ରାଶି ଓ ନକ୍ଷତ୍ର

ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।

ପ୍ରତ୍ୟେକ ନକ୍ଷତ୍ର ପୃଥିବୀର ଚାରିଆଡ଼େ ୨୭ଦିନରେ ଥରେ ଘୁରି ଆସେ । ଏଥିପାଇଁ ନାକ୍ଷତ୍ରିକ ମାସ ୨୭ଦିନ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପରି ନକ୍ଷତ୍ରମାନେ ପୂର୍ବରେ ଉଦିତ ହୋଇ ପଶ୍ଚିମରେ ଅସ୍ତ ଯାଆନ୍ତି । ସବୁ ନକ୍ଷତ୍ର ଆକାଶର ଉତ୍ତରଦିଗରେ ଥିବା ଧ୍ରୁବ ନକ୍ଷତ୍ରକୁ କେନ୍ଦ୍ର କରି ତାହାର ଚାରିଆଡ଼େ ପୂର୍ବରୁ ପଶ୍ଚିମକୁ ବୁଲୁଅଛନ୍ତି । ଧ୍ରୁବନକ୍ଷତ୍ର ପୃଥିବୀର ଉତ୍ତରମେରୁର ଠିକ ମୁଣ୍ଡ ଉପରେ ଆକାଶରେ ଅବସ୍ଥିତ । ଏହା ସର୍ବଦା ଆକାଶରେ ଏକ ସ୍ଥାନରେ ସ୍ଥିର ହୋଇଥାଏ, ଏହାର ଉଦୟ ବା ଅସ୍ତ ନାହିଁ । ନାବିକମାନେ ଓ ମରୁଭୂମିରେ ଭୁଆଁବୁଲିବା ବାଟୋଇମାନେ ଏହି ଧ୍ରୁବନକ୍ଷତ୍ରକୁ ଦେଖି ଅକୂଳ ସମୁଦ୍ରରେ ଓ ଅପନ୍ତରା ମରୁଭୂମିରେ ରାତ୍ରିରେ ଦିଗ ନିର୍ଣ୍ଣୟ କରନ୍ତି । ଏ ଧ୍ରୁବ ନକ୍ଷତ୍ରକୁ ଚିହ୍ନିବା ସହଜ ଅଟେ । ଉତ୍ତରାକାଶରେ ସପ୍ତର୍ଷିମଣ୍ଡଳ ନାମକ ୭ଟି ଉଜ୍ଜଳ ନକ୍ଷତ୍ରବିଶିଷ୍ଟ ଗୋଟିଏ ନକ୍ଷତ୍ର ପୁଞ୍ଜ ଅଛି; ଏହି ମଣ୍ଡଳର ମୁଣ୍ଡପାଖର ୨ଟି ନକ୍ଷତ୍ର ଯୋଗ କରି ସେହି ଗାରକୁ ବଢ଼ାଇଦେଲେ ତାହା ଧ୍ରୁବ ତାରା ପାଖ ଦେଇଯିବ । ଥରେ ଧ୍ରୁବତାରାକୁ ଓ ସପ୍ତର୍ଷିମଣ୍ଡଳକୁ ଚିହ୍ନି ରଖିଲେ ତାରାମାନଙ୍କୁ ଚିହ୍ନିବା ସହଜ ହୁଏ । ପ୍ରତିଦିନ ପ୍ରତି ନକ୍ଷତ୍ର ପୂର୍ବଦିନ ଅପେକ୍ଷା ୪ ମିନିଟ ଲେଖାଏଁ ଡେରି କରି ଉଦିତ ହୁଏ; ଅର୍ଥାତ ଆଜି ଯେଉଁ ତାରା ସନ୍ଧ୍ୟା ୭ଟାବେଳେ ଉଇଁଛି କାଲି ସେ ତାରା ଉଇଁଲାବେଳକୁ ୭ଟା ବାଜି ୪ ମିନିଟ ହୋଇଥିବ । ସୂର୍ଯ୍ୟ ଯେଉଁ ରାଶିରେ ଯେଉଁ ମାସରେ ଅବସ୍ଥାନ କରୁଥାଆନ୍ତି ସୌରମାସର ନାମକରଣ ସେହି ରାଶିର ନାମ ଅନୁସାରେ ହୁଏ । ଯେଉଁ ଚାନ୍ଦ୍ରମାସର ପୂର୍ଣ୍ଣିମାର ସନ୍ଧ୍ୟାରେ ଚନ୍ଦ୍ର ଯେଉଁ ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ସେହି ନକ୍ଷତ୍ରର ନାମ ଅନୁସାରେ ତାହା ପୂର୍ବର ଚାନ୍ଦ୍ରମାସର ନାମକରଣ ହୁଏ; ଯଥା ବୈଶାଖ ପୂର୍ଣ୍ଣିମାରେ ଚନ୍ଦ୍ର ବିଶାଖା ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ବୋଲି ପୂର୍ବବର୍ତ୍ତୀ ମାସର ନାମ ବୈଶାଖ । ଆକାଶରେ ନକ୍ଷତ୍ର ଓ ନକ୍ଷତ୍ରପୁଞ୍ଜମାନଙ୍କ ଅବସ୍ଥିତିମାନଙ୍କୁ ଧ୍ରୁବତାରାର ଅବସ୍ଥିତି ସଙ୍ଗେ ଓ ପରସ୍ପରର ଅବସ୍ଥିତି ସଙ୍ଗେ ତୁଳନା କଲେ ଧ୍ରୁବର ଅବସ୍ଥିତି ବଦଳୁନଥିବା ବୋଲି ଜଣାଯାଏ ।

