ନିତ୍ୟାନନ୍ଦ ଶତପଥୀ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ନିତ୍ୟାନନ୍ଦ ଶତପଥୀ (୧୫ ଅକ୍ଟୋବର ୧୯୩୭ - ୦୩ ଜୁନ ୨୦୨୦), ଜଣେ ଓଡ଼ିଆ ସାହିତ୍ୟିକ, ସମଲୋଚକ ଓ ଶିକ୍ଷାବିତ ଥିଲେ । ଗଳ୍ପ, କବିତା, ପ୍ରବନ୍ଧ, ଜୀବନୀ ତଥା ଭ୍ରମଣ କାହାଣୀ ଆଦି ସାହିତ୍ୟର ଅନ୍ୟ ବିଭାଗରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା ।

ନିତ୍ୟାନନ୍ଦ ଶତପଥୀ
ଜନ୍ମ ଓ ଜନ୍ମସ୍ଥାନ(1937-10-25)୨୫ ଅକ୍ଟୋବର ୧୯୩୭
ଗରେଇ ଶାସନ, ତିର୍ତ୍ତୋଲ, ଜଗତସିଂହପୁର
ମୃତ୍ୟୁ୩ ଜୁନ ୨୦୨୦(2020-06-03) (ବୟସ ୮୨)
ଭୁବନେଶ୍ୱର
ଭାଷାଓଡ଼ିଆ
ଜାତୀୟତାନିତ୍ୟାନନ୍ଦ ଶତପଥୀ: ବାଲ୍ୟଜୀବନ ଓ ଶିକ୍ଷା, ପରିବାର, ବୃତ୍ତିଗତ ଜୀବନ ଭାରତୀୟ
ନାଗରିକତାନିତ୍ୟାନନ୍ଦ ଶତପଥୀ: ବାଲ୍ୟଜୀବନ ଓ ଶିକ୍ଷା, ପରିବାର, ବୃତ୍ତିଗତ ଜୀବନ ଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ଶୈଳୀସମାଲୋଚନା ସାହିତ୍ୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀପ୍ରତିଭା ଶତପଥୀ
ସନ୍ତାନପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା
ସମ୍ପର୍କୀୟବିଦ୍ୟାଧର ଶତପଥୀ (ବାପା)
ଦୁର୍ଗାବତୀ ଦେବୀ(ମାଆ)

ବାଲ୍ୟଜୀବନ ଓ ଶିକ୍ଷା

ନିତ୍ୟାନନ୍ଦ, ୧୯୩୭ ମସିହା ଅକ୍ଟୋବର ୨୫ତାରିଖରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗରେଇ ଶାସନଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୦ ଓ ୧୯୬୨ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୭୬ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ ।

ପରିବାର

ନିତ୍ୟାନନ୍ଦଙ୍କ ପିତାଙ୍କ ନାମ ଥିଲା ବିଦ୍ୟାଧର ଶତପଥୀ ଓ ମାତାଙ୍କ ନାମ ଦୁର୍ଗାବତୀ ଦେବୀ । କବି ପ୍ରତିଭା ଶତପଥୀ ତାଙ୍କ ଧର୍ମପତ୍ନୀ । ପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା ନାମରେ ତାଙ୍କର ଚାରି ଝିଅ ଅଛନ୍ତି ।

ବୃତ୍ତିଗତ ଜୀବନ

ଅଧ୍ୟାପନାକୁ ନିଜର ବୃତ୍ତି ଭାବରେ ଆବୋରୀ ଥିଲେ ନିତ୍ୟାନନ୍ଦ । ୧୯୬୨ରୁ ୧୯୬୯ ଯାଏଁ ରେଭେନ୍ସା ମହାବିଦ୍ୟାଳୟରେ ଓ ୧୯୭୬ରୁ ୧୯୯୨ ଯାଏଁ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପନା କରିଥିଲେ ଓ ସତ୍ୟବାଦୀ ଚେୟାରର ପ୍ରଫେସର ଥାଇ ୧୯୯୭ ମସିହାରେ ସେବା ନିବୃତ ହୋଇଥିଲେ ।

ସାହିତ୍ୟିକ ଜୀବନ

୧୯୬୫ମସିହା ବେଳକୁ ସେ ରେଭେନ୍ସା ନୈଶ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ । ସେହି ସମୟରେ ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ, ଗୋପବନ୍ଧୁଙ୍କ ଜନ୍ମଦିବସରେ ସେ ସାକ୍ଷୀଗୋପାଳକୁ ଏକ ସଭାକାର୍ଯ୍ୟରେ ଯୋଗଦେବାକୁ ଯାଇଥାନ୍ତି । ସେଠାରେ ଭାଷଣ ଦେବା ଅବସରରେ ଜଣେ ଶ୍ରୋତା ଅଭିଯୋଗ କଲେ ଯେ, ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖାଯାଇନାହିଁ । ସେହି ସଭାରେ ନିତ୍ୟାନନ୍ଦ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ୩ ବର୍ଷ ମଧ୍ୟରେ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖି ପ୍ରକାଶ କରାଇବେ । ସେଠାରୁ ଆରମ୍ଭ ହୋଇଥିଲା ନିତ୍ୟାନନ୍ଦଙ୍କର ପ୍ରଥମ ପୁସ୍ତକ ଲିଖନ । ଚାରି ବର୍ଷ ଧରି ଲେଖା ହୋଇଥିବା, ହେ ସାଥୀ ! ହେ ସାରଥୀ ନାମରେ ଏହି ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ପୁସ୍ତକ ୧୯୬୯ ମସିହାରେ ପ୍ରକାଶ ପାଇଥିଲା । ଏହା ପୂର୍ବରୁ ପତ୍ନୀ ପ୍ରତିଭାଙ୍କ ସହ ମିଳିତ ଭାବରେ "ଆମ କବିତା" ନାମକ ଏକ କବିତା ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା । ତା ପରଠାରୁ ନିତ୍ୟାନନ୍ଦ ନିରବିଚ୍ଛିନ୍ନ ଭାବରେ ସାହିତ୍ୟ ସାଧନାରେ ନିମଗ୍ନ ଥିଲେ । ତାଙ୍କ ଛାତ୍ରଛାତ୍ରୀମାନେ ଆଧୁନିକ କବିତା ଉପରେ କୌଣସି ସମାଲୋଚନା ମୂଳକ ପୁସ୍ତକ ପାଇ ପାରୁନଥିଲେ । ସେହି ଅଭାବ ଦୂର କରିବାକୁ, ସେ ସମାଲୋଚନା ଲେଖିବା ଆରମ୍ଭ କରିଥିଲେ ।

ନିତ୍ୟାନନ୍ଦ ବହୁ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ରହିଥିଲେ । ସେ ମଧ୍ୟରୁ ପୂଜ୍ୟପୂଜା ସଂସଦ, ଶାରଳା ପୁରସ୍କାର, ସାମ୍ପ୍ରତିକ, ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ଅନ୍ୟତମ । ଶାରଳା ପୁରସ୍କାର ତାଙ୍କରି ସମ୍ପାଦନାରେ ପ୍ରତିଷ୍ଠା କରାଯାଇଥିଲା ।

ରଚନାବଳୀ

  • ଆମ କବିତା
  • କବିତାର ସେତୁ
  • ହେ ସାଥୀ ! ହେ ସାରଥୀ - ୧୯୬୯
  • ସବୁଜର ସାମ୍ପ୍ରତିକ - ୧୯୭୬
  • ସରଳରୁ ସମ୍ପ୍ରତି - ୧୯୯୬
  • ସତୁରୀରୁ ସହସାର୍ବ୍ଦୀ
  • କାବ୍ୟ ଦୃଷ୍ଟି : କାବ୍ୟ ବିଚାର
  • ସତ୍ୟବାଦୀ ଯୁଗ - ସ୍ରଷ୍ଟା ଓ ସୃଷ୍ଟି
  • ଆଧୁନିକ ଓଡ଼ିଆ ସାହିତ୍ୟ
  • ପ୍ରମୂଖ କବି କତିପୟ - ୧୯୮୬
  • ଗଳ୍ପ ଓ ଗାଳ୍ପିକ - ୧୯୮୬
  • କାବ୍ୟ ପ୍ରକରଣ - ୧୯୯୪
  • ଇସ୍ତାହାର (ପତ୍ରିକା ସମ୍ପାଦନା) - ୧୯୭୯ ମସିହାରୁ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୨ ("ସତ୍ୟବାଦୀ ଯୁଗ - ସ୍ରଷ୍ଟା ଓ ସୃଷ୍ଟି ପାଇଁ" ମନୋନୀତ ହୋଇଥିଲେ ମଧ୍ୟ ସେ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ)

୨୦୨୦ ଜୁନ ୩ ତାରିଖରେ ଭୁବନେଶ୍ୱରଠାରେ ନିତ୍ୟାନନ୍ଦଙ୍କର ପରଲୋକ ଘଟିଥିଲା ।

ଆଧାର

Tags:

ନିତ୍ୟାନନ୍ଦ ଶତପଥୀ ବାଲ୍ୟଜୀବନ ଓ ଶିକ୍ଷାନିତ୍ୟାନନ୍ଦ ଶତପଥୀ ପରିବାରନିତ୍ୟାନନ୍ଦ ଶତପଥୀ ବୃତ୍ତିଗତ ଜୀବନନିତ୍ୟାନନ୍ଦ ଶତପଥୀ ସାହିତ୍ୟିକ ଜୀବନନିତ୍ୟାନନ୍ଦ ଶତପଥୀ ସମ୍ମାନ ଓ ପୁରସ୍କାରନିତ୍ୟାନନ୍ଦ ଶତପଥୀ ଆଧାରନିତ୍ୟାନନ୍ଦ ଶତପଥୀଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଶଙ୍କରାଚାର୍ଯ୍ୟଗୋବିନ୍ଦ ତ୍ରିପାଠୀନେତୃତ୍ୱଦ୍ୱିତୀୟ ବିଶ୍ୱଯୁଦ୍ଧରାଜନୀତି ବିଜ୍ଞାନବ୍ୟଞ୍ଜନ ବର୍ଣ୍ଣଭୃସଙ୍ଗ ଗଛଖାସି ମାଂସ ତରକାରୀଉତ୍କଳ ସମ୍ମିଳନୀ୧୯୦୫ଇଣ୍ଟରନେଟ୧୮ ଅକ୍ଟୋବରଶ୍ରୀଓଡ଼ିଆ କାବ୍ୟ କବିତାପ୍ରଦୀପ କୁମାର ପାଣିଗ୍ରାହୀଭୀମ ଭୋଇଓଡ଼ିଆ ରାମାୟଣଓଡ଼ିଶାର ଭୂଗୋଳଓପନ-ସୋର୍ସ ସଫ୍ଟୱେର୨୦ ଅଗଷ୍ଟଛତୁ ତରକାରୀବିଶ୍ୱତାପନଶେର ଶାହ ସୁରୀଉପେନ୍ଦ୍ର ଭଞ୍ଜବୈଜୟନ୍ତ ପଣ୍ଡାଅଭିମନ୍ୟୁ ସାମନ୍ତସିଂହାରମେସିନ ଲର୍ଣ୍ଣିଙ୍ଗ୍ସରୋଜିନୀ ସାହୁଗୋପାଳକୃଷ୍ଣ ପଟ୍ଟନାୟକବିଜ୍ଞାନପୁରୁଷୋତ୍ତମ ଦେବଖଡ଼ଗପୁରତାରିଣୀ ମନ୍ଦିର, ଘଟଗାଁଓଡ଼ିଆ ଖବରକାଗଜ ତାଲିକାକାଜାଖସ୍ତାନଜୟ ଜଗନ୍ନାଥରାମକୃଷ୍ଣ ପରମହଂସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବିଭୂତି ପଟ୍ଟନାୟକମଟର ସାଇକେଲଅର୍ଥଶାସ୍ତ୍ରକାଟୁଲୁ ରବି କୁମାରଓଡ଼ିଆ ଭ୍ରମଣ ସାହିତ୍ୟକାହ୍ନୁଚରଣ ମହାନ୍ତିହମିଦା ବାନୁ ବେଗମଭାରତୀୟ ସମ୍ବିଧାନମଦର ଟେରେସା୪ (ସଂଖ୍ୟା)୧୦୫୪ଟୋକିଓଦଶାବତାରବିରଳା ମନ୍ଦିର, ହାଇଦ୍ରାବାଦଶିଶୁ ଅନନ୍ତ ଦାସଭଦଭଦଳିଆଜାପାନ ସାଗରଆର୍ଯ୍ୟଭଟ୍ଟହୃଷୀକେଶ ପଣ୍ଡାନାରୀବାଦଲସିଓଡ଼ିଆ କବି ମାନଙ୍କର ତାଲିକାପଙ୍କଜ ଉଧାସଉତ୍କଳ ଦୀପିକାଆଖୁଚବିଶ ଗୁରୁଗୋପାଳ ଚନ୍ଦ୍ର ପ୍ରହରାଜରାମାୟଣକଖାରୁ ଫୁଲ ଭଜାଅନ୍ନଦା ଶଙ୍କର ରାୟଅଧର ପଟ୍ଟନାୟକଛାନ୍ଦଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗବୃହସ୍ପତି🡆 More