ଗୌରହରି ଦାସ: ଓଡ଼ିଆ ସାହିତ୍ୟିକ

ଗୌରହରି ଦାସ (ଜନ୍ମ: ୯ ଅକ୍ଟୋବର ୧୯୬୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ସ୍ତମ୍ଭକାର । ଇତିମଧ୍ୟରେ ତାଙ୍କର ପ୍ରାୟ ପଚାଶ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି । ସଂପ୍ରତି ସେ ଓଡ଼ିଆ ଖବରକାଗଜ ସମ୍ବାଦର ସାହିତ୍ୟ ସମ୍ପାଦକ ଏବଂ କଥା ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରନ୍ତି । ସେ ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଆଣ୍ଡ କଲ୍‌ଚର ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ । ପୂର୍ବରୁ ସେ କେନ୍ଦ୍ର ସାହିତ୍ୟ ଅକାଦେମିର ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ଏହାର କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ଥିଲେ । ତାଙ୍କର ସାହିତ୍ୟ ରଚନା ନିମନ୍ତେ ଅନ୍ୟାନ୍ୟ ପୁରସ୍କାର ଓ ସମ୍ମାନ ସମେତ ସେ ସେ ୨୦୧୨ ମସିହାରେ କଣ୍ଟା ଓ ଅନ୍ୟାନ ଗଳ୍ପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୦୧ରେ ନିଜ ସାଙ୍ଗେ ନିଜର ଲଢ଼େଇ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କର ବାଘ ଓ ଅନ୍ୟାନ୍ୟ ଗଳ୍ପ ଗଳ୍ପସଂକଳନ ନିମନ୍ତ ସେ ୨୦୨୨ ମସିହାରେ ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।

ଗୌରହରି ଦାସ
ଗୌରହରି ଦାସ: ଜୀବନୀ, ରଚନାବଳୀ, ନିୟମିତ ସ୍ତମ୍ଭ
ଜନ୍ମ ଓ ଜନ୍ମସ୍ଥାନ୧୯୬୦
ଷଣ୍ଢଗଡ଼ା, ଭଦ୍ରକ, ଓଡ଼ିଶା
ବୃତ୍ତିଲେଖକ, ଗାଳ୍ପିକ, ସ୍ତମ୍ଭକାର
ଭାଷାଓଡ଼ିଆ
ବାସସ୍ଥଳୀଅନୁଭବ, ୩୭୮, ବରମୁଣ୍ଡା ଗ୍ରାମ,ଭୁବନେଶ୍ୱର
ନାଗରିକତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର,
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀସଂଯୁକ୍ତା ନାୟକ
ୱେବସାଇଟ
ୱେବସାଇଟ

ଜୀବନୀ

ଗୌରହରି ଦାସ ୧୯୬୦ ମସିହା ଅକ୍ଟୋବର ୯ ତାରିଖରେ ଅବିଭକ୍ତ ବାଲେଶ୍ୱର ଓ ବର୍ତ୍ତମାନର ଭଦ୍ରକ ଜିଲ୍ଲା ଅଧୀନ ଷଣ୍ଢଗଡ଼ାରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ

ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ଥିଲା "କ୍ଷୀଣାଲୋକ" ଓ ଏହା ସେ ହାଇସ୍କୁଲରେ ପଢ଼ିଲା ବେଳେ ଲେଖିଥିଲେ । ତାଙ୍କର ପ୍ରାୟ ପଚାଶ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି ।

ଗୌରହରି ଦାସ: ଜୀବନୀ, ରଚନାବଳୀ, ନିୟମିତ ସ୍ତମ୍ଭ 
୨ୟ କୋରାପୁଟ ସାହିତ୍ୟ ସମ୍ମାନ ଗ୍ରହଣ କରିବା ଅବସରରେ

ପୁରସ୍କାର ଓ ସମ୍ମାନ

  • ଶାରଳା ପୁରସ୍କାର, ୨୦୨୨ (ବାଘ ଓ ଅନ୍ୟାନ୍ୟ ଗଳ୍ପ)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୨ (କଣ୍ଟା ଓ ଅନ୍ୟାନ ଗଳ୍ପ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧ (ନିଜ ସାଙ୍ଗେ ନିଜର ଲଢ଼େଇ)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର, ୨୦୨୧
  • ସଙ୍ଗୀତ ନାଟକ ଏକାଡେମୀ, ଦିଲ୍ଲୀ ଯୁବ ନାଟ୍ୟକାର ସମ୍ମାନ (୨୦୦୧)
  • ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର, ୧୯୯୯
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଡ. ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ସମ୍ମାନ (‌ଗଳ୍ପ), ୨୦୧୧ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ଅଖିଳ କଥା ସମ୍ମାନ, ୧୯୯୮ (ଅଖିଳ ମୋହନ ଫାଉଂଡେସନ୍ ପ୍ରଦତ୍ତ)
  • ଗୋକର୍ଣ୍ଣିକା ସମ୍ମାନ
  • କୋରାପୁଟ ସାହିତ୍ୟ ସମ୍ମାନ - ୨୦୧୯(କୋରାପୁଟ ସାହିତ୍ୟ ଉତ୍ସବ ପ୍ରଦତ୍ତ)
  • ସାରଳା ସାହିତ୍ୟ ସଂସଦ (ବିଶ୍ୱନାଥ ପଶାୟତ) ପୁରସ୍କାର (୨୦୧୬)
  • କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ସିନିଅର୍ ଫେଲୋସିପ୍ (୨୦୧୧)
  • କେନ୍ଦ୍ର ସାହିତ୍ୟ ଅକାଦେମିର ରାଇଟର ଇନ୍ ରେସିଡେନ୍ସି (୨୦୧୦)
  • ଆଞ୍ଚଳିକ ଚଳଚ୍ଚିତ୍ର ସେନ୍‌ସର ବୋର୍ଡ ସଦସ୍ୟତା (୨୦୧୨- ୨୦୧୬)

