ଧ୍ୱନି ଶବ୍ଦ

ଶବ୍ଦ ହେଉଛି ଏକ ଯାନ୍ତ୍ରିକ ତରଙ୍ଗ ଯାହା କଠିନ, ତରଳ କିମ୍ବା ବାଷ୍ପରେ ଚାପର କମ୍ପନଦ୍ୱାରା ପ୍ରେରିତ ହୋଇ ଶୁଣି ପାରିବା ଭଳି ବାରମ୍ବାରତାରେ କର୍ଣଗୋଚର ହୁଏ ।

ଶବ୍ଦ ସଂଚରଣ

ଶବ୍ଦ ହେଉଛି ଚାପରେ ପରିବର୍ତ୍ତନର ତରଙ୍ଗ ଯାହା ବାୟୁ ଓ ଜଳ ପରି ସଂକୋଚନୀୟ ମାଧ୍ୟମ ଦେଇ ଗତି କରେ । (ଶବ୍ଦ କଠିନ ଦେଇ ମଧ୍ୟ ଗତି କରିପାରେ, କିନ୍ତୁ ସଂଚରଣର ମୋଡ‍ ଅଲଗା ହୁଏ । ) ସଂଚରଣ ବେଳେ ତରଙ୍ଗ ପ୍ରତିଫଳିତ, ପ୍ରତିସରିତ କିମ୍ବା ବିଘଟିତ ହୋଇପାରେ ।

ଶବ୍ଦ ସଂଚରଣ ସାଧାରଣତଃ ତିନୋଟି କାରଣଦ୍ୱାରା ପ୍ରଭାବିତ ହୁଏ:

  • ସାନ୍ଦ୍ରତା ଓ ଚାପ ମଧ୍ୟରେ ଥିବା ସମ୍ପର୍କ । ଏହି ସମ୍ପର୍କ, ତାପମାତ୍ରାଦ୍ୱାରା ପ୍ରଭାବିତ ହୋଇ ମାଧ୍ୟମରେ ଶବ୍ଦର ଗତି ନିରୂପଣ କରେ ।
  • ସଂଚରଣ ମାଧ୍ୟମର ନିଜସ୍ୱ ଗତିଦ୍ୱାରା ମଧ୍ୟ ପ୍ରଭାବିତ ହୁଏ । ଉଦାହରଣ ସ୍ୱରୂପ, ବାୟୁରେ ଶବ୍ଦର ଗତି । ଶବ୍ଦର ଗତିକୁ ଛାଡିଲେ, ଯଦି ମାଧ୍ୟମ ଗତି କରୁଥାଏ, ଶବ୍ଦ ଅଧିକ ଗତିଶୀଳ ହୁଏ ।
  • ମାଧ୍ୟମର ଘନତ୍ୱ ମଧ୍ୟ ଶବ୍ଦତରଙ୍ଗର ଗତିକୁ ପ୍ରଭାବିତ କରେ । ଏହା ଶବ୍ଦର ଗତିରେ ବିଘଟନ ସୃଷ୍ଟି କରେ । ବାୟୁ ଓ ଜଳ ପରି ମାଧ୍ୟମ ପାଇଁ ଘନତ୍ୱ ଯୋଗୁ ଗତିରେ ବିଘଟନ ନଗଣ୍ୟ ।

ନିର୍ଦ୍ଦିଷ୍ଟ ଭୌତିକ ଗୁଣ ନଥିବା ମାଧ୍ୟମରେ ଶବ୍ଦ ଗତି କଲା ବେଳେ ପ୍ରତିସରିତ ହୁଏ (ବିଚ୍ଛୁରିତ କିମ୍ବା କେନ୍ଦ୍ରିତ ହୁଏ) ।

