ନନ୍ଦ କିଶୋର ଦାସ

ନନ୍ଦ କିଶୋର ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ଓ ଓଡ଼ିଶା ବିଧାନ ସଭାର ସଭ୍ୟ ଓ ବାଚସ୍ପତି ଥିଲେ । ସ୍ୱାଧୀନତା ପରେ, ସେ ଓଡ଼ିଶା ବିଧାନ ସଭାର ପ୍ରଥମ ବାସସ୍ପତି ଭାବେ ୬ ମାର୍ଚ୍ଚ ୧୯୫୨ରୁ ୨୭ ମଇ ୧୯୫୭ ଯାଏ କାର୍ଯ୍ୟ କରିଥିଲେ । ସେ ମଧ୍ୟ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସଦସ୍ୟ ଥିଲେ ।

ନନ୍ଦ କିଶୋର ଦାସ
ବାଚସ୍ପତି, ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୬ ମାର୍ଚ୍ଚ ୧୯୫୨ – ୨୭ ମଇ ୧୯୫୭
ପୂର୍ବ ଅଧିକାରୀଲାଲ ମୋହନ ପଟ୍ଟନାୟକ
ପର ଅଧିକାରୀନୀଳକଣ୍ଠ ଦାସ
ବିଧାୟକ
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀହରେକୃଷ୍ଣ ମହତାବ ଓ ଚୈତନ୍ୟ ସେଠୀ
ନିର୍ବାଚନ ମଣ୍ଡଳୀସୋର
ରାଜ୍ୟସଭା ସଭ୍ୟ
କାର୍ଯ୍ୟକାଳ
୩ ଅପ୍ରେଲ ୧୯୬୦ – ୨ ଅପ୍ରେଲ ୧୯୬୬
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମସୋର, ବାଲେଶ୍ୱର ଜିଲ୍ଲା, ଓଡ଼ିଶା
ମୃତ୍ୟୁ୫ ଜୁଲାଇ ୧୯୮୬
ଜାତୀୟତାଭାରତୀୟ
ରାଜନୀତିକ ଦଳକଂଗ୍ରେସ
ବୃତ୍ତିରାଜନୀତି


ପ୍ରାରମ୍ଭିକ ଜୀବନ

ନନ୍ଦ କିଶୋର ଦାସ ବାଲେଶ୍ୱର ଜିଲ୍ଲା ସୋରଠାରେ ଜନ୍ମଗ୍ରହଣ କରିଥିଲେ । ଦାରିଦ୍ର୍ୟ ସତ୍ତ୍ୱେ ସେ ମେଧାବୀ ଛାତ୍ର ଥିଲେ । ୧୯୧୪ ମସିହାରେ ସେ ଓଡ଼ିଶାରେ ପ୍ରଥମ ତଥା ସେତେବେଳର ସମଗ୍ର ବିହାର-ଓଡ଼ିଶା ପ୍ରଦେଶରେ ପଂଚମ ସ୍ଥାନ ଅଧିକାର କରି ମାଟ୍ରିକ୍‍ ପରୀକ୍ଷାରେ ପାସ କରିଥିଲେ । ଏହି ଉପଲବ୍ଧି ନିମଂତେ ସେ ମାସକୁ କୋଡିଏ ଟଂକା ବୃତ୍ତି ପାଇଥିଲେ ଓ ସେହି ଅର୍ଥକୁ ବିନିଯୋଗ କରି ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ । ସେ ଇଂରାଜୀ ସ୍ନାତକରେ ପ୍ରଥମ ଓଡ଼ିଆ ଭାବେ ରେଭେନ୍ସାରୁ ପାସ କରିଥିଲେ । ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ.ଏ ପାସ କରିଥିଲେ ।

ଫକୀରମୋହନ ସେନାପତି ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରେରଣାରେ ସେ କିଛି ଦିନ ଉତ୍କଳ ସମ୍ମିଳନୀର କାର୍ଯ୍ୟ ପରିଚାଳନା କରିଥିଲେ । ସେ ମଧ୍ୟ ସାକ୍ଷୀଗୋପାଳ ବନ ବିଦ୍ୟଳୟରେ କିଛି ଦିନ ଶିକ୍ଷକତା କରିଥିଲେ ।

ରାଜନୈତିକ ଜୀବନ

୧୯୨୦ ମସିହାରୁ ନନ୍ଦ କିଶୋର ଦାସ ସମାଜସେବୀ ଭାବରେ ବ୍ରତୀ ହୋଇଥିଲେ । ଗାନ୍ଧୀବାଦୀ ଓ ଜଣେ ଟାଣୁଆ ସଂଗଠକ ଭାବରେ ତାଙ୍କର ଖ୍ୟାତି ଥିଲା । ଅସହଯୋଗ ଆଂଦୋଳନ ତଥା ସ୍ୱାଧୀନତ ସଂଗ୍ରାମରେ ଭାଗ ନେ‍ଇ ସେ ତିନି ଥର ଦୀର୍ଘ କାଳ ପାଇଁ କାରାବରଣ କରିଥିଲେ । ୧୯୨୭ରୁ ୧୯୨୯ ପର୍ଯ୍ୟଂତ ସେ ବିହାର-ଓଡ଼ିଶା ବିଧାନ ପରିଷଦ ବା ଲେଜିସଲେଟିଭ କାଉନସିଲର ସଦସ୍ୟ ହୋଇଥିଲେ ।

ସେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଲବଣ ସତ୍ୟାଗ୍ରହ ଓ ସ୍ୱରାଜ ଆନ୍ଦୋଳନ ପାଇଁ ଇରମଠାରେ ଗଠିତ "ମରଣ ସେନା"ର ନେତୃତ୍ୱ ନେଇଥିଲେ । ୧୨ ଗାଁକୁ ନେଇ ଗଠିତ ଏହି ସେନା ଇରମର ବାକି ନେତା ବିଚିତ୍ରାନନ୍ଦ ଦାସ, ମୁକୁନ୍ଦ ପ୍ରସାଦ ଦାସ ଓ ଲୋକନାଥ ମିଶ୍ରଙ୍କ ସହ ମିଶି ଗୋପନରେ ଇଂରେଜ ସରକାରଙ୍କ ଗାଁମାନଙ୍କୁ ଆସିବାର ସୂଚନା ଦେଉଥିଲେ ।

ସ୍ୱତଂତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଧାନ ସଭାକୁ (ଯାହା ପାଇଁ ୧୯୩୭ ମସିହା ଜାନୁୟାରୀ ମାସରେ ନିର୍ବାଚନ ହୋଇଥିଲା) ସେ ନିର୍ବାଚିତ ହୋଇଥିଲେ । ଏହି ପ୍ରଥମ ବିଧାନ ସଭା ଜୁଲାଇ ୧୯୩୭ଠାରୁ ୧୯-୦୯-୧୯୪୫ ପର୍ଯ୍ୟଂତ କାର୍ଯ୍ୟ କରିଥିଲା । ୨୭-୦୭-୧୯୩୭ ଦିନ ଏହାର ପ୍ରଥମ ଅଧିବେଶନର ପ୍ରଥମ ଦିନ ଥିଲା ଯାହାକି କଟକ ରେଭେନ୍ସା ମହାବିଦ୍ୟାଳୟର ହଲରେ ଅନୁଷ୍ଠିତ ହୋଇଥିଲା । ସେହି ଦିନ ଏହି ପ୍ରଥମ ବିଧାନ ସଭାର ବାଚସ୍ପତି ତଥା ଉପ-ବାଚସ୍ପତି ଭାବରେ ଶ୍ରୀ ମୁକୁନ୍ଦ ପ୍ରସାଦ ଦାସ ତଥା ଶ୍ରୀ ନନ୍ଦ କିଶୋର ଦାସ ସର୍ବ ସମ୍ମତିରେ ନିର୍ବାଚିତ ହୋଇଥିଲେ ।

ଆଧାର

Tags:

ଓଡ଼ିଶା ବିଧାନ ସଭାରାଜ୍ୟ ସଭା

🔥 Trending searches on Wiki ଓଡ଼ିଆ:

ପୋଡ଼ ପିଠାସୁନା୬ ମାର୍ଚ୍ଚଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ସମ୍ବଲପୁର ଜିଲ୍ଲାଟାଇଫଏଡହ୍ୱାଟ୍ସଆପଓଡ଼ିଆ ଲିପିଜୟ ଶ୍ରୀରାମମାସଚାନ୍ଦିପୁରପ୍ରସନ୍ନ ଦାସ (ବହୁବିକଳ୍ପ)ହାଡ଼ି ଦାସଦଶହରାନିତ୍ୟାନନ୍ଦ ଶତପଥୀନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଅପରେଟିଙ୍ଗ ସିଷ୍ଟମଭାରତୀୟ ଜନତା ପାର୍ଟିଲକ୍ଷ୍ମଣକରଞ୍ଜଓଡ଼ିଆ ଭାଗବତକାଳିନ୍ଦୀ ଚରଣ ପାଣିଗ୍ରାହୀକେନ୍ଦୁଝର ଜିଲ୍ଲାନେପାଳପବିତ୍ର ମୋହନ ଜେନାରାଧାବନମାଳୀ ଦାସବିଶ୍ୱନାଥ କରରାଶି ଓ ନକ୍ଷତ୍ରଇନଷ୍ଟାଗ୍ରାମନବୀନ ପଟ୍ଟନାୟକଗୁଣନପ୍ରସନ୍ନ କୁମାର ଦାସଗଙ୍ଗାଧର ମେହେରବାବୁଶାନ୍ସମ୍ବାଦ (ଖବରକାଗଜ)ଟୁଇଟରଦାମୋଦର ରାଉତ୨ୟ ଓଡ଼ିଶା ବିଧାନ ସଭାଓଡ଼ିଆ ରାମାୟଣନବମୀଲୋକ ସଭାର ବାଚସ୍ପତିଦ୍ୱିତୀୟ ବିଶ୍ୱଯୁଦ୍ଧଶିଶୁ ଅନନ୍ତ ଦାସଗୁପ୍ତେଶ୍ୱରମଧୁସୂଦନ ଦାସବିଦ୍ୟୁତକେଦାରନାଥ ମନ୍ଦିରଭଦ୍ରକ ଜିଲ୍ଲାସୁରେଶ କୁମାର ରାଉତରାୟଗୁରୁ ପ୍ରସାଦ ମହାନ୍ତି୫ ଜୁନଭକ୍ତ ଚରଣ ଦାସଶାନ୍ତନୁ କୁମାର ଆଚାର୍ଯ୍ୟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନୂଆ ଦିଲ୍ଲୀଭର୍ତ୍ତୃହରି ମହତାବକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାରାସାୟନିକ ମୌଳିକଗୁଣ୍ଡିଚା ମନ୍ଦିରପଦ୍ମ ଲୋଚନ ପଣ୍ଡାଅଶୋକ (ସମ୍ରାଟ)ବିର୍ସା ମୁଣ୍ଡାଜଗନମୋହ‌ନ ଲାଲଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୁଧନ ମୁର୍ମୁତାରାତାରିଣୀ ମନ୍ଦିରସଚ୍ଚିଦାନନ୍ଦ ରାଉତରାୟକଥକଳୀ🡆 More