ପ୍ରାଚୀନ ହିନ୍ଦୁମାନେ ଚନ୍ଦ୍ରର ଗତିପଥର ସୀମା ମଧ୍ୟରେ ଥିବା ଭିନ୍ନ ଭିନ୍ନ ନକ୍ଷତ୍ରମାନଙ୍କୁ ୨୭ଟି ନାମ ଦେଇଥିଲେ ଓ ଏ ୨୭ ନକ୍ଷତ୍ରରୁ ଅଧିକା ଅଭିଜିତ ନାମରେ ଆଉ ଗୁଡିଏ ନକ୍ଷତ୍ରକୁ ହିନ୍ଦୁମାନେ ନାମ ଦେଇଥିଲେ । ହିନ୍ଦୁମାନଙ୍କ ବାରଟି ରାଶିର ନାମ ସଙ୍ଗେ ପ୍ରାଚୀନ ମିଶର, ଆରବ, ଗ୍ରୀସ ଓ ରୋମବାସୀମାନଙ୍କ ଦିଆ ନାମର ସମାନତା ଅଛି । ଯଥା ହିନ୍ଦୁମାନଙ୍କ ସିଂହ ରାଶି = ଗ୍ରୀକମାନଙ୍କର ଲିଓ (Leo)= ସିଂହ; କିନ୍ତୁ ହିନ୍ଦୁମାନଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମ ସଙ୍ଗେ ଗ୍ରୀକ ଆଦିଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମର ସାମଞ୍ଜସ୍ୟ ଦେଖାଯାଏ ନାହିଁ । ହିନ୍ଦୁ ଜ୍ୟୋତିଷୋକ୍ତ ୨୭ନକ୍ଷତ୍ର ଯଥାକ୍ରମେ ପଶ୍ଚିମରୁ ପୂର୍ବଆଡ଼କୁ ଦେଖା ଯାଆନ୍ତି ।

ଖଗୋଳ = ୪ ସମକୋଣ = ୩୬୦ ଡିଗ୍ରୀ । ଏହି ୩୬୦ ଡିଗ୍ରୀକୁ ୧୨ଟି ରାଶି ଏବଂ ୨୭ଟି ନକ୍ଷତ୍ର ଅଧିକାର କରିଅଛି । ପ୍ରତ୍ୟେକ ରାଶିର ଅଧିକୃତ ସ୍ଥାନ = ୩୬୦/୧୨ = ୩୦ ଡିଗ୍ରୀ, ଏବଂ ପ୍ରତ୍ୟେକ ନକ୍ଷତ୍ରର ଅଧିକୃତ ସ୍ଥାନ = ୩୬୦/୨୭ = ୧୩ ୧/୩ ଡିଗ୍ରୀ; ଅର୍ଥାତ ପ୍ରତ୍ୟେକ ରାଶିର ସୀମା ମଧ୍ୟରେ ୨ ୧/୪ ନକ୍ଷତ୍ର ଅଛି ।

