ନିତେଇ ଧୋବଣୀ: ଶାବର ତନ୍ତ୍ର ସାଧିକା

ନିତେଇ ଧୋବଣୀ ଓଡ଼ିଶାର ପ୍ରାଚୀନ ଶାବର ତନ୍ତ୍ର ସାଧିକା ଥିଲେ । ଏକାଦଶ ଶତାବ୍ଦୀରେ ଉତ୍କଳର ପ୍ରସିଦ୍ଧ ସାତ ଭଉଣୀଙ୍କ ମଧ୍ୟରୁ ନିତେଇ ସବୁଠୁଁ ପ୍ରସିଦ୍ଧ ଥିଲେ ।

ନିତେଇ ଧୋବଣୀ
ବୃତ୍ତିଧୋବଣୀ
କାଳଏକାଦଶ ଶତାବ୍ଦୀ
ବିରୋଧୀଆଚାର୍ଯ୍ୟ ସୋମେଶ୍ୱର

ଜନ୍ମ ଓ ଜୀବନ

ବୌଦ୍ଧଧର୍ମର ସହଜଯାନ ମାର୍ଗର ପ୍ରବର୍ତ୍ତିକା ମହାସିଦ୍ଧ ଲକ୍ଷ୍ମୀଙ୍କରଙ୍କ ମାର୍ଗରେ ବିଶ୍ୱାସ ରଖିଥିବା ଉତ୍କଳର ସାତ ଭଉଣୀ ବା ସପ୍ତସାଧିକା ମହାନ ତନ୍ତ୍ରସାଧିକା ଥିଲେ । ସେମାନଙ୍କର ନାମ ହେଲା- ନିତେଇ ଧୋବଣୀ, ଜ୍ଞାନ ଦେଈ ମାଲୁଣୀ, ଗାଙ୍ଗୀ ଗଉଡ଼ୁଣୀ, ଶୁଆ ତେଲୁଣୀ, ଲୁହୁକୁଟି ଲୁହୁରାଣୀ, ସୁକୁଟି ଚମାରୁଣୀ ଓ ପତ୍ରପିନ୍ଧି ଶଉରୁଣୀ । ଏମାନଙ୍କୁ ସପ୍ତଭଗିନୀ, ସାତ ବହିଣୀ, ସପ୍ତସାଧିକା, ଯମ ମା' ସାତ ଭଉଣୀ ଓ ସ୍ଥାନେ ସ୍ଥାନେ ସପ୍ତମାତୃକା ଇତ୍ୟାଦି ବହୁନାମରେ ଜଣାଯାଏ । ସାତଜଣ ସମାଜର ନିମ୍ନ ଶ୍ରେଣୀଗୁଡ଼ିକରୁ ଆସିଥିଲେ ଓ ପୁରୀରେ ସମସ୍ତେ ଏହାଙ୍କ ତାନ୍ତ୍ରିକ ଶକ୍ତି ଯୋଗୁଁ ଭୟଭୀତ ହେଉଥିଲେ । ବିଶେଷ କରି ତତ୍କାଳୀନ ସମାଜର ନୀଚବର୍ଗ ଯଥା ଶବର ଓ ଦରିଦ୍ରମାନେ ଏହି ସାତ ଭଉଣୀଙ୍କୁ ବହୁ ଆଦର କରୁଥିଲେ । କୁଆଁରୀପାଟଣା ଅଞ୍ଚଳର ନାମକରଣ ଏହି ସାତଜଣ କୁମାରୀଙ୍କ ପରେ ହୋଇଛି । ପରେ ପରେ ଏହାଙ୍କର ଆଶ୍ଚର୍ଯ୍ୟଜନକ ଶକ୍ତି ଯୋଗୁଁ ଏମାନେ ପୂଜିତ ହେଲେ । ଏମାନଙ୍କୁ ଆଜି ମଧ୍ୟ ଆରାଧନା କରାଯାଏ ।

