କଲେରା

କଲେରା ମାନବ କ୍ଷୁଦ୍ର ଅନ୍ତନଳୀରେ ଜୀବାଣୁ ଭିବ୍ରିଓ କଲେରିର କେତେକ ପ୍ରଜାତିଦ୍ୱାରା ହେଉଥିବା ରୋଗର ନାମ । ଓଡ଼ିଆରେ ଏହାକୁ ବିସୂଚିକା, ଓଲାଉଠା, ମହାମାରୀ ଓ ହଇଜା ନାମ ମଧ୍ୟ ଦିଆଯାଇଛି । ଏହାର ଲକ୍ଷଣ: ସାମାନ୍ୟରୁ ଗମ୍ଭୀର ଧରଣର ହୋଇପାରେ, କିଛି ବି ନ ହୋଇପାରେ । ସ୍ୱାଭାବିକ ଲକ୍ଷଣ ମଧ୍ୟରେ ବ‌ହୁତ ପରିମାଣର ପାଣିଭଳି ତରଳ ଝାଡ଼ା କିଛି ଦିନ ହୁଏ । ବାନ୍ତି ଓ ମାଂସପେଶୀ କ୍ରାମ୍ପ ହୋଇପାରେ । ଅତ୍ୟଧିକ ତରଳ ଝାଡ଼ା ହେଲେ କିଛି ଘଣ୍ଟା ମଧ୍ୟରେ ଗମ୍ଭୀର ନିର୍ଜଳନ ଓ ଇଲେକ୍ଟ୍ରୋଲାଇଟ ଅସନ୍ତୁଳନ ହୁଏ । ଏହାଦ୍ୱାରା ଆଖି କୋଟରଗତ ହୁଏ, ଚର୍ମ ଥଣ୍ଡା ହୁଏ ତ‌ଥା ଇଲାସ୍ଟିସିଟି କମିଯାଏ ଏବଂ ହାତ ଓ ପାଦର ଚର୍ମ କୁଞ୍ଚିତ ହୋଇଯାଏ । ନିର୍ଜଳନ ଯୋଗୁ ଚର୍ମ ନୀଳ ହୋଇଯାଏ ଯାହାକୁ ସ୍ୟାନୋସିସ (cyanosis) କୁହାଯାଏ । ଜୀବାଣୁ ପ୍ରବେଶ ପରଠାରୁ ୨ ଘଣ୍ଟାରୁ ୫ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ ।

କଲେରା
କଲେରା
ଏଲେକ୍ଟ୍ରନ ଅଣୁବୀକ୍ଷଣ ଯନ୍ତ୍ରରେ ଭିବ୍ରିଓ କଲେରା ଜୀବାଣୁ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦A00.
ଆଇସିଡ଼ି-୯-ସିଏମ୍001
ରୋଗ ଡାଟାବେସ29089
ମେଡ଼ିସିନ-ପ୍ଲସ000303
ଇ-ମେଡ଼ିସିନmed/351
Patient UKକଲେରା
MeSHD002771
କଲେରା ଭିଡିଓ

ଅନେକ ପ୍ରକାର ଭିବ୍ରିଓ କଲେରି ଜୀବାଣୁର ପ୍ରଜାତିଦ୍ୱାରା କଲେରା ରୋଗ ହୁଏ; କେତେକ ପ୍ରଜାତି ଅନ୍ୟ ପ୍ରଜାତି ଅପେକ୍ଷା ଗମ୍ଭୀର ଧରଣର ରୋଗ କରନ୍ତି । ଅଧିକାଂଶ କ୍ଷେତ୍ରରେ ଜଳ ଓ ଖାଦ୍ୟରେ ଜୀବାଣୁ ମିଶ୍ରିତ ମଳ ଅପମିଶ୍ରିତ ଥିଲେ ଏହି ରୋଗ ବ୍ୟାପେ । ଉତ୍ତମରୁପେ ରନ୍ଧାଯାଇନଥିବା ସାମୁଦ୍ରିକ ଖାଦ୍ୟ ଏହି ରୋଗର ସାଧାରଣ ଉତ୍ସ । ମାନବ ଏକମାତ୍ର ପ୍ରାଣୀ ଯାହାକୁ ଏହି ରୋଗ ହୁଏ । ଅପରିଚ୍ଛନତା, ଅଶୁଦ୍ଧ ପାନୀୟ ଜଳ ଓ ଦାରିଦ୍ର୍ୟ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ମଳ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଶୀଘ୍ର ନିର୍ଣ୍ଣୟ ନିମନ୍ତେ ଡିପସ୍ଟକ ପରୀକ୍ଷା ମିଳୁଛି କିନ୍ତୁ ଏହା ସଠିକ ନୁହେଁ ।

