ପ୍ରତିଭା ଶତପଥୀ: କବି

ପ୍ରତିଭା ଶତପଥୀ (ଜନ୍ମ: ୧୮ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ କବି । ପ୍ରତିଭା କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜୀବନର ପ୍ରଥମ ପାଞ୍ଚ ବର୍ଷ କୋରାପୁଟରେ ବିତିଥିଲା । ସେ ଭଲ ବିଦ୍ୟାଳୟରୁ ପାଠ ପଢ଼ିବା ପାଇଁ, ତାଙ୍କ ପରିବାର ସତ୍ୟଭାମାପୁରକୁ ଚାଲିଆସିଥିଲେ । ପିଲାବେଳେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସେ କଲେଜ ଶିକ୍ଷାଲାଭ କରିଥିଲେ । ବିବାହ କରିସାରିବା ପରେ ୧୯୬୭ ମସିହାରେ ସେ ସ୍ନାତକୋତ୍ତର ଓ ୧୯୮୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଥିଲେ ।

ପ୍ରତିଭା ଶତପଥୀ
ଜନ୍ମ ଓ ଜନ୍ମସ୍ଥାନ (1945-01-18) ୧୮ ଜାନୁଆରୀ ୧୯୪୫ (ବୟସ ୭୯)
ସତ୍ୟଭାମାପୁର, କଟକ ଜିଲ୍ଲା
20°43′32″N 86°16′22″E / 20.72556°N 86.27278°E / 20.72556; 86.27278
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିନିମିଷେ ଅକ୍ଷର
ଶବରୀ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର
ଜୀବନସାଥୀନିତ୍ୟାନନ୍ଦ ଶତପଥୀ
ସନ୍ତାନପାରମିତା ଶତପଥୀ
ସମ୍ପର୍କୀୟଗୋପାଳ ଚନ୍ଦ୍ର ପ୍ରହରାଜ

ପ୍ରତିଭା ପିଲାବେଳରୁ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ କବିତାରେ ପ୍ରେମ, ପ୍ରକୃତିର ସମାବେଶ ଦେଖାଯାଏ । ତାଙ୍କର ପ୍ରଥମ କବିତା ପୁସ୍ତକ ଶେଷ ଜହ୍ନ ୧୯୬୨ମସିହାରେ ପ୍ରକାଶିତ ହୋଇଥିଲା । ଦୀର୍ଘ ୨୫ ବର୍ଷ ଧରି ସେ ଓଡ଼ିଆ ପତ୍ରିକା ଇସ୍ତାହାରର ସମ୍ପାଦକ ଥିଲେ । ବର୍ତ୍ତମାନ ସେ ଏକ ପାକ୍ଷିକ କବିତା ପତ୍ରିକା 'ଉଦ୍‌ଭାଷା'ର ସମ୍ପାଦକ ଅଛନ୍ତି ।

ପରିବାର

ପ୍ରତିଭା, ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀଙ୍କୁ ବିବାହ କରିଛନ୍ତି । ପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା ନାମରେ ତାଙ୍କର ଚାରି ଝିଅ ଅଛନ୍ତି ।

ସାହିତ୍ୟ କୃତି

  • କବିତାର ଉଦ୍‌ଭାସନ ଓ ନବ୍ୟାଲୋଚନା, ୨୦୧୫

କବିତା ସଙ୍କଳନ

  • କହି ନ ହେଲେ (୨୦୦୬)
  • ଅଧା ଅଧା ନକ୍ଷତ୍ର (୨୦୦୧)
  • ତନ୍ମୟ ଧୁଳି (୧୯୯୬)
  • ଶବରୀ (୧୯୯୧)
  • ମହାମେଘ (୧୯୮୮)
  • ନିମିଷେ ଅକ୍ଷର (୧୯୮୫)
  • ନିୟତ ବସୁଧା (୧୯୮୦)
  • ସାହାଡା ସୁନ୍ଦରୀ (୧୯୭୮)
  • ଗ୍ରସ୍ତ ସମୟ (୧୯୭୪)
  • ଅସ୍ତ ଜହ୍ନର ଏଲିଜି (୧୯୬୯)
  • ଶେଷ ଜହ୍ନ (୧୯୬୨)
  • ଆମ କବିତା (୧୯୬୨)
  • The Hidden Flower (Pearl Buck)ର ଅନୁବାଦ
  • Monograph of Kalhana, the twelfth-century poet-historianର ଅନୁବାଦ