କିମ୍ବଦନ୍ତୀ

ଓଡ଼ିଆ ଲୋକସାହିତ୍ୟରେ ନିତେଇ ଧୋବଣୀଙ୍କୁ ନେଇ ଅନେକ କାହାଣୀ ରହିଛି । ଏହି କାହାଣୀଗୁଡ଼ିକ ମୁଖ୍ୟତଃ ଗୁଣିଗାରେଡ଼ି, କା ଉଁରୀ ମନ୍ତ୍ର ଇତ୍ୟାଦି ବିଷୟରେ ଥାଏ । ମାଦଳା ପାଞ୍ଜିରେ ମଧ୍ୟ ନିତେଇ ଧୋବଣୀଙ୍କ ବିଷୟରେ ଉଲ୍ଲେଖ ରହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ନିତେଇଙ୍କୁ ନେଇ ଅନେକ ଅଦ୍ଭୁତ ଘଟଣା ରହିଛି ।

ରାଣ୍ଡିପୁଅ ଅନନ୍ତା କାହାଣୀ

ଏହି କାହାଣୀରେ ନିତେଇ ଧୋବଣୀ ଛୋଟ ଚୋଳଗଙ୍ଗଙ୍କୁ ଉତ୍କଳର ରାଜା କରିବା କଥା ବର୍ଣ୍ଣିତ । ଏଣୁ ସାତଭ ଉଣୀଙ୍କ ସାଧନା କରି ଓଡ଼ିଶାରେ ଗଙ୍ଗବଂଶ ସ୍ଥାପନା ହୋଇଥିଲା ବୋଲି କୁହାଯାଏ ।

ଏହାର ଅନ୍ତରେ ଅଘୋର ମାର୍କଣ୍ଡେୟ ଶିବଙ୍କ ଉପାସକ ଆଚାର୍ଯ୍ୟ ସୋମେଶ୍ୱର ଓ ଜଗନ୍ନାଥଙ୍କ ଉପାସିକା ନିତେଇଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରାଯାଏ । ଏହି ପ୍ରତିଯୋଗିତାରେ ନିତେଇ ନିଜ ଜଗନ୍ନାଥଙ୍କୁ ସ୍ମରଣ କରି ନିଜ ତନ୍ତ୍ରଶକ୍ତିରେ ବିଜୟିନୀ ହୁଅନ୍ତି ଓ ଏହାଦ୍ୱାରା ମାର୍କଣ୍ଡେୟଙ୍କ ଉପରେ ଜଗନ୍ନାଥଙ୍କ ପ୍ରାଧାନ୍ୟ ପ୍ରତିପାଦିତ ହୁଏ ।

ଗୁଣିଗାରେଡ଼ି

ଗାଉଁଲି ବିଶ୍ୱାସରେ ସ୍ତ୍ରୀମାନଙ୍କୁ ଡାହାଣୀ ଲାଗିଲେ ପ୍ରତିଷେଧକ ମନ୍ତ୍ରଯନ୍ତ୍ରକୁ ପ୍ରୟୋଗ କରାଯାଏ । ଏହି ବିଦ୍ୟାକୁ ଗାରେଡ଼ି ବା ଗାରୁଡ଼ି ବିଦ୍ୟା କୁହାଯାଏ । ଏହା ଶିକ୍ଷା କରିବାକୁ ହେଲେ 'କାଉଁରୀ କାମାଖ୍ୟା' ବା 'କାଉଁରୀ କାମଚଣ୍ଡୀ'ଙ୍କ ଅଞ୍ଚଳରେ ଯାଇ ଶିକ୍ଷା କରିହେବ ବୋଲି ଲୋକେ କୁହନ୍ତି । ସେହି ଅଞ୍ଚଳରେ ନିତେଇ ମା' ଧୋବଣୀ ଓ ପିତେଇ ମା' ସଉରୁଣୀ ପ୍ରଧାନ ଗୁରୁ ଥିଲେ ବୋଲି ଏ ପର୍ଯ୍ୟନ୍ତ ଝଡ଼ାଫୁଙ୍କାର ଅଧିକାଂଶ ମନ୍ତ୍ର ସେମାନଙ୍କ ନାମରେ ଭଣିତା ହୋଇଥିବା ଦେଖାଯାଏ ।

