ଓଡ଼ିଆ ଲିପି

ଓଡ଼ିଆ ଲିପି (ଉତ୍କଳ ଲିପି/ ଉତ୍କଳାକ୍ଷର) ଓଡ଼ିଆ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ଏହା ପୁରାତନ କଳିଙ୍ଗ ଲିପିରୁ ତିଆରି । ଅତୀତର କଳିଙ୍ଗ ଲିପିର ଅବଶେଷ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାର ମଞ୍ଚପୁରୀ ଗୁମ୍ଫା ତଥା ଓଡ଼ିଶାର ବାକି ଅନେକ ସ୍ଥାନରୁ ମିଳିଥିବା ପଥର ଅଭିଲେଖରୁ ମିଳିଥାଏ ।

ଓଡ଼ିଆ
ଓଡ଼ିଆ ଲିପି
ପ୍ରକାର
ଦକ୍ଷିଣ ବ୍ରାହ୍ମୀ
ଭାଷାସମୂହଓଡ଼ିଆ ଭାଷା
ସମୟକାଳ
ସି. ୧୦୬୦ରୁ–ଏବେଯାଏଁ
Parent systems
ପ୍ରାଚୀନ ଭାରତୀୟ ଚିତ୍ର ଲିପି
  • ହରପ୍ପା ଲିପି
ଦିଗLeft-to-right
ISO 15924Orya, 327
ଇଉନିକୋଡ଼ ଉପନାମ
Oriya
ଇଉନିକୋଡ଼ ସୀମା
U+0B00–U+0B7F
ଓଡ଼ିଆ ଲିପି
ଚଉରାଶି ସିଦ୍ଧଙ୍କ ମଧ୍ୟରୁ ସରହାପାଦଙ୍କ ଲିଖିତ ଚର୍ଯାଗୀତିରେ ଥିବା ଓଡ଼ିଆ ଲିପିର ବ୍ୟବହାର ସୂଚିତ କରିଥାଏ ଯେ ଏହା ଓଡ଼ିଆ ଲିପିର ପୁରାତନ ରୂପ ।

ଇତିହାସ

ଓଡ଼ିଆ ଲିପି 
ଉତ୍କଳ ରାଜା ପୁରୁଷୋତ୍ତମ ଦେବଙ୍କ ରାଜୁତି କାଳ(୧୪୮୩ ମସିହା)ରେ ମିଳିଥିବା ଓଡ଼ିଆ ଲିପି ଖୋଦା ଯାଇଥିବା ତମ୍ବାପାତିଆ (ତାମ୍ରଲିପି)

ଓଡ଼ିଆ ଲିପି ପୁରାତନ ବ୍ରାହ୍ମୀ ଲିପିରୁ ତିଆରି କଳିଙ୍ଗ ଲିପିରୁ ତିଆରି ହୋଇଛି ।, ୧୦୫୧ ପରର ଓଡ଼ିଆ ଭାଷାରେ ଏଯାବତ ମିଳିଥିବା ଲେଖସବୁରୁ ଏହା ଜଣାପଡ଼େ ।

ଧଉଳିଠାରୁ ମିଳିଥିବା ଅଶୋକଙ୍କ ଅନୁଶାସନ, ଜଉଗଡ଼ର ଶିଳାଲେଖ ଓ ଖାରବେଳଙ୍କ ଦେଇ ଖୋଦାଯାଇଥିବା ଖଣ୍ଡଗିରିର ହାତିଗୁମ୍ଫାର ଖାରବେଳଙ୍କ ଅନୁଶାସନରୁ ଓଡ଼ିଆ ଭାଷାର ମୂଳ ରୂପ ଓ ଆରମ୍ଭ ଉପରେ ଅନେକ କଥା ଜାଣିହୁଏ । ତେବେ ଖାରବେଳଙ୍କ ଅନୁଶାସନ ଓ ଅଶୋକଙ୍କ ଅନୁଶାସନ ଭାଷାର ଗଢଣ ଦୃଷ୍ଟିରୁ ପୁରାପୁରି ଅଲଗା । ଖାରବେଳଙ୍କ ଅନୁଶାସନ ଓଡ଼ିଆ ଲିପିରେ ଓ ପାଳି ଭାଷାରେ ଲେଖାଯାଇଥିଲା ବେଳେ ଅଶୋକଙ୍କ ଅନୁଶାସନ ବ୍ରାହ୍ମୀ ଲିପିରେ ଲେଖାଯାଇଥିଲା । ଭାଷାବିଜ୍ଞାନୀମାନଙ୍କ ମତରେ ପାଳି ଭାଷାରୁ ହିଁ ଓଡ଼ିଆ ଭାଷାର ଜନ୍ମ । ହାତୀ ଗୁମ୍ଫାର ଶିଳାଲେଖ, ଯାହା ପାଳି ଭାଷାରେ ଲେଖାଯାଇଅଛି ତାହା ଏ ବିଷୟରେ ଅଧିକ ସୂଚନା ଦେଇଥାଏ । ଜର୍ମାନ ଭାଷାବିଜ୍ଞାନୀ ପ୍ରଫେସର ଅଲଡେନବର୍ଗଙ୍କ ଗବେଷଣା ଅନୁସାରେ ପାଳି ଓଡ଼ିଶାର ମୂଳ ଭାଷା ।