ଉନ୍ନତ ପରିଚ୍ଛନ୍ନତା ଓ ବିଶୁଦ୍ଧ ଜଳ ଯୋଗାଣଦ୍ୱାରା ଏହି ରୋଗ ପ୍ରତିରୋଧ କରାଯାଇପାରିବ । କଲେରା ଟିକା ପାଟିରେ ଦିଆହୋଇଥିଲେ ପ୍ରାୟ ୬ମାସ ଧରି ସୁରକ୍ଷା ଦିଏ । ଏହାଦ୍ୱାରା ତରଳ ଝାଡ଼ା କରାଉଥିବା ଅନ୍ୟ ଏକ ଜୀବାଣୁ ଇ. କୋଲାଇଠାରୁ ମଧ୍ୟ ରକ୍ଷା ମିଳିଥାଏ । ଏହାର ପ୍ରାଥମିଲ ଚିକିତ୍ସା: ପାଟିରେ ତରଳ ପଦାର୍ଥ ସ‌ହିତ ସାମାନ୍ୟ ମିଠା ଓ ଲୁଣିଆ ଦ୍ରବଣ ଦେଇ ପୁନର୍ଜଳନ (rehydration) କରାଯାଏ । ପେଜ ଓ ତୋରାଣି ଆଦି ଦେବାକୁ ପସନ୍ଦ କରାଯାଏ । ପିଲାମାନଙ୍କୁ ଜିଙ୍କ ସପ୍ଲିମେଣ୍ଟ ଦେଲେ ଉପକାର ହୁଏ । ଗମ୍ଭୀର ସମସ୍ୟା ଜନ‌କ କଲେରା ଥିଲେ ଶୀରାମାଧ୍ୟମ ତରଳ ପଦାର୍ଥ ଯେପରିକି ରିଙ୍ଗର ଲାକ୍ଟେଟ ଦରକାର ହୁଏ ଓ ଆଣ୍ଟିବାୟୋଟିକ ଉପକାରୀ ହୁଏ । ଜୀବାଣୁ ପ୍ରଜାତି ନିମନ୍ତେ ପରୀକ୍ଷା କରି ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ ଦିଆଯାଇପାରେ ।

ସାରା ପୃଥିବୀରେ ଏକ ହିସାବ ଅନୁସାରେ ୩ରୁ ୫ ନିୟୁତ ଲୋକଙ୍କୁ ଏହି ରୋଗ ଆକ୍ରମଣ କରେ ଓ ସନ ୨୦୧୦ରେ ଏହା ଯୋଗୁ ୫୮,୦୦୦ରୁ ୧,୩୦,୦୦୦ ମୃତ୍ୟୁ ହୋଇଥିଲା । ଏହି ରୋଗକୁ ପାଣ୍ଡେମିକ (ବ୍ୟାପକ ମଡ଼କ ଯାହା ସର୍ବଦା ବିସ୍ତୃତ ସ୍ଥାନରେ ହୁଏ) ଆକାରରେ ବର୍ଗୀକରଣ କରାଯାଇଛି; ଏହା ବିକଶିତ ଦେଶମାନଙ୍କରେ କ୍ୱଚିତ ଦେଖାଯାଉଛି । ପିଲାମାନେ ଅଧିକ ରୋଗ ଭୋଗନ୍ତି । କଲେରା ଉଭୟ ଏପିଡେମିକ ଓ ଏଣ୍ଡେମିକ ଆକାରରେ ଦେଖାଯାଏ । ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆରେ ଏହାର ସଙ୍କଟ ପ୍ରଚଳିତ ଅଛି । ସାଧାରଣତଃ ୫ % ରୋଗୀ ମୃତ୍ୟୁମୂଖରେ ପତିତ ହୁଅନ୍ତି କିନ୍ତୁ ଚିକିତ୍ସା ସୁବିଧା ନ ଥିବା ସ୍ଥାନମାନଙ୍କରେ ମୃତ୍ୟୁ ହାର ୫ % ହୋଇପାରେ । ଖ୍ରୀ:ପୂ; ୫ମ ଶତାବ୍ଦୀରେ ଏହି ରୋଗ ହେଉଥିବାର ବର୍ଣ୍ଣନା ସଂସ୍କୃତରେ ଅଛି । ଜନ ସ୍ନୋ ସନ ୧୮୪୯ରୁ ୧୮୫୪ ମଧ୍ୟରେ ଏହି ରୋଗକୁ ଅନୁଶୀଳନ କରି ଲିପିବଦ୍ଧ କରିଛନ୍ତି ଯାହା ଯୋଗୁ ରୋଗାନୁଶୀଳନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି ।


ଚିହ୍ନ ଓ ଲକ୍ଷଣ

କଲେରା 
କଲେରା ରୋଗୀର କୁଞିତ ଚମ ଓ କୋରଡ଼ିଆ ଆଖି

କଲେରାର ପ୍ରାଥମିକ ଲକ୍ଷଣ : - ଯନ୍ତ୍ରଣା ବିହୀନ ପାଣି ଭଳି ଅତ୍ୟଧିକ ତରଳ ଝାଡ଼ା ଓ ବାନ୍ତି । ସଂକ୍ରମିତ ଖାଦ୍ୟ ଖାଇବାର ଅଧା ଦିନଠାରୁ ୫ ଦିନ ମଧ୍ୟରେ କଲେରା ଲକ୍ଷଣ ଆରମ୍ଭ ହୋଇଯାଏ । ଓଡ଼ିଆରେ ଚାଉଳ ଧୁଆ ପାଣି ଭଳି ଝାଡ଼ା ହେବା ବର୍ଣ୍ଣନା କରାଯାଇଥାଏ ଓ ମାଛ ଭଳି ଗନ୍ଧ ହୁଏ । ୧୦ରୁ ୨୦ ଲିଟର ତରଳ ଝାଡ଼ା ଗୋଟିଏ ଦିନରେ ହୋଇପାରେ ଓ ଏହାର ପରିଣତି ଭୟାବହ ହୁଏ । ଗୋଟିଏ ରୋଗୀଠାରୁ ୩ରୁ ୧୦୦ ଲୋକ ସଂକ୍ରମିତ ହେବା ସମ୍ଭାବନା ଥାଏ କିନ୍ତୁ ଏମାନେ ଲକ୍ଷଣ ବିହୀନ ରହନ୍ତି । ଅତ୍ୟଧିକ ଜଳାଭାବ ଯୋଗୁ ରୋଗୀର ଚମ ନୀଳ- ପାଉଁଶିଆ ଦେଖାଯାଏ, ତେଣୁ ଏହାକୁ 'ନୀଳ ମୃତ୍ୟୁ' ଡାକ ନାମ ଦିଆ ଯାଇଛି ।

କଲେରା 
କଲେରାରେ ହେଉଥିବା ଝାଡ଼ାର ରଙ୍ଗ

ଅତ୍ୟଧିକ ଝାଡ଼ା ଚିକିତ୍ସା ନ କଲେ ନିର୍ଜଳନ ଓ ଅଣୁ ଅସନ୍ତୁଳନ ହୁଏ ।
ନିର୍ଜଳନ ଲକ୍ଷଣ : - କମ୍ ରକ୍ତ ଚାପ, ଜଳ କମିଯିବା ଯୋଗୁ ଚମ କୁଞିତ ହୋଇଯାଏ, ଆଖି କୋଟର ଭଳି ହୁଏ ଓ ନାଡ଼ିର ଗତି ତୀବ୍ର ହୋଇଯାଏ ।

କାରଣ

କଲେରା 
କଲେରା ରୋଗ ସୃଷ୍ଟିକାରୀ ଭିବ୍ରିଓ କଲେରି ଜୀବାଣୁ

କଲେରା ରୋଗୀର ମଳରୁ ଜୀବାଣୁ ବାହାରି ଖାଦ୍ୟ ଓ ଜଳକୁ ପ୍ରଦୂଷିତ କରନ୍ତି । ପୋଖରୀ, ନଈ ପାଣିରେ ରୋଗୀର ଲୁଗାପଟା ଧୋଇବାଦ୍ୱାରା ଜଳ ପ୍ରଦୂଷିତ ହୁଏ । ଏହି ଜୀବାଣୁ ପ୍ରକୃତିରେ ମଧ୍ୟ ବଞ୍ଚି ରହନ୍ତି ।

ସୁଗ୍ରାହିତା (Susceptibility)

ଜଣେ ସୁସ୍ଥ ଲୋକ ୧୦୦ ନିୟୁତ ଜୀବାଣୁ ଖାଇଲେ କଲେରା ରୋଗ ହୁଏ । ଲୋକର ପାକସ୍ଥଳୀରେ ଔଷଧ ଖାଇବା ଯୋଗୁ ଏସିଡ ପରିମାଣ କମ ଥିଲେ ଅଲ୍ପ ଜୀବାଣୁଦ୍ୱାରା ରୋଗ ହୋଇପାରେ । ଦୁଇରୁ ଚାରି ବର୍ଷ ବୟଷର ପିଲାଙ୍କୁ ଏ ରୋଗ ଅଧିକ ହୁଏ । ଟା ଇପ 'ଓ' ରକ୍ତ ଗ୍ରୁପ ଥିବା ଲୋକର ମଧ୍ୟ ରୋଗ ସମ୍ଭାବନା ଅଧିକ ଥାଏ । ଏଡସ୍ ଓ ଅପ‌ପୁଷ୍ଟି ଭୋଗୁଥିବା ଲୋକର କଲେରା ଅଧିକ ହୁଏ । ଏହା ବ୍ୟତୀତ ଯେ କୌଣସି ଲୋକ‌କୁ ମଧ୍ୟ ରୋଗ ହୋଇପାରେ ଓ ତାହାର ଝାଡ଼ାର ପରିମାଣ ଉପରେ ରୋଗର ଭୟାବହତା ନିର୍ଭର କରେ ।

