ଅରକ୍ଷିତ ଦାସ: ଓଡ଼ିଆ କବି

ଅରକ୍ଷିତ ଦାସ (୧୭୭୮- ୧୮୩୭ ମାଘମାସ କୃଷ୍ଣପକ୍ଷ ଏକାଦଶୀ) ଜଣେ ଓଡ଼ିଆ କବି ଓ ହିନ୍ଦୁ ସନ୍ଥ । ସେ ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡିର ବିଜୟନଗର ଗଡ଼ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାବେଳ ନାମ ଥିଲା ବଲଭଦ୍ର ଦାସ । ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା ପଦ୍ମନାଭ ଦେବ ପାଠ ପରୀକ୍ଷା କରିବା ସମୟରେ ସେ ପିତାଙ୍କୁ କହିଲେ, ହେ ପିତା ! ମୁଁ ତ ପରମ ପାଠ ପଡୁଛି, ଅନ୍ୟପାଠ ପଢିବାର ପ୍ରୟୋଜନ କ'ଣ ?

ସନ୍ଥ

ଅରକ୍ଷିତ ଦାସ
ଜନ୍ମ ଓ ଜନ୍ମସ୍ଥାନ୧୭୭୮
ବଡ଼ଖେମୁଣ୍ଡି, ଗଞ୍ଜାମ ଜିଲ୍ଲା
ମୃତ୍ୟୁ୧୮୩୭ ମାଘ କୃଷ୍ଣପକ୍ଷ ଏକାଦଶୀ
ବୃତ୍ତିସନ୍ଥ, କବି
ଜାତୀୟତାଭାରତୀୟ
ସାହିତ୍ୟ କୃତିମହୀମଣ୍ଡଳ ଗୀତା

ବିଦ୍ୟାଟି ବେଦ ଯେ ବୋଲଇ । ତହିଁଁରେ ମୋର କାର୍ଯ୍ୟ ନାହିଁ ॥
ଭାବେ ଅବିଦ୍ୟା ପରମକୁ । ଭାବେ ଭରସା ମୋର ତାଙ୍କୁ ॥

ଏହିପରି ଚିନ୍ତାରୁ ନିବୃତ କରିବାପାଇଁ ତାଙ୍କ ପିତା ରାଜକନ୍ୟାକୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ୱ ବୁଝାଇ କହିଲେ, "ହେ ପିତା ! ଯେ ମାତା ରୂପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତାଙ୍କରି ପ୍ରତିମାକୁ ବିଭା ହେଲେ ଧର୍ମଟି ସହିବକି ଭଲେ, କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା' ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ । ସେଠାରେ ରହୁଥିବା ସାଧୁସନ୍ଥମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଠିକ୍ ତାର ରାତ୍ରିରେ ନିକଟବର୍ତ୍ତି ଜଣେ ବିଧବା ବ୍ରାହ୍ମଣର ବାଡିରୁ ସେ କଦଳି ପତ୍ର କାଟୁଥିବା ବେଳେ ବ୍ରହ୍ମଣୀ ପତ୍ର କଟା ହେବ ଶୁଣି- " କିଏ ଗୋଟେ ଅରକ୍ଷିତ ମୋ ବାଡ଼ିରୁ ପତ୍ର କାଟୁଛି " କହି ଧାଇଁ ଆସିଲା ଏବଂ ରାଜପୁତ୍ରଙ୍କୁ ଦେଖି ଆବାକ୍ ହୋଇଗଲେ, ଏଥିରେ ରାଜପୁତ୍ର ବ୍ରହ୍ମଣୀଙ୍କୁ ସାନ୍ତନା ଦେଇ କହିଲେ " ମା' ଆଜି ପର୍ଯ୍ୟନ୍ତ ମୋ ନା' ପାଉନଥିଲି, କିନ୍ତୁ ଆଜି ତୁମ ଦୟାରୁ ମୁଁ ଅରକ୍ଷିତ ନାମଟି ପାଇଗଲି " ।