  1. ମେଷ ରାଶି (La-Aries, En-The Ram) = ୧ ଅଶ୍ୱିନୀ ନକ୍ଷତ୍ର + ୧ ଦ୍ୱିଜା + ୧/୪ କୃତ୍ତିକା
  2. ବୃଷ (La-Taurus, En-The bull) = ୩/୪ କୃତ୍ତିକା + ୧ ରୋହିଣି + ୧/୨ ମୃଗଶିରା
  3. ମିଥୁନ (La-Gemini, En-The twins) = + ୧/୨ ମୃଗଶିରା + ୧ ଆର୍ଦ୍ରା + ୩/୪ ପୁନର୍ବସୁ
  4. କର୍କଟ (La-Cancer, En-The crab) = ୧/୪ ପୁନର୍ବସୁ+ ୧ ପୁଷ୍ୟା + ୧ ଅଶ୍ଳେଷା
  5. ସିଂହ (La-Leo, En-Lion) = ୧ ମଘା + ୧ ପୂର୍ବଫାଲ୍ଗୁନୀ + ୧/୪ ଉତ୍ତର ଫାଲ୍ଗୁନୀ
  6. କନ୍ୟା (La-Virgo, En-Virgin) = ୩/୪ ଉତ୍ତର ଫାଲ୍ଗୁନୀ + ୧ ହସ୍ତା + ୧ ଚିତ୍ରା
  7. ତୁଳା (La-Libra, En-The scales) = ୧/୨ ଚିତ୍ରା + ୧ ସ୍ୱାତି + ୩/୪ ବିଶାଖା
  8. ବିଛା (La-Scorpio, En-Scorpion) = ୧/୪ ବିଶାଖା + ୧ ଅନୁରାଧା + ୧ ଜ୍ୟେଷ୍ଠା
  9. ଧନୁ (La-Sagitarius, En-The archer) = ୧ ମୂଲା + ୧ ପୂର୍ବାଷାଢ଼ା + ୧/୪ ଉତ୍ତରାଷାଢ଼ା
  10. ମକର (La-Capricornus, En-Capricorn) = ୩/୪ ଉତ୍ତରାଷାଢ଼ା + ୧ ଶ୍ରବଣା + ୧/୨ ଧନିଷ୍ଠା
  11. କୁମ୍ଭ (La-Aquarius, En-Water-bearer) = ୧/୨ ଧନିଷ୍ଠା + ୧ ଶତଭିଷା + ୩/୪ ପୂର୍ବ ଭାଦ୍ରପଦ
  12. ମୀନ (La-Pisces, En-Fishes) = ୧/୪ ପୂର୍ବ ଭାଦ୍ରପଦ + ୧ ଉତ୍ତର ଭାଦ୍ରପଦ + ୧ ରେବତୀ

୧. ଅଶ୍ୱିନୀ

୨. ଦ୍ୱିଜା

(ଭରଣୀ, ଯମ)

୩. କୃତ୍ତିକା

(ମାତୃମଣ୍ଡଳ, ବହୁଳା, ଅନଳ)

୪. ରୋହିଣି

(ପ୍ରଜାପତି, ରୋହିତ ତାରା)

୫. ମୃଗଶିରା

(ବିଧୁ, ଏଣବ)

୬. ଆର୍ଦ୍ରା

(ଶୂଳିନୀ)

୭. ପୁନର୍ବସୁ

(ସୁରମାତା)

୮. ପୁଷ୍ୟା

(ଗୁରୂ)

୯. ଅଶ୍ଳେଷା

(ଭୁଜଙ୍ଗ, ରାହୁ)

୧୦. ମଘା

(ପିତୃ)

୧୧. ପୂର୍ବଫାଲ୍ଗୁନୀ

(ଯୋନିଭ, ଅର୍ଜୁନୀ)

୧୨. ଉତ୍ତର ଫାଲ୍ଗୁନୀ

(ଅର୍ଯ୍ୟମା)

୧୩. ହସ୍ତା

(କରୀ)

୧୪. ଚିତ୍ରା

(ତ୍ୱଷ୍ଟା, ନାଭିତାରା)

୧୫. ସ୍ୱାତି

(ବାୟୁ, ନିଷ୍ଠ୍ୟ)

୧୬. ବିଶାଖା

୧୭. ଅନୁରାଧା

(ମିତ୍ର)

୧୮. ଜ୍ୟେଷ୍ଠା

(ବାସବ)

୧୯. ମୂଳା

୨୦. ପୂର୍ବାଷାଢ଼ା

୨୧. ଉତ୍ତରାଷାଢ଼ା

(ବିଶ୍ୱ)

