ଜୀବସାର ଖ: ଗୋଟିଏ ଭିଟାମିନ ଗୋଷ୍ଠି

ଜୀବସାର ଖ ବା ଭିଟାମିନ ଖ (ଇଂରାଜୀରେ Vitamin B) ଗୋଟିଏ ଭିଟାମିନ ଗୋଷ୍ଠିର ନାମ । ଏହି ଭିଟାମିନ ଦେହର ଜୀବକୋଷ ବିପାକରେ (metabolism) ସାହାଯ୍ୟ କରେ । ଏହି ଭିଟାମିନମାନଙ୍କର ଏକା ଭଳି ନାମ ଥିଲେ ମଧ୍ୟ ଗବେଷଣାଦ୍ୱାରା ଦେଖାଯାଇଛି, ସେ ସମସ୍ତଙ୍କର ରାସାୟନିକ ଗଠନ ପରଷ୍ପରଠାରୁ ଅଲଗା କିନ୍ତୁ ସମସ୍ତେ ଖାଦ୍ୟରେ ଏକାଠି ଥାଆନ୍ତି । ଏହି ଗୋଷ୍ଠିରେ ଆଠଟି ଭିଟାମିନ ଥାଏ । ସମସ୍ତଙ୍କୁ ବର୍ଣ୍ଣମାଳାର ଗୋଟିଏ ଅକ୍ଷର 'ଖ' ସାଥୀରେ ଗୋଟିଏ ସଂଖ୍ୟା ଦିଆଯାଇଥାଏ, ଯେପରିକି ଖ୧, ଖ&nଖsp;୨ ଇତ୍ୟାଦି ।

ଜୀବସାର ଖ: ଖ ଭିଟାମିନଙ୍କର ନାମ, ଭିଟାମିନ ଖ ଅଭାବ, ଖାଦ୍ୟ ଉତ୍ସ
B vitamin supplement tablets

ଖ ଭିଟାମିନଙ୍କର ନାମ

  • ଭିଟାମିନ ଖ୧ (ଥିଆମିନ/ thiamin)
  • ଭିଟାମିନ ଖ୨ (ରାଇବୋଫ୍ଲାଭିନ/ riboflavin)
  • ଭିଟାମିନ ଖ୩ (ନିଆସିନ ବା ନିଆସିନାମାଇଡ/ niacin or niacinamide)
  • ଭିଟାମିନ ଖ୫ (ପାଣ୍ଟୋଥେନିକ ଏସିଡ/ pantothenic acid)
  • ଭିଟାମିନ ଖ୬ (ପାଇରିଡକ୍ସିନ, ପାଇରିଡକ୍ସାଲ ବା ପାଇରିଡକ୍ସାମିନ/ pyridoxine, pyridoxal, or pyridoxamine, or pyridoxine hydrochloride)
  • ଭିଟାମିନ ଖ୭ (ବାୟୋଟିନ/ Biotin)
  • ଭିଟାମିନ ଖ୯ (ଫୋଲେଟ/ folate)
  • ଭିଟାମିନ ଖ୧୨ (ଅନେକ ପ୍ରକାରର କୋବାଲାମିନ, ସଧାରଣତଃ ସ୍ୟାନୋକୋବାଲାମିନ/ various cobalamins; commonly cyanocobalamin in vitamin supplements)

