ସଜନା: ପରିବା

ସଜନା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଶ୍ୱେତ ଓ ରକ୍ତ ଭେଦରେ ଏହା ଦୁଇ ପ୍ରକାରର। ଶ୍ୱେତ ସଜନା ସାଧାରଣ ଗଛ ପରି ସବୁଜ, ରକ୍ତ ସଜନାର ପତ୍ରର ଶିରାରେ ଟିକେ ଟିକେ ଲାଲ ରଙ୍ଗ ଥାଏ। ଏ ଦୁଇ ଜାତିର ସଜନାର ଗୁଣ ସମାନ। କେହି କେହି ରକ୍ତ ସଜନାକୁ ମୁଗୁନା କହିଥାନ୍ତି। ଏହାର ମଞ୍ଜିକୁ ଶ୍ୱେତ ମରିଚ କୁହାଯାଏ।

ସଜନା
ସଜନା: ବିବିଧ ଭାରତୀୟ ପ୍ରାଦେଶିକ ନାମ, ଶାସ୍ତ୍ରୋକ୍ତ ଗୁଣ, ବ୍ୟବହାର
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Brassicales
କୁଳ: Moringaceae
ପ୍ରଜାତି: Moringa
ଜାତି: M. oleifera
ବାଇନୋମିଆଲ ନାମ
Moringa oleifera
Lam.
ସଜନା: ବିବିଧ ଭାରତୀୟ ପ୍ରାଦେଶିକ ନାମ, ଶାସ୍ତ୍ରୋକ୍ତ ଗୁଣ, ବ୍ୟବହାର
ସଜନା ପତ୍ର ଓ ଫୁଲ

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ସଜନା
ସଂସ୍କୃତ ଶିଗ୍ରୁ, ଶୋଭାଞ୍ଜନ, ତୀକ୍ଷ୍ଣ ଗନ୍ଧକ, ଅକ୍ଷୀବ
ହିନ୍ଦୀ ସୈଜିନା सैजिना
ସାନ୍ତାଳୀ ମୁନଗା ᱢᱩᱱᱜᱟᱹ
ବଙ୍ଗଳା ସଜୋନା সেজানা

ଶାସ୍ତ୍ରୋକ୍ତ ଗୁଣ

କଟୁ ତିକ୍ତ ମିଶ୍ରିତ ମଧୁର ରସ। ଉଷ୍ଣବୀର୍ଯ୍ୟ, ରୁକ୍ଷ, ଅଗ୍ନିଦୀପକ, ରୁଚିକର, ତୀକ୍ଷ୍ଣ, ଚକ୍ଷୁ ହିତକାରି, ବୀର୍ଯ୍ୟ ବର୍ଦ୍ଧକ, ବଳକର, ଧାରକ, ବିଦାହୀ, କ୍ଷାରମୟ ରକ୍ତ ପିତ୍ତକର, ବାୟୁବର୍ଦ୍ଧକ, ଗଳଗଣ୍ଡ, ପ୍ଳୀହା, ମେଦରୋଗ, ଗୁଳ୍ମ, ବ୍ରଣ ଓ ପିତ୍ତଦୋଷ ବିନାଶକ।

