ସଂକ୍ରାନ୍ତି

ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟରାଶି ଗମନକୁ ସଂକ୍ରାନ୍ତି କହନ୍ତି । ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କ୍ଷୟବୃଦ୍ଧି ସହିତ ଚାନ୍ଦମାନ ଓ ସଂକ୍ରାନ୍ତି କଳାରେ ସୌରମାନ ମାସ ଆମର ପଞ୍ଜିକାରେ ଅନ୍ତର୍ଭୁକ୍ତ । ଅମାବାସ୍ୟା ଓ ପୂର୍ଣ୍ଣିମା ଚନ୍ଦ୍ର ଦର୍ଶନ ଯୋଗୁଁ ପ୍ରତ୍ୟକ୍ଷରେ ଉପଲବ୍ଧ କରିହୁଏ; କିନ୍ତୁ ସୂର୍ଯ୍ୟଙ୍କ ଗତି ଯୋଗୁଁ ଦିନ ରାତି ଏବଂ ଋତୁମାନଙ୍କର ପରିବର୍ତ୍ତନ ହୁଏ । ପ୍ରତି ଇଂରାଜୀ ମାସର ତା୧୩ରିଖଠାରୁ ତା୧୫ରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ । ତେଣୁ ସୂର୍ଯ୍ୟଙ୍କ ଅୟନ କ୍ରମେ ସେହି ସଂକ୍ରାନ୍ତିଗୁଡିକ ନାମିତ ହୋଇଥାନ୍ତି ।

  • ମେଷ: ଅପ୍ରେଲ – ମଇ, (ମେଷ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥିତି)
  • ବୃଷ: ମଇ – ଜୁନ
  • ମିଥୁନ: ଜୁନ – ଜୁଲାଇ
  • କର୍କଟ: ଜୁଲାଇ – ଅଗଷ୍ଟ
  • ସିଂହ: ଅଗଷ୍ଟ – ସେପ୍ଟେମ୍ବର
  • କନ୍ୟା: ସେପ୍ଟେମ୍ବର – ଅକ୍ଟୋବର
  • ତୁଳା: ଅକ୍ଟୋବର – ନଭେମ୍ବର
  • ବିଛା: ନଭେମ୍ବର – ଡିସେମ୍ବର
  • ଧନୁ: ଡିସେମ୍ବର – ଜାନୁଆରୀ
  • ମକର: ଜାନୁଆରୀ – ଫେବୃଆରୀ
  • କୁମ୍ଭ: ଫେବୃଆରୀ – ମାର୍ଚ୍ଚ
  • ମୀନ: ମାର୍ଚ୍ଚ – ଅପ୍ରେଲ ମାସ

ଏହିପରି ଦୁଇଟି ଇଂରାଜୀ ମାସର ଅର୍ଦ୍ଧେକକୁ ନେଇ ଗୋଟିଏ ରାଶି ମାସ, ଗୋଟିଏ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସନ୍ତ ପର୍ଯ୍ୟନ୍ତ ଚଳେ ।

ଜ୍ୟୋତିଷ ତତ୍ତ୍ୱ ଅନୁଯାୟୀ ରବି ସଂକ୍ରମଣକାଳୀନ ଗ୍ରହଚକ୍ର ଅନୁସାରେ ୧୨ଟି ରାଶିଚକ୍ର ରହିଛି । ଏଣୁ ପୃଥିବୀର ବାର୍ଷିକ ଗତିଦ୍ୱାରା ନିଜ କକ୍ଷପଥରେ ସୂର୍ଯ୍ୟକୁ ପରିକ୍ରମା କରୁଥିବାବେଳେ ବାର ମାସରେ ବିଭିନ୍ନ ଅବସ୍ଥାନରେ ରହି ସୂର୍ଯ୍ୟଙ୍କର ଗୋଟିଏ ରାଶିଚକ୍ର ଅନ୍ୟ ଗୋଟିଏ ରାଶିଚକ୍ରକୁ ସଂକ୍ରମଣ କରୁଥିବା ସମୟକୁ ସଂକ୍ରାନ୍ତି ରୂପେ ଗଣାଯାଉଥିବାରୁ ଏହା ହେଉଛ୍ ଓଡ଼ିଆ ମାସର ଆରମ୍ଭ ବା ପ୍ରଥମ ଦିନ । ପ୍ରତି ମାସାରମ୍ଭରେ ଗୋଟିଏ ସଂକ୍ରାନ୍ତି ପଡ଼ିଲେ ଓଡ଼ିଆ ପଞ୍ଜିକାନୁଯାୟୀ ସୂର୍ଯ୍ୟଙ୍କର ରାଶିଚକ୍ର ନାମାନୁସାରେ ସଂକ୍ରାନ୍ତି ଗୁଡ଼ିକ ପହିଲା ବୈଶାଖ ଅର୍ଥାତ ମେଷ ସଂକ୍ରାନ୍ତିରୁ ଆରମ୍ଭ ହୋଇ ଯଥାକ୍ରମେ ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ ଏହିପରି ବର୍ଷରେ ବାରଟି ସଂକ୍ରାନ୍ତି ପଡ଼ିଥାଏ । ବର୍ଷର ସମସ୍ତ ସୌରମାସ ସଂକ୍ରାନ୍ତ ଅଟେ କିନ୍ତୁ ଅଧିମାସ ବା ମଳମାସ ସଂକ୍ରାନ୍ତି ନୁହେ । ଅର୍ଥାତ ଅଧିମାସରେ ସଂକ୍ରାନ୍ତି ନଥାଏ ।

