କାର୍ତ୍ତିକ ଚନ୍ଦ୍ର ରଥ: ଓଡ଼ିଆ ନାଟ୍ୟକାର

କାର୍ତ୍ତିକ ଚନ୍ଦ୍ର ରଥ (୨୧ ମାର୍ଚ୍ଚ ୧୯୪୯ - ୧ ଅପ୍ରେଲ ୨୦୧୯) ଜଣେ ଓଡ଼ିଆ ନାଟ୍ୟକାର । ସେ ୧୦୦ରୁ ଉର୍ଦ୍ଧ ନାଟକ ରଚନା କରିସାରିଛନ୍ତି ଓ ୧୯୯୩ ମସିହାରୁ କଟକରେ ବିଶ୍ୱ ନାଟ୍ୟ ମେଳା (ଇଣ୍ଡିଆ ଥିଏଟର ଅଲମ୍ପିଆଡ଼)ର ଆୟୋଜନ କରିଆସୁଛନ୍ତି ।

କାର୍ତ୍ତିକ ଚନ୍ଦ୍ର ରଥ
ଜନ୍ମ ଓ ଜନ୍ମସ୍ଥାନ(1949-03-21)୨୧ ମାର୍ଚ୍ଚ ୧୯୪୯
ବ୍ରହ୍ମପୁର
ମୃତ୍ୟୁ୧ ଅପ୍ରେଲ ୨୦୧୯(2019-04-01) (ବୟସ ୭୦)
ବୃତ୍ତିପ୍ରାଧ୍ୟାପକ (ଅର୍ଥନୀତି ବିଭାଗ)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବିଷୟନାଟକ, ଏକାଙ୍କିକା, ନୃତ୍ୟନାଟିକା
ସାହିତ୍ୟ କୃତିନିଃସଙ୍ଗ ବିସର୍ଗ
ପୁରସ୍କାରକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଜୀବନୀ

କାର୍ତ୍ତିକ ଚନ୍ଦ୍ର, ୧୯୪୯ ମସିହା ମାର୍ଚ୍ଚ ୨୧ ତାରିଖରେ ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍‌ସା କଲିଜିଏଟ ସ୍କୁଲରେ ପଢୁଥିବା ବେଳେ, ସେ ନିଜର ପ୍ରଥମ ନାଟକ "ଏଇ ଦେଶ ଏଇ ମାଟି" ଲେଖିଥିଲେ । ନାଟକଟି ସ୍କୁଲ ଛାତ୍ରଛାତ୍ରୀଙ୍କଦ୍ୱାରା ମଞ୍ଚସ୍ଥ ହୋଇଥିଲା ଓ ରାଜ୍ୟସ୍ତରୀୟ ଶିଶୁ ନାଟକ ସମାରୋହରେ ପ୍ରଥମ ପୁରସ୍କାର ଲାଭ କରିଥିଲା । ସେହିପରେ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ପଢୁଥିବା ବେଳେ, ସେ ଲେଖିଥିଲେ ନାଟକ "ଜୀବନ ଯଜ୍ଞ" । ନାଟକଟି ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ୧୯୮୯ରେ କଟକ ସହରର ହଜାର ବର୍ଷ ପୂର୍ତ୍ତୀ ଅବସରରେ ସେ ଲେଖିଥିଲେ ନାଟକ "କଟକ ନଗର ବରଷ ହଜାର" । ନାଟକରେ ୩୦୦ ଚରିତ୍ର ଥିଲେ ଓ ବାରବାଟି ଷ୍ଟାଡିଅମରେ ୫ଟି ମୁକ୍ତାକାଶ ରଙ୍ଗମଞ୍ଚରେ ନାଟକ ପ୍ରଦର୍ଶିତ ହୋଇଥିଲା । ସେତିକିବେଳେ ବିଶ୍ୱ ନାଟ୍ୟ ମେଳାର ପରିକଳ୍ପନା ତାଙ୍କ ମନକୁ ଆସିଥିଲା । ୨୦୧୯ ମସିହା ଅପ୍ରେଲ ୧ ତାରିଖ ଦିନ କଟକଠାରେ ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ହେଇଥିଲା ।

ରଚନାବଳୀ

ନାଟକ

  • ଏଇ ଦେଶ ଏଇ ମାଟି
  • ଅସ୍ତସୂର୍ଯ୍ୟ ଶ୍ମଶାନ
  • ଆଗାମୀ ଅତୀତ
  • ଇଶ୍ୱର ଜଣେ ଯୁବକ
  • କଟକ ନଗର, ବରଷ ହଜାର
  • କଳା ଓ କଳଙ୍କ
  • କ୍ରୀତଦାସ
  • ବହ୍ନିମାନ
  • ଯାତ୍ରୀ
  • ସବୁଜ ସୂର୍ଯ୍ୟ
  • ରକ୍ତର ଫୁଲ
  • ମାଂସର ଫୁଲ
  • ଯଉଘର
  • ନିଃସଙ୍ଗ ବିସର୍ଗ
  • ପାଦ ତଳର ଆକାଶ
  • ସର୍ବନାମ
  • ସୀମିତ ସମ୍ପର୍କ
  • ଜଙ୍ଗଲୀ ସହର
  • ସହିଦ ଭଗତ ସିଂହ
  • ଜୀବନ ଯଜ୍ଞ
  • ସ୍ମୃତି, ସାନ୍ତ୍ୱନା ଓ ଶୂନ୍ୟତା
  • ଚଇତି ଘୋଡ଼ା
  • ତୃତୀୟ ପୃଥିବୀ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୯୪-୯୫
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଗଞ୍ଜାମ କଳା ପରିଷଦ
  • ବିହାର ଆର୍ଟ ଥିଏଟର
  • ଆହ୍ଲାବାଦ ନାଟ୍ୟ ସଂଘ

ଆଧାର

Tags:

କାର୍ତ୍ତିକ ଚନ୍ଦ୍ର ରଥ ଜୀବନୀକାର୍ତ୍ତିକ ଚନ୍ଦ୍ର ରଥ ରଚନାବଳୀକାର୍ତ୍ତିକ ଚନ୍ଦ୍ର ରଥ ସମ୍ମାନ ଓ ପୁରସ୍କାରକାର୍ତ୍ତିକ ଚନ୍ଦ୍ର ରଥ ଆଧାରକାର୍ତ୍ତିକ ଚନ୍ଦ୍ର ରଥଓଡ଼ିଆ ଭାଷାକଟକ

🔥 Trending searches on Wiki ଓଡ଼ିଆ:

ରାମଚନ୍ଦ୍ର ବେହେରାଉତ୍କଳ ବିଶ୍ୱବିଦ୍ୟାଳୟସରସ୍ୱତୀ ସମ୍ମାନପ୍ରାଣକୃଷ୍ଣ ପରିଜାଶ୍ରବଣ ( ରାମାୟଣ ର ଚରିତ୍ର )ଯଦୁମଣି ମହାପାତ୍ରଦ୍ୱିତୀୟ ଭାସ୍କରପରୀକ୍ଷାଭଣ୍ଡ ଗଣେଶଫେବୃଆରୀ ୨୯ଶ୍ୱେତସାରଜୟ ଜଗନ୍ନାଥକୋଣାର୍କଜୀବସାର ଗଚୈତନ୍ୟଶ୍ରୀ ଅରବିନ୍ଦଜୟୀ ରାଜଗୁରୁଦାସକାଠିଆଚରକଶନିବାରଭାରତୀୟ ସ୍ୱାଧୀନତା ଆନ୍ଦୋଳନଚିଲିକା (କବିତା)୨୦ ଅଗଷ୍ଟଫରିନା ଆଜାଦଭାରତୀୟ ସଂଖ୍ୟା ପ୍ରଣାଳିଭୁବନେଶ୍ୱର ବେହେରାଲଣ୍ଡନମାଁ ପୀତାମ୍ବର ମନ୍ଦିରଆଖିଶ୍ରୀତମ ଦାସଦୀନକୃଷ୍ଣ ଦାସଗୋପାଳ କୃଷ୍ଣ ରଥଜ୍ଞାନକୋଷବିଜୟ ଶଙ୍କର ଦାସବୈଶାଖମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାନବକଳେବରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଗଡ଼ଜାତ କୃଷକମାର୍ଚ୍ଚ ୨୧ସଂକ୍ରାନ୍ତିବାରବାଟି ଦୁର୍ଗ୭୦୧ୟୁ ଟ୍ୟୁବଟ୍ରାଲୋକିନୁମାବଅଂଶୁପା ହ୍ରଦଗଙ୍ଗାଧର ରଥଅଂଶୁଘାତଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କିଶୋରୀ ଚରଣ ଦାସସୁଇଜରଲ୍ୟାଣ୍ଡକଳାପାହାଡ଼ଯୌନ ଉତ୍ପୀଡ଼ନଶ୍ରୀଲଙ୍କାର ଭୂଗୋଳଚାନ୍ଦ୍ରମାସସ୍ତୁତି ଚିନ୍ତାମଣିପାରମିତା ଶତପଥୀଜୟୀରାମ ସାମଲ୭ (ସଂଖ୍ୟା)ଚିତ୍ତରଞ୍ଜନ ଦାସପର୍ଫେନାଜାଇନଭାରତୀୟ ଜାତୀୟ କଂଗ୍ରେସହରିପ୍ରସାଦ ଚୌରାଶିଆଧନୁ (ରାଶି)ଚୁଡ଼ାସାଲଭାଡୋର ଡାଲିଜଗନ୍ନାଥଫତୁରାନନ୍ଦକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଶାର ମାପ ବ୍ୟବସ୍ଥାପୁଥୁପ୍ପାଲ୍ଲୀ, କୋଟ୍ଟାୟାମକୋଳି🡆 More