ବ୍ରଣ

ବ୍ରଣ (ଇଂରାଜୀ ଭାଷାରେ Acne/ ଆକନେ, ବା acne vulgaris/ ଆକନେ ଭଲଗାରିସ) ଏକ ଦୀର୍ଘକାଳୀବ ଚର୍ମ ରୋଗ ଯାହା ମୃତ ଚର୍ମ ଜୀବକୋଷ (dead skin cells) ଓ ସେବମ (oil from the skin) ମିଶି ହେୟାର ଫଲିକ୍ଲରେ (hair follicle) ଜମା ହୋଇଯାଏ । ଏହା ଦେଖିବାକୁ ଧଳା ବା କଳା, ତେଲିଆ ଚର୍ମ ଓ ସ୍କାର (scar) ସଂଯୁକ୍ତ ହୋଇପାରେ । ଅଧିକ ସଂଖ୍ୟକ ସେବାସେଅସ ଗ୍ରନ୍ଥି ଥିବା ସ୍ଥାନମାନଙ୍କରେ ଏହି ରୋଗ ଅଧିକ ହୁଏ । ଏହି ରୋଗ ହେଲେ ରୋଗୀର ଉଦ୍‌ବେଗ, ଆତ୍ମ ସମ୍ମାନ ଓ ଅବସାଦ ତ‌ଥା ଆତ୍ମହତ୍ୟା ଚିନ୍ତାଧାରା ଦେଖାଯାଇପାରେ ।

ବ୍ରଣ
Acne vulgaris
Photograph of an 18-year-old male with moderate severity acne vulgaris demonstrating classic features of whiteheads and oily skin distributed over the forehead
Acne vulgaris in an 18-year-old male during puberty
ବିଭାଗDermatology
ଲକ୍ଷଣBlackheads, whiteheads, pimples, oily skin, scarring
ଆକ୍ରାନ୍ତ ସମୟPuberty
ବିପଦ କାରକGenetics
ସଠିକ ରୋଗ ନିର୍ଣ୍ଣୟFolliculitis, rosacea, hidradenitis suppurativa, miliaria
ଔଷଧAzelaic acid, benzoyl peroxide, salicylic acid, antibiotics, birth control pills, isotretinoin
ଚିକିତ୍ସାLifestyle changes, medications, medical procedures
ପୁନଃପୌନିକ633 million affected (2015)

ଶତକଡ଼ା ୮୦ ଭାଗ ରୋଗୀଙ୍କର ରୋଗର ପ୍ରାଥମିକ କାରଣ ଜେନେଟିକ (Genetics) ଥିବାର ଚିନ୍ତା କରାଯାଏ । ଧୂମ୍ରପାନ (cigarette smoking), ଖାଦ୍ୟର ପ୍ରଭାବ, ସ୍ୱାସ୍ଥ୍ୟରକ୍ଷା ବା ସୂର୍ଯ୍ୟାଲୋକ, ଏହି ରୋଗର କାରଣରୂପେ ସ୍ପଷ୍ଟ ହୋଇନାହିଁ । ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଆଣ୍ଡ୍ରୋଜେନ (androgen) ହରମୋନ (hormone) ଯୋଗୁ ଅଧିକ ସେବାସେଅସ ଗ୍ରନ୍ଥିରୁ ସେବମ (sebum) ନିର୍ଗତ ହୁଏ ଓ ତାହାହିଁ ଆଂଶିକ ଭାବରେ ଏହି ରୋଗ ସୃଷ୍ଟି କରୁଥିବା ଜଣାଯାଏ । ସାଧାରଣତଃ ଚର୍ମରେ ଥିବା ଜୀବାଣୁ କ୍ୟୁଟିବ୍ୟାକ୍ଟେରିଅମ ଆକନେ (Cutibacterium acnes) ଜୀବାଣୁମାନଙ୍କର ଅତ୍ୟାଧିକ ସଂଖ୍ୟା ବୃଦ୍ଧି ଯୋଗୁ ମଧ୍ୟ ଏହି ରୋଗର ଏକ ଘଟକ ହେବାର ସମ୍ଭାବନା ହୋଇପାରେ ।