ସଂକ୍ରାନ୍ତିକୁ ନିରଂଶ ଦିବସ କୁହାଯାଏ, ସେଥିପାଇଁ ଏ ଦିନ ଯାତ୍ରାଦି ଶୁଭକର୍ମ ନିଷିଦ୍ଧ। ସଂକ୍ରାନ୍ତି ଦିନ ସାୟଂସନ୍ଧ୍ୟା ନିଷିଦ୍ଧ ।

ନାମକରଣ

ବାର ଅନୁସାରେ ସଂକ୍ରାନ୍ତିର ନାମକରଣ ହୁଏ । ରବିବାର ସଂକ୍ରାନ୍ତି ହେଲେ ତାହାର ନାମ ଘୋରା । ସୋମବାର ହେଲେ ଧ୍ୱାଂକ୍ଷୀ, ମଙ୍ଗଳବାର ହେଲେ ମହୋଦରୀ, ବୁଧବାର ହେଲେ ମନ୍ଦାକିନୀ, ଗୁରୁବାର ହେଲେ ମନ୍ଦା, ଶୁକ୍ରବାର ହେଲେ ମିଶ୍ରା, ଶନିବାର ହେଲେ ସଂକ୍ରାନ୍ତିର ନାମ ହୁଏ ରାକ୍ଷସୀ ।

ଓଡ଼ିଶାରେ ସଂକ୍ରାନ୍ତିର ନାମକରଣ ପରବର୍ତ୍ତୀ ମାସର ନାମ ଅନୁସାରେ କରାଯାଏ; ଯଥା ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି ଇତ୍ୟାଦି । ଓଡ଼ିଆରେ ଧନୁ ସଂକ୍ରାନ୍ତି ଧନୁ ମାସର ପ୍ରଥମ ଦିନ । ସଂକ୍ରାନ୍ତି ଚାରି ପ୍ରକାର । ଦୁଇଟି ବିଷୁବ ସଂକ୍ରାନ୍ତି, ଦୁଇଟି ଅୟନ ସଂକ୍ରାନ୍ତି, ଚାରିଟି ବିଷ୍ଣୁପଦୀ ସଂକ୍ରାନ୍ତି ଏବଂ ଚାରିଟି ଷଡ଼ଶୀତି ସଂକ୍ରାନ୍ତି ।

  • ବିଷୁବ ସଂକ୍ରାନ୍ତି: ମେଷ (ବୈଶାଖ) ସଂକ୍ରାନ୍ତିକୁ ‘ମହାବିଷୁବ’ ସଂକ୍ରାନ୍ତି ଓ ତୁଳା (କାର୍ତ୍ତିକ) ସଂକ୍ରାନ୍ତିକୁ ‘ଜଳବିଷୁବ’ ସଂକ୍ରାନ୍ତି ବୋଲାଯାଏ ।
  • ଅୟନ ସଂକ୍ରାନ୍ତି: ମକର (ମାଘ) ସଂକ୍ରାନ୍ତିକୁ ‘ଉତ୍ତରାୟଣ’ ଓ କର୍କଟ (ଶ୍ରାବଣ) ସଂକ୍ରାନ୍ତିକୁ ‘ଦକ୍ଷିଣାୟନ’ ସଂକ୍ରାନ୍ତି ବୋଲାଯାଏ ।
  • ଷଡ଼ଶୀତି ସଂକ୍ରାନ୍ତି: ଧନୁ (ପୌଷ), ମିଥୁନ (ଆଷାଢ଼), କନ୍ୟା (ଆଶ୍ୱିନ) ଓ ମୀନ (ଚୈତ୍ର) ସଂକ୍ରାନ୍ତିକୁ ‘ଷଡ଼ଶୀତି’ ସଂକ୍ରାନ୍ତି କୁହାଯାଏ ।
  • ବିଷ୍ଣୁପଦୀ ସଂକ୍ରାନ୍ତି: ବୃଷ (ଜ୍ୟୈଷ୍ଠ), ସିଂହ (ମାର୍ଗଶିର), ସିଂହ (ଭାଦ୍ର) ଓ କୁମ୍ଭ (ଫଗୁଣ) ସଂକ୍ରାନ୍ତିକୁ ‘ବିଷ୍ଣୁପଦୀ’ ସଂକ୍ରାନ୍ତି କୁହାଯାଏ ।
  • ଶୁକ୍ଳପକ୍ଷ ସପ୍ତମୀ ଦିନ ସଂକ୍ରାନ୍ତି ହେଲେ ତାହାର ନାମ ‘ମହାଜୟା’ ହୁଏ । ଉକ୍ତ ଦିନ ସୂର୍ଯ୍ୟପୂଜା ଓ ଦାନାଦି ପୂଣ୍ୟପ୍ରଦ ।
  • ଚୈତ୍ରର ଷଡ଼ଶୀତି ସଂକ୍ରାନ୍ତି: ଏହି ଦିନ ଘଣ୍ଟାକର୍ଣ୍ଣ ପୂଜା ହୁଏ।
  • ବୈଶାଖର ମହାବିଷୁବ ସଂକ୍ରାନ୍ତି: ଏହା ପଣା ସଂକ୍ରାନ୍ତି ଭାବେ ପରିଚିତ। ଏ ଦିନ ସୂର୍ଯ୍ୟ ବିଷୁବ ରେଖାକୁ ପାରି ହୋଇ ଉତ୍ତର ଆଡ଼କୁ ଅର୍ଥାତ କର୍କଟ କ୍ରାନ୍ତି ଆଡ଼କୁ ଗତି କରନ୍ତି ।
  • ଜ୍ୟୈଷ୍ଠର ବିଷ୍ଣୁପଦୀ ସଂକ୍ରାନ୍ତି
  • ଆଷାଢ଼ର ଷଡ଼ଶୀତି ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି: ଓଡ଼ିଶାରେ ରଜ ପର୍ବ ଭାବେ ପରିଚିତ ।
  • ଶ୍ରାବଣ ମାସର ଦକ୍ଷିଣାୟନ ସଂକ୍ରାନ୍ତି: ଏ ଦିନ ସୂର୍ଯ୍ୟ କର୍କଟ କ୍ରାନ୍ତିରୁ ବିଷୁବ ରେଖା ଆଡ଼କୁ ଗତି କରନ୍ତି। ଏହି ଦିନଠାରୁ ତିନି ଦିନ ପର୍ଯ୍ୟନ୍ତ ନଦୀମାନେ ରଜସ୍ୱଳା ହୁଅନ୍ତି ।
  • ଭାଦ୍ରବ ମାସର ବିଷ୍ଣୁପଦୀ ସଂକ୍ରାନ୍ତି:
  • ଆଶ୍ୱିନର ଷଡ଼ଶୀତି ସଂକ୍ରାନ୍ତି ବା କନ୍ୟା ସଂକ୍ରାନ୍ତି:
  • କାର୍ତ୍ତିକର ଜଳବିଷୁବ ସଂକ୍ରାନ୍ତି ବା ଗର୍ଭଣା ସଂକ୍ରାନ୍ତି: ଏ ଦିନ ଗର୍ଭଣା ଡାଳ ବା କାଠିକୁ ପୂଜା କରି ଧାନ କ୍ଷେତରେ ପୋତାଯାଏ । ସୂର୍ଯ୍ୟ ବିଷୁବ ରେଖାକୁ ଟପି ଏହି ଦିନ ଦକ୍ଷିଣ ଆଡ଼କୁ ଅର୍ଥାତ ମକର କ୍ରାନ୍ତି ଆଡ଼କୁ ଗତି କରନ୍ତି।
  • ମାର୍ଗଶୀରର ବିଷ୍ଣୁପଦୀ ସଂକ୍ରାନ୍ତି:
  • ପୁଷମାସର ଷଡ଼ଶୀତି ସଂକ୍ରାନ୍ତି ବା ଧନୁ ସଂକ୍ରାନ୍ତି: ଏ ଦିନ ଦେବତାଙ୍କୁ ଧନୁମୁଆଁ ଭୋଗ ହୁଏ ଏବଂ ଜଗନ୍ନାଥଙ୍କର ପହିଲି ଭୋଗ ଆରମ୍ଭ ହୁଏ ।
  • ମାଘ ମାସର ଉତ୍ତରାୟଣ ସଂକ୍ରାନ୍ତି : ଏହି ଦିନ ସୂର୍ଯ୍ୟ ମକର କ୍ରାନ୍ତିରୁ ଉତ୍ତର ଦିଗକୁ ଫେରନ୍ତି । ଦେବତାଙ୍କୁ ମକର ଚାଉଳ ଓ ତିଲୁଆ ଖଜା ଭୋଗ ହୁଏ । ଏହାକୁ ତିଲୁଆ ସଂକ୍ରାନ୍ତି ମଧ୍ୟ କୁହାଯାଏ ।
  • ଫଗୁଣର ବିଷ୍ଣୁପଦୀ ସଂକ୍ରାନ୍ତି:

