାର୍ଶ୍ୱ ଦୃଶ୍ୟ)

ଢିଙ୍କି ଧାନ ଆଦି କୁଟିବା ନିମନ୍ତେ ଓଡ଼ିଶାରେ ଆଗରୁ ବ୍ୟବହାର କରାଯାଉଥିବା କାଠରେ ତିଆରି ପାଦଚାଳିତ ଏକ ଉପକରଣକୁ ବୁଝାଇଥାଏ । ଏଥିରେ ଏକ କୂଣ୍ଡରେ ଧାନ ରଖି ତାହାକୁ ପାଦଚାଳିତ କୁଟଣା ସାହାଯ୍ୟରେ କୁଟାଯାଇଥାଏ । ଏଥିରେ ଧାନ ଛଡ଼ା ଚୁଡ଼ା ମଧ୍ୟ କୁଟାଯାଇଥାଏ । ତେବେ ଧାନକୁଟା ଢିଙ୍କି, ଚୁଡ଼ାକୁଟା ଢିଙ୍କିଠାରୁ ଆକାରରେ ବଡ଼ ଓ ଓଜନିଆ ହୋଇଥାଏ । ଏହାକୁ ଲୌକିକ ବିଶ୍ୱାସ ଅନୁସାରେ ନାରଦ ଋଷିଙ୍କର ବାହନ ବୋଲି କୁହାଯାଇଥାଏ ।

ଢିଙ୍କିକୁ ମନୁଷ୍ୟ ଗୋଡ଼ଦ୍ୱାରା ଚଳାଇ ଧାନ କୁଟେ । ଢିଙ୍କି କୁଟିବା ପୁରୁଷଙ୍କୁ କୁଟାଳୀ ଓ ସ୍ତ୍ରୀମାନଙ୍କୁ କୁଟୁତୁଣୀ ବୋଲାଯାଏ । ଢିଙ୍କି ଚଳାଇବା ନିମନ୍ତେ ଅନ୍ତତଃ ଦୁଇଜଣ ଲୋକ ଦରକାର ହୋଇଥାନ୍ତି, ଜଣେ କୁଟିବା ପାଇଁ ଓ ଅନ୍ୟ ଜଣକ ଶୁଖାଇବା ପାଇଁ । ଜଣେ ବା ଦୁଇଜଣ ଲୋକ ଢିଙ୍କିଲାଞ୍ଜି ପାଖରେ ଠିଆ ହୋଇ ଗୋଟିଏ ପାଦ ତଳେ ରଖି ଆଉ ଏକ ପାଦ ଲାଞ୍ଜ ଉପରେ ରଖି ପାଦର ଭରାଦ୍ୱାରା ଲାଞ୍ଜକୁ ତଳ ଆଡ଼କୁ ମାଡ଼ିଲେ ଢିଙ୍କିର ମୁଣ୍ଡରେ ଥିବା ମୁଷଳ ଉପରକୁ ଉଠିଯାଏ ଓ ପାଦକୁ ଛାଡ଼ିଦେଲେ ଢିଙ୍କି ଭରାଣ୍ଡି ଗାତରେ ମୁଷଳଟି ଦୁଲକିନି ପଡ଼ି ଯାଏ । ଏହିପରି ଉପର୍ଯ୍ୟୁପରି ପାଦଭରାଦ୍ୱାରା ମୁଷଳକୁ ଉଠାଇବା ଓ ପକାଇ କୁଟାଯାଏ । ଢିଙ୍କିର ମୁଷଳ ଉପରକୁ ଉଠି ପୁନର୍ବାର ତଳକୁ ପଡ଼ିବା ମଧ୍ୟରେ ଯେଉଁ ଅଳ୍ପ ସମୟ ବ୍ୟବଧାନ ଥାଏ, ସେହି ସମୟରେ ଢିଙ୍କି ଭରାଣ୍ଡିରେ ଥିବା ଧାନକୁ ହାତଦ୍ୱାରା ଏପରି ସାବଧାନ ହୋଇ ଲେଉଟ ପାଉଟ କରିବାକୁ ହୁଏ ଯେ ଢିଙ୍କିର ମୁଷଳ ଭରାଣ୍ଡିରେ ପଡ଼ିବା ବେଳକୁ ହାତଟି ଭରାଣ୍ଡି ଭିତରୁ ବାହାରି ଆସି ଥାଏ । ନଚେତ ସମାଲଗା ମୁଷଳ ଥରେ କରପୃଷ୍ଟରେ ପଡ଼ିଲେ ହାତ କୁଟି ହୋଇଯିବ। ନୂଆ କରି ଶୁଖାଉଥିବା ଲୋକଙ୍କ ହାତରେ ଅନେକ ସମୟରେ ଢିଙ୍କି ପଡ଼ିଯାଏ ।

