ଫତୁରାନନ୍ଦ: ବ୍ୟଙ୍ଗ ସାହିତ୍ୟିକ

ରାମ ଚନ୍ଦ୍ର ମିଶ୍ର, ଛଦ୍ମନାମ ଫତୁରାନନ୍ଦ ନାମରେ ଜଣାଶୁଣା, (୧ ଜୁନ ୧୯୧୫ - ୬ ନଭେମ୍ବର ୧୯୯୫) ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ ଥିଲେ । ସେ ୫୦୦ରୁ ଅଧିକ ହାସ୍ୟଗଳ୍ପ ରଚନା କରିଥିଲେ । ସେ ତାଙ୍କର ଆତ୍ମଜୀବନୀ ମୋ ଫୁଟା ଡଙ୍ଗାର କାହାଣୀ ସମେତ ଅନ୍ୟାନ୍ୟ ରଚନା ଯଥା ନାକଟା ଚିତ୍ରକର, ସାହି ମହାଭାରତ, ସାହିତ୍ୟଚାଷ, ଫମାଲୋଚନା, ଅମୃତ ବେହିଆ ଆଦି ପାଇଁ ଜଣାଶୁଣା ।

ଫତୁରାନନ୍ଦ
ଫତୁରାନନ୍ଦ: ପ୍ରାରମ୍ଭିକ ଜୀବନ ଓ ଶିକ୍ଷା, ସାହିତ୍ୟ ରଚନା, ରଚନାବଳୀ
Born
ରାମଚନ୍ଦ୍ର ମିଶ୍ର

(1915-06-01)୧ ଜୁନ ୧୯୧୫
ଝାଞ୍ଜିରୀମଙ୍ଗଳା, କଟକ, ଓଡ଼ିଶା
Died୬ ନଭେମ୍ବର ୧୯୯୫(1995-11-06) (ବୟସ ୮୦)
Citizenshipଭାରତ
Educationଏଲ୍.ଏମ୍.ପି (୧୯୩୮)
Occupationଲେଖକ
Parents
  • ବିଦ୍ୟାଧର ମିଶ୍ର (ବାପା)
  • ସୁଭଦ୍ରା ମିଶ୍ର (ମାଆ)

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ସେ ୧୯୧୫ ମସିହା ଜୁନ ୧ ତାରିଖରେ କଟକର ଝାଞ୍ଜିରିମଙ୍ଗଳାଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବିଦ୍ୟାଧର ମିଶ୍ର ଓ ମାତାଙ୍କ ନାମ ସୁଭଦ୍ରା ମିଶ୍ର ଥିଲା । ପିଲାଦିନେ ସେ ମସିହାସବୁ ମନେରଖି ପାରୁନଥିବାରୁ ଶିକ୍ଷକଙ୍କଠାରୁ ସବୁବେଳେ ବେତ ମାଡ଼ ଖାଉଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ ମସିହାରେ ଆରମ୍ଭ ହୋଇଥିଲା ବୋଲି ସେ କୌଣସି ପ୍ରକାରେ ମନେରଖି ପାରିଥିଲେ । ତାହାର ବର୍ଷକ ପରେ ୧୯୧୫ ମସିହାରେ ତାଙ୍କର ଜନ୍ମ । ଏହି କଥାକୁ ନେଇ ସେ ଏକ ବ୍ୟଙ୍ଗ ଗପର ଅବତାରଣା କରି ଲେଖିଛନ୍ତି, "ବିଶ୍ୱଯୁଦ୍ଧ ଦେଖି ଈଶ୍ୱର ତାଙ୍କୁ କହିଲେ - "ଯାବେ ଏଠି ବସି ଦାନ୍ତ ନେଫେଡୁଛୁ କାହିଁକି? ଯାଆ ପୃଥିବୀରେ ବଢ଼ିଆ ଯୁଦ୍ଧ ହେଉଛି ଦେଖିବୁ ।" ତାଙ୍କ ଭାଷାରେ ଭଗବାନଙ୍କ କଥାମାନି, ସେ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ଠିକ ବର୍ଷକ ପରେ ଜନ୍ମଗ୍ରହଣ କରିଥିଲେ ।" ଡାକ୍ତରୀ ପଢୁଥିବା ବେଳେ ସେ ରୋଗଶିକାର ହୋଇ, ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ୧୯୩୮ ମସିହାରେ ମେଡିକାଲ ସ୍କୁଲରୁ ଏଲ୍.ଏମ୍.ପି ଡିଗ୍ରୀ ହାସଲ କରିଥିଲେ । ସେ ଅବିବାହିତ ରହିଥିଲେ ।

