ନମିତା ଅଗ୍ରୱାଲ: ଓଡ଼ିଆ ଗାୟିକା

ନମିତା ଅଗ୍ରୱାଲ ଜଣେ ଓଡ଼ିଆ ଗାୟିକା । ସେ ନମିତା ନାମରେ ଭଜନ ଓ ନିବେଦିତା ନାମରେ ଆଧୁନିକ ଏବଂ ଚଳଚ୍ଚିତ୍ର ସଂଗୀତ ଗାନ କରନ୍ତି ।

ନମିତା ଅଗ୍ରୱାଲ
ନମିତା ଅଗ୍ରୱାଲ: ଜନ୍ମ, ପରିବାର ଓ ଶିକ୍ଷା, ବ୍ୟକ୍ତିଗତ ଜୀବନ, କର୍ମଜୀବନ
ନମିତା ଅଗ୍ରୱାଲ
ଜନ୍ମ(1969-02-01)୧ ଫେବୃଆରୀ ୧୯୬୯
ବୃତ୍ତି(ସମୂହ)ଭଜନ ଓ ପ୍ରଚ୍ଛଦପଟ ଗାୟିକା, ପ୍ରଯୋଜିକା
ସକ୍ରିୟ ବର୍ଷ୧୯୮୯ - ଏବେଯାଏଁ
ବୈବାହିକ-ସାଥୀସୀତାରାମ ଅଗ୍ରୱାଲ
ୱେବସାଇଟnamitaagrawal.in

ଜନ୍ମ, ପରିବାର ଓ ଶିକ୍ଷା

ନମିତା ୧୯୬୯ ମସିହାର ଫେବୃଆରୀ ମାସ ୧ ତାରିଖରେ କଟକର ତୁଳସୀପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଲକ୍ଷ୍ମୀଧର ଦାସ ଓ ମାତା ଅନ୍ନଦାମଞ୍ଜରୀ ଦାସ । ସେ ତାଙ୍କ ପିତାମାତାଙ୍କର ତୃତୀୟ ସନ୍ତାନ ଥିଲେ । ତାଙ୍କ ପୈତୃକ ଗ୍ରାମ ହେଉଛି ନେମାଳ । ସେ ୫ ବର୍ଷ ବୟସରେ ବଡ଼ ଜେଜେବାପା କାଶୀନାଥ ଦାସ ଏବଂ ସାନ ଜେଜେବାପା ଦାଶରଥି ଦାସଙ୍କ ପାଖରୁ ଜଗନ୍ନାଥଙ୍କ ପାରମ୍ପାରିକ ଭଜନ ଗାଇବା ଶିଖିଥିଲେ ।[ଆଧାର ଲୋଡ଼ା]

ବ୍ୟକ୍ତିଗତ ଜୀବନ

୧୯୯୨ ମସିହାରେ ସାଉଣ୍ଡ ଇଞ୍ଜିନିୟର ସୀତାରାମ ଅଗ୍ରୱାଲଙ୍କୁ ନମିତା ବିବାହ କରିଥିଲେ । ସେତେବେଳେ ଅଗ୍ରୱାଲ ତାଙ୍କ ବାପାଙ୍କ ସହ ମିଶି ଜେ.ଇ. କମ୍ପାନୀ ପ୍ରତିଷ୍ଠା କରି ଓଡ଼ିଆ ଗୀତ ପ୍ରସ୍ତୁତ କରୁଥିଲେ । ସୀତାରାମ ଅଗ୍ରୱାଲଙ୍କ ସହ ବିବାହ ପରେ ନମିତା ଦାସ ନମିତା ଅଗ୍ରୱାଲ ଭାବେ ପରିଚିତ ହେଲେ ।[ଆଧାର ଲୋଡ଼ା]

କର୍ମଜୀବନ

ଦଶବର୍ଷ ବୟସରରେ ସେ ବିଧିବଦ୍ଧ ଭାବେ ଅଖିଳ କୁମାର ଲେଙ୍କା, ନିରୋଜ ନଳିନୀ କୁଅଁର, ତରଣୀ ରଞ୍ଜନ ଜେନା ଓ ବିଶ୍ୱନାଥ ରାଓ ଆଦି ସଂଗୀତ ଗୁରୁଙ୍କଠାରୁ ଓଡ଼ିଶୀ ସଙ୍ଗୀତ, ଛାନ୍ଦ, ଚମ୍ପୂ ଆଦି ଶିଖିବା ଆରମ୍ଭ କରିଥିଲେ । ପରେ ସେ ଜେ.ଭି.ଏସ. ରାଓ, ଦୀପକ ବସୁ, ନିତାଇ ସିହ୍ନାଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ, ସୁନାକର ସାହୁଙ୍କଠାରୁ ସୁଗମ ସଙ୍ଗୀତ ଓ ହରମୋହନ ଖୁଣ୍ଟିଆଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।

