ଦଶାବତାର: ଦଶଜଣ ମୁଖ୍ୟ ଅବତାରଙ୍କୁ ବୁଝାଇଥାଏ

ଦଶ ଅବତାର ବା ଦଶାବତାର ଦଶଜଣ ମୁଖ୍ୟ ଅବତାରଙ୍କୁ ବୁଝାଇଥାଏ । ବୈଷ୍ଣବ ଦର୍ଶନ ଅନୁସାରେ ଅବତାର ଏକ ମୂଳ ଭଗବାନଙ୍କର କାଳ ଆନୁସାରେ ଅଲଗା ଅଲଗା କାମ ଓ ରୂପକୁ ବୁଝାଇଥାଏ । ବିଷ୍ଣୁଙ୍କର ଦଶଟି ଅବତାରକୁ ଦଶାବତାର ବୋଲି କୁହାଯାଇଥାଏ । ଗରୁଡ଼ ପୁରାଣରେ (୧.୮୬.୧୦-୧୧) ଏହି ଅବତାରମାନଙ୍କ ଉପରେ ବର୍ଣ୍ଣନା ରହିଛି ।

ଦଶାବତାର: ଐତିହାସିକ ବିବର୍ତ୍ତନ, ତାଲିକା, ଅଲଗାଭାବେ
ବିଷ୍ଣୁଙ୍କର ଦଶ ଅବତାର
ଉପର ଧାଡ଼ି : ମତ୍ସ୍ୟ,କଚ୍ଛପ,ବରାହ,ନରସିଂହ/ନୃସିଂହ,ବାମନ
ତଳ ଧାଡ଼ି : ପର୍ଶୁରାମ,ରାମ,ବଳରାମ,ବୁଦ୍ଧ,କଳ୍କି

ବିଷ୍ଣୁ ନାନା ଅବତାର ଗ୍ରହଣ କରିଥିଲେ ସୁଦ୍ଧା ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପରଶୁରାମ, ରାମ, ବଳରାମ, ବୁଦ୍ଧକଳ୍କୀ ଏହି ଦଶ ଗୋଟି ଅବତାର ପ୍ରଧାନ । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ଭାରତରେ ଶ୍ରୀକୃଷ୍ଣଙ୍କୁ ଅଷ୍ଟମ ଅବତାର ରୂପେ ଗ୍ରହଣ କରାଯାଉଥିବା ବେଳେ, ଓଡ଼ିଶାରେ ବଳରାମଙ୍କୁ ଅଷ୍ଟମ ଅବତାର ବୋଲି ଧରାଯାଏ । ଏହା ଜୟଦେବଙ୍କ ଗୀତଗୋବନ୍ଦର ପ୍ରଭାବ ବୋଲି ଅନୁମିତ । ଉତ୍କଳୀୟ ପରମ୍ପରାରେ ଶ୍ରୀକୃଷ୍ଣଙ୍କୁ କୌଣସି ଅବତାର ମନେ ନ କରି ସମସ୍ତ ଅବତାରଙ୍କ ସାର ବା 'ଅବତାରୀ' ରୂପେ କଳ୍ପିତ କରାଯାଏ ।

ଐତିହାସିକ ବିବର୍ତ୍ତନ

ଐତିହାସିକ ବୈଷ୍ଣବବାଦ ଏକ ନୂଆ ଓ ଜଟିଳ ବୈଷ୍ଣବବାଦ ତିଆରି କରିଥିଲା, ଯାହାକୁ ବିଷ୍ଣୁ ପୂଜନର ମୂଳ ଆଧାର ବୋଲି ଗ୍ରହଣ କରାଯାଇଥାଏ ଓ ଏହା ଭଗବତ ଗୀତାର (ଖ୍ରୀ.ପୂ. ୪ରୁ ୩ୟ ଶତାବ୍ଦୀ ଯାଏଁ) ପ୍ରଚଳନ ସମୟରେ ପୁରାଣରେ ଲେଖାଯାଇଥିଲା ।

ବାର ଜଣ ଅବତାର, ଯେଉଁମାନେ ତାଙ୍କର ମନ୍ତ୍ର ଦେଇ ଧର୍ମ ପ୍ରଚାର କରିଥିଲେ ସେମାନକ ତାଲିକାରେ ବିଷ୍ଣୁ ବା କୃଷ୍ଣଙ୍କୁ ରଖାଯାଇନଥିଲା । ତେବେ ତାମିଲ ଭାଷାରେ ବିଷ୍ଣୁ ସ୍ତୁରିସବୁ "ନାଳାଇରା" (ଦିବ୍ୟ ପ୍ରବନ୍ଧ) ଭାବରେ ଜଣା ।

ତାଲିକା

ଦଶାବତାର: ଐତିହାସିକ ବିବର୍ତ୍ତନ, ତାଲିକା, ଅଲଗାଭାବେ 
୧୯ଶହ ଶତାବ୍ଦିର ରାଜା ରବି ବର୍ମାଙ୍କ ଚିତ୍ର।

ମତ୍ସ୍ୟ

ବିଷ୍ଣୁଙ୍କର ପ୍ରଥମ ଅବତାର । ଏହି ଅବତାରରେ ବିଷ୍ଣୁ ମହାପ୍ରଳୟ ସମୟରେ ଅତଳ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିବା ‘ବେଦ’ ଗ୍ରନ୍ଥକୁ ଉଦ୍ଧାର କରିଥିଲେ ।

କଚ୍ଛପ

ଦ୍ୱିତୀୟ ଅବତାରରେ କଚ୍ଛପ ରୂପେ ଆବିର୍ଭୁତ ହୋଇ ସମୁଦ୍ର ମନ୍ଥନ ବେଳେ ମନ୍ଦର ପର୍ବତକୁ ନିଜ ପୃଷ୍ଠରେ ଧାରଣ କରିଥିଲେ । ଦୁର୍ବାସାଙ୍କ ଶାପରୁ ଇନ୍ଦ୍ର ଶ୍ରୀହୀନ ହେବାରୁ ଲକ୍ଷ୍ମୀ ସ୍ୱର୍ଗରୁ ଯାଇ ସମୁଦ୍ର ଗର୍ଭରେ ବାସ କଲେ । ବ୍ରହ୍ମାଙ୍କ ଉପଦେଶ ଅନୁସାରେ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀକୁ ମନ୍ଥନ ରଜ୍ଜୁ କରି ରଜ୍ଜୁର ଏକ ପାଖକୁ ଦେବତାଗଣ ଓ ଅନ୍ୟ ପାଖକୁ ଅସୁରମାନେ ଟାଣି ସମୁଦ୍ରକୁ ମୋହିଁଲେ । ମନ୍ଥନ ଫଳରେ ପ୍ରଥମେ ହଳାହଳ ବିଷ ବାହାରିଲା । ଏ ବିଷର ଜ୍ୱାଳାରେ ସମସ୍ତେ ଅସ୍ଥିର ହୋଇ ମହାଦେବଙ୍କୁ ସ୍ତବ କରିବାରୁ ସେ ସନ୍ତୁଷ୍ଟ ହୋଇ ଉକ୍ତ ବିଷକୁ ପାନ କଲେ । ତତ୍ପରେ ପୁଣି ମନ୍ଥନ କରିବାରୁ ସମୁଦ୍ର ମଧ୍ୟରୁ ଚନ୍ଦ୍ର, ପାରିଜାତ, ଉଚ୍ଚୈଃଶ୍ରବା ଅଶ୍ୱ, ଐରାବତ ଗଜ, ସୁରଭୀ ଗାଈ, ଲକ୍ଷ୍ମୀ ଓ ଧନ୍ୱନ୍ତରୀ ଅମୃତଭାଣ୍ଡ ସହିତ ବାହାରିଲେ । ଅସୁରମାନେ ଅମୃତଭାଣ୍ଡ ହରଣ କରିବାକୁ ଉଦ୍ୟତ ହେବାରୁ ବିଷ୍ଣୁ ମୋହିନୀରୂପ ଧରି ଅସୁରମାନଙ୍କୁ ବଞ୍ଚନା କରି ଦେବତାମାନଙ୍କୁ ଉକ୍ତ ଅମୃତ ଦେଲେ । ଏଥିଯୋଗୁଁ ଦେବ ଓ ଅସୁରମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଲା । ନାରଦ ସେହି ଯୁଦ୍ଧ ନିବାରଣ କରିଥିଲେ । ଦେବତାମାନଙ୍କଦ୍ୱାରା ହତ ଅସୁରମାନଙ୍କୁ ଅସୁରଗୁରୁ ଶୁକ୍ରାଚାର୍ଯ୍ୟ ବଞ୍ଚାଇଥିଲେ ।

ବରାହ

ପୌଷ ଅମାବାସ୍ୟା ବା ବକୁଳ ଅମାବାସ୍ୟା ଦିନ ତୃତୀୟ ଅବତାର ବରାହ ରୁପେ ଆବିର୍ଭୁତ ହୋଇଥିଲେ । ହିରଣ୍ୟାକ୍ଷ ନାମକ ଦୈତ୍ୟ ବ୍ରହ୍ମାଙ୍କ ବରରେ ଅତ୍ୟାଚାରୀ ହୋଇ ଦେବତାମାନଙ୍କୁ ପରାସ୍ତ କରି ପୃଥିବୀକୁ ନେଇ ପାତାଳରେ ପ୍ରବେଶ କରିଥିଲେ (ଧରଣୀ ଜଳତଳେ ନିମଗ୍ନ ଥିଲା)। ବିଷ୍ଣୁ ବରାହରୂପରେ ହିରଣ୍ୟାକ୍ଷକୁ ନିପାତ କରି ପୃଥିବୀକୁ ଜଳମଧ୍ୟରୁ ଦନ୍ତଦ୍ୱାରା ଉତ୍ତୋଳନ କରିଥିଲେ । ଏହାଙ୍କ ଔରସରେ ଧରଣୀଙ୍କ ଗର୍ଭରୁ ନରକାସୁର ଜାତ ହୋଇଥିଲେ ।

ନରସିଂହ/ନୃସିଂହ

(ନରସିଂହ: ମୁଣ୍ଡରୁ କଟି ଦେଶ ପର୍ଯ୍ୟନ୍ତ ସିଂହାକୃତି ଓ ