ନୀଳକଣ୍ଠ ଦାସ

ନୀଳକଣ୍ଠ ଦାସ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଇଥାଏ । .

ନୀଳକଣ୍ଠ ଦାସ (୧୮୮୪-୧୯୬୭) ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଇଥାଏ ।

ପଣ୍ଡିତ ନୀଳକଣ୍ଠ ଦାସ
Nilakantha Das.jpg
ନୀଳକଣ୍ଠ ଦାସ
ବାଚସ୍ପତି, ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୭ ମଇ ୧୯୫୭ – ୧ ଜୁଲାଇ ୧୯୬୧
ପୂର୍ବ ଅଧିକାରୀନନ୍ଦ କିଶୋର ଦାସ
ପର ଅଧିକାରୀଲିଙ୍ଗରାଜ ପାଣିଗ୍ରାହୀ
ବିଧାୟକ, ସତ୍ୟବାଦୀ
କାର୍ଯ୍ୟକାଳ
୧୯୫୧ – ୧୯୬୧
ପର ଅଧିକାରୀରାଜ ରାଜଦେବ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1884-08-05)୫ ଅଗଷ୍ଟ ୧୮୮୪
ଶ୍ରୀରାମଚନ୍ଦ୍ରପୁର, ସାକ୍ଷୀଗୋପାଳ, ପୁରୀ, ଓଡ଼ିଶା
ମୃତ୍ୟୁ୬ ନଭେମ୍ବର ୧୯୬୭(1967-11-06) (ବୟସ ୮୩)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରାଧାମଣି ଦେବୀ
ସନ୍ତାନ୨ପୁଅ ଓ ୩ ଝିଅ
ଶିକ୍ଷାନୁଷ୍ଠାନକଲିକତା ବିଶ୍ୱବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ଲେଖକ, ବାଗ୍ମୀ, କବି
ପେଷାଶିକ୍ଷକ
ୱେବସାଇଟବିଧାନ ସଭା ସଭ୍ୟ ପୃଷ୍ଠା

ଶିକ୍ଷା ଓ ଜୀବନ

ପଣ୍ଡିତ ନୀଳକଣ୍ଠ ଦାସ ଜଣେ ମେଧାବୀ ଛାତ୍ର ଥିଲେ । ଭର୍ଣ୍ଣାକୁଲାର ପରୀକ୍ଷାଠାରୁ ଆରମ୍ଭ କରି ରେଭେନ୍ସା କଲେଜର ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ସେ ଓଡ଼ିଶାରେ ପ୍ରଥମ ହୋଇଆସିଥିଲେ । ଦର୍ଶନ ଶାସ୍ତ୍ର ଓ ରସାୟନ ବିଜ୍ଞାନ ବିଷୟକୁ ନେଇ ବି.ଏ.ପରୀକ୍ଷାରେ ଉତ୍ତିର୍ଣ ହୋଇଥିଲେ । ପରେ ମାସିକ ବୃତ୍ତି ପାଇ ନୀଳକଣ୍ଠ ଦର୍ଶନ ଶାସ୍ତ୍ର କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେତେବେଳେ ତାହାର ମାନ ଖୁବ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା,କିନ୍ତୁ ପଣ୍ଡିତ ଗୋପବନ୍ଧୁ ,ଆଚାର୍ଯ୍ୟ ହରିହର ଓ ପଣ୍ଡିତ ନୀଳକଣ୍ଠ ଭାର୍ଗବୀ ନଈରେ ବଢିପାଣିରେ ହଇଜାରେ ମରି ଭାସି ଯାଉଥିବା ଶବଗୁଡିକୁ ଦେଖି ଶପଥ ନେଇଥିଲେ ,' ସରକାରୀ ଚାକିରି କରିବା ନାହିଁ, ଏଇଲେ ଦେଶକୁ ଯେମିତି ଦେଖୁଛେ ମଲା ବେଳକୁ ଆହୁରି ଭଲ ଦେଖି ମରିବା ।' ଅନଗ୍ରସର , ମୂକ ଓଡ଼ିଆ ଜାତିର ପାଟିରେ ଭାଷା ଦେବା ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ୧୯୦୯ ପ୍ରତିଷ୍ଠା ହେଲା ଓ ମାସିକ ୩୦ଟଙ୍କା ବେତନରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ ।[୧]

