ଖବରକାଗଜ ସମାଜ: ଓଡ଼ିଆ ଖବରକାଗଜ

ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ୱାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ୱର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ୱାରା ପରିଚାଳିତ ହେଉଛି । ସୁଶାନ୍ତ କୁମାର ମହାନ୍ତି ଏବେ ସମାଜର କାର୍ଯ୍ୟକାରୀ ସମ୍ପାଦକ ଏବଂ ନିରଞ୍ଜନ ରଥ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।

ସମାଜ
ଖବରକାଗଜ ସମାଜ: ଇତିହାସ, ସାମାଜିକ କାର୍ଯ୍ୟ ଓ ସମ୍ମାନ, ଆଧାର
ମାଲିକଲୋକ ସେବକ ମଣ୍ଡଳ
ପ୍ରତିଷ୍ଠାତାଉତ୍କଳମଣି ଗୋପବନ୍ଧୁ ଦାସ
ପ୍ରକାଶକନିରଞ୍ଜନ ରଥ
ସମ୍ପାଦକସୁଶାନ୍ତ କୁମାର ମହାନ୍ତି
ପ୍ରତିଷ୍ଠିତ୧୯୧୯ ଅକ୍ଟୋବର ୪
ଭାଷାଓଡ଼ିଆ
ମୁଖ୍ୟାଳୟକଟକ
Circulation୩,୦୦,୦୦୦
Sister newspapersସମାଜ ସାପ୍ତାହିକ
ୱେବସାଇଟOfficial website
ମାଗଣା ଅନଲାଇନ ଅଭିଲେଖsamajaepaper.in
ଖବରକାଗଜ ସମାଜ: ଇତିହାସ, ସାମାଜିକ କାର୍ଯ୍ୟ ଓ ସମ୍ମାନ, ଆଧାର
କଟକରେ ଥିବା ସମାଜ କାର୍ଯ୍ୟାଳୟ

ଇତିହାସ

ସମାଜର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଥିଲେ । ସମାଜ ସଂସ୍କାର କାର୍ଯ୍ୟ କରିବା ପାଇଁ ସେ ସାମ୍ବାଦିକତାକୁ ବୃତି ହିସାବରେ ଗ୍ରହଣ କରିଥିଲେ । ପ୍ରଥମେ ସେ 'ସତ୍ୟବାଦୀ' ନାମରେ ଗୋଟିଏ ମାସିକ ପତ୍ରିକା ପ୍ରକାଶ କରୁଥିଲେ । ୧୯୧୯ ମସିହା ଅକ୍ଟୋବର ୧୦ ତାରିଖ ବିଜୟା ଦଶମୀ ଅବସରରେ ସେ ସମାଜ ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ । ସମାଜ ପ୍ରଥମେ ଏକେ ସାପ୍ତାହିକ ଖବରକାଗଜ ରୂପେ ପ୍ରକାଶ ପାଉଥିଲା ଏବଂ କାଳକ୍ରମେ ଏହା ଦୈନିକ ପ୍ରକାଶ ପାଇବାକୁ ଲାଗିଲା | ନିଜେ ଉତ୍କଳମଣି ଗୋପବନ୍ଧୁ ଦାସ ଏହାର ପ୍ରଥମ ସମ୍ପାଦକ ଥିଲେ । ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ ଆଦିଙ୍କ ସହଯୋଗରେ ଗୋପବନ୍ଧୁ ଦାସ ତତ୍କାଳୀନ ଇଁରେଜ ଶାସକଙ୍କ ବିରୁଦ୍ଧରେ ସମାଜରେ ଲେଖୁଥିଲେ ଏବଂ ଏଥି ପାଇଁ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା । ୧୯୨୮ ମସିହାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ପୁର୍ବରୁ ସମାଜକୁ ଲାଲା ଲାଜପତ ରାୟଙ୍କଦ୍ୱାରା ପ୍ରତିଷ୍ଟିତ ଲୋକ ସେବକ ମଣ୍ଡଳକୁ ହସ୍ତାନ୍ତର କରାଯାଇଥିଲା । ସେବେଠାରୁ ଲୋକ ସେବକ ମଣ୍ଡଳ ସମାଜର ପରିଚାଳନା କରିଆସୁଛି । ୧୯୨୮ ମସିହାରେ ଗୋପବନ୍ଧୁ ଦାସଙ୍କ ତିରୋଧାନ ପରେ, ପଣ୍ଡିତ ଲିଙ୍ଗରାଜ ମିଶ୍ର, ସମାଜର ସମ୍ପାଦକ ନିଯୁକ୍ତ ହୋଇଥିଲେ । ୧୯୩୦ ମସିହାରୁ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶ ପାଇବାକୁ ଲାଗିଲା । ୧୯୪୬ ମସିହାରେ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିଯୁକ୍ତ କରାଗଲା ଓ ରାଧାନାଥ ରଥ, ସମାଜର ସମ୍ପାଦନାର ଦାୟିତ୍ୱ ନେଲେ । ୧୯୫୨ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ, ରାଧାନାଥ ରଥ ସକ୍ରିୟ ରାଜନୀତିରେ ଭାଗନେଇ ସମାଜର ସମ୍ପାଦନାରୁ ଦଊରେଇ ରହିଥିଲେ ଓ ୧୯୬୧ ମସିହାରେ ସମାଜର ସମ୍ପାଦନାକୁ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିଥିଲେ । ରାଧାନାଥ ରଥଙ୍କ ପରେ ମନୋରମା ମହାପାତ୍ର, ସମାଜର ସମ୍ପାଦକ ଦାୟିତ୍ୱରେ ରହିଥିଲେ ।