ବ୍ୟବହାର

ଔଷଧୀୟ

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

  • ଅଧକପାଳୀ ମୁଣ୍ଡ ବିନ୍ଧାରେ ଏହାର ମଞ୍ଜିକୁ ଶୁଖାଇ କୁଟି ଚୂର୍ଣ୍ଣ କରି ଘ୍ରାଣ କରାଯାଏ।
  • ଚକ୍ଷୁ ରୋଗରେ ସଜନା ମଞ୍ଜିର ଶସକୁ ମହୁ ସହିତ ଅଥବା ଗାଈ ଲହୁଣୀ ସହିତ ମର୍ଦ୍ଦନ କରି ଲଗାଯାଏ। ଏହା ବ୍ୟତୀତ ଚକ୍ଷୁରୋଗରେ ସଜନା ପତ୍ର ରସକୁ ମହୁ ସହିତ ପ୍ରୟୋଗ କରାଯାଇଥାଏ।
ସଜନା: ବିବିଧ ଭାରତୀୟ ପ୍ରାଦେଶିକ ନାମ, ଶାସ୍ତ୍ରୋକ୍ତ ଗୁଣ, ବ୍ୟବହାର 
ସଜନା ଛୁଇଁ
  • ବ୍ରଣ, ବଥ, ବାଳମୂଳିଆରେ ସଜନା ଗଛର ଛେଲିକୁ ଜଳରେ ଘୋରି ଲେପ ଦିଆଯାଏ।
  • ସଜନା ଛେଲି ଓ ଶ୍ୱେତସୋରିଷ ଏ ଦୁଇ ପଦାର୍ଥକୁ ଗୋମୂତ୍ରରେ ବାଟି ଲଗାଇଲେ ଗୋଡ଼ଫୁଲା ଭଲହୁଏ।
  • ଯାଦୁ, ଚମଦଳା, କନ୍ଦା ଆଦିରେ ସଜନା ପତ୍ରର ରସକୁ ଲୁଣ ସହିତ ମିଶାଇ ଲଗାଯାଏ।
  • ଫୁଲା କିମ୍ବା ବଥା ଦରଜ ଆଦିରେ ସଜନା ପତ୍ର ରସକୁ ଅଳ୍ପ ଉଷୁମ କରି ଲଗାଯାଏ।
  • ବାଗୀ, ଭଗନ୍ଦର, ବିଇଞ୍ଚି ଓ ବିବର୍ଚ୍ଚିକା ଆଦିରେ ସଜନା ଛାଲିକୁ ଜଳରେ ସିଝାଇ ସେଇ ଜଳରେ ଉଷୁମ ଥାଉଁଣୁ ଧୋଇଲେ ଉପକାର ମିଳେ।
  • ଉହାଜ୍ୱରରେ ସଜନାପତ୍ର ରସକୁ ଲୁଣ ସହିତ ପ୍ରୟୋଗ କରାଯାଏ।
  • ବାୟୁ, ଅଜୀର୍ଣ୍ଣ, ମେଦବୃଦ୍ଧିରେ ସୋରିଷ ଓ ସଜନା ଛେଲିକୁ ଏକତ୍ର ବାଟି ସେବନ କରି କିଛି ଉଷୁମ ଜଳ ସେବନ କଲେ ଉପକାର ମିଳେ।
ସଜନା: ବିବିଧ ଭାରତୀୟ ପ୍ରାଦେଶିକ ନାମ, ଶାସ୍ତ୍ରୋକ୍ତ ଗୁଣ, ବ୍ୟବହାର 
କଟା ସଜନା ଛୁଇଁ

ଅନ୍ୟାନ୍ୟ

  • ସଜନା ଏକ ଭଲ ପରିବା। ଏହାର ଛୁଇଁରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଠ ତରକାରୀ ଓ ଭଜା ପ୍ରସ୍ତୁତ ହୁଏ। ଏହାଛଡା ସଜନା ଶାଗ ମଧ୍ୟ ଖୁବ୍ ସ୍ୱାଦିଷ୍ଠ। ମୁଗ ଓ ନଡିଆ କୋରା ଦେଇ ଭଜା ହୋଇଥିବା ସଜନା ଶାଗ ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞନ । ସଜନାର ଫୁଲକୁ ମଧ୍ୟ ଶାଗ ସହିତ ମିଶାଇ ଭଜା ଯାଏ ।
ସଜନା: ବିବିଧ ଭାରତୀୟ ପ୍ରାଦେଶିକ ନାମ, ଶାସ୍ତ୍ରୋକ୍ତ ଗୁଣ, ବ୍ୟବହାର 
ଛୁଈଁ ଭଜା

ପୌଷ୍ଟିକତତ୍ତ୍ୱ

ସଜନା ପୌଷ୍ଟିକ ଗୁଣରେ ଭରା। ନିମ୍ନ ତାଲିକାରୁ ଏହା ସୁସ୍ପଷ୍ଟ।

ପୌଷ୍ଟିକତତ୍ତ୍ୱ ସାଧାରଣ ଖାଦ୍ୟ ସଜନାର ସଜ ପତ୍ର ସଜନାର ଶୁଖିଲା ପତ୍ର
ଭିଟାମିନ୍ ଏ ଗାଜର 1.8 mg 6.8 mg 18.9 mg
କ୍ୟାଲସିୟମ କ୍ଷୀର 120 mg 440 mg 2003 mg
ପଟାସିୟମ୍ କଦଳୀ 88 mg 259 mg 1324 mg
ପ୍ରୋଟିନ୍ ବସାଦହି 3.1 g 6.7 g 27.1 g
ଭିଟାମିନ୍ ସି କମଳା ଲେମ୍ବୁ 30 mg 220 mg 17.3 mg

