ଓଡ଼ିଶା ବିଧାନ ସଭା

ଓଡ଼ିଶା ବିଧାନ ସଭା ଓଡ଼ିଶାର ରାଜ୍ୟ ବିଧାନ ସଭା । ଏହା ଭୁବନେଶ୍ୱରଠାରେ ଅବସ୍ଥିତ ଓ ଏହାର ସଭ୍ୟସଂଖ୍ୟା ୧୪୭ । ତନ୍ମଧ୍ୟରୁ ୨୪ ଓ ୩୩ ଆସନ ଯଥାକ୍ରମେ ଅନୁସୂଚିତ ଜାତି (S.C.) ଓ ଅନୂସୂଚିତ ଜନଜାତି ବା ଆଦିବାସୀ (S.T.)ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୦ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।

ଓଡ଼ିଶା ବିଧାନ ସଭା
ଷୋଡ଼ଶ ଅଧିବେଶନ
Coat of arms or logo
ପ୍ରକାର
ପ୍ରକାରନିମ୍ନ ସଦନ
ନେତୃତ୍ୱ
ବାଚସ୍ପ‌ତିସୂର୍ଯ୍ୟ ନାରାୟଣ ପାତ୍ର, ବିଜେଡ଼ି
ଉପ-ବାଚସ୍ପ‌ତିରଜନୀ କାନ୍ତ ସିଂହ, ବିଜେଡ଼ି
ଗୃହର ନେତା (ମୁଖ୍ୟମନ୍ତ୍ରୀ)ନବୀନ ପଟ୍ଟନାୟକ, ବିଜେଡ଼ି
ବିରୋଧୀ ଦଳ ନେତାପ୍ରଦୀପ୍ତ କୁମାର ନାୟକ, ବିଜେପି
‎‎
ଆସନ ସଂଖ୍ୟା୧୪୭ (୨୦୧୯)
ନିର୍ବାଚନ
First past the post
ଶେଷ ନିର୍ବାଚନ୨୦୧୯
ସାକ୍ଷାତକକ୍ଷ
ଓଡ଼ିଶା ବିଧାନ ସଭା
Website
http://odishaassembly.nic.in
ଓଡ଼ିଶା ବିଧାନ ସଭା
ବିଧାନ ସଭା ଅଧିବେଶନ ସମୟରେ


ସଦସ୍ୟ ନିର୍ବାଚନ ବ୍ୟବସ୍ଥା

ରାଜ୍ୟ ବିଧାନ ସଭାର ସଦସ୍ୟମାନେ ଭୋଟରମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ । ଭାରତର ନିର୍ବାଚନ ଆୟୋଗ ଏହି ନିର୍ବାଚନ କରାନ୍ତି । ସାଧାରଣତଃ ପ୍ରତି ପାଞ୍ଚ ବର୍ଷରେ ଥରେ ବା ଆବଶ୍ୟକ ସ୍ଥଳେ, ପାଞ୍ଚ ବର୍ଷ ପୂରଣ ହେବା ପୂର୍ବରୁ ବିଧାନ ସଭା ଭଙ୍ଗ କରାଯାଇ ଯଥାଶିଘ୍ର (୬ ମାସ ମଧ୍ୟରେ) ନିର୍ବାଚନ କରାଯାଇ ନୂତନ ବିଧାନ ସଭା ଗଠନ କରାଯାଏ ।

ରାଜ୍ୟର ବିଧାନ ସଭାର ଆସନ ସଂଖ୍ୟା ଯେତିକି, ସେତିକି ସମାନ ସଂଖ୍ୟକ ଏକ-ସଭ୍ୟ ବିଶିଷ୍ଟ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀରେ ପ୍ରତିରାଜ୍ୟକୁ ବିଭକ୍ତ କରାଯାଇଥାଏ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ନିର୍ବାଚିତ ହୋଇଥାନ୍ତି ।

