ଅଚ୍ୟୁତାନନ୍ଦ ଦାସ: ଓଡ଼ିଆ ସନ୍ଥ ଓ କବି

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ 'ମହାପୁରୁଷ' ଭାବେ ଲୋକେ ଅଭିହିତ କରନ୍ତି ।

ମହାପୁରୁଷ

ଅଚ୍ୟୁତାନନ୍ଦ ଦାସ
ଅଚ୍ୟୁତାନନ୍ଦ ଦାସ: ଜୀବନ, ଧର୍ମତତ୍ତ୍ୱ, ରଚନାବଳୀ
ଜନ୍ମ(1510-01-10)୧୦ ଜାନୁଆରୀ ୧୫୧୦
(ମାଘ ଶୁକ୍ଳ ଏକାଦଶୀ)
ତିଳକଣା, ନେମାଳ, କଟକ
ମୃତ୍ୟୁଜ୍ୟୈଷ୍ଠ ଶୁକ୍ଳ ଏକାଦଶୀ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ସନ୍ଥ, କବି, ଦାର୍ଶନିକ
ଉଲ୍ଲେଖନୀୟ କୃତିହରିବଂଶ

ଜୀବନ

ପ୍ରାରମ୍ଭିକ ଜୀବନ

ଅଚ୍ୟୁତାନନ୍ଦ ଦାସ: ଜୀବନ, ଧର୍ମତତ୍ତ୍ୱ, ରଚନାବଳୀ 
ଅଚ୍ୟୁତାନନ୍ଦ ଦାସଙ୍କ ଗାଦି ପ୍ରତିମା

ଅଚ୍ୟୁତାନନ୍ଦ ଦାସ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ନେମାଳ ପାଖରେ ଥିବା ତିଳକଣା ଗାଁରେ ମାତା ପଦ୍ମାବତୀଙ୍କଠାରୁ ଓ ପିତା ଦୀନବନ୍ଧୁ ଖୁଣ୍ଟିଆଙ୍କ ଔରସରୁ ଜନ୍ମଲାଭ କରିଥିଲେ । ସେ ନିଜର ଜନ୍ମ ଗୋପାଳ ଜାତିରେ ହୋଇଥିବା ଉଲ୍ଲେଖ କରିଛନ୍ତି ।

ତିଳକଣାରେ ମୁଁ ଜନମ ହୋଇଲି କେହି ନ ଚିହ୍ନିଲେ ମୋରେ
ଅଗଣି ତ ବୋଲି ମାତା ଡାକୁଥାନ୍ତି ଅନ୍ନ ନ ମିଳଇ ଘରେ ।
ବେନି ଭ୍ରାତ ମୋର ଏକ ଯେ ଭଗିନୀ ତ୍ରିପୁର ଗ୍ରାମରେ ବାସ
ଏମନ୍ତ ମୋ ମାତା ପିଅର ବଞ୍ଚନ୍ତି ଗ୍ରାମରେ କରି ନିବାସ ।
ନାମ ମୋ ଅଚ୍ୟୁତ ଦାସ ଯେ ବିଖ୍ୟାତ ନେମାଳ ଗ୍ରାମରେ ଥାଇ
ଏବେ ଶୂଦ୍ରକୁଳେ ଜନମ ଲଭିଛି ପ୍ରଭୁଙ୍କ ଆଜ୍ଞାରୁ ମୁହିଁ ।

