ଓଡ଼ିଆ ଭାଗବତ

ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ୧୪ଶ ଶତାବ୍ଦୀରେ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ପଦ୍ୟାବଳୀ ରଚନା । ଭାଗବତ ପ୍ରଥମେ ତାଳପତ୍ର ପୋଥି ଭାବରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି ବା ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ସେଠାରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଜଗନ୍ନାଥଙ୍କ ପାଖରେ ମଧ୍ୟ ଭାଗବତ ପଢ଼ାଯାଏ । ଭାଗବତ ପ୍ରତି ଓଡ଼ିଆ ହିନ୍ଦୁ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ ଏବଂ ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା । ଓଡ଼ିଆ ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧ ଦଶରୁ ତିରିଶଟି ଅଧ୍ୟାୟ ବିଭକ୍ତ । ହୋଇ ଏଭଳି ରଚିତ ଯେ ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସମାପ୍ତ ହେବ । .

ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ୧୪ଶ ଶତାବ୍ଦୀରେ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ପଦ୍ୟାବଳୀ ରଚନା ।[୧][୨] ଭାଗବତ ପ୍ରଥମେ ତାଳପତ୍ର ପୋଥି ଭାବରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି ବା ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ସେଠାରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଜଗନ୍ନାଥଙ୍କ ପାଖରେ ମଧ୍ୟ ଭାଗବତ ପଢ଼ାଯାଏ । ଭାଗବତ ପ୍ରତି ଓଡ଼ିଆ ହିନ୍ଦୁ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ ଏବଂ ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା । ଓଡ଼ିଆ ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧ ଦଶରୁ ତିରିଶଟି ଅଧ୍ୟାୟ ବିଭକ୍ତ । ହୋଇ ଏଭଳି ରଚିତ ଯେ ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସମାପ୍ତ ହେବ ।

ତାଳପତ୍ର ପୋଥି ଭାଗବତ
ଓଡ଼ିଆ ଭାଗବତ  
ଲେଖକଜଗନ୍ନାଥ ଦାସ
ମୂଳ ନାମଶ୍ରୀମଦ ଭାଗବତ
ଦେଶଭାରତ
ଭାଷାଓଡ଼ିଆ
ବିଭାଗପୁରାଣ
ମାଧ୍ୟମ ପ୍ରକାରଛପା (ବନ୍ଧାଇ, ସାଦା ବନ୍ଧାଇ) ଓ ଅନଲାଇନ (ଉଇକିପାଠାଗାରରେ)

ଇତିହାସ

 
କୃଷ୍ଣ ବଳରାମଙ୍କ ଚିତ୍ର ଭାଗବତ ପୁରାଣ ରୁ

ବ୍ୟାସଦେବ ରଚିତ ସଂସ୍କୃତ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳଭାଷାରେ ବୁଝାଇ ଦେଉଥିଲେ । ପିତାଙ୍କ ଦେହାନ୍ତ ପରେ ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ କହିଲେ । ତେଣୁ ସେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା ଓ ଲୋକାଦୃତ ହେଲା । ପରେ ଜଗନ୍ନାଥ ମନ୍ଦିର ବେଢ଼ାରେ ନିତି ଭାଗବତ ପାଠ ହୁଏ ଓ ଭକ୍ତଗଣ ଶୁଣିବାକୁ ଆସନ୍ତି । ଏଥିରେ ମୂଳ ସଂସ୍କୃତ ଭାଗବତର ମଙ୍ଗଳାଚରଣ ସ୍ଥାନ ପାଇବା ଦେଖିବାକୁ ମିଳେ ।[୩]

ପଦ୍ୟାବଳୀ

ଭାଗବତ ନବାକ୍ଷରୀ ଛନ୍ଦରେ ରଚିତ ।[୪] ଓଡ଼ିଆ ଭାଗବତରେ ସଂସ୍କୃତ ଭାଗବତର ମର୍ମାନୁବାଦ ରହିଛି । ମୂଳ ସଂସ୍କୃତ ଭାଗବତ ଭଳି ଏହା ବାର ସ୍କନ୍ଧ ବିଶିଷ୍ଟ ତେବେ କେତେକ ରଚନାରେ ତ୍ରୟୋଦଶ ସ୍କନ୍ଧର ବର୍ଣ୍ଣନା ଦେଖିବାକୁ ମିଳେ । ତେବେ ଓଡ଼ିଆ ଭାଗବତ ତାତ୍କାଳିକ ଓଡ଼ିଆ ସାମାଜିକ ବ୍ୟବସ୍ଥାକୁ ଭିତ୍ତି କରି ରଚିତ ଲୋକସାହିତ୍ୟ । ଏଥିରେ ସୁଖପାଠ୍ୟତା, ଲଳିତ ଓ କୋମଳ ପଦାବଳୀ ତଥା ସହଜ ଗାନଯୋଗ୍ୟ ନବାକ୍ଷରୀ ଛନ୍ଦ ରହିଛି ।[୫]