୨୨. ଶ୍ରବଣା

(କେଶବ)

୨୩. ଧନିଷ୍ଠା

(ଶ୍ରବିଷ୍ଠା, ଧନ)

୨୪. ଶତଭିଷା

(ଶତତାରକା)

୨୫. ପୂର୍ବ ଭାଦ୍ରପଦ

୨୬ ଉତ୍ତର ଭାଦ୍ରପଦ

୨୭. ରେବତୀ

୨୮. ଅଭିଜିତ

ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଏହାକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି । ଏହା ଧନିଷ୍ଠା ନକ୍ଷତ୍ର ଲାଞ୍ଜ ଦିଗରେ ଅବସ୍ଥିତ । ସୌର ଜଗତ ଏହି ତାରା ଆଡ଼କୁ ଗତି କରୁ ଅଛି ବୋଲି ପାଶ୍ଚାତ୍ୟ ପଣ୍ଡିତମାନେ କହନ୍ତି । ବହୁ ସହସ୍ର ବର୍ଷ ପୂର୍ବେ ଏହି ତାରା ଧ୍ରୁବତାରା (Pole star) ଥିବାର ପଣ୍ଡିତମାନେ ନିର୍ଣ୍ଣୟ କରନ୍ତି ।

ଏହି ୨୮ ନକ୍ଷତ୍ର ବା ତାରାପୁଞ୍ଜ ଛଡ଼ା ଆଉ ଅନେକ ଗୁଡ଼ିଏ ନକ୍ଷତ୍ର ବା ତାରକା ଆକାଶରେ ଦେଖା ଯାଆନ୍ତି । ହିନ୍ଦୁ ଜ୍ୟୋତିଷିମାନେ ତହିଁରୁ କେତେଗୁଡିଏର ନାମକରଣ କରି ଅଛନ୍ତି ।

ବଡ଼ ସପ୍ତର୍ଷିମଣ୍ଡଳ

(ପିତୃଗଣ; ଚିତ୍ରଶିଖଣ୍ଡୀ; ଋକ୍ଷମଣ୍ଡଳ) (En:The Great Bear; The Plough; Charle’s Wain; The Wagon; The Butcher’s cleaver) ଉତ୍ତରାକାଶରେ ଧ୍ରୁବତାରାକୁ କେନ୍ଦ୍ର କରି ତା ଚାରିପାଖରେ କିଛିଦୂର ଛଡ଼ାରେ ଘୂରୁଥିବା ୭ଟି ଉଜ୍ଜଳ ତାରା ୧:କ୍ରତୁ, ୨: ପୂଲହ, ୩. ପୂଲସ୍ତ୍ୟ, ୪. ଅତ୍ରି, ୫. ଅଙ୍ଗିରା, ୬. ବଶିଷ୍ଠ, ୭. ମରୀଚି ।

ଅରୁନ୍ଧତୀ

(La:Alcor; Fr:Saidak) ଉତ୍ତରାକାଶରେ ସପ୍ତର୍ଷିମଣ୍ଡଲର ଲାଞ୍ଜର ଶେଷ ମୁଣ୍ଡ ତାରକାକୁ ଛାଡ଼ି ଗୋଟିଏ ତାରା (୬ଷ୍ଠ ତାରା) ନିକଟରେ ଥିବା କ୍ଷୁଦ୍ର ତାରା । ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ ମରିବାର ୬ମାସ ପୂର୍ବରୁ ଏ ତାରା ମନୁଷ୍ୟର ଆଖିକୁ ଦେଖାଯାଏ ନାହିଁ । ପୁରାଣରେ ଅଛି ଯେ ସପ୍ତର୍ଷିଙ୍କ ପତ୍ନୀମାନଙ୍କୁ ଇନ୍ଦ୍ର ପ୍ରଲୋଭନ ଦେଖାଇବାରୁ ବଶିଷ୍ଠ ପତ୍ନୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ୬ ଜଣଙ୍କ ମନ ବିଚଳିତ ହେଲା । ସପ୍ତର୍ଷିମାନେ ଏ କଥା ଜାଣିପାରି ଅବିଚଳିତା ଅରୁନ୍ଧତୀଙ୍କୁ ବଶିଷ୍ଠଙ୍କ ପାଖେ ସ୍ଥାନ ଦେଲେ ଓ ବାକି ୬ ଜଣଙ୍କୁ ନିଜ ନିଜ ପାଖରୁ ତଡ଼ିଦେଲେ । ସେମାନେ ଯାଇ କୃତ୍ତିକାପୁଞ୍ଜରେ ରହିଲେ । ଅରୁନ୍ଧରୀ ପତିବ୍ରତା ନାରୀର ଆଦର୍ଶ । ଏଥିପାଇଁ ବିବାହିତ ଦମ୍ପତି ପାଣିଗ୍ରହଣବିଧି ଶେଷରେ ସାଙ୍ଗ ହୋଇ ବଷିଷ୍ଟ ଓ ଅରୁନ୍ଧତୀ ନକ୍ଷତ୍ରଦ୍ୱୟଙ୍କୁ ଦର୍ଶନ କରିବାର ବିଧି ଅଛି ।