ଢିଙ୍କି କୁଟାଳିମାନେ ଗୋଟିଏ ଗୋଡ଼ରେ ତଳେ ଠିଆ ହୋଇ ଅନ୍ୟ ଗୋଡ଼ରେ ଢିଙ୍କି କୁଟିବା ଯୋଗୁଁ ସେମାନଙ୍କର ଗୋଟିଏ ଆଶ୍ରୟ ବା ଭରା ଲୋଡ଼ା ହୋଇଥାଏ । ଏଥିପାଇଁ ଚାଳରୁ ଓହଳିଥିବା ଖଣ୍ଡେ ଦଉଡ଼ିକୁ ଧରି କିମ୍ବା ଢିଙ୍କିର ପକ୍ଷୀ ଥିବା ସ୍ଥାନର ଦୁଇପାଖରେ ଦୁଇଖଣ୍ଡ ବଡ଼ ଖୁଣ୍ଟ ପୋତାଯାଇ ମନୁଷ୍ୟର ଛାତି ଉଚ୍ଚରେ ଖଣ୍ଡେ ଆଡ଼ ଧାରଣା ପଡ଼ିଥାଏ । ସେହି ଆଡ଼ ଧାରଣାକୁ ଆଶ୍ରା କରି କୁଟାଳୀ ଧାନ କୁଟନ୍ତି । ଧାନରୁ ଚାଉଳ ବାହର କରିବାକୁ ହେଲେ ଢିଙ୍କିକୁ ଆସ୍ତେ ଆସ୍ତେ କୁଟିବାକୁ ହୁଏ । ଚାଉଳ ଆଦିକୁ ଗୁଣ୍ଡା କରିବାକୁ ହେଲେ ଢିଙ୍କିକୁ ଦୁମ୍ ଦୁମ୍ କରି କୁଟିବାକୁ ହୁଏ । ରଗଡ଼ା ମୁଗକୁ କାଣ୍ଡିବାକୁ ହେଲେ ଢିଙ୍କି ପାହାର ଆଗରେ ପୁଳାଏ କୁଟା ଗୁଡ଼ାଇବାକୁ ହୁଏ ତାହାହେଲେ ଡାଲିଗୁଡ଼ିକ ଗୁଣ୍ଡା ହୋଇଯାଏ ନାହିଁ ।

ଆକାର

ଢିଙ୍କି 
ଜାପାନରେ ବ୍ୟବହୃତ ହେଉଥିବା ଢିଙ୍କି ଭଳି ଏକ ଉପକରଣ

ଏହା ଲମ୍ବରେ ୪-୫ ହାତ ଓ ଓସାରରେ ୧ ଫୁଟ । ଏହାର ମୁଣ୍ଡରେ ଗୋଟିଏ ପାହାର ଓ ଅଣ୍ଟାରେ ଗୋଟିଏ ପକ୍ଷ ଲାଗିଥାଏ । ଉଖୁଦଳ ଯନ୍ତ୍ରକୁ "ପାହୁରାଣୀ" କୁହାଯାଏ ।

