ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ଓଡ଼ିଆ ଶବ୍ଦକୋଷ । ଏହା ସଂକଳନ କରିବାରେ ୩୦ରୁ ଅଧିକ ବର୍ଷ ସମୟ ଲାଗିଥିବା ବେଳେ ଏହା ୧୯୩୧ରୁ ୧୯୪୦ ଭିତରେ ୭ଟି ଖଣ୍ଡରେ ଓ ପ୍ରତି ଖଣ୍ଡ ଆକାରରେ ପାଖାପାଖି ରୟାଲ କ୍ୱାର୍ଟୋ ପୃଷ୍ଠା ଭାବରେ ପ୍ରକାଶିତ ହୋଇଥିଲା । ଏହାର ମୋଟ ପୃଷ୍ଠା ସଂଖ୍ୟା ୯,୫୦୦ ଓ ଏଥିରେ ୧୮୫,୦୦୦ ମୁଖ୍ୟଶବ୍ଦ ରହିଛି । ଏହାର ମୁଖ୍ୟ ସଂକଳକ ଥିଲେ ଗୋପାଳ ଚନ୍ଦ୍ର ପ୍ରହରାଜ ଓ ଉତ୍କଳ ସାହିତ୍ୟ ପ୍ରେସ ଏହାର ପ୍ରକାଶ ଓ ମୁଦ୍ରଣ କରିଥିଲେ । ତାଙ୍କ ସହ ତାଙ୍କର ମୁଖ୍ୟ ସହକର୍ମୀ ପୀତାମ୍ବରୀ ଦେବୀ ଓ ଅନ୍ୟାନ୍ୟ ସହକର୍ମୀମାନେ ଶବ୍ଦ ସଂଗ୍ରହ ଓ ସଂକଳନରେ ସାହାଯ୍ୟ କରିଥିଲେ । ବିଶ୍ୱନାଥ କର ଥିଲେ ଏହାର ପ୍ରକାଶକ । ଏହା ଥିଲା ପ୍ରଥମ ଓଡ଼ିଆ ଶବ୍ଦକୋଷ । ସଂକଳନ ସହ ପ୍ରହରାଜ ସର୍ବସାଧାରଣ ଅନୁଦାନ ସଂଗ୍ରହ ଓ ଛପା ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ତତ୍କାଳୀନ ବଙ୍ଗ, ମାନ୍ଦ୍ରାଜ ପ୍ରଦେଶ, ଅନେକ ଓଡ଼ିଆ କଥିତ ଅଞ୍ଚଳର ଶାସକ ଓ ବ୍ରିଟିଶ ସରକାର ଏହି ଗ୍ରନ୍ଥାବଳୀ ପାଇଁ ପୃଷ୍ଠପୋଷକତା ଯୋଗାଇଥିଲେ ।

ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ  
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
ଭାଷାକୋଷର ମଲାଟ
ଲେଖକଗୋପାଳ ପ୍ରହରାଜ, ପୀତାମ୍ବରୀ ଦେବୀ
ମୂଳ ନାମPūrṇṇachandra Orḍiā Bhāshākosha
ଦେଶଭାରତ
ଭାଷାଓଡ଼ିଆ
ବିଭାଗଭାଷାକୋଷ
ପ୍ରକାଶକଉତ୍କଳ ସାହିତ୍ୟ ପ୍ରେସ
ପ୍ରକାଶ ତାରିଖ୧୯୩୧
ମାଧ୍ୟମ ପ୍ରକାରପ୍ରିଣ୍ଟ (ବନ୍ଧାଇ)
ପୃଷ୍ଠା୯,୫୦୦
OCLC ନମ୍ବର20792098
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
ଇ-ଭାଷାକୋଷ

ଶବ୍ଦାବଳୀ

୩୦ ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ମୋଟ ୧,୮୫,୦୦୦ଟି ଓଡ଼ିଆ ମୁଖ୍ୟଶବ୍ଦ ରହିଛି । ଏଥିରେ କେତେ ହଜାର ବୈଜ୍ଞାନିକ ଶବ୍ଦାବଳୀ ମଧ୍ୟ ସ୍ଥାନୀତ । ଯଥା ଏଥିରେ ନକ୍ଷତ୍ର ସମ୍ବନ୍ଧରେ ୧୬-ପୃଷ୍ଠା ସମ୍ବଳିତ ଏକ ପ୍ରସଙ୍ଗ ରହିଛି । ଏଥିରେ ୧୩୦୦ଟି ଉଦ୍ଭିଦର ବର୍ଣ୍ଣନା ସ୍ଥାନୀତ । ପ୍ରତିଟି ମୁଖ୍ୟଶବ୍ଦର ଓଡ଼ିଆ, ହିନ୍ଦୀ, ଇଂରାଜୀ, ବଙ୍ଗଳା, ସଂସ୍କୃତ ଓ ତେଲୁଗୁ ଅର୍ଥ ମଧ୍ୟ ରହିଛି । ତାହା ସହିତ ନାନାଦି ବର୍ଣ୍ଣନା ଓ ପୁରାଣରେ ବ୍ୟବହାର ମଧ୍ୟ ଏଥିରେ ଅଛି । ଏଥିରେ ସ୍ଥାନୀୟ ଗଛଲଟା, ଓଡ଼ିଶାର ଇତିହାସ, ଖାଦ୍ୟ ଓ ଚଳଣି ସମ୍ପର୍କରେ ଅନେକ ଲେଖା ସବିଶେଷ ବର୍ଣ୍ଣନା ସହ ଦେଖିବାକୁ ମିଳିଥାଏ ।

