ଚାନ୍ଦ୍ରମାସ

ବୈଦିକ ଜ୍ୟୋତିଷରେ ଚନ୍ଦ୍ରର ପ୍ରଭାବକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି କ୍ରମରେ ସମୟର ଗଣନା ପାଇଁ ଚନ୍ଦ୍ର ପୃଥିବୀର ଚାରିପାଖରେ ଯେଉଁ ସମୟ ମଧ୍ୟରେ ଥରେ ବୁଲି ଆସେ ତାହା ଚାନ୍ଦ୍ରମାସ ନାମରେ ଅଭିହିତ ।

ଚାନ୍ଦ୍ରମାସ
କୃଷ୍ଣପକ୍ଷ ଓ ଶୁକ୍ଳପକ୍ଷରେ ଚନ୍ଦ୍ରକଳାର ହ୍ରାସବୃଦ୍ଧି

ଚନ୍ଦ୍ରକଳାର ହ୍ରାସବୃଦ୍ଧି

ଚନ୍ଦ୍ରର ଆବର୍ତ୍ତନ ଗତି ଓ ପରିକ୍ରମଣ ଗତି ପ୍ରାୟ ସମାନ । ଚନ୍ଦ୍ର ପୃଥିବୀ ଚାରିପଟେ ଘୁରିବା ସହିତ ନିଜ ଅକ୍ଷରେ ମଧ୍ୟ ଘୁରୁଥାଏ । ଅତଏବ ଆମେ ସର୍ବଦା ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ହିଁ ଦେଖିବାକୁ ପାଉ । ପୃଥିବୀ ଚାରିପଟେ ଚନ୍ଦ୍ରର ବାସ୍ତବିକ ପରିକ୍ରମଣ ସମୟ ହେଉଛି ୨୭ ଦିନ ୭ ଘଣ୍ଟା ୪୩ ମିନିଟ ଓ ୧୧.୬ ସେକେଣ୍ଡ । ସାଧାରଣ ଭାବେ ଏହି ସମୟ ମଧ୍ୟରେ ଚନ୍ଦ୍ରକଳାର ହ୍ରାସବୃଦ୍ଧି (ଅମାବାସ୍ୟାରୁ ପୂର୍ଣ୍ଣିମା ଯାଏଁ ଚନ୍ଦ୍ରର ଦୃଶ୍ୟମାନ ଆକାରରେ ପରିବର୍ତ୍ତନ) ଘଟିଥାଏ । ପୃଥିବୀର ପରିକ୍ରମଣ ଗତି ଯୋଗୁଁ ଚନ୍ଦ୍ରକଳାର ଏହି ହ୍ରାସବୃଦ୍ଧି ପୃଥିବୀବାସୀଙ୍କୁ ଦୃଶ୍ୟମାନ ହେବା ବେଳେ ଏହି ସମୟ ଅନ୍ତର ପ୍ରଭାବିତ ହୋଇଥାଏ । ଚନ୍ଦ୍ର ଏକ ନିର୍ଦ୍ଦିଷ୍ଟ କାଳ୍ପନିକ ବିନ୍ଦୁରୁ ପୃଥିବୀର ପରିକ୍ରମଣ ଆରମ୍ଭ କରିବା ବେଳେ ଚନ୍ଦ୍ରକଳାର ଯେଉଁ ଅବସ୍ଥା (ପୂର୍ଣ୍ଣିମା କିମ୍ବା ଅମାବାସ୍ୟା) ଆମକୁ ଦୃଶ୍ୟମାନ ହୁଏ, ଠିକ ୨୭ ଦିନ ୦୭ ଘଣ୍ଟା ୪୩ ମିନିଟ ଓ ୧୧.୬ ସେକେଣ୍ଡ ପରେ ଚନ୍ଦ୍ର ପୂର୍ବ ନିର୍ଦ୍ଧାରିତ କାଳ୍ପନିକ ବିନ୍ଦୁକୁ ଫେରିଆସିଲେ ବି ଚନ୍ଦ୍ରକଳାର ସେହି ପୂର୍ବ ଅବସ୍ଥା (ପୂର୍ଣ୍ଣିମା କିମ୍ବା ଅମାବାସ୍ୟା) ଆମକୁ ଦୃଶ୍ୟମାନ ହୁଏନାହିଁ । କାରଣ ପୃଥିବୀ ଏହି ସମୟ ମଧ୍ୟରେ ତା'ର କକ୍ଷପଥରେ କିଛି ବାଟ ଆଗେଇ ଯାଇଥାଏ । ଅତଏବ ଚନ୍ଦ୍ର କଳାର ସେହି ପୂର୍ବ ଅବସ୍ଥା ଦୃଶ୍ୟମାନ ହେବା ପାଇଁ ପ୍ରାୟ ଦୁଇ ଦିନ ଅଧିକ ସମୟ ଲାଗେ । ଅର୍ଥାତ୍‌ ଗୋଟିଏ ପୂର୍ଣ୍ଣିମାରୁ (କିମ୍ବା ଅମାବାସ୍ୟାରୁ) ତାର ପରବର୍ତ୍ତୀ ପୂର୍ଣ୍ଣିମା (କିମ୍ବା ଅମାବାସ୍ୟା) ପୃଥିବୀରୁ ଦୃଶ୍ୟମାନ ହେବାପାଇଁ ୨୯.୫ ଦିନ ଲାଗେ । ଭାରତୀୟ ବୈଦିକ ଜ୍ୟୋତିଷରେ ଏହି ସମୟ ଅନ୍ତର ହେଉଛି ଏକ ଚାନ୍ଦ୍ରମାସ (Synodic Month) ।