ପ୍ରତି ଅଠର ବର୍ଷ ବା ତତୋଧିକ ବୟସ୍କ ସାବାଳକ ନାଗରିକ ଜଣେ ମତଦାତା ( ଭୋଟର) ହିସାବରେ ନିଜର ମତଦାନ ଅଧିକାର ନିର୍ବାଚନ ମାଧ୍ୟମରେ ସାବ୍ୟସ୍ତ କରି ନିଜ ନିର୍ବାଚନ ମଣ୍ଡଳୀରୁ ଜଣେ ପ୍ରାର୍ଥୀଙ୍କୁ ବିଧାନ ସଭାକୁ ଲୋକ-ପ୍ରତିନିଧି ବା ସଦସ୍ୟ (ଏମ:ଏଲ:ଏ) ଭାବେ ନିର୍ବାଚିତ କରିଥାନ୍ତି ।

ସଭ୍ୟ ପଦପାଇଁ ଆବଶ୍ୟକ ଯୋଗ୍ୟତା

ବିଧାନ ସଭାର ସଦସ୍ୟ ହେବାପାଇଁ ପ୍ରାର୍ଥୀଙ୍କର ନିମ୍ନଲିଖିତ ଯୋଗ୍ୟତାଥିବା ଥିବା ଆବଶ୍ୟକ ।

  1. ସେ ଜଣେ ଭାରତୀୟ ନାଗରିକ ହେଇଥିବେ ।
  2. ତାଙ୍କର ବୟସ ୨୫ ବର୍ଷରୁ କମ ହୋଇନଥିବ ।
  3. ସଂସଦଦ୍ୱାରା ପ୍ରଣୀତ ନିର୍ବାଚନ ଆଇନଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଅନ୍ୟ ସମସ୍ତ ଯୋଗ୍ୟତା ସେହି ପ୍ରାର୍ଥୀଙ୍କର ଥିବ ।

ତେବେ ବିଧାନ ସଭାର ସଭ୍ୟପଦ ପାଇଁ ଜଣେ ବ୍ୟକ୍ତି ଅଯୋଗ୍ୟ ଘୋଷିତ ହେବେ, ଯଦି :-

  1. ସେ କୌଣସି ସରକାରୀ ଲାଭଜନକ ପଦବୀରେ ଅବସ୍ଥାପିତ ହୋଇଥିବେ ।
  2. ସେ ମସ୍ତିସ୍କ ବିକୃତ ବୋଲି ନ୍ୟାୟାଳୟଦ୍ୱାରା ବିବେଚିତ ହୋଇଥିବେ ।
  3. ସେ ନିସ୍ୱ ହୋଇଥିବେ ।
  4. ସେ ଯଦି ଅନ୍ୟ ରାଷ୍ଟ୍ରର ନାଗରିକ ହୋଇଥିବେ ।

ସେ ସଂସଦ ଦ୍ୱରା ପ୍ରଣୀତ ଆଇନର ବ୍ୟବସ୍ଥାନୁସାରେ ଅଯୋଗ୍ୟ ବିବେଚିତ ହୋଇଥିବେ ।

କାର୍ଯ୍ୟକାଳ

ବିଧାନ ସଭାର କାର୍ଯ୍ୟକାଳ ପାଞ୍ଚବର୍ଷ । ତେବେ ରାଜ୍ୟପାଳ ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ବିଧାନ ସଭାକୁ ୫ ବର୍ଷ ସମୟ ସୀମା ପୂରଣ ହେବା ପୂର୍ବରୁ ଭାଙ୍ଗିଦେଇ ପାରନ୍ତି, ତେବେ ଏକ୍ଷେତ୍ରରେ ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶ ସର୍ବଦା ରାଜ୍ୟପାଳ ଗ୍ରହଣ କରିବାକୁ ବାଧ୍ୟନୁହନ୍ତି । ଜାତୀୟ ଜରୁରୀ ପରିସ୍ଥିତି ଘୋଷିତ ହୋଇଥିଲେ ବିଧାନ ସଭାର କାର୍ଯ୍ୟକାଳ ପାଞ୍ଚବର୍ଷରୁ ଅଧିକ ୧ ବର୍ଷ ବୃଦ୍ଧି କରାଯାଇ ପାରିବ । କିନ୍ତୁ ଜରୁରୀ ପରିସ୍ଥିତି ଉଠିଗଲେ, ବର୍ଦ୍ଧିତ କାର୍ଯ୍ୟକାଳା ୬ ମାସରୁ ଅଧିକ ହେବ ନାହିଁ

  1. କୋରମ୍ -ବିଧାନ ସଭାର ସର୍ବମୋଟ ସଭ୍ୟସଂଖ୍ୟାର ୧/୧୦ ଅଂଶ ସଭ୍ୟ ଗୃହରେ ଉପସ୍ଥିତ ରହିଲେ,ଗୃହ କାର୍ଯ୍ୟ ଚାଲେ । ଏହି ସର୍ବନିମ୍ନ ସଂଖ୍ୟକ ସଭ୍ୟଙ୍କର ଉପସ୍ଥିତିକୁ କୋରମ କୁହାଯାଏ ।
  2. ଅଧିବେଶନ - ବିଧାନ ସଭାର ଅଧିବେଶନ ବର୍ଷକୁ ଅନ୍ୟନ ଦୁଇଥର ବସେ ଓ ଦୁଇ ଅଧିବେଶନ ମଧ୍ୟରେ ବିରତି/ବିଶ୍ରାମ ସମୟ ୬ ମାସରୁୟ୍ ଅଧିକ ହୁଏ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ବିଧାନ ସଭାର ଅଧିବେଶନ ସମାପ୍ତି ଘୋଷଣା କରନ୍ତି । ଏବେ ବିଧାନ ସଭା ସାଧାରଣତଃ ବର୍ଷକୁ ତିନିଥର ବସୁଛି, ଯଥା - ବଜେଟ୍ ଅଧିବେଶନ, ବର୍ଷାକାଳୀନ ଓ ଶୀତ କାଳୀନ ଅଧିବେଶନ ।

ଅଧ୍ୟକ୍ଷ ବା ବାଚସ୍ପତି

ବିଧାନ ସଭାର ଅଧ୍ୟକ୍ଷଙ୍କୁ ବାଚସ୍ପତି ଓ ଉପାଧ୍ୟକ୍ଷଙ୍କୁ ଉପବାଚସ୍ପତି କୁହାଯାଏ । ସେ ଦୁଇଜଣ ବିଧାନ ସଭାର ନିର୍ବାଚିତ ସଦସ୍ୟ ଅଟନ୍ତି । ଗୃହର ସଦସ୍ୟମାନଙ୍କଦ୍ୱାରା ସେମାନେ ନିର୍ବାଚିତ ହୁଅନ୍ତି । ପରମ୍ପରା ଅନୁସାରେ ବାଚସ୍ପତି ଓ ଉପ-ବାଚସ୍ପତି ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥାନ୍ତି । ବାଚସ୍ପତି ପଦ ଶାସକ ଦଳ ରଖନ୍ତି ଓ ଉପବାଚସ୍ପତି ପଦଟି ବିରୋଧୀଦଳ ନେଇଥାନ୍ତି । ବିରୋଧୀଦଳର ନେତାଙ୍କ ସହିତ ଆଲୋଚନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବାଚସ୍ପତି ପଦପାଇଁ ବିରୋଧୀଦଳର ସହମତି ଆଣିଥାନ୍ତି । ବାଚସ୍ପତି ହେଉଛନ୍ତି ଗୃହର ନିର୍ବିବାଦୀୟ ଓ ନିରପକ୍ଷ ଅଧ୍ୟକ୍ଷ। ସେ ଗୃହର ସଭା କାର୍ଯ୍ୟ ଶୃଙ୍ଖଳାର ସହିତ ପରିଚାଳନା କରନ୍ତି । ଉଭୟ ବାଚସ୍ପତି ଓ ଉପବାଚସ୍ପତି ଗୃହର ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ଓ ବହିଷୃତ ହୁଅନ୍ତି । ଜଣେ ଅନ୍ୟଜଣଙ୍କୁ ଲିଖିତ ଭାବରେ ଜଣାଇ ନିଜ ପଦରୁ ଇସ୍ତଫା ଦେଇଥାନ୍ତି । ବିଧାନ ସଭା ପାଞ୍ଚ ବର୍ଷର ସମୟସୀମା ପୂର୍ବରୁ ଭାଙ୍ଗିଗଲେ , ବାଚସ୍ପତି ପଦ ଶୂନ୍ୟ ରହେନାହିଁ । ନୂତନ ବିଧାନ ସଭା ବିଧିବଦ୍ଧ ଭାବରେ ଗଠିତ ହୋଇ ନୂତନ ବାଚସ୍ପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ବାଚସ୍ପତି ନିଜ ଦାୟିତ୍ୱରେ ରହନ୍ତି । ୧୪ ଦିନ ପୂର୍ବରୁ ଲିଖିତ ସୂଚନା ଦେଇ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅବଲମ୍ବନ ପୂର୍ବକ ଗୃହର ସଦସ୍ୟମାନେ ସଂଖ୍ୟା ଗରିଷ୍ଠ ସମର୍ଥନରେ ବାଚସ୍ପତିଙ୍କୁ ତାଙ୍କ ପଦରୁ ଅପସାରଣ କରନ୍ତି । ବାଚସ୍ପତିଙ୍କର ସ୍ୱତନ୍ତ୍ର ସଚିବାଳ୍ୟ ( ସେକ୍ରେଟେରୀଏଟ୍) ଅଛି ।