ବ୍ରଣର ଅନେକ ପ୍ରକାରର ଚିକିତ୍ସା ବିଧିରେ ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ, ଯୋଗାଭ୍ୟାସ ଓ ଡାକ୍ତରୀ ଚିକିତ୍ସା କରାଯାଏ । ଏମାନଙ୍କ ମଧ୍ୟରୁ ଅଳ୍ପ ପରିମାଣର ମୋନୋସାକାରାଇଡ (simple carbohydrates) ଯେପରିକି ଚିନି ଖାଇଲେ ସାହାଯ୍ୟ ମିଳେ । ରୋଗାକ୍ରାନ୍ତ ଚର୍ମ ଉପରେ ସାଧାରଣତଃ ଆଜେଲିକ ଏସିଡ (azelaic acid), ବେଞ୍ଜେଲ ପେରକ୍ସାଇଡ (benzoyl peroxide) ଓ ସାଲିସିଲିକ ଏସିଡ (salicylic acid) ଲଗାଯାଏ । ଫର୍ମାସୀ କମ୍ପାନୀ ପ୍ରସ୍ତୁତ ଆଣ୍ଟିବାୟୋଟିକ ଓ ରେଟିନଏଡ ଔଷଧ ବ୍ରଣ ଉପରେ ଲଗାଯାଏ ବା ପାଟିରେ ଦିଆଯାଏ । କିନ୍ତୁ ଆଣ୍ଟିବାୟୋଟିକ ଚିକିତ୍ସାର ବ୍ୟବ‌ହାର ଯୋଗୁ ପ୍ରତିରୋଧ ହୋଇପାରେ । ମହିଳାଙ୍କ କ୍ଷେତ୍ରରେ ମିଶ୍ରିତ ଜନ୍ମ ନିରୋଧ (birth control pills ) ବଟିକା ବ୍ୟବ‌ହାର କଲେ ଫଳପ୍ରଦ ହୁଏ । ସାଂଘାତିକ ଧରଣର ରୋଗ ନିମନ୍ତେ ଆଇସୋଟ୍ରେଟିନଏନ (Isotretinoin) ବଟିକା ସଞ୍ଚୟ ବା ରିଜର୍ଭ ରଖାଯାଇପାରେ । କେତେକ ଚିକିତ୍ସାକଙ୍କ ମତରେ ରୋଗ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କଲେ ଦୀର୍ଘକାଳୀନ ପ୍ରଭାବ କମିଯାଏ ।

ସନ ୨୦୧୫ରେ ସାରା ପୃଥିବୀରେ ୬୩୩ ନିୟୁତ ଲୋକ ଆକନେ ରୋଗର ଶିକାର ହୋଇଥିଲେ ଯାହା ସେହି ବର୍ଷର ଅଷ୍ଟମ ସାଧାରଣ ରୋଗରେ ପରିଗଣିତ ହୋଇଥିଲା । କିଶୋର ଅବସ୍ଥାରେ ଏହି ରୋଗ ହୁଏ; ପଶ୍ଚିମ ପୃଥିବୀରେ ପ୍ରାୟ ୮୦-୯୦% କିଶୋର ଓ କିଶୋରୀଙ୍କୁ ଏ ରୋଗ ହୁଏ । ଗାଁଗ‌ହଳିରେ ଏହି ରୋଗ କମ୍ ହେଉଥିବାର ରିପୋର୍ଟ ମିଳିବା ଦେଖାଯାଏ । କିଶୋର ବୟସ ପୂର୍ବରୁ ଓ ପରେ ମଧ୍ୟ ରୋଗ ହୋଇପାରେ । ବୟଃପ୍ରାପ୍ତ ହୋଇଗଲେ ଏହି ରୋଗ କମିଯାଏ, ବିଂଶ ଓ ତ୍ରିଂଶ ବୟସ ବେଳକୁ ପ୍ରାୟ ଅଧା ଲୋକଙ୍କର ଏହା ରହେ ଓ ଚାଳିଷ ଦଶକ ବେଳକୁ ଅଳ୍ପ ସଂଖ୍ୟକ ଲୋକଙ୍କର ଏହି ରୋଗ ରହେ ।