ସଂକ୍ରାନ୍ତି ବ୍ରତ

ସଂକ୍ରାନ୍ତିମାନଙ୍କରେ ଆଚରଣୀୟ ନାନାପ୍ରକାର କର୍ମାନୁଷ୍ଠାନ:

  • କାର୍ତ୍ତିକେୟ ବ୍ରତ (ସ୍କନ୍ଧପୁରାଣ):ମାର୍ଗଶୀର ମାସ ସଂକ୍ରାନ୍ତିରେ ସ୍ତ୍ରୀମାନେ ପୁତ୍ରଲାଭାର୍ଥ ସନ୍ଧ୍ୟାଠାରୁ ୪ପ୍ରହର ମଧ୍ୟରେ ୪ଥର ସ୍ନାନ କରି କାର୍ତ୍ତିକେୟ ପୂଜା ପୂର୍ବକ କାର୍ତ୍ତିକେୟ ବ୍ରତ କରନ୍ତି ।
  • ଜଳ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ବ୍ରାହ୍ମଣଙ୍କୁ ଜଳପୂର୍ଣ୍ଣ ଘଟ ଦାନ କରାଯାଏ ।
  • ଦାନ ସଂକ୍ରାନ୍ତି ବ୍ରତ (ବ୍ରହ୍ମ ପୁରାଣ): ବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ବ୍ରାହ୍ମଣଙ୍କୁ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଦାନ କରାଯାଏ ।
  • ଦଧି ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ଉତ୍ତରାୟଣ ସଂକ୍ରାନ୍ତିଠାରୁ ଆରମ୍ଭ କରି ଏକ ବର୍ଷ ଦଧି ଓ ଭୋଜ୍ୟ ଦାନ କରାଯାଏ ।
  • ଅନ୍ନ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ମହାବିଷୁବ ସଂକ୍ରାନ୍ତିଠାରୁ ୧ବର୍ଷ ପର୍ଯ୍ୟନ୍ତ ଅନ୍ନଦାନ କରାଯାଏ ।
  • ଫଳ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ମହାବିଷୁବ ସଂକ୍ରାନ୍ତିଠାରୁ ୧ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ନିର୍ଦ୍ଦିଷ୍ଟ ଫଳ ପ୍ରଦାନ କରାଯାଏ ।
  • ମଙ୍ଗଳ ସଂକ୍ରାନ୍ତି ବ୍ରତ : ମଙ୍ଗଳବାର ଦିନ ସଂକ୍ରାନ୍ତି ପଡ଼ିଲେ ମଙ୍ଗଳ ଚଣ୍ଡୀଙ୍କର ପୂଜା କରାଯାଏ ।
  • ଯମପୁଷ୍କରିଣୀ ବ୍ରତ (ଭବିଷ୍ୟ ପୁରାଣ): ସ୍ତ୍ରୀମାନେ କୌଣସି ସଂକ୍ରାନ୍ତିଠରୁ ଆରମ୍ଭ କରି ପ୍ରତି ସଂକ୍ରାନ୍ତିରେ ୪ବର୍ଷ ପର୍ଯ୍ୟନ୍ତ ଯମପୂଜା ଓ ଦାନ କରନ୍ତି ।
  • ଧର୍ମଘଟ ବ୍ରତ: ବୈଶାଖ ସଂକ୍ରାନ୍ତିଠାରୁ ଜ୍ୟୈଷ୍ଠ ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଲେଖାଏଁ ୪ ବର୍ଷ ଜଳପୂର୍ଣ୍ଣ ଘଟ ବ୍ରାହ୍ମଣଙ୍କୁ ଦାନ କରାଯାଏ । ଏହା ଛଡ଼ା ମହାବିଷୁବ ସଂକ୍ରାନ୍ତିରେ ବିଷ୍ଣୁ, ଇଷ୍ଟଦେବତା ଓ ପିତୃମାନଙ୍କ ଉଦ୍ଦେଶ୍ୟରେ ଜଳପୂର୍ଣ୍ଣ ଘଟ ଉତ୍ସର୍ଗ କରିବାକୁ ହୁଏ ।