ଏହି ଉଦ୍ଧୃତି ଅନୁସାରେ ସେ ତିଳକଣା ଗ୍ରାମରେ ଜନ୍ମ ହୋଇଥିଲେ । ମାତା ତାଙ୍କୁ 'ଅଗଣି' ବୋଲି ଡାକୁଥିଲେ । ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ ଥିଲେ ଓ ସେ ଶୂଦ୍ରକୁଳରେ ଜନ୍ମିତ । ପୁନଃ ସେ ନିଜ ମାତା ପିତାଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଦୀନବନ୍ଧୁ ନାମ ଖୁଣ୍ଟିଆ ଶୂଦ୍ରର କୁଳରେ ହୋଇବୁ ଜାତ
ବାଞ୍ଛିଲାର ଫଳ ନୋହିବ ବିଫଳ ପ୍ରି ଅଂଶେ ଲାଭ ପୁତ୍ର ।
ଖୁଣ୍ଟିଆ ଦୀନବନ୍ଧୁ ନାମେ ବୋଲିଣ ପଦ୍ମାବତୀ ନାମେ ନାରୀ
ପ୍ରଭୁ ଆଜ୍ଞା ଘେନି ପ୍ରବେଶ ହୋଇଲି ଗର୍ଭେଣ ମୁହିଁ ତାହାରି ।
ଦଶମାସ ଦଶ ଦିବସ ମଧ୍ୟରେ ଶୁକ୍ଳ ମାଘ ଏକାଦଶୀ
ଜନମ ଲଭନ୍ତେ ପିତା ମୋ ଦେଖନ୍ତେ ଅପୁତ୍ରିକ ଦୋଷଧ୍ୱଂସୀ ।
କେ ବୋଲେ ଅନାମ ଅଗଣି ତ ନାମ କେ ବୋଲେ ଅନନ୍ତ ହରି
ମାତା ପିତା ମୋତେ ଡାକିଲେ ନିଶ୍ଚୟ ଅଚ୍ୟୁତ ଯେ ନାମ ଧରି ।

ସେ ନିଜ ରଚନା ଶୂନ୍ୟସଂହିତାରେ ଆତ୍ମପରିଚୟ ଦେଇ ଲେଖିଛନ୍ତି ଯେ ସେ ପୂର୍ବ ଜନ୍ମରେ ସୁଦାମ ଥିଲେ ।

ଚୈତନ୍ୟଙ୍କ ସହ ଭେଟ

ତାଙ୍କ ନିଜ ଲେଖାରୁ ତାଙ୍କର ଚୈତନ୍ୟଙ୍କ ସହ କିପରି ଭେଟ ହୋଇଥିଲା ତାହାର ବର୍ଣ୍ଣନ ରହିଛି ।

ଚୈତନ୍ୟ ଗୋସାଇଁ ବିଜେ କରିଛନ୍ତି ବଡ଼ଦାଣ୍ଡରେ ଯେ ଆସି
ପିତାଙ୍କ ସଙ୍ଗରେ ଦର୍ଶନ କଲି ମୁଁ ଚରଣେ ପଡ଼ିଲି ଝାସି ।

ଶିଷ୍ୟ

ଅଚ୍ୟୁତାନନ୍ଦଙ୍କ ୩୦୦୦ ଭକ୍ତ ବା ଶିଷ୍ୟ ଥିଲେ । ଏହି ଭିତରୁ ଉତ୍ତମ ଶିଷ୍ୟ ୫୦୦ । ପ୍ରାଚୀକୂଳରେ ଅଚ୍ୟୁତଙ୍କ ୧,୦୦୦ ଭକ୍ତ ଥିଲେ । ଅନନ୍ତପୁର ଶାସନର ଶର୍ମ୍ମା ଦ୍ୱିଜବର, ପ୍ରାଚୀ କୂଳର ଦାସ ମହାପାତ୍ର, ଗଣେଶ ପତି, ଗଣକକୁଳ କାହ୍ନୁଙ୍କ ପୁତ ପରୀକ୍ଷିତ, ଯାଜପୁର ବନ୍ଧୁ ମହାନ୍ତି ଆଦି ଦାସଙ୍କ ପ୍ରମୁଖ ଶିଷ୍ୟ ଥିଲେ ।

