ଛାନ୍ଦ

ଛାନ୍ଦ ଓଡ଼ିଆ ସାହିତ୍ୟ ଓ ଓଡ଼ିଶୀ ସଙ୍ଗୀତର ଏକ ପ୍ରକାରର ରଚନା ଯାହା ଛନ୍ଦରେ ଲିଖିତ । ପ୍ରତ୍ୟେକ ଛନ୍ଦର ନିର୍ଦ୍ଦିଷ୍ଟ ଆକ୍ଷରିକ ବା ମାତ୍ରା ଛନ୍ଦ, ଯତି, ସ୍ୱର ଓ ନାମ ରହିଛି । ଓଡ଼ିଆ ସାହିତ୍ୟରେ ଶତାଧିକ ଛନ୍ଦ ରହିଥିବା ଦେଖାଯାଏ । ପୁରାତନ ଓଡ଼ିଆ ସାହିତ୍ୟର ପ୍ରାୟତଃ ସମସ୍ତ ଲେଖା ଛାନ୍ଦସାହିତ୍ୟ ବା ଛାନ୍ଦକାବ୍ୟ ।

ଛାନ୍ଦ ଲେଖା ଓଡ଼ିଆ ସାହିତ୍ୟର ବିଶେଷତ୍ୱ । ପ୍ରତ୍ୟେକ ଛାନ୍ଦ ଭିନ୍ନ ରାଗରାଗିଣୀଯୁକ୍ତ । ସାଧାରଣତଃ ରୀତିଯୁଗରୁ ଏହି ଛାନ୍ଦମାନଙ୍କ ବହୁଳ ପ୍ରୟୋଗ ଦେଖାଯାଏ, ଯଦିଓ ଛାନ୍ଦ ପ୍ରୟୋଗ ସଂସ୍କୃତ ସାହିତ୍ୟରୁ ଆରମ୍ଭ ହେବା ସହ ବିଭିନ୍ନ ଛାନ୍ଦ ଅଳଙ୍କାର ଯୁକ୍ତ କାବ୍ୟମାନଙ୍କ ପ୍ରବର୍ତ୍ତନ ହୁଏ। କାବ୍ୟର ଛାନ୍ଦ ସଂଖ୍ୟା ପାଇଁ କୌଣସି ନିୟମ ଦେଖାଯାଏ ନାହିଁ। ଏହାର ପଦସଂଖ୍ୟା କ୍ଷେତ୍ରରେ ମଧ୍ୟ ନିୟନ୍ତ୍ରଣ ଅନୁପସ୍ଥିତ। ପରିକଳ୍ପିତ ବ୍ୟାପ୍ତିବୈଚିତ୍ର୍ୟ, କଳ୍ପନା ବିସ୍ତାର,ବର୍ଣ୍ଣନାପାଟବ ଦୃଷ୍ଟିରୁ ଛାନ୍ଦ ସଂଖ୍ୟା ନିରୂପିତ।

ଛାନ୍ଦ

ଓଡ଼ିଆ ସାହିତ୍ୟ · (ଶ୍ରେଣୀ ଅନୁସାରେ)
ଓଡ଼ିଆ ଭାଷା

ଓଡ଼ିଆ ସାହିତ୍ୟର ଇତିହାସ

ଓଡ଼ିଆ ସାହିତ୍ୟର ବିଭାଗ
ଚର୍ଯା ଯୁଗ - ସାରଳା ଯୁଗ
ପଞ୍ଚସଖା ଯୁଗ - ରୀତି ଯୁଗ
ରାଧାନାଥ ଯୁଗ - ସତ୍ୟବାଦୀ ଯୁଗ
ପ୍ରଗତି ଯୁଗ - ସବୁଜ ଯୁଗ

ଓଡ଼ିଆ ଭାଷାର ଲେଖକ

ସମୟ ଅନୁସାରେ ତାଲିକା ଲେଖକଗଣ - ଔପନ୍ୟାସିକ
ନାଟ୍ୟକାର - କବି
ପ୍ରାବନ୍ଧିକ
କ୍ଷୁଦ୍ରଗଳ୍ପ ଲେଖକ

ପ୍ରକାରଭେଦ

ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ
ଉପନ୍ୟାସ - କାବ୍ୟ କବିତା - ନାଟକ
ବିଜ୍ଞାନ କାହାଣୀ - ହାସ୍ୟରସ
କଳ୍ପିତ କାହାଣୀ