ଆଧାର

Tags:

ରାଶି ଓ ନକ୍ଷତ୍ର

🔥 Trending searches on Wiki ଓଡ଼ିଆ:

ନରୱେମୁଚୁକୁନ୍ଦବକ୍ସି ଜଗବନ୍ଧୁଗୋପାଳକୃଷ୍ଣ ପଟ୍ଟନାୟକଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସୀତା ବିବାହକାଳିନ୍ଦୀ ଚରଣ ପାଣିଗ୍ରାହୀଆରିଷ୍ଟୋଟଲକଣ୍ଟିଲୋଭରତ (ରାମାୟଣ)ବଦ୍ରୀନାଥ ମନ୍ଦିରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଆ ରାନ୍ଧଣାବୀର ସୁରେନ୍ଦ୍ର ସାଏକଙ୍କାଳଗଇଁଠାବିଜୟ କୁମାର ନନ୍ଦ୧୭ ଅଗଷ୍ଟଧର୍ମ ନିକିତିସମୟ (କାଳ)ଅକ୍ଷୟ ତୃତୀୟାଧରିତ୍ରୀମୟୂରଭଞ୍ଜ ଜିଲ୍ଲା୧୨ ଜୁନପଶ୍ଚିମ ଓଡ଼ିଶାମନୋଜ ଦାସଙ୍କ କଥା ଓ କାହାଣୀ୧୭ ଡିସେମ୍ବରନନ୍ଦିନୀ ଶତପଥୀଗୁଗଲମହାବୀର ଜୈନଲୋକନାଥ ମନ୍ଦିରପୁଷ୍ଟିସାରସୋମନାଥଉଦ୍ଭିଦଭାରତ ସରକାରହରପ୍ରସାଦ ଦାସଜଗନ୍ନାଥଗୀତଗୋବିନ୍ଦହୀରାକୁଦ ବନ୍ଧବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୋଚିଲା୧୯୬୧ର ଓଡ଼ିଆ କଥାଚିତ୍ରଆମ୍ବେଦକର ଜୟନ୍ତୀମନମୋହନ ସାମଲନବକୃଷ୍ଣ ଚୌଧୁରୀ୩୧ ଅଗଷ୍ଟନଡ଼ିଆଭାରତ ଲୀଳାଚନ୍ଦ୍ରଶେଖର ନନ୍ଦମହାତ୍ମା ଗାନ୍ଧୀଙ୍କ ପରିବାରମାଳତୀ ଚୌଧୁରୀସୁରେଶ କୁମାର ରାଉତରାୟଓଡ଼ିଆ ଗହଣା୨ ଅପ୍ରେଲଲୋକ ସଭାଦୀପକ ମିଶ୍ରବବ୍‌ଲିଯକୃତଓଡ଼ିଆ କଥାଚିତ୍ର ଜଗତଲକ୍ଷ୍ମୀକାନ୍ତ ମହାପାତ୍ରଭଗବତ ଗୀତାମୁକ୍ତେଶ୍ୱର ଦେଉଳପାରଦନୀଳକଣ୍ଠ ଦାସମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବ‌ହାର)ଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରିଭୈରବୀରାଜେନ୍ଦ୍ର କିଶୋର ପଣ୍ଡାରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରବୀନ୍ଦ୍ରନାଥ ଠାକୁରମଞ୍ଜୁଳା ସ୍ୱାଇଁଫତୁରାନନ୍ଦଚଣ୍ଡୀଖୋଲହସ୍ତମୈଥୁନ୨୫ ନଭେମ୍ବର🡆 More