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।
ପଦୁ ଗଡ଼ୁଛି ମକରନ୍ଦ ॥
ସେ ମକରନ୍ଦ ପାନ କରି ।
ହେଳେ ତରିଲେ ବ୍ରଜନାରୀ ॥
ସେ ବ୍ରଜନାରୀଙ୍କ ପୟରେ ।
ମନ ମୋ ରହୁ ନିରନ୍ତରେ ॥
ମନ ମୋ ନିରନ୍ତରେ ଥାଉ ।
ହା କୃଷ୍ଣ ବୋଲି ଜୀବ ଯାଉ ॥

ଜଗନ୍ନାଥ ଦାସ, ଭାଗବତ ବାଣୀ

ଆଧାର

  1. ATIBADI JAGANNATHA DAS, POET THE GREAT
  2. EMINENT PERSONALITIES FROM PURI
  3. ଜଗନ୍ନାଥ ଦାସ କୃତ, ଗୀତା ପ୍ରେସ, ଗୋରଖପୁରଦ୍ୱାରା ପ୍ରକାଶିତ, ଶ୍ରୀମଦ୍‌ଭାଗବତ ମହାପୁରାଣ, Odia Section3-2 back:
  4. ଧରିତ୍ରୀ ଛୁଟିଦିନ ୭-୧୩ଜୁନ ୨୦୧୫
  5. "Rethinking the History of the 'Odia Identity': An Appraisal in Jagannath Das' s 'Odia Bhagavata.'" (PDF). www.odisha.gov.in. Retrieved 6 November 2018.

ବାହାର ଲିଙ୍କ

This article uses material from the Wikipedia ଓଡ଼ିଆ article ଓଡ଼ିଆ ଭାଗବତ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଏଲଓସି କାର୍ଗିଲନେପାଳରିଭାରୋକ୍ସାବାନଦେବସ୍ନାନ ପୂର୍ଣ୍ଣିମାଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଜଗନ୍ନାଥଫକୀର ମୋହନ ସେନାପତିରଥଯାତ୍ରାଓଡ଼ିଶାଅଣସରସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟଗୋପୀନାଥ ମହାନ୍ତିଗୋଦାବରୀଶ ମିଶ୍ରଗଙ୍ଗାଧର ମେହେରଏ. ପି. ଜେ. ଅବଦୁଲ କଲାମଗୋପବନ୍ଧୁ ଦାସମହାପାତ୍ର ନୀଳମଣି ସାହୁଭାବନା କାନ୍ତଜଗନ୍ନାଥ ମନ୍ଦିରକଟକସାରଳା ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମନୋଜ ଦାସପରି ମଣିଓଡ଼ିଶାର ଲୋକନୃତ୍ୟବାଜି ରାଉତଲକ୍ଷ୍ମୀକାନ୍ତ ମହାପାତ୍ରମଧୁସୂଦନ ଦାସଭାରତସୁରେନ୍ଦ୍ର ମହାନ୍ତିପଠାଣି ସାମନ୍ତରଜଶାନ୍ତନୁ କୁମାର ଆଚାର୍ଯ୍ୟପ୍ରତିଭା ରାୟମେଘା ବର୍ମନଓଡ଼ିଆ ସାହିତ୍ୟର ଇତିହାସବନ୍ଦେ ଉତ୍କଳ ଜନନୀଗୁରୁ ପ୍ରସାଦ ମହାନ୍ତିନନ୍ଦିନୀ ଶତପଥୀଜଗନ୍ନାଥ ଦାସନବକଳେବରଗାନ୍ଧାରୀ (ମହାଭାରତ)ଭଗବତ ଗୀତାମହାତ୍ମା ଗାନ୍ଧୀକାଳିନ୍ଦୀ ଚରଣ ପାଣିଗ୍ରାହୀନିଜାମୀ ବନ୍ଧୁଉପେନ୍ଦ୍ର ଭଞ୍ଜକନକ ମଞ୍ଜରୀ ମହାପାତ୍ରଗିଢାଗୋଦାବରୀଶ ମହାପାତ୍ରଫତୁରାନନ୍ଦମଧୁସୂଦନ ରାଓବିଜ୍ଞାନଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିଓଡ଼ିଶାର ଇତିହାସଜ୍ଞାନପୀଠ ପୁରସ୍କାର🡆 More