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧ (ତନ୍ମୟ ଧୁଳି)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୬ (ନିମିଷେ ଅକ୍ଷର)
  • ଶାରଳା ପୁରସ୍କାର, ୧୯୯୨ (ଶବରୀ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୧୪ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
  • ଝଙ୍କାର ପୁରସ୍କାର (କବିତା), ୧୯୮୧ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • କ୍ରିଟିକ ସର୍କଳ ଅଫ ଇଣ୍ଡିଆ ପୁରସ୍କାର (୧୯୯୬)
  • ଧରିତ୍ରୀ- ସମାଜବାଦୀ ସୋସାଇଟି କବିତା ସମ୍ମାନ (୧୯୮୫)
  • ପ୍ରଜାତନ୍ତ୍ର ତରୁଣ କବି ପୁରସ୍କାର (୧୯୬୨)
  • ରାଷ୍ଟ୍ରୀୟ କବିର ସମ୍ମାନ, ମଧ୍ୟପ୍ରଦେଶ ସରକାରଙ୍କ ସଂସ୍କୃତି ବିଭାଗ (୨୦୧୪-୧୫)

ଆଧାର

Tags:

ପ୍ରତିଭା ଶତପଥୀ ପରିବାରପ୍ରତିଭା ଶତପଥୀ ସାହିତ୍ୟ କୃତିପ୍ରତିଭା ଶତପଥୀ ପୁରସ୍କାର ଓ ସମ୍ମାନପ୍ରତିଭା ଶତପଥୀ ଆଧାରପ୍ରତିଭା ଶତପଥୀ ଅଧିକ ତଥ୍ୟପ୍ରତିଭା ଶତପଥୀଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଶୀକଟକ ଜିଲ୍ଲାକୋରାପୁଟ ଜିଲ୍ଲାରେଭେନ୍ସା ମହାବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ପଖାଳଦୀପକ ମିଶ୍ରରାଣୀ ଲକ୍ଷ୍ମୀବାଈଉଇକିପିଡ଼ିଆଆଜାଦ ହିନ୍ଦ୍ ଫୌଜମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ଶ୍ରୀ ଅରବିନ୍ଦଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରତ୍ନାକର ଚଇନିପୁରୀଭାରତୀୟ ଜାତୀୟ କଂଗ୍ରେସଲକ୍ଷ୍ମୀକାନ୍ତ ମହାପାତ୍ରମୃଣାଳ ସେନଭାରତର ସଂସ୍କୃତିଏଲିନା ସାମନ୍ତରାୟବେଲ୧ (ସଂଖ୍ୟା)ବର୍ଷା ପ୍ରିୟଦର୍ଶିନୀଲକ୍ଷ୍ମଣ ନାୟକଉତ୍କଳସଞ୍ଜୀବ କୁମାର ମଲ୍ଲିକପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଭାରତର ପ୍ରଧାନମନ୍ତ୍ରୀକ୍ୟୁ. ଆର. କୋଡ଼ବିଦ୍ୟୁତଆକବରକାଳୀଚରଣ ପଟ୍ଟନାୟକ୧୭୩୬କଳାପାହାଡ଼ଅମ୍ଳଜାନଅଷ୍ଟ୍ରେଲିଆଜଣ୍ଡିସ୍କେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥହନୁମାନସୁରେନ୍ଦ୍ର ମହାନ୍ତିଚିତ୍ତରଞ୍ଜନ ଦାସଉପେନ୍ଦ୍ର ଭଞ୍ଜହାଡ଼ଫୁଟିମଦର ଟେରେସାମୀନ (ମାସ)ଅଚ୍ୟୁତାନନ୍ଦ ଦାସଜାଭା (ପ୍ରୋଗ୍ରାମିଂ ଭାଷା)ବୀଜାଣୁସଞ୍ଜୁ ଆଉ ସଞ୍ଜନାଚନ୍ଦ୍ରଗୁପ୍ତମକର (ରାଶି)ମହିଳା ଯୌନାଙ୍ଗ ଛେଦନରୋହିତ ପୂଜାରୀଔଷଧୀୟ ଗଛଲତାମାନଙ୍କର ତାଲିକାଭଦ୍ରକ ଜିଲ୍ଲାଶ୍ରୀରାଧାଜ୍ଞାନକୋଷଫକୀର ମୋହନ ସେନାପତିପ୍ରଥମାଷ୍ଟମୀଚଉଷଠି ଯୋଗିନୀ ମନ୍ଦିର, ହୀରାପୁରମାଟିର ମଣିଷଚେରୋ ଜାତିଆଲେକ୍‌ଜାଣ୍ଡର୍ ମହାନରିୟା ସେନଉତ୍କଳ ଦୀପିକାଗୁଗଲଅନୁପମ ଭାରତ🡆 More