ଉଭୟ ବାଚସ୍ପତି ଓ ଉପ-ବାଚସ୍ପତି ଅନୁପସ୍ଥିତ ରହିଲେ, ସଭା କାର୍ଯ୍ୟ ପରିଚାଳନା ପାଇଁ ଏକ ଅଧ୍ୟକ୍ଷ ମଣ୍ଡଳୀ ରହିଛି । ତେବେ ବାଚସ୍ପତି ଅନୁପସ୍ଥିତ ରହିଲେ, ଉପବାଚସ୍ପତି ଗୃହକାର୍ଯ୍ୟ ଚଳାନ୍ତି । ବିଧାନ ସଭାର ବିଧି ଓ ନିୟମାବଳୀକୁ ବାଚସ୍ପତି ଅବତାରଣା କରି ନିଜର ଚୂଡାନ୍ତ ନିଷ୍ପତି ଦେଇଥାନ୍ତି । ବିବାଦୀୟ ବିଷୟରେ ସେ ଗୃହର ମତାମତ ଲୋଡନ୍ତି ଓ ସର୍ବଦଳୀୟ ବୈଠକ ଡାକନ୍ତି । ବାଚନିକ ଭୋଟଦାନ ଓ ଗୋପନୀୟ ଭୋଟଦାନ ପଦ୍ଧତି ଅନୁସରଣ କରି ସେ ଗୃହର ମତାମତ ଘୋଷଣା କରନ୍ତି । ଭୋଟଦାନରେ ସପକ୍ଷ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳିଲେ, ବାଚସ୍ପତି ନିଜର ନିର୍ଣ୍ଣାୟକ ଭୋଟ ଦେଇଥାନ୍ତି ।