ସଂକ୍ରମଣ

ବିକଶୀତ ଦେଶମାନଙ୍କରେ ସମୁଦ୍ରି ଖାଦ୍ୟ ଖାଇବାଦ୍ୱାରା ଓ ବିକାଶଶୀଳ ଦେଶମାନଙ୍କରେ ସଂକ୍ରମିତ ଜଳଦ୍ୱାରା କଲେରା ବ୍ୟାପେ । ମଣିଷ ଛଡ଼ା ସେଲ ଫିସ (Shellfish) ଓ ପ୍ଲାନ୍କଟନ (:en:Plankton|]]) ଜୀବଙ୍କୁ କଲେରା ହୁଏ ।
ଜଣେ ଲୋକ‌କୁ କଲେରା ରୋଗ ହେବା ନିମନ୍ତେ ଆଉ ଜଣେ କଲେରା ରୋଗୀ ଦାୟୀ । ରୋଗୀର ମଳଦ୍ୱାରା ଖାଦ୍ୟ ଓ ଜଳ ଉତ୍ସ ପ୍ରଦୂଷିତ ହୁଏ ଓ ତାହାଦ୍ୱାରା ଆଉ ଜଣେ ଲୋକ‌କୁ ରୋଗ ଡିଏଁ । ପ୍ରଦୂଷିତ ଜଳ ଓ ଖାଦ୍ୟ ଖାଇବାଦ୍ୱାରା ସୁସ୍ଥ ଲୋକ‌ ଦେହକୁ ଜୀବାଣୁ ଯାଏ ଓ ରୋଗ ହୁଏ । ସିଧା ସଳଖ ରୋଗୀଠାରୁ କଲେରା ଡିଏଁ ନାହିଁ ବା ଅତି କ୍ୱଚିତ ଡିଏଁ ।

ବ୍ୟାପିବା କୌଶଳ (mechanism)

କଲେରା 
କାଳ କଲେରାକୁ ଆଣୁଥିବା ଛବି Le Petit Journal (1912)

ଅଧିକାଂଶ ଜୀବାଣୁ ଖାଦ୍ୟ ସାଥିରେ ପାକସ୍ଥଳୀକୁ ଯିବା ପରେ ସେଠାରେ ଥିବା ଅମ୍ଳରେ (Acid) ବଞ୍ଚି ପାରନ୍ତି ନାହିଁ । ଅଳ୍ପ କେତେକ ଜୀବାଣୁ ସେମାନଙ୍କ ଶକ୍ତି ଓ ଖାଦ୍ୟ ସଞ୍ଚୟ କରି ପାକସ୍ଥଳୀ ପାର ହୋଇ ଯାଆନ୍ତି । ଏହି ତିଷ୍ଠି ରହିଥିବା ଭିବ୍ରିଓ କଲେରି କ୍ଷୁଦ୍ର ଅନ୍ତ ନଳୀରେ ପ‌ହଞ୍ଚି ତାହା ଭିତରେ ଫମ୍ପା ସିଲିଣ୍ଡର ଭଳି ଫ୍ଳାଜେଲିନ (କର୍କ ସ୍କ୍ରୁ ଆକାର) ସୃଷ୍ଟି କରେ ଓ ତାହା ମଧ୍ୟରୁ ଫ୍ଲାଜେଲା ତିଆରି କରି ତାହା ସାହାଯ୍ୟରେ ଅନ୍ତ ନଳୀର ମ୍ୟୁକୋସା ଭିତରେ ପ୍ରବେଶ କରେ ।
ଥରେ ମ୍ୟୁକୋସାରେ ପ୍ରବେଶ କରିବା ପରେ ଫ୍ଲାଜେଲା ଅନାବଶ୍ୟକ ହୁଏ । ଜୀବାଣୁ ମ୍ୟୁକୋସା ଭିତରେ ପଶି ବିଷାକ୍ତ (Toxin) ପଦାର୍ଥ ତିଆରି କରେ ଯାହାର ପ୍ରତିକ୍ରିୟା ଫଳରେ ପାଣି ଭଳି ତରଳ ଝାଡ଼ା ହୁଏ । ଏହି ଝାଡ଼ା ସ‌ହ ନୂଆ ସୃଷ୍ଟି ହୋଇଥିବା ଜୀବାଣୁ ବାହାରି ଜଳ ଉତ୍ସରେ (ଯେଉଁଠାରୁ ଲୋକମାନେ ପାଣି ନେଇ ପିଅନ୍ତି) ମିଶି ସୁସ୍ଥ ଲୋକ‌କୁ ଆକ୍ରମଣ କରେ ।