ମନ୍ତ୍ରଗୁଡ଼ିକ ସ୍ତ୍ରୀଙ୍କୁ ଗ୍ରାସ କରିଥିବା ଡାହାଣୀକୁ ସମ୍ବୋଧନ କରି ଲେଖାଯାଇଥାଏ । ଏହାର ଗୋଟିଏ ଉଦାହରଣ ହେଉଛି-

ଛାଡ଼ ଛାଡ଼ ବୋଲି କାହାର ଆଜ୍ଞା ?
ନିତେଇ ମା' ଧୋବଣୀ,
ପିତେଇ ମା' ସଉରୁଣୀଙ୍କ
କୋଟି କୋଟି ଆଜ୍ଞା ।

— ଗୁଣିଗାରେଡ଼ି

ସପ୍ତମାତୃକା ପୀଠ, ପୁରୀ

ନିତେଇ ଧୋବଣୀ ଓ ପିତେଇ ସଉରୁଣୀ ପୁରୀ ମାର୍କଣ୍ଡେଶ୍ୱର ସାହିର ସପ୍ତମାତୃକା ପୀଠରେ ରହି ଜଗନ୍ନାଥ ଓ ବିମଳାଙ୍କୁ ଭୈରବ ଓ ଭୈରବୀଙ୍କ ରୂପରେ ଉପାସନା କରୁଥିଲେ ବୋଲି ଜନଶ୍ରୁତି ରହିଛି ।

ବାଲି ଭୁଆସୁଣୀ ପୀଠ, କଟକ

କଟକ ଜିଲ୍ଲାର ବାଲି ଭୁଆସୁଣୀ ପୀଠରେ କିମ୍ବଦନ୍ତୀ ରହିଛି ଯେ ନିତେଇ ଧୋବଣୀ ଆରାଧ୍ୟା ଦେବୀ ମା ଭୁଆସୁଣୀଙ୍କୁ ତନ୍ତ୍ରବଳରେ ଉଡ଼ାଇ ନେଇଯାଉଥିବା ବେଳେ ପିତେଇ ସଉରୁଣୀ ନିଜ ଭକ୍ତିବଳରେ ଦେବୀଙ୍କୁ ଅଥାରେ ସ୍ଥାପନା କରାଇଥିଲେ ।

ଅଣସର ବେଳେ ଜଗନ୍ନାଥଙ୍କ ଚକା ଅସରପ ନୀତି

ଅଣସର ପୂଜା ବେଳେ ଜଗନ୍ନାଥଙ୍କୁ ଅସରପ ନାମର ଗୋଲ ତକିଆ ଲାଗି କରାଯାଏ । ଏହି ନୀତିକୁ 'ଚକା ଅସରପ ଲାଗି' କୁହାଯାଏ ।

ଅସରପ ଏକ ତାନ୍ତ୍ରିକ ମହାପୂଜାକାଳୀନ ଶବ୍ଦ । ଅସରପ ହେଉଛି ଓଡ଼ିଆ ଜନପଦୀୟ ତନ୍ତ୍ରର ଏକ ଯନ୍ତ୍ର ବିଶେଷ । ଗଜପତିଙ୍କ ପରମ୍ପରାରେ ଏହାକୁ ତୁଳୀତଳ୍ପ କୁହାଯାଏ । ଶାବରତନ୍ତ୍ରରେ ନିତେଇ ଧୋବଣୀ ମଧ୍ୟ ଅସରପ ଯନ୍ତ୍ର ଉପରେ ପୂଜା କରୁଥଲେ । ଚୂଡ଼ଙ୍ଗ ପୋଖରୀର ଅଣତୁଠରେ ଦକ୍ଷିଣ ଦିଗକୁ ମୁହଁ କରି ନିତେଇ ଧୋବଣୀ ନୀଳଚକ୍ରକୁ ଏକ ଲୟରେ ଚାହିଁ ରହି ଅସରପ ଉପରକୁ ମହାପ୍ରଭୁଙ୍କୁ ଫୁଲ ମାଧମରେ ବାଳଗୋପାଳ (ଗୋପୀଜନ) ରୂପରେ ଆବାହନ କରୁଥଲେ ।