ଭିଟାମିନ ଖ ଅଭାବ

କେତେକ ଖ ଭିଟାମିନ ଅଭାବ ଜନିତ ଲକ୍ଷଣ ସମୂହକୁ ନିର୍ଦ୍ଦିଷ୍ଟ ରୋଗ ନାମ ଦିଆଯାଇଛି ।

ଜୀବସାର ନାମ ଅଭାବର ପ୍ରଭାବ
ଜୀବସାର ଖ ଥିଆମିନ ଅଭାବରେ ରୋଗ ବେରିବେରି.
ଜୀବସାର ଖ ରାଇବୋଫ୍ଲାଭିନ ଅଭାବରେ ରୋଗ ଆରାଇବୋଫ୍ଲାଭିନୋସିସ୍. ପାଟି କୋଣ ଘାଆ, ଗ୍ଲୋସାଇଟିସ୍ (ଜିଭ ପ୍ରଦାହ) ।
ଜୀବସାର ଖ ନିଆସିନ ଟ୍ରିପ୍ଟୋଫେନ୍ ଅଭାବ ସହ ପେଲାଗ୍ରା.
ଜୀବସାର ଖ ପାଣ୍ଟୋଥେନିକ ଏସିଡ ବ୍ରଣ ଓ ପାରେସ୍‌ଥେସିଆ,
ଜୀବସାର ଖ ପାଇରିଡକ୍ସିନ ମାଇକ୍ରୋସାଇଟିକ ଆନିମିଆ, ଡିପ୍ରେସନ, ଡର୍ମାଟାଇଟିସ, (ଉଚ୍ଚ ରକ୍ତଚାପ)
ଜୀବସାରB ବାୟୋଟିନ ପିଲାମାନଙ୍କର ଅଭିବୃଦ୍ଧି ଓ ସ୍ନାୟବିକ ଦୁର୍ବଳତା ଦେଖାଯାଏ ।
ଜୀବସାରB ଫୋଲିକ ଏସିଡ ମେଗାଲୋବ୍ଲାସ୍ଟିକ ମାକ୍ରୋସାଇଟିକ ଆନିମିଆ
ଜୀବସାରB୧୨ କୋବାଲାମିନ ମେଗାଲୋବ୍ଲାସ୍ଟିକ ମାକ୍ରୋସାଇଟିକ ଆନିମିଆ, ପେରିଫେରାଲ ନିଉରୋପାଥି, ସ୍ମରଣ ଶକ୍ତି ହ୍ରାସ, ପର୍ନିସିଅସ୍ ଆନିମିଆ, ମାନିଆ ଏବଂସାଇକୋସିସ୍. କ୍ୱଚିତ ପାରାଲିସିସ୍ ହୁଏ ।

ଖାଦ୍ୟ ଉତ୍ସ

ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟରେ ଭିଟାମିନ ଖ କମ ଥାଏ । ଏହି କାରଣ ଯୋଗୁ ଅଟାରେ ଭିଟାମିନ ମିଶେଇବା ନିୟମ ଆମେରିକା ସହ ଅନେକ ଦେଶରେ ଅଛି । ଏହି ଅଟାକୁ ଏନ୍‌ରିଚ୍‌ଡ୍ ଫ୍ଲୋର୍ ବା ଉନ୍ନତ ଅଟା କୁହାଯାଏ । କେତେକ ଜୀବ ଯଥା ଟୁର୍କି, ଟୁନା ମାଂସରେ ଓ କଲିଜାରେ ଭିଟାମିନ ଖ ବହୁତ ଥାଏ । ଅଣପ୍ରକ୍ରିୟାକୃତ ଶସ୍ୟ, ଆଳୁ, ପାଚିଲା କଦଳି, କାପ୍ସିକମ, ବିନ୍, ଲେଣ୍ଟିଲ, ମୋଲାସେସ୍, ମଦ୍ୟ ପ୍ରସ୍ତୁତକାରୀ ଇଷ୍ଟ(Yeast) ଇତ୍ୟାଦି ଖ ଭିଟାମିନର ଉତ୍ତମ ଉତ୍ସ । ବିଅର୍ ପାନ କଲେ ଭିଟାମିନ୍ ଖ, ଖ, ଖ, ଖ ଓ ଖ ଦେହ ଭିତରକୁ ଅବଶୋଷିତ ହୋଇପାରେ ନାହିଁ ତେଣୁ ଜୈବ ଉପଲବ୍ଧତା ହୁଏ ନାହିଁ । ଅଧିକ ଆଲ୍‌କୋହୋଲ୍ ପାନ କଲେ ଏହି ଭିଟାମିନ ଅଭାବ ଅଧିକ ହୁଏ ।
ଭିଟାମିନ୍ ଖ୧୨ ଅଧିକ ଚିନ୍ତାର ଯୋଗ୍ୟ, କାରଣ ଏହା ବୃକ୍ଷରୁ ମିଳେ ନାହିଁ । ଅନେକ ଖାଦ୍ୟ ନିର୍ମାତା ଖ୧୨ ଥିବା ଦର୍ଶାନ୍ତି, କିନ୍ତୁ ଏହି ରିପୋର୍ଟ ଜଟିଳ ରାସାୟନିକ ପରୀକ୍ଷା ଯୋଗୁ ମିଳେ ଯାହା ସତ୍ୟ ନୁହେଁ । ଥିଆମିନ ପରିସ୍ରାରେ ଅଧିକ ନିଷ୍କାସିତ ହେଉଥିବାରୁ ମଧୁମେହ ରୋଗରେ ଏହାର ଆବଶ୍ୟକତା ଅଧିକ ଥାଏ । ଗର୍ଭାବସ୍ଥାରେ ଅଧିକ ଫଲିକ ଏସିଡ ନ ଖାଇଲେ ବର୍ଦ୍ଧିଷ୍ଣୁ ଶିଶୁର ନିଉରାଲ୍ ଟ୍ୟୁବ ସଠିକ ଭାବେ ତିଆରି ହୋଇପାରେ ନାହିଁ ।

