ବନ୍ଦେ ମାତରମ

ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କଦ୍ୱାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । ଏହା ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।

ବନ୍ଦେ ମାତରମ
English: Vande Mataram
bônde matorom
ବନ୍ଦେ ମାତରମ
Lyricsବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ, ଆନନ୍ଦ ମଠ, ୧୮୮୨
Musicଯଦୁନାଥ ଭଟ୍ଟାଚାର୍ଯ୍ୟ
Adopted୨୪ ଜାନୁଆରୀ, ୧୯୫୦
Music sample
noicon

ଇତିହାସ ଓ ଉପଯୋଗୀତା

ବର୍ଣ୍ଣନା

ବଙ୍କିମ ଚନ୍ଦ୍ର ଚାଟାର୍ଜୀ ନୂଆକରି ତିଆରି ହୋଇଥିବା କଲିକତା ବିଶ୍ୱବିଦ୍ୟାଳୟର ଜଣେ ସ୍ନାତକ ଥିଲେ । ପଢ଼ା ପରେ ସେ ପ୍ରଥମେ ଜିଲା ମାଜିଷ୍ଟ୍ରେଟ ଓ ପରେ ଜିଲାପାଳ ଭାବରେ କାମ ଆରମ୍ଭ କରିଥିଲେ । ସେ ୧୮୫୭ର ଆନ୍ଦୋଳନ ବିଷୟରେ ଜାଣିବାକୁ ଇଚ୍ଛୁକ ଥିଲେ । ସେତେବେଳର ଫିରିଙ୍ଗି ସରକାର ଗଡ଼ ସେଭ ଦି କୁଇନ (God Save the Queen)କୁ ଜାତୀୟ ଗାନ କରିବାକୁ ଚେଷ୍ଟା ଚଳାଇଥିଲା ଯାହାକୁ ସ୍ୱାଧୀନତାବାଦୀମାନେ ଗ୍ରହଣ କରିନଥିଲେ ଯାହା ତାଙ୍କୁ ଏହି କବିତା ଲେଖିବାକୁ ପ୍ରେରଣା ଦେଇଥିଲା, ଏହା ବେଳକୁ ସରକାରୀ ସ୍ତରରେ ଅନୁମୋଦିତ ହୋଇଥିଲା ।

ଭାରତୀୟ ସ୍ୱାଧୀନତା ସଂଗ୍ରାମ

ବନ୍ଦେ ମାତରମ 
ଭିକାଜୀ କାମାଙ୍କ ଦେଇ ୧୯୦୭ରେ ତିଆରି ଜାତୀୟ ପତାକା

"ବନ୍ଦେ ମାତରମ" ଭାରତୀୟ ସ୍ୱାଧୀନତା କାଳରେ ଫିରିଙ୍ଗିମାନଙ୍କ ବିରୋଧରେ ଏକ ଗାନ ଥିଲା । ଅନେକ ଧାରଣା, ଅନଶନରେ "ବନ୍ଦେ ମାତରମ" ବୋଲି ସ୍ଳୋଗାନ ଦିଆଯାଉଥିଲା । ଫିରିଙ୍ଗିମାନେ ଭୟଭୀତ ହୋଇ ଏହାକୁ ଅନ୍ୟାୟ ଭାବରେ ଘୋଷଣା କରି ବନ୍ଦେ ମାତରମ ବୋଲୁଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଜେଲରେ ଭର୍ତ୍ତି କରୁଥିଲେ । ଲାଲା ଲଜପତ ରାୟ ଲାହୋରଠାରୁ ଏକ ସନ୍ଦର୍ଭ ଆରମ୍ଭ କରିଥିଲେ ଯାହାର ନାମ ଥିଲା "ବନ୍ଦେ ମାତରମ" । ହୀରାଲାଲ ସେନ ୧୯୦୫ରେ ଭାରତର ପ୍ରଥମ ରାଜନୀତିକ ଫିଲ୍ମ ତିଆରି କରିଥିଲେ ଯାହାର ଅନ୍ତରେ "ବନ୍ଦେ ମାତରମ" ଥିଲା ।

୧୯୦୭ରେ ଭିକାଜି କାମା (୧୮୯୧-୧୯୩୬) ଷ୍ଟୁଟଗର୍ଟ, ଜର୍ମାନୀ ଠାରେ ଭାରତର ପ୍ରଥମ ତ୍ରିରଙ୍ଗା ଜାତୀୟ ପତାକା ତିଆରି କରିଥିଲେ ଯାହା ମଝିରେ "ବନ୍ଦେ ମାତରମ" ଲେଖାଯାଇଥିଲା

କବିତା

ବନ୍ଦେ ମାତରମ

ସୁଜଳାମ ସୁଫଳାମ
ମଳୟଜ ଶୀତଳାମ
ଶସ୍ୟ ଶ୍ୟାମଳାମ
ମାତରମ
ବନ୍ଦେ ମାତରମ।

ଶୁଭ୍ରଜ୍ୟୋତ୍ସ୍ନା
ପୁଲକିତ ଯାମିନୀମ
ଫୁଲ୍ଲ କୁସୁମିତ
ଧ୍ରୁମଦଳଶୋଭିନୀମ
ସୁଭାସିନୀମ
ସୁମଧୁର ଭାସିନୀମ
ସୁଖଦାମ ବରଦାମ
ମାତରମ