ଚୂଡ଼ଙ୍ଗ ସାହି, ପୁରୀ

ପୁରୀ ଚୂଡ଼ଙ୍ଗ ସାହିର 'ବଡ଼ୁ ମହାପାତ୍ର ଜାଗା'ରେ ଚୋଳଗଙ୍ଗଦେବଙ୍କ ସହ ନିତେଇ ଧୋବଣୀଙ୍କ ବିଗ୍ରହ ଅଦ୍ୟାପି ପୂଜିତ ହେଉଛି । ନିତେଇ ଧୋବଣୀଙ୍କୁ ଏଠାରେ ଗାରେଡ଼ି ସୁଣୀ, ଅର୍ଥାତ 'ଡାହାଣୀ ବିଦ୍ୟାରେ ନିପୁଣା' - ଏହି ନାମରେ ଜଣାଯାଏ । ଏହି ବିଗ୍ରହରେ ନିତେଇ ଏକ ଆସନ ଉପରେ ବିରାଜିତ ହୋଇ ଉଦୁଖଳ ସହ ଖୋଦିତ ହୋଇଛନ୍ତି । ଚୋଳଗଙ୍ଗ ଦେବଙ୍କୁ ଧନୁଶର ଧରି ସିଂହାସନ ଉପରେ ବସିଥିବା ଚିତ୍ରିତ କରାଯାଇଛି । ତାଙ୍କ ଦୁଇ ପାରୁଶରେ ଛତ୍ର ଓ ଚାମର ଧରି ଦୁଇଗୋଟି ସେବକ ମଧ୍ୟ ରହିଛନ୍ତି ।

ପୂର୍ବରୁ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ନିତ୍ୟ ଏଠାରେ ଅର୍ପଣ କରାଯା ଉଥିଲା କିନ୍ତୁ ଗତ ଚାଳିଶ ବର୍ଷ ହେଲା ଏହି ପ୍ରଥା ବନ୍ଦ ହୋଇ ରହିଛି । ବିଜୟା ଦଶମୀ ଦିନ ଏଠାରେ ବାର୍ଷିକ ଉପାସନା ହୁଏ ଯହିଁରେ ବଡ଼ୁ ମହାପାତ୍ର ସେବକ ମହାପ୍ରଭୁ ବଳଭଦ୍ରଙ୍କର ପ୍ରସାଦ ଦେବୀ ବିମଳାଙ୍କୁ ଅର୍ପଣ କରାଗଲା ପରେ ଏହି ଦୁଇ ବିଗ୍ରହ ଓ ହନୁମାନଙ୍କ ଏକ ବିଗ୍ରହଙ୍କୁ ଅର୍ପଣ କରିଥାନ୍ତି ।

ଓଳାଶୁଣୀ ଗୁମ୍ଫା, ଯାଜପୁର

ଓଳାଶୁଣି ଗୁମ୍ଫାରେ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠରେ କୌଣସି ବୌଦ୍ଧଶ୍ରମଣ, ନିତେଇ ଧୋବଣୀ କିମ୍ବା ପତର ସଉରୁଣୀ ଆଦି ତନ୍ତ୍ରାଚାରୀଙ୍କର ସଙ୍କେତ ପରିଦୃଷ୍ଟ ହୁଏ ।

ଚଇତି ମଙ୍ଗଳବାର ଓଷା

ଚଇତି ମଙ୍ଗଳବାର ଓଷା ବା ଚୈତ୍ର ମଙ୍ଗଳବାର ଓଷାରେ ଉଲ୍ଲେଖ ରହିଛି ଯେ ସେହି ଓଷାବିଧିକୁ କେବଳ ସ୍ୱର୍ଗରେ ନିତେଇ ଧୋବଣୀ ଓ ମଞ୍ଚପୁରେ(ମର୍ତ୍ତ୍ୟରେ) ଚଇତି ହାଡ଼ିଆଣୀ ପାଳନ କରନ୍ତି ।

ଚଇତି ମଙ୍ଗଳବାର କେହି ନ କରନ୍ତି । ସ୍ୱର୍ଗର ନିତେଇ ଧୋବଣୀ କରେ । ମଞ୍ଚ ପୁରେ ଚଇତି ହାଡ଼ିଆଣୀ କରଇ । ରାଜା ଚଇତି ହାଡ଼ିଆଣୀଠାରୁ ଓଷା ବିଧି ଶୁଣି ରାଣୀମାନଙ୍କୁ ଓଷା କରାଇଲେ ଏବଂ ଫଳ ସ୍ୱରୂପ ପୁତ୍ର ଲାଭ କଲେ ।