ରଚନାବଳୀ

ପଣ୍ଡିତ ନୀଳକଣ୍ଠ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ଛାଡିଯାଇଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି । ଭାଷାବିତମାନଙ୍କ ମତରେ ଦାସ ପ୍ରଥମ ଓଡ଼ିଆ ଭାଷାବିଜ୍ଞାନୀ

କବିତା

  • କୋଣାର୍କେ
  • ଖାରବେଳ
  • ମାୟାଦେବୀ

ପ୍ରବନ୍ଧ

  • ଆର୍ଯ୍ୟ ଜୀବନ
  • ଓଡ଼ିଆ ସାହିତ୍ୟର କ୍ରମ ପରିଣ।ମ
  • ଶ୍ରୀମଦ ଭଗବତଗୀତାର ଭୂମିକା
  • ଓଡ଼ିଆ ଭାଷା ଓ ସାହିତ୍ୟ
  • ସଂସ୍କୃତି ଓ ସଂସ୍କୃତି
  • ଲାବଣ୍ୟବତୀର ଟୀକା

ଶିଶୁ ସାହିତ୍ୟ

  • ପିଲାଂକ ରାମାୟଣ
  • ପିଲାଂକ ମହାଭାରତ
  • ପିଲାଙ୍କ ଭାଗବତ[୨]

ଅନୁବାଦ

"ଲର୍ଡ଼ ଟେନିସନ"ଙ୍କ କବିତାକୁ ଓଡ଼ିଆରେ ଦାସ ନାୟକପ୍ରଣୟିନୀ ନାମରେ ଅନୁବାଦ କରିଛନ୍ତି ।[୩]

ସାମ୍ବାଦିକତା

ସେ ଗୀତାର ଓଡ଼ିଆରେ ଟୀକା ଲେଖିଥିଲେ । ଏହାଛଡ଼ା ଓଡ଼ିଆ ଭାଷା ଓ ଲିପିର ସୁଧାରରେ ସେ ଅନେକ ପଦକ୍ଷେପ ନେଇଥିଲେ । ବିଜ୍ଞାନ ସମ୍ମତ ବିଶୁଦ୍ଧ ଓଡ଼ିଆ ବ୍ୟାକରଣ ପୁସ୍ତକର ରଚୟିତା ।

ଓଡ଼ିଶା ପ୍ରଦେଶ ଓ ଭାଷା ଆନ୍ଦୋଳନ

ଓଡ଼ିଆ ଭାଷାକୁ ବାକି ପଡ଼ୋଶୀ ଭାଷାଭାଷୀମାନଙ୍କ ଆକ୍ରମଣରୁ ଅଲଗା କରି ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବ୍ୟାସକବି ଫକିର ମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ ଓ ଏମିତି ଅନେକ କର୍ମୀମାନଙ୍କ ସହ ସେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିଲେ ଯାହାର ଫଳ ସ୍ୱରୂପ ୧ ଅପ୍ରେଲ ୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା ।[୫]

ସମାଜ ସଂସ୍କାର ଓ ଭାରତର ସ୍ୱାଧିନତାରେ ଭୂମିକା

ନୀଳକଣ୍ଠ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶ ଗ୍ରହଣ କରି ୩ ଥର ( ୨ ବର୍ଷ ୨ ମାସ ) ହଜାରୀ ବାଗ ଜେଲରେ କାରାବରଣ କରିଥିଲେ । "କେନ୍ଦ୍ର ବିଧାନ ସଭା" ଓ ଓଡ଼ିଶା ବିଧାନ ସଭାରେ ତାଙ୍କର ଓଜସ୍ୱିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା । ସେ ଏକାଧାରରେ ଜଣେ ଦେଶ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିତ(ଦ) ଥିଲେ । ଜଣେ ସକ୍ରିୟ ସ୍ୱାଧୀନତା ସଂଗ୍ରାମୀ ଭାବରେ ସେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ୱର ଉଠାଇଥିଲେ ।[୬] ପଣ୍ଡିତ ନୀଳକଣ୍ଠ ଜାତିଭେଦ ମାନୁନଥିଲେ ଓ ନିଜ ଛାତ୍ରମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ । ସେତେବେଳେ ବ୍ରାହ୍ମଣ ସମାଜରେ, ଦାଢୀ କାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି, ସେ ଦାଢୀ କାଟି ନିଶ ରଖିଥିଲେ । ଏଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜର ଘୋର ବିରୋଧର ସମ୍ମୁଖିନ ହୋଇଥିଲେ ଓ ତାଙ୍କୁ ଦାଢୀ ହେବାକୁ ପଡିଥିଲା । ଏହି ପ୍ରଥାକୁ ବିଦ୍ରୁପ କରି, ସେ ମୋ ନିଶ ନାମରେ ପ୍ରବନ୍ଧ ଲେଖିଥିଲେ ।