ଇତିହାସ

ସଂଖ୍ୟା ନାମ ଆରମ୍ଭ ଶେଷ ବାଚସ୍ପତି
ପ୍ରଥମ ବିଧାନ ସଭା (ସ୍ୱାଧୀନତା-ପୂର୍ବରୁ) ୦୩ ଫେବୃଆରୀ ୧୯୩୭ ୧୪ ଅକ୍ଟୋବର ୧୯୪୫ ମୁକୁନ୍ଦ ପ୍ରସାଦ ଦାସ (୨୮ ଜୁଲାଇ ୧୯୩୭ -୨୯ ମଇ ୧୯୪୬)
ଦ୍ୱିତୀୟ ବିଧାନ ସଭା (ସ୍ୱାଧୀନତା-ପୂର୍ବରୁ) ୧୮ଅପ୍ରେଲ ୧୯୪୬ ୨୦ ଫେବୃଆରୀ ୧୯୫୨ ଲାଲ ମୋହନ ପଟ୍ଟନାୟକ (୨୯ ମଇ ୧୯୪୬ - ୬ ମାର୍ଚ୍ଚ ୧୯୫୨)
ପ୍ରଥମ ବିଧାନ ସଭା ୨୦ ଫେବୃଆରୀ ୧୯୫୨ ୪ ମଇ ୧୯୫୭ ନନ୍ଦ କିଶୋର ଦାସ (୦୬ ମାର୍ଚ୍ଚ ୧୯୫୨ -୨୭ ମଇ ୧୯୫୭)
ଦ୍ୱିତୀୟ ବିଧାନ ସଭା ୧ ଅପ୍ରେଲ ୧୯୫୭ ୨୫ ଫେବୃଆରୀ ୧୯୬୧ ନୀଳକଣ୍ଠ ଦାସ (୨୭ ମଇ ୧୯୫୭ - ୦୧ ଜୁଲାଇ ୧୯୬୧)
ତୃତୀୟ ବିଧାନ ସଭା ୨୧ ଜୁନ ୧୯୬୧ ୧ ମାର୍ଚ୍ଚ ୧୯୬୭ ଲିଙ୍ଗରାଜ ପାଣିଗ୍ରାହୀ (୦୧ ଜୁଲାଇ ୧୯୬୧- ୧୮ ମାର୍ଚ୍ଚ ୧୯୬୭)
ଚତୁର୍ଥ ବିଧାନ ସଭା ୧ ମାର୍ଚ୍ଚ ୧୯୬୭ ୨୩ ଜାନୁଆରୀ ୧୯୭୧ ନନ୍ଦ କିଶୋର ମିଶ୍ର (୧୮ ମାର୍ଚ୍ଚ ୧୯୬୭ - ୧୨ ଅପ୍ରେଲ ୧୯୭୧)
ପଞ୍ଚମ ବିଧାନ ସଭା ୨୩ ମାର୍ଚ୍ଚ ୧୯୭୧ ୩ ମାର୍ଚ୍ଚ ୧୯୭୩ ନନ୍ଦ କିଶୋର ମିଶ୍ର (୧୨ ଅପ୍ରେଲ ୧୯୭୧ – ୨୧ ମାର୍ଚ୍ଚ ୧୯୭୪)
ଷଷ୍ଠ ବିଧାନ ସଭା ୬ ମାର୍ଚ୍ଚ ୧୯୭୪ ୩୦ ଅପ୍ରେଲ ୧୯୭୭ ବ୍ରଜ ମୋହନ ମହାନ୍ତି (୨୧ ମାର୍ଚ୍ଚ ୧୯୭୪ - ୧ ଜୁଲାଇ ୧୯୭୭)
ସପ୍ତମ ବିଧାନ ସଭା ୨୬ ଜୁନ ୧୯୭୭ ୧୭ ଫେବୃଆରୀ ୧୯୮୦ ସତ୍ୟପ୍ରିୟ ମହାନ୍ତି (୧ ଜୁଲାଇ ୧୯୭୭ – ୧୨ ଜୁନ ୧୯୮୦)
ଅଷ୍ଟମ ବିଧାନ ସଭା ୯ ଜୁନ ୧୯୮୦ ୯ ମାର୍ଚ୍ଚ ୧୯୮୫ ସୋମନାଥ ରଥ (୧୨ ଜୁନ ୧୯୮୦ – ୧୧ ଫେବୃଆରୀ ୧୯୮୪)*