ଶବ୍ଦର ଧାରଣା

ପ୍ରତ୍ୟେକ ଜୀବ କ୍ଷେତ୍ରରେ ଶବ୍ଦର ଅନୁଭବ କିଛି ବାରମ୍ବାରତା ମଧ୍ୟରେ ସୀମିତ ଥାଏ । ମାନବ ପାଇଁ ୨୦ ହର୍ଜ୍‌ରୁ ୨୦,୦୦୦ ହର୍ଜ୍ ହେଉଛି ସାଧାରଣ ପରିସର, ଯଦିଓ ଏହା ନିର୍ଦ୍ଦିଷ୍ଟ ନୁହେଁ । ଉର୍ଦ୍ଧ୍ୱ ସୀମା ବୟସ ବଢିବା ସହିତ କମେ । ଅନ୍ୟ ଜୀବମାନଙ୍କର ଶୁଣିବାର ଅଲଗା ପରିସର ଥାଏ । ଦୃଷ୍ଟାନ୍ତ ସ୍ୱରୂପ, କୁକୁରମାନେ ୨୦ କିଲୋହର୍ଜ୍‌ରୁ ଅଧିକ ଶବ୍ଦ ଶୁଣି ପାରନ୍ତି, ମାତ୍ର ୪୦ ହର୍ଜ୍‌ରୁ କମ୍ ଶବ୍ଦ ଶୁଣି ପାରନ୍ତି ନାହିଁ । ନିଜ ଶ୍ରବଣ ଇନ୍ଦ୍ରିୟକୁ ବ୍ୟବହାର କରି ବିଭିନ୍ନ ଜୀବ ବିପଦ ଚିହ୍ନଟ, ପଥପ୍ରଦର୍ଶନ, ଶିକାର ଓ ଯୋଗାଯୋଗ ପରି କାମ କରିଥାନ୍ତି । ପୃଥିବୀର ବାୟୁମଣ୍ଡଳ, ଜଳ ଏବଂ ଅଗ୍ନି, ବର୍ଷା, ପବନ, ଭୂକମ୍ପ ଭଳି ପ୍ରାକୃତିକ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ଶବ୍ଦ ସୃଷ୍ଟି କରନ୍ତି । ବେଙ୍ଗ, ପକ୍ଷୀ, ଜଳଜ ଓ ସ୍ଥଳଜ ସ୍ତନ୍ୟପାୟୀମାନଙ୍କ ପରି ଅନେକ ଜୀବଙ୍କର ଶବ୍ଦ ସୃଷ୍ଟି କରିବାର ବିଶେଷ ଅଙ୍ଗ ଥାଏ । କିଛି ଜୀବ କଥା କୁହନ୍ତି ଓ ଗୀତ ମଧ୍ୟ ବୋଲନ୍ତି । ମାନବମାନେ ତ ସଂଗୀତ, ଟେଲିଫୋନ୍, ରେଡିଓ ଭଳି ବିଦ୍ୟାଦ୍ୱାରା ଶବ୍ଦ ସୃଷ୍ଟି, ରେକର୍ଡ୍, ପ୍ରେରଣ ଓ ପ୍ରସାରଣ ମଧ୍ୟ କରିଥାନ୍ତି । ମାନବର ଶବ୍ଦ ଗ୍ରହଣର ବିଜ୍ଞାନକୁ ସାଇକୋଆକୋଷ୍ଟିକ୍‌ସ୍ କୁହାଯାଏ ।

ଶବ୍ଦର ବିଜ୍ଞାନ

ଶବ୍ଦକୁ ସୂଚାଉଥିବା ଯାନ୍ତ୍ରିକ କମ୍ପନ କଠିନ, ତରଳ, ଗ୍ୟାସ୍ ଓ ପ୍ଲାଜ୍‌ମାରେ ଗତି କରିପାରେ । ମାଧ୍ୟମ ହିଁ ଶବ୍ଦକୁ ସହଯୋଗ କରେ ସଂଚରଣ ପାଇଁ । ଶୂନ୍ୟରେ ଶବ୍ଦ ଗତି କରିପାରେ ନାହିଁ ।

ଅନୁଦୈର୍ଘ୍ୟ ଓ ଅନୁପ୍ରସ୍ଥ ତରଙ୍ଗ

ତରଳ, ଗ୍ୟାସ୍ ଓ ପ୍ଲାଜ୍‌ମା ମଧ୍ୟ ଦେଇ ଗତି କରୁଥିବା ଶବ୍ଦକୁ ସଂକୋଚନ ତରଙ୍ଗ ମଧ୍ୟ କୁହାଯାଏ । ଯଦିଓ କଠିନରେ ଶବ୍ଦ ଉଭୟ ଅନୁଦୈର୍ଘ୍ୟ ଓ ଅନୁପ୍ରସ୍ଥ ଭାବରେ ଗତି କରିପାରେ ।