ଦଶବର୍ଷ ବୟସରୁ ସେ ଆକାଶବାଣୀ କଟକ କେନ୍ଦ୍ରରେ ଶିଶୁଶିଳ୍ପୀ ଭାବେ ଗୀତ ଗାଇବା ଆରମ୍ଭ କରି ଏବଂ ୧୯୮୬ ମସିହାରେ ୧୬ ବର୍ଷ ବୟସରେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଶିଳ୍ପୀ ଭାବେ ଯୋଗ ଦେଇଥିଲେ । ୧୯୮୯ ମସିହାରୁ ସେ ଆକାଶବାଣୀ ବ୍ୟତୀତ ଘରୋଇ ଷ୍ଟୁଡ଼ିଓରେ ଗୀତ ଗାଇବା ଆରମ୍ଭ କରିଥିଲେ ।

୧୯୯୨ ମସିହାରେ ତାଙ୍କର ପ୍ରଥମ ଭଜନ କ୍ୟାସେଟ 'ଅଝଟିଆ କାଳିଆ ' ମୁକ୍ତିଲାଭ କରିଥିଲା । ୧୯୯୩ ମସିହାରେ ସେ ବଳରାମ ଦାସକୃତ ଲକ୍ଷ୍ମୀପୁରାଣ ମଧ୍ୟ ଗାଇଥିଲେ l ଅନ୍ୟାନ୍ୟ ପୁରାତନ ଓଡ଼ିଆ କବିଙ୍କ ରଚିତ ପ୍ରାୟ ଏକଶହ ଭକ୍ତିଗୀତସବୁକୁ ସେ ହୃଦୟର ଗୀତ ଶୀର୍ଷକରେ ଗାଇଥିଲେ । ଏଥିମଧ୍ୟରୁ ଜଗନ୍ନାଥ ଦାସକୃତ ଓଡ଼ିଆ ଭାଗବତ ଅନ୍ୟତମ ।

ଓଡ଼ିଆ ବ୍ୟତୀତ ସଂସ୍କୃତ ଶ୍ଳୋକ, ସ୍ତୋତ୍ରମାନ ସେ ଗାଇଛନ୍ତି । ଏଥିମଧ୍ୟରୁ ଗୋବିନ୍ଦ ଦାମୋଦର ସ୍ତୋତ୍ର ଉଲ୍ଲେଖନୀୟ ।

ସେ ନିବେଦିତା ନାମକ ଛଦ୍ମ ନାମରେ ଆଧୁନିକ ଓ ଚଳଚ୍ଚିତ୍ର ଗାଇଛନ୍ତି । ୧୯୯୬ ମସିହାରେ ତାଙ୍କର ପ୍ରଥମ ଆଧୁନିକ କ୍ୟାସେଟ ବାଇଚଢେଇ ମୁକ୍ତିଲାଭ କରିଥିଲା । ୨୦୦୯ ମସିହାରେ ସେ ପ୍ରଥମ କରି ଚଳଚ୍ଚିତ୍ରରେ (ଆକାଶେ କି ରଙ୍ଗ ଲାଗିଲା) ଗୀତ ଗାଇଥିଲେ ।

ଅଗ୍ରୱାଲ ନିଜର କେତେକ ଭଜନରେ ଅଭିନୟ କରଛନ୍ତି । 91.9 ସିଦ୍ଧାର୍ଥ FM, ସିଦ୍ଧାର୍ଥ ଟିଭି, ସିଦ୍ଧାର୍ଥ ମ୍ୟୁଜିକ,ସିଦ୍ଧାର୍ଥ ଗୋଲ୍ଡ,ସିଦ୍ଧାର୍ଥ ଭକ୍ତି ଏବଂ ଜୟ ଜଗନ୍ନାଥ ଟିଭିର ସହ-ପ୍ରତିଷ୍ଠାତ୍ରୀ (ସାର୍ଥକ ମ୍ୟୁଜିକ/ସାର୍ଥକ ଟିଭିର ସେ ସହ-ପ୍ରତିଷ୍ଠାତ୍ରୀ ଥିଲେ)। ସ୍ୱର ଓଡ଼ଶାର ଭଳି କେତେକ ସଙ୍ଗୀତ-ଭିତ୍ତିକ କାର୍ଯ୍ୟକ୍ରମରେ ସେ ବିଚାରିକା ଭାବେ କାର୍ଯ୍ୟ କରିଥିଲେ ।

କଥାଚିତ୍ରରେ ଭୂମିକା

ଗାୟିକା ଭାବରେ

ଆଲବମ

  • ଭକ୍ତି ଚନ୍ଦନ
  • ଲକ୍ଷ୍ମୀ ପୁରାଣ
  • ଖୁଆ ଦଉଡି

ଇତ୍ୟାଦି...