ସଙ୍ଗଠନ

ଓଡ଼ିଆ ସାହିତ୍ୟ ଏକାଡେମି

ଆନ୍ଦୋଳନ

ଚର୍ଯା ସାହିତ୍ୟ - ଭକ୍ତି ସାହିତ୍ୟ

ସମାଲୋଚନା ଓ ସମ୍ମାନ

ସାହିତ୍ୟ - ସମାଲୋଚନା
ସାହିତ୍ୟ ସମ୍ମାନ

ଓଡ଼ିଶା ପୋର୍ଟାଲ
ସାହିତ୍ୟ ପୋର୍ଟାଲ
ଉଇକିପାଠାଗାର


ବୃତ୍ତ

ତଳେ ଓଡ଼ିଶାର ସାହିତ୍ୟରେ ବ୍ୟବହୃତ ବୃତ୍ତ ବା ଛନ୍ଦଗୁଡ଼ିକର ଉଦାହରଣ ଦିଆଯାଇଛି । ସ୍ଥାନେ ସ୍ଥାନେ ଗୋଟିଏ ନାମରେ ଏକାଧିକ ପ୍ରକାର ଛନ୍ଦ ପରିଲକ୍ଷିତ ହୁଏ । ଏହା ଗୋଟିଏ ଛନ୍ଦର ଭିନ୍ନ ରୂପ । ଠିକ ସେହିପରି 'ଯେ' 'ସେ' ଇତ୍ୟାଦି ଶବ୍ଦକୁ ମିଶାଇ ସାମାନ୍ୟ ପରିବର୍ତ୍ତନ ଘଟିଲେ ମଧ୍ୟ ବୃତ୍ତ ବଦଳିଯାଏ । ଛାନ୍ଦ ହେଉଛି ଛନ୍ଦ ବ୍ୟବହୃତ କାବ୍ୟ।

କ୍ରମ ବୃତ୍ତ ଉଦାହରଣ
ମଙ୍ଗଳଗୁଜ୍ଜରୀ

ବିଦୁଷ ! ଦୂଷଣ ବିବର୍ଜ୍ଜିତ ଗୀତେ ରସ ।
ବିଷ୍ଣୁ ଚରିତ ତ୍ୱରିତ କରିବ ହରଷ ଯେ ।

— ଦ୍ୱିତୀୟ ଛାନ୍ଦ, ବୈଦେହୀଶ ବିଳାସ

ବିଭାକରବଂଶୀ ଶୁଣି ପୁଲକ ବହି ।
ବିଭା କର ଲଗ୍ନ ବୁଝି ବଶିଷ୍ଠେ କହି ।

— ପଞ୍ଚମ ଛାନ୍ଦ, ବୈଦେହୀଶ ବିଳାସ
ବଙ୍ଗଳାଶ୍ରୀ

ବରଷାକାଳ ଅନ୍ତ କରେ ଶରଦ ବହି ଶିବ ଆଡ଼ମ୍ବର ।
ବରଧୂତ ଘନାଘନ ଖଣ୍ଡକୃତେ କେଶରୀ ସରି ଆବର ।

— ତ୍ରିଂଶ ଛାନ୍ଦ, ବୈଦେହୀଶ ବିଳାସ

ବୋଇଲେ ସୀତା ଶୀତାଂଶୁ ମୁଖୀ ଏକଦିନେ ଅତି ଦୀନହୋଇ ।
ବିହି ବିହିଲା ବନବାସ ବାସରେ ନୃପତି ହେବାର ଯାଇ ।
ବିଳସାଇ ଯଥା ଅଳକା ତେଜାଇ ଈଶ୍ୱରଙ୍କୁ ଶମଶାନେ ।
ବିଷ୍ଣୁଙ୍କୁ ରତନପଲଙ୍କେ ଛଡ଼ାଇ ଜଡ଼ାଇ ସର୍ପ-ଶୟନେ ।

— ବିଂଶ ଛାନ୍ଦ, ବୈଦେହୀଶ ବିଳାସ
ପାହାଡ଼ିଆ କେଦାର

ବନ୍ଦଇ ଦୀନବାନ୍ଧବ ହରି ଯେ ତମଚକ୍ର ଖଣ୍ଡନକାରୀ
ସଦା କମଳାନନ୍ଦ ବିସ୍ତାରି ସ୍ୱଭାବେ ଈନ ଯେ ।
ବିଭୁ ଅନନ୍ତ ଅଙ୍କବିହାରୀ କର ପ୍ରତାପ ଯାର ସଞ୍ଚରି
ନିଶାଚରଙ୍କ ଉଲ୍ଲାସ ହରି ପୂଜେ ସୁମନ ଯେ ।
ବଇନତେୟ ଯାହା ଅଗ୍ରତେସ୍ଥିତ ଯେ ।
ବଇକୁଣ୍ଠ ପକ୍ଷକ ଲୋକ ତୋଷିତ ଯେ ।
ବିକାଶ ଅଖଣ୍ଡିତ ମଣ୍ଡଳେ ସିଂହଭାବରେ କ୍ରୀଡ଼ିତ କାଳେ
ଭବେ ତରଣୀ ହୋଇ ମଞ୍ଜୁଳେ ଗିରି ଉଦିତ ଯେ ।