ଚାନ୍ଦ୍ରମାନ ମାସ

ବୈଦିକ ଜ୍ୟୋତିଷ ଗଣନାମତେ ପୂର୍ଣ୍ଣିମାର ପରଦିନ (କୃଷ୍ଣ ପ୍ରତିପଦ Archived 2021-01-23 at the Wayback Machine.)ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପୂର୍ଣ୍ଣିମାରେ ପର୍ଯ୍ୟନ୍ତ ସମୟର ବ୍ୟବଧାନ ପ୍ରାୟ ୨୯.୫ ଦିନ । ଓଡ଼ିଆମାନେ ଏହି ହିସାବରେ ଚାନ୍ଦ୍ରମାସର ଗଣନା କରନ୍ତି । ଏହାକୁ ଗୌଣ ଚାନ୍ଦ୍ରମାସ ବୋଲାଯାଏ । ତେବେ ତେଲୁଗୁ ଭାଷାଭାଷି ଅଞ୍ଚଳରେ ମୂଖ୍ୟ ଚାନ୍ଦ୍ରମାସ ଅମାବାସ୍ୟା ପରଦିନ (ଶୁକ୍ଳ ପ୍ରତିପଦ ଅର୍ଥାତ୍‌ ନୂତନ ଚନ୍ଦ୍ରକଳା ଦର୍ଶନ ଠାରୁ)ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ଅମାବାସ୍ୟାରେ ଶେଷ ହୁଏ ।

ଜ୍ୟୋତିଷମତରେ ଚନ୍ଦ୍ରର ଏହି ବାସ୍ତବିକ ପରିକ୍ରମଣକୁ ଭିତ୍ତି କରି ୨୭ କିମ୍ବା ୨୮ ନକ୍ଷତ୍ରର କଳ୍ପନା କରାଯାଇଛି ଏବଂ ତଦନୁସାରେ ନାକ୍ଷତ୍ରିକ ମାସର (en:Sidereal month) ମଧ୍ୟ ଗଣନା କରାଯାଇଛି ।

୧୨ଟି ଚାନ୍ଦ୍ରମାସ ହେଲା: ବୈଶାଖ, ଜ୍ୟୈଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍‌ଗୁନଚୈତ୍ର । ଚାନ୍ଦ୍ରମାସ କେବେ କେବେ ୨୭, ୨୮, ୨୯, ୩୦ ଓ ୩୧ ଦିନ ହୁଏ । ୧୨ଟି ଚାନ୍ଦ୍ରମାସର ମୋଟ ସମୟ ୩୫୪ ଦିନ । ୧୨ଟି ଚାନ୍ଦ୍ରମାସ (୧ବର୍ଷ) ସହିତ ଏକ ସୌରବର୍ଷର (୩୬୫ ଦିନ) ଗଣନାରେ ପ୍ରାୟ ୧୧ ଦିନର ପାର୍ଥକ୍ୟ ରହିଥାଏ । ପ୍ରାୟ ତିନି ବର୍ଷ ଅନ୍ତରରେ ଏହି ଅଧିକା ସମୟକୁ (ଏକ ମାସ) ଏକ ମଳମାସ ଭାବେ ଗଣନା କରାଯାଇ ଚାନ୍ଦ୍ରମାନ ସମୟ ଗଣନା ଏବଂ ସୌରବର୍ଷ ସମୟ ଗଣନା ମଧ୍ୟରେ ସମାନତା ରକ୍ଷା କରାଯାଇଥାଏ ।