ଓଡ଼ିଆ ଲିପିର ଗୋଲାକାର ରୂପ ବହୁକାଳ ତାଳ ପତ୍ର ଉପରେ ଲେଖାଯିବା ଯୋଗୁଁ ହୋଇଛି, କାରଣ ତାଳପତ୍ରରେ ଲେଖିଲାବେଳେ ସିଧା ରେଖାସବୁ ଏହାକୁ ଚିରିପକାଇବାର ଭୟ ଥାଏ ।

ଗବେଷକମାନେ ଓଡ଼ିଆ ଓ ଥାଇ ଲିପି ଭିତରେ ଅନେକ ସମାନତା ପାଇଛନ୍ତି । ଏହା ଅତୀତତେ ସାଧବମାନଙ୍କ ଦକ୍ଷିଣ ଏସୀୟ ଦେଶରେ ବେପାର ବଣିଜ କାଳରେ ସେମାନେ କଳିଙ୍ଗର ଭାଷା ଓ ଲିପିର ବ୍ୟବହାର କରିବା ଥାଇ ଲିପି କଳିଙ୍ଗ ଲିପିଦ୍ୱାରା ପ୍ରଭାବିତ ହେବର ପ୍ରମାଣ ଦେଇଥାନ୍ତି ।

ଓଡ଼ିଆ ଏକ ଉଚ୍ଚାରଣକୁ ନେଇ ତିଆରି ଓ ଜଟିଳ (Abugida) ଭାଷା ଯେଉଁଥିରେ ସବୁ ବ୍ୟଞ୍ଜନ ବର୍ଣ୍ଣର ଉଚ୍ଚାରଣ ଏକ ସ୍ୱର ବର୍ଣ୍ଣରେ ଶେଷ ହୋଇଥାଏ । କେତେକ ବିଶେଷ ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ଆଗରୁ ବା ପଛରେ ରହିଥାଏ ଓ ଏଥିରେ ଥିବା ସ୍ୱରବର୍ଣ୍ଣର ରୂପକୁ ବଦଳାଇଥାଏ । ଯେତେବେଳେ ଏହି ବିଶେଷ ବର୍ଣ୍ଣ ଏକ ସ୍ୱରର ଆରମ୍ଭରେ ଆସିଥାଏ ସେତେବେଳେ ସ୍ୱରବର୍ଣ୍ଣଟି ଏକ ସ୍ୱତନ୍ତ୍ର ଅକ୍ଷର ଭାବରେ ଲେଖାଯାଏ । ଆହୁରି ମଧ୍ୟ, ଯେତେବେଳେ କିଛି କିଛି ବ୍ୟଞ୍ଜନ ବର୍ଣ୍ଣ ଏକାଠି ମିଶି ବ୍ୟବହାର କରାଯାନ୍ତି, ସେତେବେଳେ ବିଶେଷ ବ୍ୟଞ୍ଜନ ବର୍ଣ୍ଣର ବ୍ୟବହାର କରାଯାଇଥାଏ ଯାହା ସେଇ ବ୍ୟଞ୍ଜନ ବର୍ଣ୍ଣର ନିହାତି ଦରକାରୀ ଭାଗକୁ ନେଇ ତିଆରି ହୋଇଥାଏ ।

ପୁରୁଣା ସଂଖ୍ୟା ଚିହ୍ନ

ଅଣାଏ ଦୁଇଅଣା ତିନିଅଣା ଚାରିଅଣା ଆଠଣା ବା ଅଧୁଲି ବାର ଅଣା

ଇଉନିକୋଡ଼ରେ ଓଡ଼ିଆ

ଓଡ଼ିଆର ଇଉନିକୋଡ଼ ଲିପି U+0B00–U+0B7F ଭିତରେ ଥାଏ । ଧୁସର ଜାଗାସବୁ ବ୍ୟବହାର ହୋଇ ନଥିବା କୋଡ଼ ବିନ୍ଦୁକୁ ଦେଖାଉଅଛି ।