ଧ୍ରୁବତାରା

(ସୌମ୍ୟଧ୍ରୁବ; ଶିଶୁମାର ପୁଚ୍ଛ) (North pole star; The Polaris) ସବୁ ନକ୍ଷତ୍ର ମଧ୍ୟରେ କେବଳ ଏହି ଧ୍ରୁବତାରା ସ୍ଥିର ଓ ଅଚଳ । ଆକାଶମଣ୍ଡଳର ଅନ୍ୟ ସମସ୍ତ ତାରା ଧ୍ରୁବକୁ କେନ୍ଦ୍ର କରି ପୂର୍ବରୁ ପଶ୍ଚିମକୁ ବେଙ୍ଗଳା ପରି ଘୂରୁଛନ୍ତି। ଏ ତାରା ଅପେକ୍ଷାକୃତ ନିଶ୍ଚଳ ଥିଲେ ମଧ୍ୟ ଏହାର ଗତି ଅଛି ।

ଛୋଟ ସପ୍ତର୍ଷିମଣ୍ଡଳ

(ଶିଶୁମାରମଣ୍ଡଳ; ଧ୍ରୁବାମଣ୍ଡଳ; ଧ୍ରୁବପୁଞ୍ଜ)(La:Ursa Minoris; La: Polaris; En:The Little or Lesser Bear; Ar:Arkas; Ar:Kochab; Ar:Pherkad )

ଧ୍ରୁବମତ୍ସ୍ୟ

(Gr:Thuban; Ar;Rastaban)

କାଶ୍ୟପୀୟ ମଣ୍ଡଳ

(En:Lady’s chair or The lady in ther throne, Caph, Cedar)

ବ୍ରହ୍ମ କଟାହ

(ବ୍ରହ୍ମ ମଣ୍ଡଳ) (Gr:Aige Cappella; Ar:Alajoth, Menakalinnan)

କାଳପୁରୂଷ ପୂଞ୍ଜ

(ରୁଦ୍ର; ଅଗ୍ରହାୟଣ) (En:Orion)

ଆପାଂବତ୍ସ

(ଆପାଂନପାତ୍) (Theta Virginus)

ଅଗସ୍ତ୍ୟ

(Canopus)

ଯାମୀ

(ଯମୂନା; ନଦୀମୂଖ; ଶୂଳ) (La:Acherner; En Eridani; Alpha Eridani)

ତ୍ରିଶଙ୍କୁନଣ୍ଡଳ

(Southern Cross)

ଜୟ

(Alpha Centauris): ମହିଷାସୁର ମଣ୍ଡଳ ବା କିନ୍ନର ମଣ୍ଡଳର ପ୍ରଥମ ତାରା ।

ବିଜୟ

(Beta Centauris) : ମହିଷାସୁର ମଣ୍ଡଳ ବା କିନ୍ନର ମଣ୍ଡଳର ଦ୍ୱିତୀୟ ତାରା ।

ସାରମେୟ ଯୁଗଳ

(କାଳକଞ୍ଜ ମଣ୍ଡଳ) (Cor Caroli or Charle’s heart)

ପରଶୁରାମ ମଣ୍ଡଳ

(Perseus; Merfak; Algol; Caput)

ମତ୍ସ୍ୟ ମୂଖ

(Formalhaut)

କାଳୀୟ

(ହ୍ରଦ ସର୍ପ; ରାହୁମଣ୍ଡଳ) (Hydra)

ତିମି ମଣ୍ଡଳ

(Cetus)

ଆଧାର

Tags:

ରାଶି ଓ ନକ୍ଷତ୍ର ୧. ଅଶ୍ୱିନୀରାଶି ଓ ନକ୍ଷତ୍ର ୨. ଦ୍ୱିଜାରାଶି ଓ ନକ୍ଷତ୍ର ୩. କୃତ୍ତିକାରାଶି ଓ ନକ୍ଷତ୍ର ୪. ରୋହିଣିରାଶି ଓ ନକ୍ଷତ୍ର ୫. ମୃଗଶିରାରାଶି ଓ ନକ୍ଷତ୍ର ୬. ଆର୍ଦ୍ରାରାଶି ଓ ନକ୍ଷତ୍ର ୭. ପୁନର୍ବସୁରାଶି ଓ ନକ୍ଷତ୍ର ୮. ପୁଷ୍ୟାରାଶି ଓ ନକ୍ଷତ୍ର ୯. ଅଶ୍ଳେଷାରାଶି ଓ ନକ୍ଷତ୍ର ୧୦. ମଘାରାଶି ଓ ନକ୍ଷତ୍ର ୧୧. ପୂର୍ବଫାଲ୍ଗୁନୀରାଶି ଓ ନକ୍ଷତ୍ର ୧୨. ଉତ୍ତର ଫାଲ୍ଗୁନୀରାଶି ଓ ନକ୍ଷତ୍ର ୧୩. ହସ୍ତାରାଶି ଓ ନକ୍ଷତ୍ର ୧୪. ଚିତ୍ରାରାଶି ଓ ନକ୍ଷତ୍ର ୧୫. ସ୍ୱାତିରାଶି ଓ ନକ୍ଷତ୍ର ୧୬. ବିଶାଖାରାଶି ଓ ନକ୍ଷତ୍ର ୧୭. ଅନୁରାଧାରାଶି ଓ ନକ୍ଷତ୍ର ୧୮. ଜ୍ୟେଷ୍ଠାରାଶି ଓ ନକ୍ଷତ୍ର ୧୯. ମୂଳାରାଶି ଓ ନକ୍ଷତ୍ର ୨୦. ପୂର୍ବାଷାଢ଼ାରାଶି ଓ ନକ୍ଷତ୍ର ୨୧. ଉତ୍ତରାଷାଢ଼ାରାଶି ଓ ନକ୍ଷତ୍ର ୨୨. ଶ୍ରବଣାରାଶି ଓ ନକ୍ଷତ୍ର ୨୩. ଧନିଷ୍ଠାରାଶି ଓ ନକ୍ଷତ୍ର ୨୪. ଶତଭିଷାରାଶି ଓ ନକ୍ଷତ୍ର ୨୫. ପୂର୍ବ ଭାଦ୍ରପଦରାଶି ଓ ନକ୍ଷତ୍ର ୨୬ ଉତ୍ତର ଭାଦ୍ରପଦରାଶି ଓ ନକ୍ଷତ୍ର ୨୭. ରେବତୀରାଶି ଓ ନକ୍ଷତ୍ର ୨୮. ଅଭିଜିତରାଶି ଓ ନକ୍ଷତ୍ର ବଡ଼ ସପ୍ତର୍ଷିମଣ୍ଡଳରାଶି ଓ ନକ୍ଷତ୍ର ଅରୁନ୍ଧତୀରାଶି ଓ ନକ୍ଷତ୍ର ଧ୍ରୁବତାରାରାଶି ଓ ନକ୍ଷତ୍ର ଛୋଟ ସପ୍ତର୍ଷିମଣ୍ଡଳରାଶି ଓ ନକ୍ଷତ୍ର ଧ୍ରୁବମତ୍ସ୍ୟରାଶି ଓ ନକ୍ଷତ୍ର କାଶ୍ୟପୀୟ ମଣ୍ଡଳରାଶି ଓ ନକ୍ଷତ୍ର ବ୍ରହ୍ମ କଟାହରାଶି ଓ ନକ୍ଷତ୍ର କାଳପୁରୂଷ ପୂଞ୍ଜରାଶି ଓ ନକ୍ଷତ୍ର ଆପାଂବତ୍ସରାଶି ଓ ନକ୍ଷତ୍ର ଅଗସ୍ତ୍ୟରାଶି ଓ ନକ୍ଷତ୍ର ଯାମୀରାଶି ଓ ନକ୍ଷତ୍ର ତ୍ରିଶଙ୍କୁନଣ୍ଡଳରାଶି ଓ ନକ୍ଷତ୍ର ଜୟରାଶି ଓ ନକ୍ଷତ୍ର ବିଜୟରାଶି ଓ ନକ୍ଷତ୍ର ସାରମେୟ ଯୁଗଳରାଶି ଓ ନକ୍ଷତ୍ର ପରଶୁରାମ ମଣ୍ଡଳରାଶି ଓ ନକ୍ଷତ୍ର ମତ୍ସ୍ୟ ମୂଖରାଶି ଓ ନକ୍ଷତ୍ର କାଳୀୟରାଶି ଓ ନକ୍ଷତ୍ର ତିମି ମଣ୍ଡଳରାଶି ଓ ନକ୍ଷତ୍ର ଆଧାରରାଶି ଓ ନକ୍ଷତ୍ର