ରାମକେରୀ

ବିଦୁଷ ହେ ଶୁଣ ରଞ୍ଜନରସ ମନକୁ ଦେଇ ।
ବିଦୁଷଣ ରାଜସମାନେ ଧର୍ମସ୍ୱରୂପୀ ସେହି ।

— ତୃତୀୟ ଛାନ୍ଦ, ବୈଦେହୀଶ ବିଳାସ
ମାଳବଗଉଡ଼ା

ବୁଦ୍ଧି ଉତ୍ତମ ଯାହାର କାବ୍ୟ ଅଭିଧାନେ ।
ବୃଜିନନାଶ ଚରିତ ଶୁଣ ସାବଧାନେ ହେ ।

— ଚତୁର୍ଥ ଛାନ୍ଦ, ବୈଦେହୀଶ ବିଳାସ
ମାଳବ ରୋଢ଼ାବାଣୀ

ବୁଧେ ସାବଧାନେ ଏହୁ ଗୀତର । ବାକଚାତୁରୀକି ବିଚାର କର ।
ବିଶୁଦ୍ଧ ସିଦ୍ଧବନେ ମୁନିଯାଗ । ବିସିଦ୍ଧ କରଣେ ରାକ୍ଷସବର୍ଗ ।

— ଷଷ୍ଠ ଛାନ୍ଦ, ବୈଦେହୀଶ ବିଳାସ
ପଟ୍ଟମହଞ୍ଜରୀ

ବିଡ଼ୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ ।
ବେନିଭ୍ରାତା ମୁନି ସଙ୍ଗେ ଦେଖେ ସିଦ୍ଧବନ ।

— ସପ୍ତମ ଛାନ୍ଦ, ବୈଦେହୀଶ ବିଳାସ
କାଳୀ

ବିଜୟୀ-ବୀର ! ବିଜୟ କର ଯିବା ମିଥିଳାପୁର ।
ବାହାର ହୋଇ ବିହାର ତହିଁ କରନ୍ତି ମୁନିବର ।
ବଇଦେହୀ ଯେ ସୁନ୍ଦରୀବ୍ରଜେ ଅମୂଲ୍ୟ ଚୂଡ଼ାମଣି ।
ବର୍ତ୍ତମାନ ସେ ଭୂତ ଭବିଷ୍ୟେ ନାହିଁ ନୋହିବ ପୁଣି ।

— ଅଷ୍ଟମ ଛାନ୍ଦ, ବୈଦେହୀଶ ବିଳାସ
ଚୋଖି

ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ
ହରେ ସୁର-ବର ତାପ ଚାରୁଧାରା ସେ ।
ବହେ ମକର-କେତନ ଉଚ୍ଛନ୍ନ ରତି ସମାନ
ପୂରିତ ହୋଇଛି ତହିଁ ଅଶେଷ ରସେ ।
ବିଦ୍ୟ ହୈମବତୀ ପଦରେ ।
ବିଷକଣ୍ଠ ତୋଷଦାନୀ ବେନି ମତରେ ।

— ନବମ ଛାନ୍ଦ, ବୈଦେହୀଶ ବିଳାସ
୧୦ ରସକୁଲ୍ୟା

ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ ।
ବିଭୂଷଣ କରି କନ୍ୟାକୁ ଆଣ ।
ବାରଣଶିରେ ପଦ ଦେଇ ଆସୁ ।
ବରଣ କରି ରାମ ମନ ତୋଷୁ ସେ ।
ବୋଲି ଦେଲେ କଉଶିକ ଯେ ।
ବୋଳିଦେଲା ପ୍ରାୟେ ଗୋଳି ଚନ୍ଦନକୁ
ହୋଇଲେ ରଘୁବଂଶିକ ଯେ ।

— ଦଶମ ଛାନ୍ଦ, ବୈଦେହୀଶ ବିଳାସ
୧୧ ବସନ୍ତବରାଡ଼ି

ବେଳ ଶୁଭଦରେ ପ୍ରବେଶ ଆବେଶ ବେଶ ସଖୀଏ ସାରିଥିଲେ ।
ବିଚାରେ ସୁମନା ଶ୍ର-କରେ ସୁମିନା-ସୁମନା-ମାଳା ନେଇ ଦେଲେ ।
ବୋଇଲେ, ବଶକ ଏ କଳାଭୃଙ୍ଗର ।
ବସି ଦଶରଥ-ସୁତ-ଜାନୁ-ରଥ ଯେ ମନୋରଥ ପୂର୍ଣ୍ଣ କର ।