ରୋଗ ନିର୍ଣ୍ଣୟ

କଲେରା ଜୀବାଣୁ ଉପସ୍ଥିତି ଶୀଘ୍ର ଜାଣିବା ନିମନ୍ତେ ଗୋଟିଏ ଡିପ ଟେଷ୍ଟ (Dip Test) କରାଯାଏ । ପରୀକ୍ଷାରେ ପଜିଟିଭ ହେଲେ ଜୀବାଣୁର ଆଣ୍ଟିବାୟୋଟିକ୍ ସମ୍ବେଦନଶୀଳତା ପରୀକ୍ଷା କରାଯାଏ । ବ୍ୟାପକ ରୋଗ ହେଉଥିବା ବେଳେ ଲକ୍ଷଣ ଦେଖି ଚିକିତ୍ସା କରାଯାଏ, ପରୀକ୍ଷା ନିମନ୍ତେ ଅପେକ୍ଷା କରାଯାଏ ନାହିଁ ।
କୌଣସି ଆଣ୍ଟିବାୟୋଟିକ ଦେବେ ପୂର୍ବରୁ ଝାଡ଼ା ବା ସ୍ୱାବ ନେଇ ଲାବୋରେଟରୀରେ ଜୀବାଣୁ ନିମନ୍ତେ ପରୀକ୍ଷା କରାଯାଏ । ସାଧାରଣତଃ ଭି କଲେରି ୦୧ ଜୀବାଣୁଦ୍ୱାରା କଲେରା ହୁଏ, ଭି କଲେରୀ ୦୧୩୯ଦ୍ୱାରା ମଧ୍ୟ ରୋଗ ହୁଏ ।
ବିଶେଷ ମିଡିଆରେ ଜୀବାଣୁ କଲଚର କରାଯାଏ ।

ଏନରିଚମେଣ୍ଟ ମିଡିଆ

୧ ଆଲକାଲାଇନ ପେପଟୋନ ଜଳ ପି.ଏଚ ୮.୬ (Alkaline peptone water at pH 8.6)
୨ ମନସୁର ଟରୋକୋଲେଟ ଟେଲ୍ୟୁରା ଇଟ ଜଳ ପି.ଏଚ. ୯.୨ (Monsur's taurocholate tellurite peptone water at pH 9.2)

ପ୍ଲେଟ ମିଡିଆ

  1. ଆଲକାଲାଇନ ବାଇଲ ସଲ୍ଟ ଅଗର
  2. ଜି.ଟି.ଟି. ଅଗର
  3. ଟି.ସି.ବି.ଏସ. ମିଡିଅମ

କଲେରା ଜୀବାଣୁ ଦେଖିବା ନିମନ୍ତେ ସିଧା ସଳଖ ଅଣୁବିକ୍ଷଣ ଯନ୍ତ୍ରରେ କେଖିଲେ ଜଣାପଡ଼େ ନାହିଁ । ଏନରିଚମେଣ୍ଟ ମିଡିଆରେ ରଖିବା ପରେ ଦେଖିଲେ ଜଣା ପଡ଼େ ।

ପ୍ରତିଷେଧ

କଲେରା 
କଲେରା ଡାକ୍ତରଖାନା, ଢାକା,ରେ ଥିବା କଲେରା ବିଛଣା

କଲେରା ପ୍ରାଣ ଘାତକ ରୋଗ ହେଲେ ମଧ୍ୟ ଉପଯୁକ୍ତ ସ୍ୱାସ୍ଥ୍ୟରକ୍ଷା ଓ ବିଶୋଧନ ପ୍ରଣାଳୀ ଅବଲମ୍ବନ କରି ରୋଗକୁ ରୋକାଯାଇପାରେ। ବିକଶିତ ଦେଶମାନଙ୍କରେ ବିଶୁଦ୍ଧ ଜଳ ଯୋଗାଣ (universal advanced water treatment) ଓ ସ୍ୱାସ୍ଥ୍ୟ ସମ୍ଭନ୍ଧରେ ସଚେତନତା ହେତୁ କଲେରା ଆଉ ଭୟାବହ ରୋଗ ହୋଇ ନାହିଁ । ଆମେରିକାରେ ଶେଷଥର ନିମନ୍ତେ ୧୯୧୦-୧୧ ମସିହାରେ କଲେରା ହୋଇଥିଲା । ନିମ୍ନରେ ପ୍ରଦତ୍ତ କେତେକ ତଥ୍ୟ ପ୍ରତି ଧ୍ୟାନ ଦେଲେ କଲେରା ରୋଗକୁ ରୋକାଯାଇ ପାରିବ ।