ଇ-ଭାଷାକୋଷ

ସୃଜନିକା ଏହି ୭ ଖଣ୍ଡ ବହିକୁ ସ୍କାନ କରି ସେସବୁକୁ ପ୍ରଥମେ ଏକ ସିଡ଼ିରେ ରଖି ୨୦୦୬ ମସିହାରେ ମୁକ୍ତ ଲାଇସେନ୍ସରେ ବିତରଣ ଆରମ୍ଭ କରିଥିଲା । ପରେ ସ୍କାନ ହୋଇଥିବା ପୃଷ୍ଠାସବୁ ଟାଇପ କରାଯାଇ ଏକ ଡିଜିଟାଲ ଲେଖା ସଂସ୍କରଣ ଚିକାଗୋ ବିଶ୍ୱବିଦ୍ୟାଳୟ ୱେବସାଇଟରେ ମଧ୍ୟ ଉପଲବ୍ଧ ହୋଇଛି ।

ଆଧାର

Tags:

ଓଡ଼ିଆ ଭାଷାଗୋପାଳ ଚନ୍ଦ୍ର ପ୍ରହରାଜପୀତାମ୍ବରୀ ଦେବୀବିଶ୍ୱନାଥ କର

🔥 Trending searches on Wiki ଓଡ଼ିଆ:

ଅଖିଳ ନାୟକବ୍ୟଞ୍ଜନ ବର୍ଣ୍ଣମରିସସଦଶାବତାରସମ୍ବାଦ (ଖବରକାଗଜ)ବିଶ୍ୱଜିତ ଦାସଘର ବାହୁଡ଼ାଗ୍ରହସତ୍ୟ ସାଇ ବାବାବ୍ରାଉଜରବିମ୍ବାଧର କୁଅଁରପୂର୍ଣ୍ଣାନନ୍ଦ ଦାନୀମିଳିତ ଜାତିସଂଘମି ଠୁ (ହ୍ୟାସଟ୍ୟାଗ)ଓଡ଼ିଶୀବିଷ୍ଣୁଆକବରଜ୍ଞାନକୋଷଶ୍ରୀକାନ୍ତ ସାହୁଭୁବନେଶ୍ୱର ବେହେରାପାଲାଭାରତର ରାଷ୍ଟ୍ରପତିଅନୁପମ ଭାରତପଦ୍ମଚରଣ ପଟ୍ଟନାୟକ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଭାରତୀୟ ସ୍ୱାଧୀନତା ଆନ୍ଦୋଳନଓଡ଼ିଆ ବାହାଘରଅନ୍ନଦା ଶଙ୍କର ରାୟଉପେନ୍ଦ୍ର କିଶୋର ଦାସମ୍ୟାଲେରିଆସେପ୍ଟେମ୍ବରମହାପାତ୍ର ନୀଳମଣି ସାହୁହନୁମାନ ଜୟନ୍ତୀଏଡା ଲଭ୍‌ଲେସ୍‌ଅଂଶୁଘାତସୌର ଜଗତକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)୧୨ ଡିସେମ୍ବରଉପେନ୍ଦ୍ର ଭଞ୍ଜବର୍ଷା ପ୍ରିୟଦର୍ଶିନୀବୀଣାପାଣି ମହାନ୍ତିଦାସକାଠିଆଏଲିନା ସାମନ୍ତରାୟହୋଲିଶାନ୍ତନୁ କୁମାର ଆଚାର୍ଯ୍ୟମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ବଳରାମ ଦାସସମ୍ବଲପୁର ଜିଲ୍ଲାଅନାଦି ଚରଣ ସାହୁଅକ୍ଷୟ ତୃତୀୟାକୁଞ୍ଜବିହାରୀ ଦାଶଲବଙ୍ଗବନ୍ଦେ ଉତ୍କଳ ଜନନୀରାକ୍ଷୀ ପୂର୍ଣ୍ଣିମାକାଠଚମ୍ପାରାଶି ଓ ନକ୍ଷତ୍ରଆଇଜାକ ନିଉଟନଓଡ଼ିଶା ବିଧାନ ସଭାପ୍ରଥମାଷ୍ଟମୀ🡆 More