ଆଧାର

ଅଧିକ ତଥ୍ୟ

Tags:

ଧ୍ୱନି ଶବ୍ଦ ଶବ୍ଦ ସଂଚରଣଧ୍ୱନି ଶବ୍ଦ ଶବ୍ଦର ଧାରଣାଧ୍ୱନି ଶବ୍ଦ ଶବ୍ଦର ବିଜ୍ଞାନଧ୍ୱନି ଶବ୍ଦ ଅନୁଦୈର୍ଘ୍ୟ ଓ ଅନୁପ୍ରସ୍ଥ ତରଙ୍ଗଧ୍ୱନି ଶବ୍ଦ ଆଧାରଧ୍ୱନି ଶବ୍ଦ ଅଧିକ ତଥ୍ୟଧ୍ୱନି ଶବ୍ଦ

🔥 Trending searches on Wiki ଓଡ଼ିଆ:

ଗ୍ରହଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡସୂର୍ଯ୍ୟମଞ୍ଜୁଳା ସ୍ୱାଇଁସୁରେଶ କୁମାର ରାଉତରାୟଭୁଟାନଆଫଗାନିସ୍ତାନଚନ୍ଦ୍ରଶେଖର ରଥ୧୨୦୦ପୃଥିବୀହେପାଟାଇଟିସ୩୦ ସେପ୍ଟେମ୍ବରରାଜନୀତି ବିଜ୍ଞାନଚୈତ୍ର ପୂର୍ଣ୍ଣିମାଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରିରବି ସିଂଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରମାଳତୀ ଚୌଧୁରୀପରଶୁରାମନାରାୟଣ ସାହୁ (୧୯୩୮ ଜନ୍ମ)ଜଗନ୍ନାଥଙ୍କ ଷୋଳକଳାକୋଣାର୍କ ସୂର୍ଯ୍ୟ ମନ୍ଦିରଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଓଡ଼ିଆ ଭାଷାରସାବଳିଜୁଲାଇଜର୍ମାନୀସୌମ୍ୟ ରଞ୍ଜନ ପଟ୍ଟନାୟକସ୍ତନବର୍ଷା ପ୍ରିୟଦର୍ଶିନୀଗୋଦାବରୀଶ ମିଶ୍ରଆନି ବେସାନ୍ତ୬ ସେପ୍ଟେମ୍ବରଚନ୍ଦନ ଯାତ୍ରାମ୍ୟାଲେରିଆରାଜକିଶୋର ରାୟବୈଶାଖମିନାକ୍ଷୀ ମହନ୍ତପଦ୍ମ ଲୋଚନ ପଣ୍ଡାହସ୍ତମୈଥୁନଚିନ୍ତାମଣିଶ୍ୱର ଶିବ ମନ୍ଦିରରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୨୨ ଅକ୍ଟୋବରମାତଙ୍ଗୀସରୋଜିନୀ ନାଇଡୁମଙ୍ଗଳା ମନ୍ଦିରଜଗନ୍ନାଥଙ୍କ ଧୂପବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚଇତି ଘୋଡ଼ା ନାଚମଟର ସାଇକେଲଇତିହାସଛବିଳ ମଧୁ ବର୍ଣ୍ଣବୋଧନଡ଼ିଆମନମୋହନ ସାମଲଜ୍ଞାନକୋଷଓଡ଼ିଶାର ମାପ ବ୍ୟବସ୍ଥାରାଜେନ୍ଦ୍ର କିଶୋର ପଣ୍ଡାସରଳା ଦେବୀ୨୧ ଅପ୍ରେଲମହିମା ଧର୍ମଇଣ୍ଟରନେଟସ୍ୱାମୀ ବିବେକାନନ୍ଦମନୋଜ ଦାସଙ୍କ କଥା ଓ କାହାଣୀଓଡ଼ିଶାର ଭୂଗୋଳମହେନ୍ଦ୍ର ସିଂହ ଧୋନିବନମାଳୀ ଦାସକମ୍ପ୍ୟୁଟରଉପେନ୍ଦ୍ର ଭଞ୍ଜ୧ ଜାନୁଆରୀନନ୍ଦିନୀ ଶତପଥୀଭାଷା ବିଜ୍ଞାନଅଗ୍ନି🡆 More