  • ନିର୍ଜୀବାଣୁ କରଣ (Sterilisation): କଲେରା ରୋଗୀର ଶରୀର ନିର୍ଗତ ସମସ୍ତ ପଦାର୍ଥ, ଲୁଗା ଓ ବିଛଣା ଇତ୍ୟାଦିରେ କଲେରା ଜୀବାଣୁ ଥାଆନ୍ତି । ଏହି ସବୁକୁ ଗରମ ପାଣିରେ ଧୋଇବା ଆବଶ୍ୟକ । ବ୍ଲିଚିଙ୍ଗ ପାଉଡରଦ୍ୱାରା ଜଳ ବିଶୋଧନ ଆବଶ୍ୟକ । ରୋଗୀର ଲୁଗା, ବିଛଣା ଇତ୍ୟଦି ଜିନିଷକୁ ହାତରେ ଧରୁଥିବା ଲୋକର ହାତ ଭଲରୁପେ ଆଣ୍ଟିସେପ୍ଟିକ ଲୋସନଦ୍ୱାରା ଧୋଇବା ଆବଶ୍ୟକ ।
  • ଦୂଷିତ ଜଳବାହୀ ନାଳକୁ କ୍ଲୋରିନ, ଓଜୋନ ବା ଅଲ୍ଟ୍ରାଭାୟୋଲେଟଦ୍ୱାରା ବିଶୋଧନ କରାଯାଏ ।
  • ଜଳ ଉତ୍ସ ବିଷୟରେ ସଚେତନତା ଅତି ଆବଶ୍ୟକ । ପ୍ରଦୂଷଣର କୌଣସି ସମ୍ଭାବନା ଥିଲେ ଉପଯୁକ୍ତ ବିଶୋଧନ ଆବଶ୍ୟକ ।
  • ଜଳ ବିଶୋଧନ: ପିଇବା, ଧୋଇବା ଓ ରାନ୍ଧିବା ଜଳ ବିଶୋଧନ ନିମନ୍ତେ ଫୁଟା ପାଣି, କ୍ଲୋରିନେସନ, ଓଜୋନ ଟ୍ରିଟମେଣ୍ଟ, ଅଲ୍ଟ୍ରାଭାୟୋଲେଟ ବିଶୋଧନ ଓ ଜୀବାଣୁନାଶକ ପଦାର୍ଥ ବ୍ୟବ ହାର କରାଯାଏ । ଲୁଗା ଓ ସାଢ଼ୀ ଭଲ ଭାବରେ ଧୋଇଲେ ସଂକ୍ରମଣ ଆଶଙ୍କା ରହିବ ନାହିଁ ।

ତିକ୍ଷ୍ନ ଦୃଷ୍ଟି

ସବୁ ସ୍ଥାନରେ କଲେରା ରୋଗୀ ଉପସ୍ଥିତି ପ୍ରତି ତୀକ୍ଷ୍ନ ଦୃଷ୍ଟି ରଖି ଜନ ସାଧାରଣ, ମିଡିଆ ତଥା ସରକାରୀ କଳ ସରକାରଙ୍କୁ ଜଣେଇବା ଆବଶ୍ୟକ । ଓଡ଼ିଶାରେ ବର୍ଷା ଋତୁରେ କଲେରା ପ୍ରତି ବର୍ଷ ହୁଏ । ମହାମାରୀ ହେବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରେ । ସୁତରାଂ କଲେରା ପ୍ରବଣ ଇଲାକାରେ ତୀକ୍ଷ୍ନ ନ‌ଜର ରଖିବା ଓ ଖବର ରଖିବା ନିତାନ୍ତ ଆବଶ୍ୟକ, ଯାହାଦ୍ୱାରା ଏହି ରୋଗକୁ ଭୟାବହ ହେବାରୁ ରୋକି ହେବ ।

ଟିକା

କଲେରା 
Preventive inoculation against cholera in 1966

କଲେରା ରୋଗ ନ ହେବା ନିମନ୍ତେ ଅନେକ ଗୁଡ଼ିଏ ଫଳପ୍ରଦ ଓ ବିପଦମୁକ୍ତ ଟୀକା ଅଛି କିନ୍ତୁ ସେ ଗୁଡ଼ିକ ୧୦୦ % ଉପକାରୀ ନୁହେଁ । ଡୁକୋରାଲ ଟୀକା ପ୍ରଥମ ବର୍ଷ ୫୨ % ଓ ଦ୍ୱିତୀୟ ବର୍ଷ ୬୨% ଫଳପ୍ରଦ ହୁଏ । ଏହା ପାଟିରେ ଦିଆଯାଏ । ଇଞ୍ଜେକସନ ଟୀକା ମଧ୍ୟ ଅଛି । ଟୀକା ଗୁଡ଼ିକ ମୂଖ୍ୟତଃ ପିଲାମାନଙ୍କୁ ଓ ଏଚ.ଆଇ.ଭି. ଥିବା ଲୋକଙ୍କୁ ଦେବା ଉଚିତ ।

ଶାଢ଼ୀ ଛଣା

ପରିସ୍କାର ଶାଢ଼ୀକୁ ୪ରୁ ୮ ଭାଙ୍ଗ କରି ତାହା ମଧ୍ୟ ଦେଇ ପାଣି ଛାଣିଲେ ଗୋଟିଏ ସାଧାରଣ ଫିଲଟର ଭଳି କାମ କରେ, ଏହା ଗରିବ ଲୋକମାନେ ବ୍ୟବହାର କଲେ ଭିବ୍ରିଓ କଲେରୀ ଜୀବାଣୁ ସଂଖ୍ୟା କମିଯିବ । ମାଆମାନେ ମଇଳା ଶାଢ଼ୀ ବ୍ୟବ‌‌ହାର କଲେ ପିଲାଙ୍କୁ ଓଲଟା ରୋଗ ହେବ । ସୁତରାଂ ସାବଧାନ ରହିବା ଦରକାର ।