୧୯୯୫ ମସିହାରେ ଫତୁରାନନ୍ଦଙ୍କର ଦେହାନ୍ତ ହୋଇଥିଲା ।

ସାହିତ୍ୟ ରଚନା

ଫତୁରାନନ୍ଦ ଜଣେ ବ୍ୟଙ୍ଗ ସାହିତ୍ୟିକ ଭାବେ ଲୋକପ୍ରିୟ । ତାଙ୍କ ରଚିତ ମୋ ଫୁଟା ଡଙ୍ଗାର କାହାଣୀ ନାମକ ଆତ୍ମଜୀବନୀ ସମକାଳୀନ ବ୍ୟଙ୍ଗ ରଚନା ଭାବରେ ଜଣାଶୁଣା ଥିଲା । ଏହା ବ୍ୟତୀତ ନାକଟା ଚିତ୍ରକର, ସାହି ମହାଭାରତ, ସାହିତ୍ୟଚାଷ, ଫମାଲୋଚନା, ଅମୃତ ବେହିଆ ଇତ୍ୟାଦି ତାଙ୍କର ଲୋକପ୍ରିୟ ରଚନା । ସେ ମାସିକ ସାହିତ୍ୟ ପତ୍ରିକା ଡଗରର ସମ୍ପାଦନା ମଧ୍ୟ କରିଥିଲେ । ସାହିତ୍ୟ ରଚନା ସହିତ ସେ ଜଣେ ବ୍ୟଙ୍ଗଚିତ୍ରକାର ଭାବରେ ବ୍ୟଙ୍ଗ ଚିତ୍ରମାନ ଅଙ୍କନ କରିଥିଲେ । ତାଙ୍କ ବ୍ୟଙ୍ଗଚିତ୍ର ଜାତୀୟ ସ୍ଥରର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ହାସ୍ୟ ସାହିତ୍ୟ, କଳା ଓ ଅଭିନୟର ବିକାଶ ପାଇଁ 'ସରସ ସାହିତ୍ୟ ସମିତି' ଓ 'ହାସ୍ୟ ବିକାଶ କେନ୍ଦ୍ର' ଆଦି ଅନୁଷ୍ଠାନର ସ୍ଥାପନା କରିଥିଲେ ।

ରଚନାବଳୀ

ଆତ୍ମଜୀବନୀ

  • ମୋ ଫୁଟା ଡଙ୍ଗାର କାହାଣୀ(୧୯୮୯)

ଉପନ୍ୟାସ

  • ନାକଟା ଚିତ୍ରକର(୧୯୫୩)

ନାଟକ

  • କଲିକତି ଚେଙ୍କ

କବିତା

  • ନିଲଠା କବି(୧୯୫୫)
  • ସାହି ମହାଭାରତ(୧୯୮୭)

ପ୍ରବନ୍ଧ ଓ ରମ୍ୟରଚନା

  • ସାହିତ୍ୟଚାଷ(୧୯୫୯)
  • ଫମାଲୋଚନା(୧୯୮୭)
  • ଅମୃତ ବେହିଆ(୧୯୭୭)
  • ବୃହତ୍ ଭାଣ୍ଡ(୧୯୭୭)

ସମ୍ପାଦନା

  • ଡଗର

ଅନୁବାଦ

  • ଅଜଗବିଶିକାର(୧୯୯୧)
  • ନାଲୁର ଚନ୍ଦ୍ରଯାତ୍ରା(୧୯୯୧)
  • ଶିଶୁସାହିତ୍ୟ
  • ଆଦର୍ଶ ହିନ୍ଦୁ ହୋଟେଲ(୧୯୭୭)
  • ଭାରତର ଶ୍ରେଷ୍ଠ ହାସ୍ୟଗଳ୍ପ(୧୯୮୦)