ଓଡ଼ିଆ[୧]
ଇଉନିକୋଡ଼.ଅର୍ଗ ସାରଣୀ (PDF)
  A B C D E F
U+0B0x        
U+0B1x    
U+0B2x  
U+0B3x         ି
U+0B4x            
U+0B5x                      
U+0B6x    
U+0B7x                
Notes
    ୧.^ ଇଉନିକୋଡ଼ ସଙ୍କଳନ ୬.୦ ଅନୁସାରେ
ଓଡ଼ିଆ ଲିପି 
ଓଡ଼ିଆ ଲିପିର କ୍ରମ ବିକାଶ
ଓଡ଼ିଆ ଲିପି 
ଓଡ଼ିଆ ଲିପିରେ ସଙ୍ଖ୍ୟାମାନଙ୍କର କ୍ରମବିକାଶ

ବର୍ଣ୍ଣ

ଆଧାର

ଆହୁରି ଦେଖନ୍ତୁ

ବାହାର ଆଧାର

Tags:

ଓଡ଼ିଆ ଲିପି ଇତିହାସଓଡ଼ିଆ ଲିପି ଇଉନିକୋଡ଼ରେ ଓଡ଼ିଆଓଡ଼ିଆ ଲିପି ବର୍ଣ୍ଣଓଡ଼ିଆ ଲିପି ଆଧାରଓଡ଼ିଆ ଲିପି ଆହୁରି ଦେଖନ୍ତୁଓଡ଼ିଆ ଲିପି ବାହାର ଆଧାରଓଡ଼ିଆ ଲିପିଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଓଡ଼ିଆ ଭାଷାଓଡ଼ିଶାକଳିଙ୍ଗ ଲିପି

🔥 Trending searches on Wiki ଓଡ଼ିଆ:

ଗରୁଡ଼ଅଶ୍ୱିନୀ କୁମାର ଘୋଷକାଜାଖସ୍ତାନନବମୀହନୁମାନ ଜୟନ୍ତୀରବୀନ୍ଦ୍ରନାଥ ଠାକୁରକୁମାର ପୂର୍ଣ୍ଣିମାଭଗବତୀ ଚରଣ ପାଣିଗ୍ରାହୀକଣାଦ (ମୁନି)ଗ୍ରୀକ ଭାଷାମୋହନ ସୁନ୍ଦର ଦେବ ଗୋସ୍ୱାମୀଗୁଗଲବଲାଙ୍ଗୀରକଥକଳୀଲାଟିନ ଭାଷାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବ୍ୟାଙ୍କଭୁବନେଶ୍ୱରପଦାର୍ଥ ବିଜ୍ଞାନଦ୍ରୌପଦୀ ମୁର୍ମୁହାତଗୋପାଳ ଚନ୍ଦ୍ର ପ୍ରହରାଜଅକ୍ଷୟ ତୃତୀୟାବାଲେଶ୍ୱରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରାଶି ଓ ନକ୍ଷତ୍ରଚନ୍ଦ୍ରଶେଖର ନନ୍ଦଚାଣକ୍ୟରାମଶଙ୍କର ରାୟପୃଥିବୀସାଧୁ ମେହେରପୁନର୍ମିଳନହୀରାକୁଦ ବନ୍ଧଗୌତମ ବୁଦ୍ଧଭଗବତ ଗୀତାଅଶୋକାଷ୍ଟମୀଛାନ୍ଦରତ୍ନାକର ଚଇନିକ୍ରିକେଟଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଳିଙ୍ଗ ଯୁଦ୍ଧଖୋର୍ଦ୍ଧାଦିଗରାଜ ବ୍ରହ୍ମାଇଣ୍ଡୋନେସିଆଶ୍ରୀଜଙ୍ଗଜଗନ୍ନାଥ ପ୍ରସାଦ ଦାସନୀଳକଣ୍ଠ ଦାସଓଡ଼ଗାଁବାଘକେବେ ତମେ ନାହଁ କେବେ ମୁଁ ନାହିଁଇତିହାସକ୍ଷୀରଦକ୍ଷିଣ କୋରିଆହ୍ୱାଟ୍ସଆପକୁଷ୍ଠରାଧାନୂଆ ଦିଲ୍ଲୀୟୁକ୍ରେନ୧୨ ଅପ୍ରେଲହରେକୃଷ୍ଣ ମହତାବକଳାକଳେବର ଚଉତିଶାବୈଦେହୀଶ ବିଳାସଗୁପ୍ତେଶ୍ୱରଡଙ୍ଗାବୁଦ୍ଧ ପୂର୍ଣ୍ଣିମାଆରିଷ୍ଟୋଟଲଟାଇଫଏଡରାଜନୀତି ବିଜ୍ଞାନଘର ସଂସାରଶ୍ରୀତମ ଦାସ🡆 More