ଚିକିତ୍ସା

କଲେରା 
Cholera patient being treated by medical staff in 1992

ଡବ୍ଲ୍ୟୁ.ଏଚ.ଓ. ଉପଦେଶ ଅନୁସାରେ ତରଳ ଝାଡ଼ାର ଯେ କୌଣସି କାରଣ ଥାଉ ପଛେ ବାରମ୍ବାର ଖାଇବାଦ୍ୱାରା ଅନ୍ତ ନଳୀ ରୋଗ ଶୀଘ୍ର ଆରୋଗ୍ୟ ହୁଏ । ଶିଶୁକୁ ଝାଡ଼ା ହେଲେ ସ୍ତନ ପାନ ଚାଲୁ ରଖିବା ଆବଶ୍ୟକ । ବଡ଼ ପିଲା ଓ ବୟସ୍କମାନେ ମଧ୍ୟ ବାରମ୍ବାର ଖାଇବା ଆବଶ୍ୟକ ।

ତରଳ ପାନୀୟ

ଓରାଲ ରିହାଇଡ୍ରେସନ ଥେରାପି ଗୋଟିଏ ନିରାପଦ କାର୍ଯ୍ୟକ୍ଷମ ଚିକିତ୍ସା ଯାହା ସହଜରେ କଲେରା ରୋଗୀଙ୍କୁ ଦିଆ ଯାଇପାରେ । ଗ୍ଲୁକୋଜ ଅପେକ୍ଷା ରୋରାଣି ଅଧିକ ଉପକାରୀ । ସାଂଘାତିକ ରୋଗୀଙ୍କୁ ପାଟିରେ ନ ଦେଇ ଶୀରା ବାଟ ଦେଇ ଇଞ୍ଜେକସନଦ୍ୱାରା ଗ୍ଲୁକିଜ ସାଲାଇନ ଓ ରିଙ୍ଗର ଲାକ୍ଟେଟ ଦିଆଯାଏ । ରୋଗ ଭଲ ହେବା ପାର୍ଯ୍ୟନ୍ତ ଏହା ଦିଆଯାଏ । ପ୍ରଥମ ୨ ବା ଚାରି ଘଣ୍ଟା ମଧ୍ୟରେ ଦେହ ଓଜନର ୧୦% ତରଳ ପଦାର୍ଥ ଦିଆଯାଏ । ବାଙ୍ଗଲା ଦେଶ ସ୍ୱାଧୀନତା ସଂଗ୍ରାମରେ ଏହି ଭଳି ଦେଇ ବହୁତ ଉପକାର ମିଳିଥିଲା ।
କିଣା ଔଷଧ ମହଙ୍ଗା ହେଲେ ଘରେ ଏକ ଲିଟର ଫୁଟା ପାଣିରେ ଅଧ ଚାମଚ ଲୁଣ, ଛଅ ଚାମଚ ଚିନି ଓ କଦଳୀ ଚକଟା ମିଶେଇ ଦିଆଯାଇ ପାରେ ।

ଇଲେକ୍ଟ୍ରୋଲାଇଟ

ରକ୍ତରେ ଏସିଡ ମାତ୍ରା ବଢିଗଲେ ଏସିଡୋସିସ (acidosis) ନାମ ଦିଆଯାଏ, ଏଥିରେ ଉଦ୍‌ଜାନ ଆୟନ୍ ଅଧିକ ଥାଏ। କଲେରା ଆରମ୍ଭରେ ଏସିଡୋସିସ ଥିବାରୁ ପଟାସିୟମ ମାତ୍ରା ସାଧାରଣ ଥାଏ । ନିର୍ଜଳନ ଅବସ୍ଥାକୁ ସୁଧାରିବାକୁ ତରଳ ପଦାର୍ଥ ଦେବା ପରେ ପଟାସିୟମ ମାତ୍ରା ଦ୍ରୁତ ଗତିରେ କମିବାକୁ ଲାଗେ ।