ଗଳ୍ପ ପୁସ୍ତକ

  • ହେରେସା(୧୯୫୯)
  • ବିଦୂଷକ(୧୯୬୩)
  • ମଙ୍ଗଳବାରିଆ ସାହିତ୍ୟ ସଂସଦ(୧୯୬୩)
  • ହସକୁରା(୧୯୬୨)
  • ସାହିତ୍ୟଚାଷ
  • ବିହସକ
  • ବୃହତଭାଣ୍ଡ
  • ଭୋଟ୍(୧୯୮୦)
  • ଗମାତ(୧୯୮୨)
  • ନିଦାବେହେଲ(୧୯୮୨)
  • ସାହିତ୍ୟ ବେଉଷଣ(୧୯୮୩)
  • ନବଜିଆ(୧୯୮୩)
  • ଥଟଲିବାଜ୯୧୯୮୩)
  • ସାହିତ୍ୟ ବଛାବଛି(୧୯୮୪)
  • ମସ୍କରା(୧୯୮୫)
  • ଟାହୁଲିଆ(୧୯୮୬)
  • ଟାପୁରିଆ(୧୯୮୮)
  • ମୁଚୁକୁନ୍ଦିଆ(୧୯୯୦)
  • ଖିଲିଖିଲିଆ(୧୯୯୩)
  • ଓଡ଼ିଶାର ସ୍ପିନ ବୋଲର(୧୯୯୪)
  • ଫତୁରାନନ୍ଦଙ୍କ ଦୁଷ୍ପ୍ରାପ୍ୟ ରଚନା(୧୯୯୯)

ପୁରସ୍କାର ଓ ସମ୍ମାନ

  • ସାରଳା ସମ୍ମାନ

ଆଧାର

Tags:

ଫତୁରାନନ୍ଦ ପ୍ରାରମ୍ଭିକ ଜୀବନ ଓ ଶିକ୍ଷାଫତୁରାନନ୍ଦ ସାହିତ୍ୟ ରଚନାଫତୁରାନନ୍ଦ ରଚନାବଳୀଫତୁରାନନ୍ଦ ପୁରସ୍କାର ଓ ସମ୍ମାନଫତୁରାନନ୍ଦ ଆଧାରଫତୁରାନନ୍ଦଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଉଇକିବିଦ୍ୟାଳୟମେନିଞ୍ଜାଇଟିସ୍୧୯୨୨କ୍ୟୁ. ଆର. କୋଡ଼ଦାମୋଦର ରାଉତଉଇକିଖବରଖୋର୍ଦ୍ଧା ଜିଲ୍ଲାଉପେନ୍ଦ୍ର ଭଞ୍ଜ୧୪ ମାର୍ଚ୍ଚ୧୯୬୦ରାମଶଙ୍କର ରାୟପିତ୍ତ ନଳୀ କର୍କଟଛବିଳ ମଧୁ ବର୍ଣ୍ଣବୋଧସାବିତ୍ରୀ ଓଷାବରାସିଲିଗୁଡ଼ିଦେବରାଜ ମହାନ୍ତିକଳିଙ୍ଗ ଯୁଦ୍ଧସାମସଙ୍ଗଅଷ୍ଟଶମ୍ଭୁ ପୀଠଭୂଖାଭାରତରାଶି ଓ ନକ୍ଷତ୍ରଗୌରହରି ଦାସପଣସଉତ୍କଳ ଦିବସପ୍ୟାରିସବ୍ରଜ କିଶୋର ପ୍ରଧାନଘର୨ ଅକ୍ଟୋବରଇତିହାସଜୀବନାନନ୍ଦ ପାଣିଆଣ୍ଟିଅକ୍ସିଡାଣ୍ଟଅଗଷ୍ଟୱିଲିଅମ ସେକ୍ସପିଅରପାଠାଗାର୧୫୩୩ହିଙ୍ଗୁଳା ମନ୍ଦିର୧୯୪୨ତ୍ରିଲୋଚନେଶ୍ଵର ମନ୍ଦିରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରେଗୋରି ପାଞ୍ଜିତୋ ପାଇଁ ନେବି ମୁଁ ଶହେ ଜନମଓଡ଼ିଶୀହୀରାକୁଦ ବନ୍ଧଜୟଦେବନନ୍ଦ କିଶୋର ବଳଜୟ ଜଗନ୍ନାଥବଣ୍ଡା ଜନଜାତିବ୍ରହ୍ମପୁରଗୋପବନ୍ଧୁ ଦାସଉଦ୍‌ଜାନଆମ୍ଫେଟାମିନମଙ୍ଗଳବାର୧୮ ମାର୍ଚ୍ଚଶ୍ୟାମସୁନ୍ଦର କରରାମାୟଣସାଉଦି ଆରବଜର୍ମାନୀବଳରାମ ଦାସହୋଲି୨୭ ମାର୍ଚ୍ଚ୨୯ ମାର୍ଚ୍ଚଅଖିଳ ମୋହନ ପଟ୍ଟନାୟକରାଜନୀତି ବିଜ୍ଞାନ🡆 More