ଅଧିକ ପଠନ

ଆଧାର

Tags:

ନିତେଇ ଧୋବଣୀ ଜନ୍ମ ଓ ଜୀବନନିତେଇ ଧୋବଣୀ କିମ୍ବଦନ୍ତୀନିତେଇ ଧୋବଣୀ ଅଧିକ ପଠନନିତେଇ ଧୋବଣୀ ଆଧାରନିତେଇ ଧୋବଣୀ

🔥 Trending searches on Wiki ଓଡ଼ିଆ:

କୁନ୍ତଳା କୁମାରୀ ସାବତକାଳିନ୍ଦୀ ଚରଣ ପାଣିଗ୍ରାହୀସାରଥୀ ବାବା୧ (ସଂଖ୍ୟା)ଫରିନା ଆଜାଦବିଦ୍ୟାଳୟଓପନ-ସୋର୍ସ ସଫ୍ଟୱେରସିଦ୍ଧାନ୍ତ ମହାପାତ୍ରଓଡ଼ିଆ ଭାଷାଫକୀର ମୋହନ ସେନାପତିବୈଜୟନ୍ତ ପଣ୍ଡାପୋଟଳ ରସାପ୍ରତିଭା ଶତପଥୀଗୋଦର ରୋଗଫେବୃଆରୀ ୨୮ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଚିତ୍ତରଞ୍ଜନ ଦାସନମିତା ଅଗ୍ରୱାଲଲକ୍ଷ୍ମୀନାରାୟଣ ସାହୁନନ୍ଦିଘୋଷଭୀମ ପୃଷ୍ଟିଦୁର୍ଗା ପୂଜାଇରା ମହାନ୍ତିଭାନୁଜୀ ରାଓସତ୍ୟେନ୍ଦ୍ର ନାଥ ବୋଷଟୋକିଓଇତିହାସକୃଷ୍ଣକାଗଜଓଡ଼ିଶାର ଇତିହାସବାଙ୍କୀଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଜଣ୍ଡିସ୍ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟପାକ୍ରିଟିନିବତାଳଧ୍ୱଜଆକବରଓଡ଼ିଆ ନାଟକଗୌରହରି ଦାସବ୍ରାଉଜରପାପୁଆ ନିଉ ଗିନିମହମ୍ମଦ ମୋକିମ୍ଆଜାଦ ହିନ୍ଦ୍ ଫୌଜଉପେନ୍ଦ୍ର ଭଞ୍ଜକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯଦୁମଣି ମହାପାତ୍ରଶ୍ୱେତସାରଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବୈକୁଣ୍ଠନାଥ ପଟ୍ଟନାୟକvji40ଚଇତି ଘୋଡ଼ା ନାଚସମୟ (କାଳ)ଏଞ୍ଜେଲା ମେର୍କେଲ୍ପ୍ରେମଅସହଯୋଗ ଆନ୍ଦୋଳନପଖିଆଗୁରୁ ପ୍ରସାଦ ମହାନ୍ତି୨୪ ଅପ୍ରେଲପାଇକ ଆଖଡ଼ାଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୋଣାର୍କଭୀମ ଭୋଇହେପାଟାଇଟିସ ବିଧରିତ୍ରୀକୋଳିଚନ୍ଦନ ଯାତ୍ରାଗୋପାଳ ଚନ୍ଦ୍ର ପ୍ରହରାଜଗୁରୁପ୍ରସାଦ ମହାନ୍ତିଉତ୍କଳ ସମ୍ମିଳନୀଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟସମ୍ବଲପୁର ଜିଲ୍ଲାଜୟୀରାମ ସାମଲଅଚ୍ୟୁତ ଗୋକୁଳ ନାୟକଗୌତମ ବୁଦ୍ଧମଧୁସୂଦନ ଦାସପଖାଳ🡆 More