ଆଣ୍ଟିବାୟୋଟିକ

ଆଣ୍ଟିବାୟୋଟିକ ଦିନେରୁ ତିନି ଦିନ ଦେଲେ ରୋଗ ଭୋଗ ସମୟ କମିଯାଏ ଓ ତାର ଭୟାବହତା କମିଯାଏ । ଏଥି ଯୋଗୁ ତରଳ ପଦାର୍ଥ ଦେବା ଆବଶ୍ୟକତା କମିଯାଏ । ଅନ୍ୟ ପକ୍ଷରେ ଯଥେଷ୍ଟ ତରଳ ପଦାର୍ଥ ଦେଲେ ଆଣ୍ଟିବାୟୋଟିକ ବିନା ରୋଗ ଭଲ ହୋଇଯାଏ । ଡକ୍ସିସାଇକ୍ଲିନ ଏକ ପ୍ରଥମ ଧାଡ଼ି ଚିକିତ୍ସା ଯଦିଓ କେତେକ ଭିବ୍ରିଓ ତାହାକୁ ବାଧା ଦିଅନ୍ତି । ମହାମାରୀ ସମୟରେ ସେନ୍ସିଟିଭିଟି ପରୀକ୍ଷା କଲେ ଭବିଷ୍ୟତରେ କି ଔଷଧ ଦିଆଯିବ ଜଣାପଡ଼ିଯାଏ । ଅନ୍ୟ ଔଷଧମାନଙ୍କ ମଧ୍ୟରେ କଲୋଟ୍ରାଇମୋକ୍ସାଜୋଲ, ଏରିଥ୍ରୋମାଇସିନ, ଟେଟ୍ରାସାଇକ୍ଲିନ, କ୍ଲୋରାମ୍ଫେନିକଲ, ଫ୍ୟୁରାଜୋଲିଡନ ଓ ନରଫ୍ଲୋକ୍ସାସିନ ଦିଆଯାଏ ।

ଆଧାର

ବାହାର ଲିଙ୍କ

Tags:

କଲେରା ଚିହ୍ନ ଓ ଲକ୍ଷଣକଲେରା କାରଣକଲେରା ବ୍ୟାପିବା କୌଶଳ (mechanism)କଲେରା ରୋଗ ନିର୍ଣ୍ଣୟକଲେରା ପ୍ରତିଷେଧକଲେରା ଚିକିତ୍ସାକଲେରା ଆଧାରକଲେରା ବାହାର ଲିଙ୍କକଲେରାen:cyanosisଜୀବାଣୁତରଳ ଝାଡ଼ାବାନ୍ତି

🔥 Trending searches on Wiki ଓଡ଼ିଆ:

୩ ଅଗଷ୍ଟ୮ ଫେବୃଆରୀGlobe ruptureତପସ୍ୱିନୀଜଗନ୍ନାଥ ଦାସଅଷ୍ଟ୍ରେଲିଆକୋଣାର୍କ ସୂର୍ଯ୍ୟ ମନ୍ଦିରଦାମୋଦର ରାଉତଇସଲାମ ଧର୍ମ୧୯୫୩୧୯୭୦ମହମ୍ମଦଖପୁରୀ କଣା ଅସ୍ତ୍ରୋପଚାରଶବ୍ଦ (ପଦ)ଚୈତ୍ରନକ୍ସଲବାଦକାଳୀଚରଣ ପଟ୍ଟନାୟକମାଗୁଣି ଚରଣ ଦାସଉତ୍କଳ ବ୍ରାହ୍ମଣଓଡ଼ିଶାସ୍ୱାମୀ ବିବେକାନନ୍ଦସାରଳା ଦାସପ୍ରତୀକ୍ଷା୨ ଜୁନସମ୍ବଲପୁର ଜିଲ୍ଲାଫେସବୁକ ମେସେଞ୍ଜରସଂସଦୀୟ ଗଣତନ୍ତ୍ରବିଜୁ ଜନତା ଦଳବିଜ୍ଞାନକର୍କଟ ରୋଗରାଜ୍ୟ ସଭା୩୪୩କେନ୍ଦୁଝର ଜିଲ୍ଲାଉଇକିପିଡ଼ିଆରାଜକିଶୋର ରାୟଓଡ଼ିଆ ସାହିତ୍ୟର ଇତିହାସକାନାଡ଼ାଭାନୁଜୀ ରାଓରେଭେନ୍‌ସା କଲିଜିଏଟ ସ୍କୁଲବାଞ୍ଛାନିଧି ମହାନ୍ତିସ୍ଫୁଲିଙ୍ଗ (କବିତା ସଙ୍କଳନ)ମାର୍ଚ୍ଚବେଣୁଧର ରାଉତକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଶୀତଳ ଷଷ୍ଠୀ ଯାତ୍ରାବିଶ୍ୱନାଥ କରକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଅମରପୋଇମୋଗଲ ସାମ୍ରାଜ୍ୟରାଜା ରାମମୋହନ ରାୟବିଜୟ ମିଶ୍ରଉତ୍କଳ ଦିବସଭାଷାମହେଶ ସାହୁଆହେ ଦୟାମୟ ବିଶ୍ୱ ବିହାରୀଗଙ୍ଗା ଦଶହରାବେଲଆଙ୍ଗୋଲାକଲେରାତମନ୍ନା ବ୍ୟାସଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଶକ୍ତି ପୀଠପକ୍ଷପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ🡆 More