ସମ୍ପାଦକଗଣ

  1. ଗୋପବନ୍ଧୁ ଦାସ (୧୯୧୯ – ୧୯୨୮)
  2. ଲିଙ୍ଗରାଜ ମିଶ୍ର (୧୯୩୧ – ୧୯୪୫)
  3. ରାଧାନାଥ ରଥ (୧୯୪୫ – ୧୯୫୨ ଏବଂ ୧୯୬୧ – ୧୯୯୮)
  4. ମନୋରମା ରଥ (୧୯୯୮ – ୨୦୨୧)
  5. ସୁଶାନ୍ତ କୁମାର ମହାନ୍ତି
  6. ପ୍ରମୋଦ କୁମାର ମହାପାତ୍ର

ସାମାଜିକ କାର୍ଯ୍ୟ ଓ ସମ୍ମାନ

ସମାଜ କ୍ରମେ ନିଜକୁ ଏକ ଖବରକାଗଜରୁ ଏକ ସାମାଜିକ ଅନୁଷ୍ଠାନରେ ପରିବର୍ତିତ କରିସାରିଛି । ଏକ ସ୍ୱାଧୀନତା ପରବର୍ତି ସମୟରେ ଏହା ସମାଜ ସଂସ୍କାର ତଥା ଦେଶ ଗଠନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି । ସମାଜର ଏହି ଗଠନ ମୁଳକ କାର୍ଯ୍ୟ ପାଇଁ ୨୦୦୭ ମସିହାରେ ଏହାକୁ 'ଆଇ.ଏଲ୍.ଏନ୍.ଏ' ସର୍ବୋତ୍କୃଷ୍ଟ ଜାତିୟବାଦି ଖବରକାଗଜ ଭାବରେ ସମ୍ମାନିତ କରାଯାଇଛି । ଏହା ବ୍ୟତିତ ସମାଜର ରିଲିଫ କମିଟି ମଧ୍ୟ ଖୁବ ଉଚ୍ଚକୋଟିର ସମାଜ ସେବା କାର୍ଯ୍ୟ କରିଆସିଛି ।

ଆଧାର

ବାହାର ଲିଙ୍କ

Tags:

ଖବରକାଗଜ ସମାଜ ଇତିହାସଖବରକାଗଜ ସମାଜ ସାମାଜିକ କାର୍ଯ୍ୟ ଓ ସମ୍ମାନଖବରକାଗଜ ସମାଜ ଆଧାରଖବରକାଗଜ ସମାଜ ବାହାର ଲିଙ୍କଖବରକାଗଜ ସମାଜଓଡ଼ିଆ ଭାଷାଓଡ଼ିଶାକଟକକଲିକତାଗୋପବନ୍ଧୁ ଦାସଛୁରିଅନାବାଲେଶ୍ୱରବିଶାଖାପାଟଣାବ୍ରହ୍ମପୁରଭୁବନେଶ୍ୱରରାଉରକେଲାସତ୍ୟବାଦୀ ବନବିଦ୍ୟାଳୟସମ୍ବଲପୁର

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାପାକସ୍ଥଳୀ କର୍କଟପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇମରାଠୀ ଭାଷାବଣ୍ଡା ଜନଜାତିଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଅରିନ୍ଦମ ରାୟଧନୁଯାତ୍ରାବୀଜାଣୁଅହମଦାବାଦଶ୍ୟାମସୁନ୍ଦର କରଦୋହାକୋଷ ଓ ବୌଦ୍ଧ ଗାନବୀର ସୁରେନ୍ଦ୍ର ସାଏଅଷ୍ଟ୍ରେଲିଆଭିକାରୀ ବଳଭାରତ ସରକାରପାରମିତା ଶତପଥୀଗୋପାଳ ଛୋଟରାୟଚେନ୍ନାଇ ଏକ୍ସପ୍ରେସଗ୍ରେଗୋରି ପାଞ୍ଜିମନମୋହନ ସାମଲଅଭିଗମ୍ୟତାପୃଥିବୀଛେଣ୍ଡିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଣ୍ଡାଉଇକିପାଠାଗାରକମ୍ପ୍ୟୁଟରଜୟ ଜଗନ୍ନାଥଅନନ୍ତ ପଟ୍ଟନାୟକଦେବୀପ୍ରସନ୍ନ ପଟ୍ଟନାୟକପ୍ରତିଭା ରାୟବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଓଡ଼ିଶୀପ୍ରତୀକ୍ଷାଯୁକ୍ତରାଷ୍ଟ୍ର ଆମେରିକାଚନ୍ଦ୍ରଶେଖର ରଥବଳରାମ ଦାସଓଡ଼ିଶାର ଭୂଗୋଳପଣସ୧୯୧୮ସ୍ନେହସାରଭାରତର ଜାତୀୟ ପତାକାଶାନ୍ତି ମହାପାତ୍ରଅଞ୍ଜନାସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନକ୍ରସ ସାଇଟ୍ ସ୍କ୍ରିପଟିଂବ୍ରାହ୍ମ ସମାଜକେଶବ କୋଇଲିନରେନ୍ଦ୍ର ମୋଦୀପ୍ରମୁଖ ଅବସାଦ ବେମାରୀଲଣ୍ଠନଭଗବତ ଗୀତାଦାମୋଦର ରାଉତଗୁରୁ କେଳୁଚରଣ ମହାପାତ୍ର ସମ୍ମାନ୭ ଫେବୃଆରୀମୁକ୍ତେଶ୍ଵର ଦେଉଳ୧୪ ସେପ୍ଟେମ୍ବରକଳାହାଣ୍ଡି ଜିଲ୍ଲାଅଗସ୍ତ୍ୟମେନିଞ୍ଜାଇଟିସ୍ତୋ ପାଇଁ ନେବି ମୁଁ ଶହେ ଜନମଯବକ୍ଷାରଜାନୟୁ ଟ୍ୟୁବଡାଇନୋସରଆସ୍ତିକ ନାସ୍ତିକଜର୍ଜିଆ🡆 More