ପ୍ରତାପରୁଦ୍ରଙ୍କ ପରୀକ୍ଷା

ସେତେବେଳେ ଗଜପତି ପ୍ରତାପରୁଦ୍ର ଦେବ ଓଡ଼ିଶାର ରାଜା ଥିଲେ । ଦାସଙ୍କ ଶୂନ୍ୟଭଜନ କଥା ରାଜା ଶୁଣିପାରିଲେ ଓ ଶୂନ୍ୟଭଜନ କି ପ୍ରକାର ତାହା ଜାଣିବା ଲାଗି ଅଚ୍ୟୁତଙ୍କ ସହ ଅନେକ କଟାଳ କଲେ । ବ୍ରାହ୍ମଣମାନେ ଏହା ଶୁଣି ଉପହାସ କଲେ । ଦାସଙ୍କର ଉପହାସ ପ୍ରତି ଭ୍ରୂକ୍ଷେପ ନ ଥିଲା । ଦାସେ ରାଜାଙ୍କ ଆଜ୍ଞା ପାଇ ସଙ୍କଟରେ ପଡ଼ିଲେ ମାତ୍ର ଶେଷକୁ ପରୀକ୍ଷା ହେବା ସ୍ଥିର କରାଗଲା । ପୁରୀ ସହରର ବାଙ୍କି ମୁହାଁଣ ନିକଟସ୍ଥ ଶୂନ୍ୟ ବାମ୍ଫିଠାରେ ପରୀକ୍ଷା ହେଲା । ପରୀକ୍ଷା ପରେ ରାଜା ସନ୍ତୁଷ୍ଟ ହୋଇ ଓ ସେହି ସ୍ଥାନରେ ବାସ କରିବା ଲାଗି ଅଚ୍ୟୁତଙ୍କୁ ଆଜ୍ଞା ଦେଲେ । ଅଦ୍ୟାବଧି ଏହି ସ୍ଥାନରେ ଗୋଟିଏ ମଠ ରହିଛି ଯାହାର ନାମ ଗୋପାଳ ମଠ

ଧର୍ମତତ୍ତ୍ୱ

ଅଚ୍ୟୁତାନନ୍ଦ ଶରୀରତତ୍ତ୍ୱ ଭଳି କଠିନ ଦାର୍ଶନିକ ବିଷୟଗୁଡ଼ିକୁ ସରଳ ଓଡ଼ିଆ ଭାଷାରେ ଲେଖିଛନ୍ତି ।

ଭଜନ

ଅଚ୍ୟୁତାନନ୍ଦ ନିରାକାର ଭଜନର ମହତ୍ତ୍ୱ ବିଷୟରେ ବାରମ୍ବାର ଲେଖିଛନ୍ତି ।

ମୋହ ଶପଥ ତୋତେ ଆହୋ ବାବୁ । ଏ ଭଜନ ସୂତ୍ର ସୂତ୍ରେ ଭଜିବୁ ।।
କିଏ କାହାର ମିଥ୍ଯା ଯେ ସଂସାର । ଆପେ ତରିଲେ ଆଉ କେ କାହାର ।।
ଆପକୁ ଆପେ ଚିହ୍ନିଲେରେ ବାବୁ । କାଳେ କାଳେ ଅଜାମର ହୋଇବୁ ।।
ସୁଖେ ପାରିହେବୁ ଭବସାଗର । ବୁଲିଗଲା ପ୍ରାୟେ ଯିବ ଶରୀର ।।

ଜାତିଭେଦ

ଅଚ୍ୟୁତାନନ୍ଦ ଜାତିଭେଦରେ ବିଶ୍ୱାସ ରଖୁନଥିଲେ ।

ହେଲେ ଜାତି ହୀନ ନାହିଁ ତହିଁ ମାନ ଶ୍ରୀକୃଷ୍ଣ ବାସନା ଥାଏ ।
କଲିକତରା ଯେ ପଙ୍କରେ ବୁଡ଼ିଲେ ପଙ୍କ ନ ଲାଗଇ ଦେହେ ।।

ରଚନାବଳୀ

ଶୂନ୍ୟସଂହିତା

ରାମଦାସଙ୍କ ପ୍ରଶ୍ନ ଶୁଣି ଅଚ୍ୟୁତ ଯେଉଁ ଉପଦେଶ ଦେଇଥିଲେ ତାହା ହିଁ ଶୂନ୍ୟସଂହିତାର ବିଷୟ ।

ଅଚ୍ୟୁତଙ୍କ ସଂଖ୍ୟାଧିକ ରଚନାବଳୀ ମଧ୍ୟରୁ କେତକ ପ୍ରାପ୍ତ ତଥା ପ୍ରକାଶିତ ଗ୍ରନ୍ଥର ବିବରଣୀ ନିମ୍ନରେ ପ୍ରଦତ୍ତ । ସେ ୩୬ଟି ସଂହିତା, ୭୮ଟି ଗୀତା, ୨୭ଟି ହରିବଂଶାଦି ଚରିତ, ୧୨ଟି ଉପବଂଶ ଚରିତ, ୧୦୦ଟି ପୁରାଣ ବା ମାଳିକା ଲେଖିଛନ୍ତି । ଏହା ସହିତ ସେ ଅନେକ ଭଜନ ଚୌପଦୀ ଲେଖିଛନ୍ତି ।