ଅଧିକ ତଥ୍ୟ

ଆଧାର

Tags:

ଚାନ୍ଦ୍ରମାସ ଚନ୍ଦ୍ରକଳାର ହ୍ରାସବୃଦ୍ଧିଚାନ୍ଦ୍ରମାସ ଚାନ୍ଦ୍ରମାନ ମାସଚାନ୍ଦ୍ରମାସ ଅଧିକ ତଥ୍ୟଚାନ୍ଦ୍ରମାସ ଆଧାରଚାନ୍ଦ୍ରମାସ

🔥 Trending searches on Wiki ଓଡ଼ିଆ:

ଫିଲିପାଇନ୍ସଚୈତ୍ରସଙ୍କୀର୍ତ୍ତନମାସଉଦୟନାଥ ଷଡ଼ଙ୍ଗୀବିଜ୍ଞାନଭୁବନେଶ୍ୱର ବେହେରାତରୁଣକାନ୍ତି ମିଶ୍ରଏଲିନା ସାମନ୍ତରାୟଗୋଦାବରୀଶ ମହାପାତ୍ରବୌଦ୍ଧ ଧର୍ମଓଡ଼ିଶାର ଅନୁସୂଚିତ ଜନଜାତି ତାଲିକା୧ ଅପ୍ରେଲଓଡ଼ିଶା ସରକାରସବ୍ୟସାଚୀ ମିଶ୍ର୪ ଅପ୍ରେଲଇଣ୍ଟରନେଟଯୌନ ସମ୍ଭୋଗହିନ୍ଦୁ ଧର୍ମଓଡ଼ିଆ କାବ୍ୟ କବିତାଚନ୍ଦ୍ରଶେଖର ଆଜାଦଓଡ଼ିଆ ସାହିତ୍ୟର ଇତିହାସଭାରତର ପ୍ରଧାନମନ୍ତ୍ରୀଆଖୁବୈକୁଣ୍ଠନାଥ ପଟ୍ଟନାୟକଗୋପୀନାଥ ମହାନ୍ତିଗାର୍ଗୀ ମହାନ୍ତିମାଟିର ମଣିଷ (ଉପନ୍ୟାସ)ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିକଲମ୍ବିଆହେମନ୍ତ ଦାସଚନ୍ଦନଲାଗି ବେଶରସୁଣଗଙ୍ଗାଧର ମେହେରସୁନାଜଳଭାରତୀୟ ସ୍ୱାଧୀନତା ଆନ୍ଦୋଳନରାଜ୍ୟରାଜ ଯୋଗଉଇକିପିଡ଼ିଆପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଛବିଳ ମଧୁ ବର୍ଣ୍ଣବୋଧନଟବର ସାମନ୍ତରାୟବନ୍ଦେ ମାତରମପ୍ରଦୀପ କୁମାର ପାଣିଗ୍ରାହୀବିଲେଇଜଗନ୍ନାଥଓଡ଼ିଆ ଭାଷାଅଖିଳ ମୋହନ ପଟ୍ଟନାୟକବିମ୍ବାଧର କୁଅଁରଜଳ ପ୍ରଦୂଷଣଇଣ୍ଡିଆନ ପ୍ରିମିଅର ଲିଗପ୍ରଦୀପ କୁମାର ପଣ୍ଡାଅକ୍ଷାଂଶଭୂମିକା ଦାଶଉତ୍କଳ ବ୍ରାହ୍ମଣବାସନ୍ତୀହୀରାକୁଦ ବନ୍ଧ🡆 More