ପାର୍ଶ୍ୱପ୍ରତିକ୍ରିୟା

ଭିଟାମିନ ଖ ଜଳ-ଦ୍ରବଣୀୟ ହୋଇଥିବା ଯୋଗୁ ମୂତ୍ରରେ ନିଷ୍କାସିତ ହୋଇଯାଏ ଓ ଦେହରେ ଅଭାବ ହୁଏ ।

ଭିଟାମିନ ନାମ ସର୍ବାଧିକ ଖାଇବା ପରିମାଣ ବିପତ୍ତିକାରୀ ପ୍ରଭାବ
ଭିଟାମିନ ଖ ଥିଆମିନ ନାହିଁ ଖାଇବାଦ୍ୱାରା ପାର୍ଶ୍ୱପ୍ରତିକ୍ରିୟା ହୁଏ ନାହିଁ, କିନ୍ତୁ ଇଞ୍ଜେକସନ ଅଧିକ ପରିମାଣର ନେଲେ ଆନାଫାଇଲାକ୍ସିସ୍ ହୁଏ ।
ଭିଟାମିନ ଖ ରାଇବୋଫ୍ଲାଭିନ ନାହିଁ ସାମାନ୍ୟ ମନୁଷ୍ୟ ଓ ପଶୁ ଉପରେ ପରୀକ୍ଷାରେ ବିଷାକ୍ତ ପ୍ରଭାବ ନାହିଁ କିନ୍ତୁ ଇନ୍-ଭିଟ୍ରୋ ପରୀକ୍ଷାରେ ମୁକ୍ତ ଅମ୍ଳଜାନ ରାଡିକ୍ଲ ବାହାରିବା ଦେଖାଯାଏ ।
ଭିଟାମିନ ଖ ନିଆସିନ ୩୫ ମି.ଗ୍ରା/ଦୈନିକ; ଔଷଧ, ଅଧିକ ଭିଟାମିନ ବା ଉନ୍ନତ ଖାଦ୍ୟ ଦୈନିକ ୩୦୦୦ମିଗ୍ରା ବା ଅଧିକ ଖାଇଲେ ଅଇ, ବାନ୍ତି, କଲିଜା ବିଷାକ୍ତ ଲକ୍ଷଣ, ଦେଖାଯାଏ । ଚମ ଲାଲ ଦେଖାଯିବା, କୁଣ୍ଡେଇ ହେବା, ମୁଣ୍ଡ ବଥା ହେବା ଭଳି ଲକ୍ଷଣ ଦେଖାଯାଏ । ଅଧିକ ଲିପିଡ ପ୍ରୋଫାଇଲ ଥିଲେ ଦୈକିକ ୨୦୦୦ ମି.ଗ୍ରା ପର୍ଯ୍ୟନ୍ତ ପ୍ରେସକ୍ରିପସନ ଲେଖାଯାଇପାରେ।
ଭିଟାମିନ ଖ ପାଣ୍ଟୋଥେନିକ ଏସିଡ ନାହିଁ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଜଣାନାହିଁ ।
ଭିଟାମିନ ଖ ପାଇରିଡକ୍ସିନ ଖାଦ୍ୟରେ ବା ଔଷଧରେ ଦୈନିକ ୧୦୦ମିଗ୍ରା । ଦୈନିକ ୧୦୦୦ ମି.ଗ୍ରା.ରୁ ଅଧିକ ଖାଇଲେ ପେରିଫେରାଲ ନିଉରୋପାଥି ଦେଖାଯାଏ । ଏହାଠାରୁ କମ ଖାଇଲେ ମଧ୍ୟ ପ୍ରତିକ୍ରିୟା ଦେଖାଯାଏ । ଦୈନିକ ୨୦୦ ମି.ଗ୍ରା.ରୁ ୧୦୦୦ ମି.ଗ୍ରା. ମଧ୍ୟ ବିପଦମୁକ୍ତ ନୁହେଁ ।
Vitamin ଖ ବାୟୋଟିନ ନାହିଁ ଜଣା ନାହିଁ ।
Vitamin ଖ ଫଲିକ ଏସିଡ ୧ ମି.ଗ୍ରା./ଦୈନିକ ୧୨ ଅଭାବ ଦବେଇ ଦିଏ, ତେଣୁ ଚିରସ୍ଥାୟୀ ସ୍ନାୟୁ ବିନଷ୍ଟ ହୁଏ ।
Vitamin ଖ୧୨ ସିଆନୋକୋବାଲାମିନ ସ୍ଥିର କରାଯାଇନାହିଁ । ବ୍ରଣ ଭଳି ରାସ [ବିପଦ ସ୍ଥିରୀକୃତ ହୋଇନାହିଁ ].