ପ୍ରଯୋଜିକା

ମାନସମ୍ମାନ ଓ ପୁରସ୍କାର

ଆଧାର

ବାହାର ଆଧାର

Tags:

ନମିତା ଅଗ୍ରୱାଲ ଜନ୍ମ, ପରିବାର ଓ ଶିକ୍ଷାନମିତା ଅଗ୍ରୱାଲ ବ୍ୟକ୍ତିଗତ ଜୀବନନମିତା ଅଗ୍ରୱାଲ କର୍ମଜୀବନନମିତା ଅଗ୍ରୱାଲ କଥାଚିତ୍ରରେ ଭୂମିକାନମିତା ଅଗ୍ରୱାଲ ଆଲବମନମିତା ଅଗ୍ରୱାଲ ମାନସମ୍ମାନ ଓ ପୁରସ୍କାରନମିତା ଅଗ୍ରୱାଲ ଆଧାରନମିତା ଅଗ୍ରୱାଲ ବାହାର ଆଧାରନମିତା ଅଗ୍ରୱାଲଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ସୌଭାଗ୍ୟ କୁମାର ମିଶ୍ରଚଉତିଶାଜୀଜାଜୀ ଛତ୍ ପର୍ ହେଁ୨୩ ଅପ୍ରେଲପକ୍ଷୀଚଇତି ଘୋଡ଼ା ନାଚହୋଲିଭୂମିକମ୍ପଆଇଜାକ ନିଉଟନମହେନ୍ଦ୍ରଗିରିହନୁମାନ ଜୟନ୍ତୀମ୍ୟାଲେରିଆବିବାହଛବିଳ ମଧୁ ବର୍ଣ୍ଣବୋଧଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଭୂମିଜ ଜାତିଅମରକଣ୍ଟକ ଏକ୍ସପ୍ରେସଦାସକାଠିଆମୋରୋକ୍କୋଉଇକିମିଡ଼ିଆ ମୁଭମେଣ୍ଟଆନନ୍ଦପୁର୧୫ ଫେବୃଆରୀଅଭିରାମ ପରମହଂସହେନା ଫୁଲସାଇକେଲସଞ୍ଜୀବ କୁମାର ମଲ୍ଲିକହିନ୍ଦୁ ଧର୍ମରାକ୍ଷୀ ପୂର୍ଣ୍ଣିମାମଟର ସାଇକେଲ୨୬ ଅପ୍ରେଲଅଣସରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଓଡ଼ିଆ ଭ୍ରମଣ ସାହିତ୍ୟସୁରେନ୍ଦ୍ର ମହାନ୍ତିମୃଣାଳ ସେନବିରଜା ମନ୍ଦିରଶାରଳା ପୁରସ୍କାରପାଲାଜ୍ଞାନକୋଷଗଙ୍ଗାଧର ମେହେରମଧୁମେହଗୋଲୋକ ବିହାରୀ ଧଳଉତ୍କଳ ବ୍ରାହ୍ମଣସମ୍ବଲପୁରୀ ଭାଷାଭାରତୀୟ ସମ୍ବିଧାନହୃତ୍‌ପିଣ୍ଡବିମ୍ବାଧର କୁଅଁରକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦଶାଶ୍ୱମେଧ ଘାଟ୧ ଫେବୃଆରୀଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟକୁନ୍ତଳା କୁମାରୀ ସାବତଚିତ୍ତରଞ୍ଜନ ଦାସଇଣ୍ଡିଆନ ପ୍ରିମିଅର ଲିଗଓଡ଼ିଆ ଲିପିବ୍ରାଉଜରଜଗନ୍ନାଥ ଦାସଓଡ଼ିଆ ବାହାଘରରିୟା ଦେପ୍ରତିଭା ଶତପଥୀକଲମ୍ବିଆଉଇକିକମନ୍ସବିଲେଇକୃଷ୍ଣଅନାଦି ଚରଣ ସାହୁ🡆 More