ପ୍ରସନ୍ନ କୁମାର ଦାସ (୨୨ ଫେବୃଆରୀ ୧୯୮୪ - ୧୪ ଫେବୃଆରୀ ୧୯୮୫)
ନବମ ବିଧାନ ସଭା ୯ ମାର୍ଚ୍ଚ ୧୯୮୫ ୩ ମାର୍ଚ୍ଚ ୧୯୯୦ ପ୍ରସନ୍ନ କୁମାର ଦାସ (୧୪ ଫେବୃଆରୀ ୧୯୮୫ – ୦୯ ମାର୍ଚ୍ଚ ୧୯୯୦)
୧୦ ଦଶମ ବିଧାନ ସଭା ୩ ମାର୍ଚ୍ଚ ୧୯୯୦ ୧୫ ମାର୍ଚ୍ଚ ୧୯୯୫ ଯୁଧିଷ୍ଠିର ଦାସ (୯ ମାର୍ଚ୍ଚ ୧୯୯୦ – ୨୨ ମାର୍ଚ୍ଚ ୧୯୯୫)
୧୧ ଏକାଦଶ ବିଧାନ ସଭା ୧୫ ମାର୍ଚ୍ଚ ୧୯୯୫ ୨୯ ଫେବୃଆରୀ ୨୦୦୦ କିଶୋର ଚନ୍ଦ୍ର ପଟେଲ (୨୨ ମାର୍ଚ୍ଚ ୧୯୯୫ - ୧୪ ଜାନୁଆରୀ ୧୯୯୬)*
ଚିନ୍ତାମଣି ଦ୍ୟାନ ସାମନ୍ତରା (୧୬ ଫେବୃଆରୀ ୧୯୯୬ – ୧୦ ମାର୍ଚ୍ଚ ୨୦୦୦)
୧୨ ଦ୍ୱାଦଶ ବିଧାନ ସଭା ୨୯ ଫେବୃଆରୀ ୨୦୦୦ ୬ ଫେବୃଆରୀ ୨୦୦୪ ଶରତ କୁମାର କର (୧୦ ମାର୍ଚ୍ଚ ୨୦୦୦ - ୨୧ ମଇ ୨୦୦୪)
୧୩ ତ୍ରୟୋଦଶ ବିଧାନ ସଭା ୧୫ ମଇ ୨୦୦୪ ୧୯ ମଇ ୨୦୦୯ ମହେଶ୍ୱର ମହାନ୍ତି (୨୧ ମଇ ୨୦୦୪ - ୩୧ ମାର୍ଚ୍ଚ ୨୦୦୮)*
କିଶୋର କୁମାର ମହାନ୍ତି (୧୯ ଅଗଷ୍ଟ ୨୦୦୮ - ୨୫ ମଇ ୨୦୦୯)
୧୪ ଚତୁର୍ଦ୍ଦଶ ବିଧାନ ସଭା ୧୯ ମଇ ୨୦୦୯ ୨୦ ମଇ ୨୦୧୪ ପ୍ରଦୀପ କୁମାର ଅମାତ (୨୫ ମଇ ୨୦୦୯ - ୨୦ ମଇ ୨୦୧୪)
୧୫ ପଞ୍ଚଦଶ ବିଧାନ ସଭା ୨୧ ମଇ ୨୦୧୪ ୩୧ ମଇ ୨୦୧୯ ନିରଞ୍ଜନ ପୂଜାରୀ (୨୬ ମଇ ୨୦୧୪ - ୬ ମଇ ୨୦୧୭)*
ପ୍ରଦୀପ କୁମାର ଅମାତ (୧୬ ମଇ ୨୦୧୭ - ୩୧ ମଇ ୨୦୧୯)
୧୬ ଷୋଡ଼ଶ ବିଧାନ ସଭା ୧ ଜୁନ ୨୦୧୯ କାର୍ଯ୍ୟରତ ସୂର୍ଯ୍ୟ ନାରାୟଣ ପାତ୍ର (୧ ଜୁନ ୨୦୧୯ - କାର୍ଯ୍ୟରତ)