🔥 Trending searches on Wiki ଓଡ଼ିଆ:

ରାମାନୁଜ ଆଚାର୍ଯ୍ୟଅପରେଟିଙ୍ଗ ସିଷ୍ଟମମାହିମ ଦୁର୍ଗ , ମୁମ୍ବାଇଭାରତୀୟ ଡାକ ସେବାକଟକ ଜିଲ୍ଲାପୋଡ଼ ପିଠାଚିକିତ୍ସା ବିଜ୍ଞାନଇସଲାମ ଧର୍ମସ୍ନେହସାରଓଡ଼ଗାଁସମ୍ବଲପୁର ଜିଲ୍ଲାପ୍ରସନ୍ନ ଦାସଓଡ଼ିଶାରେ ଦେବୀପୂଜାର ଐତିହ୍ୟଭୀମ ଭୋଇସୌରୀନ୍ଦ୍ର ବାରିକଲିଙ୍ଗରାଜ ମନ୍ଦିରଜାଭା (ପ୍ରୋଗ୍ରାମିଂ ଭାଷା)ଭଦ୍ରକ ଜିଲ୍ଲାଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାପଦାର୍ଥବିଜୟ ମିଶ୍ରସାଧୁ ମେହେରକମ୍ପ୍ୟୁଟରପିଙ୍କି ପ୍ରଧାନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକୃପାସିନ୍ଧୁ ମିଶ୍ରଉଇକିପିଡ଼ିଆଆଲାନ ଟ୍ୟୁରିଙ୍ଗରାମଚନ୍ଦ୍ର ବେହେରାଅଶୋକ (ସମ୍ରାଟ)ଆମାଜନ୍.କମ୍‌କଳାକଳେବର ଚଉତିଶାମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁଧାକର ନନ୍ଦକ୍ରେଡିଟ କାର୍ଡ଼ଇରା ମହାନ୍ତିକ୍ୟୁ. ଆର. କୋଡ଼କଳିଙ୍ଗ ଯୁଦ୍ଧହାତମନମୋହନ ସାମଲପୁଷ୍ଟିସାରଦଣ୍ଡ ନାଟଜୟ ଶ୍ରୀରାମଯୁକ୍ତରାଜ୍ୟପାଳଙ୍ଗକମଳା ଦାସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଶାଫକୀର ମୋହନ ସେନାପତିଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ଗୁପ୍ତେଶ୍ୱରସଫ୍ଟୱେରହିନ୍ଦୁ ସମୟ ଗଣନାଅଖିଳ ମୋହନ ପଟ୍ଟନାୟକୟୁନେସ୍କୋନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାୟୁ ଟ୍ୟୁବଦି ଟେଷ୍ଟ ଅଫ ମାଇ ଲାଇଫସ୍ୱାମୀ ବିବେକାନନ୍ଦ୨ୟ ଓଡ଼ିଶା ବିଧାନ ସଭା୫ ଜୁନଅଯୋଧ୍ୟାଡଙ୍ଗାଚନ୍ଦ୍ରଗୁପ୍ତରାବଣସନ୍ତୋଷ ସିଂହ ସାଲୁଜାବର କୋଳିକଲେରାନଟବର ଶତପଥୀଆବ୍ରୋସିଟିନିବଶ୍ରୀନିବାସ ରାମାନୁଜନଘରରକ୍ତରମାଦେବୀ ଚୌଧୁରୀଟୁଇଟରସଞ୍ଜୟ ହାତୀଦକ୍ଷିଣ କୋରିଆ🡆 More