ଆଧାର

Tags:

ଜୀବସାର ଖ ଖ ଭିଟାମିନଙ୍କର ନାମଜୀବସାର ଖ ଭିଟାମିନ ଖ ଅଭାବଜୀବସାର ଖ ଖାଦ୍ୟ ଉତ୍ସଜୀବସାର ଖ ପାର୍ଶ୍ୱପ୍ରତିକ୍ରିୟାଜୀବସାର ଖ ଆଧାରଜୀବସାର ଖଭିଟାମିନ

🔥 Trending searches on Wiki ଓଡ଼ିଆ:

ପାକ୍ରିଟିନିବନଇ ଆରପାରିସୁଭାଷ ଚନ୍ଦ୍ର ବୋଷତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଜଗନମୋହ‌ନ ଲାଲପ୍ରସନ୍ନ କୁମାର ପଣ୍ଡାଧାତୁc3bn4ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଗୋଦାବରୀଶ ମିଶ୍ରବିର୍ସା ମୁଣ୍ଡାନିତ୍ୟାନନ୍ଦ ଶତପଥୀଓଡ଼ିଶା ସରକାରପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଶ୍ରୀ ଅରବିନ୍ଦଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଫରିନା ଆଜାଦପୁନମ ମିଶ୍ରଶନିବାରଯୌନ ସମ୍ଭୋଗ୨୯ ମାର୍ଚ୍ଚକଳସା ଚଉତିଶାଗଙ୍ଗାଧର ରଥ୨୮ ଫେବୃଆରୀଜିନା ସାମଲକୋଷ୍ଠକାଠିନ୍ୟବନ୍ୟାଇଣ୍ଡିଆନ ପ୍ରିମିଅର ଲିଗବିଦ୍ୟାଳୟଅଶ୍ରୁମୋଚନ ମହାନ୍ତିମହାରାଷ୍ଟ୍ରମହମ୍ମଦ ମୋକିମ୍ବ୍ରଜନାଥ ରଥ୧୭ ଫେବୃଆରୀଜୀବସାର ଗମହାପାତ୍ର ନୀଳମଣି ସାହୁଭାରତୀୟ ସ୍ୱାଧୀନତା ଆନ୍ଦୋଳନଲାଟିନ ଭାଷାମହେନ୍ଦ୍ର ସିଂହ ଧୋନିଅକ୍ଷାଂଶଭାନୁଜୀ ରାଓରାଧାନାଥ ରାୟଟ୍ରାପିଜିଅମଉତ୍କଳ ଦୀପିକାମେସିନ ଲର୍ଣ୍ଣିଙ୍ଗ୍ଭ୍ୟାକୁମ୍ କ୍ଲିନର୍୨୫ ଅପ୍ରେଲମୟୂରଭଞ୍ଜ ଜିଲ୍ଲାଏ. ପି. ଜେ. ଅବଦୁଲ କଲାମଆଲୋକନାରୀବାଦବଡ଼ ଏରାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମହାପ୍ରସାଦପ୍ରଦୀପ କୁମାର ପାଣିଗ୍ରାହୀପ୍ରଯୁକ୍ତି ବିଦ୍ୟାଶ୍ରୀଲଙ୍କାର ଭୂଗୋଳବିସ୍ଥାପିତ କାନ୍ଧ ଗଣ୍ଠିଦଶାବତାରଅଣସରଗୋଦର ରୋଗବିରିୟାନୀରାବଣଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୃଷ୍ଣଚନ୍ଦ୍ର ପାଣିଗ୍ରାହୀଦଣ୍ଡ ନାଟହୃଷୀକେଶ ପଣ୍ଡା🡆 More