ଓଳାଶୁଣୀ ମେଳା

ଓଳାଶୁଣୀ ମେଳା ମାଘ କୃଷ୍ଣପକ୍ଷ ଏକାଦଶୀରେ ହୋଇଥାଏ । ଏହା ସନ୍ଥ ଅରକ୍ଷିତ ଦାସଙ୍କ ଶ୍ରାଦ୍ଧ ଦିବସ । ସନ୍ଥ ଅରକ୍ଷିତ ଦାସଙ୍କ ଶ୍ରାଦ୍ଧ ଦିବସ ଦୁଇ ଦିନ ଧରି ପାଳନ କରଯାଇଥାଏ । ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳେ । ପ୍ରଥମ ଶ୍ରାଦ୍ଧ ଦିବସରୁ ଏହା ବାର ଦିନ ପର୍ଯନ୍ତ ଲୋକଙ୍କର ସମାବେଶ ଦେଖିବାକୁ ମିଳେ ।

ରଚନା ବଳୀ

  • ଭକ୍ତିଟୀକା
  • ମୋକ୍ଷ ଉପାଧି
  • ମହୀମଣ୍ଡଳ ଗୀତା

ଆଧାର

Tags:

ଗଞ୍ଜାମ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ମୂରଲୀଧର କୁଅଁରଅରବିନ୍ଦ କେଜରିୱାଲମଙ୍ଗଳ ପାଣ୍ଡେଗୌତମ ବୁଦ୍ଧ୧୧ ଅପ୍ରେଲ୨୦୨୨ ଫିଫା ବିଶ୍ୱକପ୍ଜାପାନବାଲେଶ୍ୱର ଜିଲ୍ଲାଓଡ଼ିଶାର ଭୂଗୋଳଜଣ୍ଡିସ୍କୋଣାର୍କ ସୂର୍ଯ୍ୟ ମନ୍ଦିର୩ ଅଗଷ୍ଟ୧୯୭୦ଗୋପୀନାଥ ମହାନ୍ତିଭାରତ୨୦୦୪ପଣା ସଂକ୍ରାନ୍ତିଓଡ଼ିଆ କବି ମାନଙ୍କର ତାଲିକାବର୍ଷା ପ୍ରିୟଦର୍ଶିନୀଚୀନବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଟାଲୀରାଜା ରାମମୋହନ ରାୟଦାମୋଦର ରାଉତବଲ୍ଲଭଭାଇ ପଟେଲଅର୍ଥଶାସ୍ତ୍ରଲୁଣରଥଯାତ୍ରାସାରଳା ମହାଭାରତଅଶୋକ ସମ୍ରାଟଗୁଗଲଖଜ୍ଜିଆରଭୁବନେଶ୍ୱର ରେଳ ଷ୍ଟେସନଓଡ଼ିଶା ସରକାରନୃସିଂହ ଚରଣ ପଣ୍ଡାଫୁଲ୮ ଅପ୍ରେଲଉଇକିପିଡ଼ିଆପୃଥିବୀ ଦିବସଯଦୁମଣି ମହାପାତ୍ରପଖାଳ ଦିବସଅଂଶୁଘାତତରଳ ଝାଡ଼ାମହମ୍ମଦବଳଦେବଜୀଉ ମନ୍ଦିରଅଚ୍ୟୁତାନନ୍ଦ ଦାସଝୁଲଣ ଯାତ୍ରାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିରାମଚନ୍ଦ୍ର ବେହେରାଭାରତୀୟ ମୁଦ୍ରାକବିସୂର୍ଯ୍ୟ ବଳଦେବ ରଥଉଦ୍‌ଜାନସମ୍ବଲପୁର ଜିଲ୍ଲାଭୂଗୋଳଭୁବନେଶ୍ୱର ବେହେରାବ୍ରାଉଜରଦୋହାକୋଷ ଓ ବୌଦ୍ଧ ଗାନଜାତୀୟ ସଂସଦ (ଜାପାନ)ଉଇକିମିଡ଼ିଆ ଫାଉଣ୍ଡେସନପ୍ରଣବ ପ୍ରକାଶ ଦାସଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଭଦଭଦଳିଆବିଶ୍ୱଜିତ ଦାସଗୋପୀନାଥ ନନ୍ଦଭଗବତୀ ଚରଣ ପାଣିଗ୍ରାହୀ🡆 More