ଆଧାର

Tags:

en:Keratinocyteen:Sebumen:hair follicleen:scarଅବସାଦଆତ୍ମହତ୍ୟାଇଂରାଜୀ ଭାଷାଉଦ୍‌ବେଗସେବାସେଅସ ଗ୍ରନ୍ଥି

🔥 Trending searches on Wiki ଓଡ଼ିଆ:

ହାଡ଼ଫୁଟିଲିମାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଭାଗବତସାରଳା ଦାସ୩୦ ଅପ୍ରେଲ୨୦୧୨୨୭ ଜୁନଟାହିଆଲାଗି ବେଶଆଣ୍ଡାମାନ ସାଗରକଳାପାହାଡ଼ଓଡ଼ିଶା ସରକାରସମ୍ବଲପୁରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଶ୍ରବଣ ( ରାମାୟଣ ର ଚରିତ୍ର )ଟୁକୁନି ସାହୁଗାଲୁଆଧନୁ (ରାଶି)ଉତ୍କଳ ଦୀପିକାମଟର ସାଇକେଲଚିତ୍ତରଞ୍ଜନ ତ୍ରିପାଠୀବି. ଆର. ଆମ୍ବେଦକରଢଗ ଢମାଳିଅନନ୍ତ ବାସୁଦେବ ମନ୍ଦିରତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଇଂଲଣ୍ଡଭଣ୍ଡ ଗଣେଶଓଡ଼ିଆ ନାଟକଉତ୍ତମ ମହାନ୍ତିଯଶୋବନ୍ତ ଦାସଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପବିରଳା ମନ୍ଦିର, ହାଇଦ୍ରାବାଦଭୂଗୋଳଯୁକ୍ତରାଷ୍ଟ୍ର ଆମେରିକାମହାଦେଶସିନ୍ଧୁ ନଦୀକାଶୀ ବିଶ୍ୱନାଥ ମନ୍ଦିରବରଗଛଉଇକିପିଡ଼ିଆ ସମୂହର ତାଲିକାସତ୍ୟେନ୍ଦ୍ର ନାଥ ବୋଷନିତ୍ୟାନନ୍ଦ ଶତପଥୀନବଯୌବନ ବେଶଜହ୍ନଜଗନ୍ନାଥଙ୍କ ବେଶସୁରେନ୍ଦ୍ର ମହାନ୍ତିରବୀନ୍ଦ୍ରନାଥ ଠାକୁରଯୁକ୍ତରାଜ୍ୟଗୋପାଳକୃଷ୍ଣ ପଟ୍ଟନାୟକରେଶମ ପଥଭାରତୀୟ ଜନତା ପାର୍ଟିଦଶାବତାରକୁଞ୍ଜବିହାରୀ ଦାଶସ୍ଥୌଲ୍ୟତାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନସୁଭାଷ ଚନ୍ଦ୍ର ବୋଷକଣ୍ଡୋମଜଗନ୍ନାଥଙ୍କ ଧୂପମହାବିଦ୍ୟାହେମଲତା ମାନସିଂହଇନ୍ଦିରା ଗାନ୍ଧୀରାଜ୍ୟ ସଭାଅର୍ଚ୍ଚିତା ସାହୁଏଞ୍ଜେଲା ମେର୍କେଲ୍ଶ୍ରୀତମ ଦାସପରିବେଶଗିରିଧର ଗମାଙ୍ଗମାର୍ଚ୍ଚବିଦ୍ୟାଳୟବିଜୟ ମିଶ୍ରଶାସ୍ତିମୁକୁନ୍ଦ ଦେବଓଡ଼ିଶୀ🡆 More