ବନ୍ଦେ ମାତରମ॥

— ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ

ଆହୁରି ଦେଖନ୍ତୁ

Aurobindo Ghose. Vande Mataram  (in ଇଂରାଜୀ) – via ଉଇକିପାଠାଗାର. Bankimchandra Chattopadhyay. वन्दे मातरम्  (in oldwikisource) – via ଉଇକିପାଠାଗାର.{{citation}}: CS1 maint: unrecognized language (link)

ଆଧାର

  • Sabyasachi Bhattacharya, Vande mataram, the biography of a song, Penguin Books, 2003, ISBN 978-0-14-303055-3.

ବାହାର ସ୍ରୋତ

Tags:

ବନ୍ଦେ ମାତରମ ଇତିହାସ ଓ ଉପଯୋଗୀତାବନ୍ଦେ ମାତରମ କବିତାବନ୍ଦେ ମାତରମ ଆହୁରି ଦେଖନ୍ତୁବନ୍ଦେ ମାତରମ ଆଧାରବନ୍ଦେ ମାତରମ ବାହାର ସ୍ରୋତବନ୍ଦେ ମାତରମଦୁର୍ଗାବଙ୍ଗଳା ଭାଷାରବୀନ୍ଦ୍ରନାଥ ଠାକୁରସଂସ୍କୃତ

🔥 Trending searches on Wiki ଓଡ଼ିଆ:

ଇଣ୍ଡିଆନ ପ୍ରିମିଅର ଲିଗଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଗଣନ ସଂଖ୍ୟାପ୍ରହ୍ଲାଦ ନାଟକନେଲସନ ମଣ୍ଡେଲାସୁଭାଷ ଚନ୍ଦ୍ର ବୋଷଅଷ୍ଟ୍ରେଲିଆଅଚ୍ୟୁତ ନାୟକଅଶ୍ରୁମୋଚନ ମହାନ୍ତି୨୦୦୬୧୯୮୪ବର୍ଷାଆଖିକୃଷ୍ଣଚନ୍ଦ୍ର ପାଣିଗ୍ରାହୀଫକୀର ମୋହନ ସେନାପତିଭାରତୀୟ ଜାତୀୟ କଂଗ୍ରେସମୟୂରଭଦ୍ରକକାଶୀ ବିଶ୍ୱନାଥ ମନ୍ଦିରମାର୍ଚ୍ଚକିଶୋରୀ ଚରଣ ଦାସପ୍ରବୀଣ ଚନ୍ଦ୍ର ଭଞ୍ଜଦେଓରାମ ନବମୀପକୋଡ଼ାସିଦ୍ଧାନ୍ତ ମହାପାତ୍ରପାର୍ବତୀବିଜୟ ମିଶ୍ରବୀଣାପାଣି ମହାନ୍ତିରାଶି ଓ ନକ୍ଷତ୍ରଜୀବସାର ଗକୁଞ୍ଜବିହାରୀ ଦାଶପୁଥୁପ୍ପାଲ୍ଲୀ, କୋଟ୍ଟାୟାମପାକ୍ରିଟିନିବବେଣୁଧର ରାଉତଜୟଦେବସମୀର ରଞ୍ଜନ ଦାଶନଅଙ୍କ ଦୁର୍ଭିକ୍ଷସତୀ (ହିନ୍ଦୁ ଦେବୀ)ସମ୍ବଲପୁର ଜିଲ୍ଲାକଟକ ଜିଲ୍ଲାଭାରତୀୟ ସମ୍ବିଧାନଭୂଗୋଳବି. ଆର. ଆମ୍ବେଦକରକାଳୀଚରଣ ପଟ୍ଟନାୟକବଳଦେବଜୀଉ ମନ୍ଦିରଯକୃତଅଣସରନୟାଗଡ଼ ଜିଲ୍ଲାହେମନ୍ତ କୁମାର ଦାସଗୋବିନ୍ଦ ତ୍ରିପାଠୀନୀଳକଣ୍ଠ ଦାସଖଡ଼ଗପୁରରାମଚନ୍ଦ୍ର ବେହେରାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଆକବରଭୁବନେଶ୍ୱରଜୟୀ ରାଜଗୁରୁପାଇକ ଆଖଡ଼ାଅନ୍ନଦା ଶଙ୍କର ରାୟକଳସା ଚଉତିଶାଗୋପବନ୍ଧୁ ଦାସଲକ୍ଷ୍ମୀ ପୁରାଣରାକ୍ଷୀ ପୂର୍ଣ୍ଣିମାବ୍ରାଉଜରରାମାୟଣଓଡ଼ିଶାନିର୍ମଳା (ଉପନ୍ୟାସ)ଶରତ କୁମାର ମହାନ୍ତିଶେର ଶାହ ସୁରୀରତ୍ନାକର ଚଇନିରାମକୃଷ୍ଣ ପରମହଂସ🡆 More