— ଏକାଦଶ ଛାନ୍ଦ, ବୈଦେହୀଶ ବିଳାସ
୧୨ ଆଷାଢ଼ଶୁକ୍ଳ

ବିଭା ବରି ସାରି ବିଳମ୍ବ ଶୁଣି ।
ବିଭାବରୀ ହେଉଁ ରମଣୀମଣି ।
ବିଭାବରୀଚରୀ ଘୋଟିଲା ଗ୍ରାସେ ।
ବିଭାବ ରୀତିରୁ ନିଦ୍ରା ନ ଆସେ ।
ବିରହେ ଭାଷେ ସେ ।
ବୀର ହେ ! ଭାଷେ ସେ ତାଡ଼କୀ ତ୍ରାସେ ।

— ଦ୍ୱାଦଶ ଛାନ୍ଦ, ବୈଦେହୀଶ ବିଳାସ
୧୩ ଭୂପାଳ

ବସିଛନ୍ତି ଦଶରଥ ସଭା ମଧ୍ୟେ ।
ବେତ୍ର-ହସ୍ତ ଦ୍ୱାସ୍ଥ କହେ ଅତିଶ୍ରଦ୍ଧେ ।

— ତ୍ରୟୋଦଶ ଛାନ୍ଦ, ବୈଦେହୀଶ ବିଳାସ

ଆଧାର

Tags:

🔥 Trending searches on Wiki ଓଡ଼ିଆ:

କାଜଲଝୁମରଅର୍ଥଶାସ୍ତ୍ରବାଲେଶ୍ୱର ଜିଲ୍ଲାଦଳିତରେବତୀ (କ୍ଷୁଦ୍ରଗଳ୍ପ)ବେଲ ପଣା୨୮ ଅପ୍ରେଲଛତିଶଗଡ଼ବ୍ରଜନାଥ ବଡ଼ଜେନାବୌଦ୍ଧ ଧର୍ମମିନତି ମିଶ୍ରସମ୍ବଲପୁରୀ ଭାଷାଇଂରାଜୀ ଭାଷାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନପଞ୍ଚକନ୍ୟାପ୍ରତୀକ୍ଷାଚୈତ୍ରବିଜୁ ପଟ୍ଟନାୟକଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଖାଦ୍ୟରାଜା ରାମମୋହନ ରାୟଅନ୍ନପୂର୍ଣ୍ଣା ମହାରଣାଉଇକିପିଡ଼ିଆଜଗନ୍ନାଥଙ୍କ ଧୂପଜିନା ସାମଲଜୟଦେବ ଜେନାହେମୋଫିଲିଆଫାଇଲେରିଆବିଶ୍ୱନାଥ ଦାସମାର୍କଣ୍ଡ ଦାସଅଚ୍ୟୁତ ସାମନ୍ତକୃଷ୍ଣଓଡ଼ିଆ ସାହିତ୍ୟବିଶ୍ୱ ଏଡ୍‌ସ ଦିବସଭକ୍ତ ଚରଣ ଦାସଲାନାଡେଲୁମାବବୈଷ୍ଣବ ଚରଣ ପଟ୍ଟନାୟକପ୍ରଦୂଷଣ୮ ଅପ୍ରେଲତୁଷାରକାନ୍ତି ବେହେରାଅଚ୍ୟୁତାନନ୍ଦ ଦାସମହାଦେଶକରଞ୍ଜଦୁର୍ଗାଅଶ୍ରୁମୋଚନ ମହାନ୍ତି୨ ଅପ୍ରେଲଓଡ଼ିଶାପାରାଦୀପ ବନ୍ଦରତାରିଣୀ ମନ୍ଦିର, ଘଟଗାଁଅକ୍ଷର କଳାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରତୁମ ପରି ଛୋଟ ପିଲାଟିଏବିଦ୍ୟାଳୟରଣଜିତ ପଟ୍ଟନାୟକରବି ପଟ୍ଟନାୟକନବୀନ ପଟ୍ଟନାୟକପଠାଣି ପଟ୍ଟନାୟକଯୁକ୍ତରାଜ୍ୟହନୁମାନ ଜୟନ୍ତୀସମ୍ବଲପୁର ଜିଲ୍ଲାଜାତୀୟ ସଙ୍ଗୀତବର କୋଳି🡆 More