ସମ୍ମାନ

  • ପଦ୍ମ ଭୂଷଣ, ୧୯୬୦
  • ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୩ (ତାଙ୍କର ବହି ଆତ୍ମଜୀବନୀ ନିମନ୍ତେ) [୭]
  • ଡି. ଲିଟ (ଉତ୍କଳ ବିଶ୍ୱବିଦ୍ୟାଳୟ)
  • ଉତ୍କଳ ଗୁରୁ ଉପାଧି -୧୯୫୧[୮]

ଆଧାର

ଅଧିକ ତଥ୍ୟ

This article uses material from the Wikipedia ଓଡ଼ିଆ article ନୀଳକଣ୍ଠ ଦାସ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଏଲଓସି କାର୍ଗିଲନେପାଳରିଭାରୋକ୍ସାବାନଦେବସ୍ନାନ ପୂର୍ଣ୍ଣିମାଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଜଗନ୍ନାଥଫକୀର ମୋହନ ସେନାପତିରଥଯାତ୍ରାଓଡ଼ିଶାଅଣସରସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟଗୋପୀନାଥ ମହାନ୍ତିଗୋଦାବରୀଶ ମିଶ୍ରଗଙ୍ଗାଧର ମେହେରଏ. ପି. ଜେ. ଅବଦୁଲ କଲାମଗୋପବନ୍ଧୁ ଦାସମହାପାତ୍ର ନୀଳମଣି ସାହୁଭାବନା କାନ୍ତଜଗନ୍ନାଥ ମନ୍ଦିରକଟକସାରଳା ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମନୋଜ ଦାସପରି ମଣିଓଡ଼ିଶାର ଲୋକନୃତ୍ୟବାଜି ରାଉତଲକ୍ଷ୍ମୀକାନ୍ତ ମହାପାତ୍ରମଧୁସୂଦନ ଦାସଭାରତସୁରେନ୍ଦ୍ର ମହାନ୍ତିପଠାଣି ସାମନ୍ତରଜଶାନ୍ତନୁ କୁମାର ଆଚାର୍ଯ୍ୟପ୍ରତିଭା ରାୟମେଘା ବର୍ମନଓଡ଼ିଆ ସାହିତ୍ୟର ଇତିହାସବନ୍ଦେ ଉତ୍କଳ ଜନନୀଗୁରୁ ପ୍ରସାଦ ମହାନ୍ତିନନ୍ଦିନୀ ଶତପଥୀଜଗନ୍ନାଥ ଦାସନବକଳେବରଗାନ୍ଧାରୀ (ମହାଭାରତ)ଭଗବତ ଗୀତାମହାତ୍ମା ଗାନ୍ଧୀକାଳିନ୍ଦୀ ଚରଣ ପାଣିଗ୍ରାହୀନିଜାମୀ ବନ୍ଧୁଉପେନ୍ଦ୍ର ଭଞ୍ଜକନକ ମଞ୍ଜରୀ ମହାପାତ୍ରଗିଢାଗୋଦାବରୀଶ ମହାପାତ୍ରଫତୁରାନନ୍ଦମଧୁସୂଦନ ରାଓବିଜ୍ଞାନଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିଓଡ଼ିଶାର ଇତିହାସଜ୍ଞାନପୀଠ ପୁରସ୍କାର🡆 More