କଥାଚିତ୍ର ରୂପାନ୍ତରଣ

ଗୌରହରିଙ୍କଦ୍ୱାରା ଲିଖିତ କ୍ଷୁଦ୍ରଗଳ୍ପ ବାପାରୁ ପ୍ରେରଣା ପାଇ ପ୍ରତୀକ୍ଷା ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ।

ଆଧାର

Tags:

ଗୌରହରି ଦାସ ଜୀବନୀଗୌରହରି ଦାସ ରଚନାବଳୀଗୌରହରି ଦାସ ନିୟମିତ ସ୍ତମ୍ଭଗୌରହରି ଦାସ ପୁରସ୍କାର ଓ ସମ୍ମାନଗୌରହରି ଦାସ କଥାଚିତ୍ର ରୂପାନ୍ତରଣଗୌରହରି ଦାସ ଆଧାରଗୌରହରି ଦାସଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକଥା (ପତ୍ରିକା)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଶାରଳା ପୁରସ୍କାରସମ୍ବାଦ

🔥 Trending searches on Wiki ଓଡ଼ିଆ:

ବକ୍ସି ଜଗବନ୍ଧୁରାଧାରାଣୀ ପଣ୍ଡାଓଡ଼ିଆ ନାଟକପ୍ଲୀହାବ୍ୟଞ୍ଜନ ବର୍ଣ୍ଣରାଜନୀତି ବିଜ୍ଞାନଶବ୍ଦ (ଧ୍ୱନି)କିଶୋରୀ ଚରଣ ଦାସଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରରାଜକିଶୋର ରାୟଓଡ଼ିଆ ଭାଗବତପଖାଳ ଦିବସଚିନ୍ତାମଣି ମହାନ୍ତିବିଦ୍ୟୁତଯାଜପୁରଅଭିମନ୍ୟୁ ସାମନ୍ତସିଂହାରଉତ୍କଳ ବ୍ରାହ୍ମଣଓଡ଼ିଆ ଭାଷାଯୁକ୍ତରାଜ୍ୟଯକୃତଉଇକିମିଡ଼ିଆ ଫାଉଣ୍ଡେସନନଅଙ୍କ ଦୁର୍ଭିକ୍ଷରାଉରକେଲାଖାରବେଳ ସ୍ୱାଇଁଗୋଲୋକ ବିହାରୀ ଧଳଚିକିତ୍ସା ବିଜ୍ଞାନଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବର୍ଷା ପ୍ରିୟଦର୍ଶିନୀପଦାର୍ଥକୋଷକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ସାହିତ୍ୟର ଇତିହାସମହୁମାଛିତପସ୍ୱିନୀଆଜରବାଇଜାନଚନ୍ଦ୍ରଗୁପ୍ତବି. ଆର. ଆମ୍ବେଦକରମାୟାଧର ମାନସିଂହଅରବିନ୍ଦ କେଜରିୱାଲଭାରତୀୟ ସମ୍ବିଧାନଜଗନ୍ନାଥ ଦାସପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଚଇତି ଘୋଡ଼ା ନାଚରଥଯାତ୍ରାବିଜୁ ପଟ୍ଟନାୟକ୧୫୭୨୧୧ ଫେବୃଆରୀପରିସଂଖ୍ୟାନଜ୍ଞାନପୀଠ ପୁରସ୍କାରଜୟୀରାମ ସାମଲରମାକାନ୍ତ ରଥଫାଲଗୁନଦଅଣା୫ ମଇଭଦଭଦଳିଆଓଧବୌଦ୍ଧ ଜିଲ୍ଲାରେଭେନ୍‌ସା କଲିଜିଏଟ ସ୍କୁଲମଇସ୍ୱର ବର୍ଣ୍ଣମଙ୍ଗଳଶୁକ୍ରବାରକ୍ଲାଉଡ଼ ଟେକ୍ନୋଲୋଜିଭାରତୀୟ ଡାକ ସେବାକାଳିନ୍ଦୀ ଚରଣ ପାଣିଗ୍ରାହୀଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଇଂରାଜୀ ଭାଷାବାଲେଶ୍ୱର ଜିଲ୍ଲା🡆 More