* ଇସ୍ତଫା ଦେଇଥିଲେ

ଆଧାର

ବାହାର ତଥ୍ୟ

Tags:

ଓଡ଼ିଶା ବିଧାନ ସଭା ସଦସ୍ୟ ନିର୍ବାଚନ ବ୍ୟବସ୍ଥାଓଡ଼ିଶା ବିଧାନ ସଭା ସଭ୍ୟ ପଦପାଇଁ ଆବଶ୍ୟକ ଯୋଗ୍ୟତାଓଡ଼ିଶା ବିଧାନ ସଭା ଅଧ୍ୟକ୍ଷ ବା ବାଚସ୍ପତିଓଡ଼ିଶା ବିଧାନ ସଭା ଇତିହାସଓଡ଼ିଶା ବିଧାନ ସଭା ଆଧାରଓଡ଼ିଶା ବିଧାନ ସଭା ବାହାର ତଥ୍ୟଓଡ଼ିଶା ବିଧାନ ସଭାଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ଲକ୍ଷ୍ମୀକାନ୍ତ ମହାପାତ୍ରଅଷ୍ଟ୍ରେଲିଆତୁଳସୀ ଗଛପରୀକ୍ଷାଭାରତର ସଂସ୍କୃତିଫେବୃଆରୀ ୨୮ଗାଲୁଆ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଭାରତୀୟ ମହାକାଶ ଗବେଷଣା ସଂସ୍ଥାଅର୍ଚ୍ଚିତା ସାହୁରାମଚନ୍ଦ୍ର ମିଶ୍ରଚରକଭାନୁଜୀ ରାଓକୋଷ୍ଠକାଠିନ୍ୟଏଞ୍ଜେଲା ମେର୍କେଲ୍ପ୍ରଣବ ପ୍ରକାଶ ଦାସଗୋପାଳକୃଷ୍ଣ ପଟ୍ଟନାୟକରତ୍ନାକର ଚଇନିଯୌନ ସମ୍ଭୋଗଶ୍ରୀରାଧାସୂର୍ଯ୍ୟବଂଶୀ ସୂରଜରେବତୀ (କ୍ଷୁଦ୍ରଗଳ୍ପ)ଶ୍ରୀଲଙ୍କାର ଭୂଗୋଳଦଶାବତାରରାମଚନ୍ଦ୍ର ବେହେରାମାଁ ପୀତାମ୍ବର ମନ୍ଦିରମାସଲକ୍ଷ୍ମୀ୧୭୪୬ମାଗୁଣିର ଶଗଡ଼ (କଥାଚିତ୍ର)ଇତିହାସପ୍ଲୀହାସ୍ତୁତି ଚିନ୍ତାମଣିସୋନପୁର ରାଜ୍ୟକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କମ୍ପ୍ୟୁଟରପଣା ସଂକ୍ରାନ୍ତିହେମଲତା ମାନସିଂହଜଗନ୍ନାଥ ପ୍ରସାଦ ଦାସହାଡ଼ଫୁଟିଉପନିଷଦଜଗନ୍ନାଥଙ୍କ ବେଶହରେକୃଷ୍ଣ ମହତାବପଠାଣି ସାମନ୍ତକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଅଚ୍ୟୁତ ନାୟକଓଡ଼ିଆ କବି ମାନଙ୍କର ତାଲିକାସୁନାବେଶଜହ୍ନଫତୁରାନନ୍ଦଧାତୁଅଣ୍ଡାମୁମ୍ବାଇସିନ୍ଧୁ ନଦୀଉପେନ୍ଦ୍ର ଭଞ୍ଜକୃଷ୍ଣପ୍ରସାଦ ମିଶ୍ରତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରସୂଚନା ପ୍ରଯୁକ୍ତିବିଦ୍ୟାଗୁରୁ ପ୍ରସାଦ ମହାନ୍ତିଭାରତୀୟ ସଂଖ୍ୟା ପ୍ରଣାଳିଓଡ଼ିଶୀଇଣ୍ଡିଆନ ପ୍ରିମିଅର ଲିଗଦ୍ଵାରକାଧୀଶ ମନ୍ଦିରନେଲସନ ମଣ୍ଡେଲାପାଇକ ବିଦ୍ରୋହବିଭୂତି ପଟ୍ଟନାୟକ🡆 More