ଆଧାର

ଅଧିକ ତଥ୍ୟ

Tags:

ଅଚ୍ୟୁତାନନ୍ଦ ଦାସ ଜୀବନଅଚ୍ୟୁତାନନ୍ଦ ଦାସ ଧର୍ମତତ୍ତ୍ୱଅଚ୍ୟୁତାନନ୍ଦ ଦାସ ରଚନାବଳୀଅଚ୍ୟୁତାନନ୍ଦ ଦାସ ଆଧାରଅଚ୍ୟୁତାନନ୍ଦ ଦାସ ଅଧିକ ତଥ୍ୟଅଚ୍ୟୁତାନନ୍ଦ ଦାସଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ମୁଦ୍ରଣ ସଂଗ୍ରହାଳୟମକର ସଂକ୍ରାନ୍ତିଭିଏତନାମଭାସ୍କର ଚନ୍ଦ୍ର ମହାପାତ୍ରକଳାପାହାଡ଼ରାମକୃଷ୍ଣ ପରମହଂସମହାପାତ୍ର ନୀଳମଣି ସାହୁମହର୍ଷି ଗୌତମମହାବୀର ଜୈନବିଶ୍ୱନାଥ କରମହାପ୍ରସାଦଯାଜପୁରଦୀପକ ମିଶ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭାଲେଣ୍ଟିନା ତେରେସ୍କୋଭାରଚନା ବାନାର୍ଜୀବିଜୁ ପଟ୍ଟନାୟକପ୍ରତାପରୁଦ୍ର ଦେବବର୍ଷାଜ୍ୟୋତିଷଶାସ୍ତ୍ରମାଟିର ମଣିଷ (ଉପନ୍ୟାସ)ପରମାନନ୍ଦ ଆଚାର୍ଯ୍ୟବୈକୁଣ୍ଠନାଥ ପଟ୍ଟନାୟକଲସ ଏଞ୍ଜଲେସ ଲେକର୍ସଶାନ୍ତନୁ କୁମାର ଆଚାର୍ଯ୍ୟଯାଯାବର (୧୯୭୫ର କଥାଚିତ୍ର)ଉଇକିଡାଟାକେ. ଶ୍ୟାମବାବୁ ସୁବୁଦ୍ଧିପୂର୍ବ ଭାଦ୍ରପଦ (ନକ୍ଷତ୍ର)ରାଧାମୋହନ ଗଡ଼ନାୟକପାରାଥାଇରଏଡ ଗ୍ରନ୍ଥିମହାତ୍ମା ଗାନ୍ଧୀମିହିର ଦାସନବକଳେବରଅନୁଭବ ମହାନ୍ତିଜାନକୀ ବଲ୍ଲଭ ପଟ୍ଟନାୟକଆଳୁ ଭଜାକମଳା ଦାସଗୋଦାବରୀଶ ମିଶ୍ରତମନ୍ନା ବ୍ୟାସକମ୍ପ୍ୟୁଟରଓଡ଼ିଶାର ଇତିହାସକୁଞ୍ଜବିହାରୀ ତ୍ରିପାଠୀଦାସକାଠିଆଶକ୍ତିଓଡ଼ିଶା ସରକାରପଞ୍ଚସଖାଉମେଶଚନ୍ଦ୍ର ସରକାରଗୋଲୋକ ବିହାରୀ ଧଳଦିଲ୍ଲୀଶ୍ୱର ମହାରଣାଆର୍ଯ୍ୟଭଟ୍ଟଫସ୍‌ଫରସପୃଥିବୀର ବାୟୁମଣ୍ଡଳଶେୟାର ବଜାରଛଉ ନାଚଲିଙ୍ଗରାଜ ମନ୍ଦିରମାନବ ଅଧିକାରର ସାର୍ବଜନୀନ ଘୋଷଣାଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟବୀର ସୁରେନ୍ଦ୍ର ସାଏଅଶୋକ (ସମ୍ରାଟ)ନାରାୟଣ ସାହୁଦ୍ରୌପଦୀ ମୁର୍ମୁସ୍ତନ୍ୟପାନ୧୪ ଅପ୍ରେଲଏସିଏଏମ୨୦୦୦ଆନି ବେସାନ୍ତକାମଧେନୁଶ୍ରାଦ୍ଧବାଲେଶ୍ୱର🡆 More