ଆଧାର

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।

ବାହାର ତଥ୍ୟ

  • ସଜନା: ବିବିଧ ଭାରତୀୟ ପ୍ରାଦେଶିକ ନାମ, ଶାସ୍ତ୍ରୋକ୍ତ ଗୁଣ, ବ୍ୟବହାର  ଉଇକିମିଡ଼ିଆ କମନ୍ସରେ Moringa oleifera-ସମ୍ପର୍କିତ ମିଡ଼ିଆ
  • ସଜନା: ବିବିଧ ଭାରତୀୟ ପ୍ରାଦେଶିକ ନାମ, ଶାସ୍ତ୍ରୋକ୍ତ ଗୁଣ, ବ୍ୟବହାର  Data related to ସଜନା at Wikispecies

Tags:

ସଜନା ବିବିଧ ଭାରତୀୟ ପ୍ରାଦେଶିକ ନାମସଜନା ଶାସ୍ତ୍ରୋକ୍ତ ଗୁଣସଜନା ବ୍ୟବହାରସଜନା ଆଧାରସଜନା ବାହାର ତଥ୍ୟସଜନା

🔥 Trending searches on Wiki ଓଡ଼ିଆ:

ପରମାଣୁ କ୍ରମାଙ୍କକାର୍ତ୍ତିକ ଚନ୍ଦ୍ର ରଥକରମା ନୃତ୍ୟଲୁହାଗୀତଗୋବିନ୍ଦରୋମଆମାଜନ ନ‌ଦୀପୌରୁଷ ଅସାମର୍ଥ୍ୟ୧୯୭୭୧୯୬୨ତାରକାସୁରଯୋଗତେଜସ୍କ୍ରିୟ କ୍ଷୟକାଳୀଚରଣ ପଟ୍ଟନାୟକତାରାତାରିଣୀ ମନ୍ଦିରଫୁଲ୍ଲୋରି ଓଷାନିତ୍ୟାନନ୍ଦ ଶତପଥୀଗଙ୍ଗାଧର ମେହେରକଳିଙ୍ଗ, ଭାରତପ୍ରୋଟାମିନ ସଲଫେଟ୧୯୯୩ଧର୍ମପଦବାଲିଗୁଡ଼ାଔଷଧୀୟ ଗଛଲତାମାନଙ୍କର ତାଲିକାକାଶୀ ବିଶ୍ୱନାଥ ମନ୍ଦିରକୁନ୍ତଳା କୁମାରୀ ଆଚାର୍ଯ୍ୟବିପିନ ବିହାରୀ ମିଶ୍ରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବନୀଳମାଧବ ମନ୍ଦିରଲାଲ ବାହାଦୁର ଶାସ୍ତ୍ରୀ୨୧ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପବନପ୍ରେମଖାରବେଳସୁକନ୍ୟା ସମୃଦ୍ଧି ଯୋଜନାଓଡ଼ିଶାର ଭୂଗୋଳବୌଦ୍ଧ ଧର୍ମଭାରତ ଛାଡ଼ ଆନ୍ଦୋଳନବିଶ୍ୱତାପନଫାଇଜାବାଦ ରେଳ ଷ୍ଟେସନସ୍କନ୍ଦ ପୁରାଣ୫ ଅକ୍ଟୋବର୫ ଡିସେମ୍ବର୧୯୧୪କିଶୋରୀ ଚରଣ ଦାସଆରବ ସାଗରଅଂକୋର୍ ୱାଟ୍ରାମାୟଣପଟ୍ଟଚିତ୍ରରାଜତନ୍ତ୍ରସୀସାଚେକ୍ ଗଣରାଜ୍ୟଶ୍ରୀରୂପା ମିତ୍ର ଚୌଧୁରୀଆଲେକ୍‌ଜାଣ୍ଡର୍ ମହାନଉପେନ୍ଦ୍ର ଭଞ୍ଜଆଣ୍ଟିଅକ୍ସିଡାଣ୍ଟରାଜୀବ ଗାନ୍ଧୀପ୍ରଶାନ୍ତ ପଟ୍ଟନାୟକମିଥୁନ (ରାଶି)ଅବୁଜାମାଦଳା ପାଞ୍ଜିଯାଜପୁରପ୍ୟାରିସରଥଯାତ୍ରାଆପଲ କମ୍ପାନୀରୁକ୍ମଣୀଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରସିନ୍ଧୁ ନଦୀ୧୯୭୯ୟୁକ୍ରେନଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପ🡆 More