ଢିଙ୍କିର ବିଭିନ୍ନ ଅଂଶ

  • ଢିଙ୍କି ଭରା: ଯେଉଁ ଅଲଗୁଣି ବା ଓହଳିଥିବା ଦଉଡ଼ିକୁ ଆଶ୍ରୟ କରି ଢିଙ୍କି କୁଟାଳୀମାନେ ଧାନ କୁଟନ୍ତି ।
  • ଢିଙ୍କି ଭରାଣ୍ଡି: ଢିଙ୍କିର ମୁଷଳ ଯେଉଁ ଖାଲରେ ପଡ଼େ ।
  • ଢିଙ୍କି ପକ୍ଷି: ଢିଙ୍କିର ଅଗ ବା ମୁଣ୍ଡରୁ ପ୍ରାୟ ୩ ଭାଗ ଛାଡ଼ି ଢିଙ୍କିକୁ କଣା କରି ଯେଉଁ କୀଳା ମରାଯାଇ ଥାଏ ଓ ଯାହା ଦୁଇ ପାଖକୁ ବାହାରି ଢିଙ୍କି ଖମ୍ବର ଅର୍ଗଳିଦ୍ୱୟରେ ପଶିଥାଏ ।
  • ଢିଙ୍କି ପାହାର: ଢିଙ୍କି ମୁଣ୍ଡରୁ ଅଳ୍ପ ଦୁରରେ ଭରାଣ୍ଡିରେ ପଡ଼ିବା ନିମିତ୍ତ ଲମ୍ବଭାବରେ ମୂଷଳାକାରରେ ପଶିଥିବା କାଠ ଖଣ୍ଡ ।
  • ଢିଙ୍କି ପେଟ: ଢିଙ୍କି ପାହାର ଲାଗିଥିବା ସ୍ଥାନରୁ ପକ୍ଷି ଲାଗିଥିବା ସ୍ଥାନ ପର୍ଯ୍ୟନ୍ତ ଅଂଶ ।
  • ଢିଙ୍କି ମୁଣ୍ଡ: ଢିଙ୍କିର ଅଗଠାରୁ ପାହାର ପର୍ଯ୍ୟନ୍ତ ଲାଗିଥିବା ଅଂଶ ।
  • ଢିଙ୍କି ମୁଣ୍ଡା: ଢିଙ୍କିର ଭରାଣ୍ଡି ଗାତ ତଳେ ଦିଆ ଯାଇଥିବା କାଠ (ବା ପଥରର) ମୁଣ୍ଡିଆ ।
  • ଢିଙ୍କି ସମା: ଢିଙ୍କି ମୂଷଳର ଅଗ୍ରଭାଗରେ ଦିଆହୋଇଇଥିବା ଲୁହାର ବଳା
  • ଢିଙ୍କି ଲାଞ୍ଜି: ପକ୍ଷିଠାରୁ ଢିଙ୍କି ଛାମୁଣ୍ଡ ପର୍ଯ୍ୟନ୍ତ ଉପରିସ୍ଥ କ୍ରମନିମ୍ନ ଅଂଶ ।
  • ଢିଙ୍କିଲାଞ୍ଜି ଗାତ: ଢିଙ୍କିର ଲାଞ୍ଜି ତଳେ ଯେଉଁ ଗର୍ତ୍ତ ଥାଏ; ଢିଙ୍କିର ମୁଣ୍ଡ ଉପରକୁ ଉଠିବା ସମୟରେ ଢିଙ୍କି ଲାଞ୍ଜ ଯେଉଁ ଗାତ ଭିତରକୁ ପଶିଥାଏ ।

ଢିଙ୍କି ଗୀତ

ଢିଙ୍କି ସାହାଯ୍ୟରେ କୁଟିବା ପରଶ୍ରମ ସାପେକ୍ଷ । ଏଣୁ ଶ୍ରମ ଲାଘବ ପାଇଁ କୁଟାଳୀମାନେ ଯେଉଁ ଗୀତ ଗାଇ କାମ କରନ୍ତି ତାହାକୁ ଢିଙ୍କି ଗୀତ କ‌ହ‌ନ୍ତି ।

ଦୁଲ୍ ଦୁଲ୍ ଢିଙ୍କି ଶବଦ, ବ୍ରହ୍ମା ନ ପାଇଲେ ତା'ର ଭେଦ ଲୋ ।(ଘୋଷା)
ଆମ୍ବ ଡାହି ଖଣ୍ଡ ଘୁଣ ଖାଇଲା ଲୋ, କରଞ୍ଜ ସବୁଠୁ ଟାଳ,
ଓଡ଼ିଆ ଫାରସୀ ସବୁ ମିଶାଇ ଲୋ, ସବୁ ଟାଣି ନେଲା ଲୁଣ ଲୋ ।(୧)
ନେଉଳ ନାକରେ ଫାସିଆ ହଳେ ଲୋ,ଏଣ୍ଡୁଅ ନାକରେ ଗୁଣା,
ମୂଷା ଶୋଇଅଛି ରତ୍ନ ପଲଙ୍କରେ, ମଞ୍ଜାରି ଧରେ ବିଞ୍ଚଣା ଲୋ ।(୨)
ଟୋକେଇ କଣ୍ଢେଇ ବାପଘର ଗଲେ, ଛାଞ୍ଚୁଣୀ ଜଗିଛି ଘର,
କଂସା ଥାଳି ଗଲେ ଜାତରା ଦେଖି, ମରେ କଲା ବାତଜର ଲୋ ।(୩)

ଆଧାର

Tags:

ଢିଙ୍କି ଆକାରଢିଙ୍କି ଗୀତଢିଙ୍କି ଆଧାରଢିଙ୍କିଢିଙ୍କି ଓଷା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ସାହିତ୍ୟଗଙ୍ଗାଧର ମେହେରଓଡ଼ିଶାର ସଂସ୍କୃତିଜାପାନୀ ଭାଷାସମୟ (କାଳ)ସରୋଜିନୀ ସାହୁକେନ୍ଦୁଝର ଜିଲ୍ଲାଯୌନ ସମ୍ଭୋଗପ୍ରୋଟାମିନ ସଲଫେଟ୭ (ସଂଖ୍ୟା)ଲାଟିନ ଭାଷାସଲମାନ ଖାଁବସନ୍ତ କୁମାରୀ ଦେବୀହଳଦୀଶ୍ୟାମସୁନ୍ଦର କରଗୋପବନ୍ଧୁ ଦାସଜାପାନୀ ୟେନ୍ଗୋପାଳ ଚନ୍ଦ୍ର ପ୍ରହରାଜଜନ ଗଣ ମନମିଥୁନ (ରାଶି)୧୯୫୧କେରଳହୃଷୀକେଶ ମଲ୍ଲିକଜୟନ୍ତୀ ରଥ୨୬ ଜାନୁଆରୀବ୍ୟକ୍ତିଗତ ଅର୍ଥବ୍ୟବସ୍ଥାସାରଳା ଦାସଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଏକାଦଶୀଆକବରନନ୍ଦିନୀ ଶତପଥୀସମ୍ବଲପୁରସର୍ବପଲ୍ଲୀ ରାଧାକୃଷ୍ଣନନେଲସନ ମଣ୍ଡେଲାପ୍ରଶାନ୍ତ ପଟ୍ଟନାୟକ୨୬ ଅପ୍ରେଲରାଶି ଓ ନକ୍ଷତ୍ରରଜନୀ ରଞ୍ଜନ୧୮୭୮ଲଳିତା (୧୯୪୯ର ସିନେମା)ଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)ହନୁମାନ ଚାଳିଶାଅନନ୍ତ ପଟ୍ଟନାୟକକୁନ୍ତଳା କୁମାରୀ ଆଚାର୍ଯ୍ୟଓଡ଼ିଶାର ପର୍ବପର୍ବାଣିଗଣେଶ ପୂଜାବର କୋଳିଜୟ ଜଗନ୍ନାଥଏଲୋରା ଗୁମ୍ଫାଅନ୍ଧତ୍ୱରାଜୀବ ଗାନ୍ଧୀସୋଫୋସବୁଭିର/ଭେଲପାଟାସଭିରମାର୍କ ଜୁକରବର୍ଗଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଉଇକିପିଡ଼ିଆଭାରତୀୟ ଦଣ୍ଡ ସଂହିତା, ୧୮୬୦ଦେବାଶିଷ ପାଣିଗ୍ରାହୀଚନ୍ଦ୍ରଶେଖର ରଥଆଖଣ୍ଡଳମଣି ମନ୍ଦିରବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାରକୋଶଳ କ୍ରାନ୍ତି ଦଳକାସ୍ପିଆନ ସାଗରସୁକନ୍ୟା ସମୃଦ୍ଧି ଯୋଜନାପ୍ରଯୁକ୍ତି ବିଦ୍ୟାରାଧାନାଥ ରାୟଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାବୈଦେହୀଶ ବିଳାସନୀଳମାଧବ ମନ୍ଦିରମାଗୁଣି ଚରଣ କୁଅଁର🡆 More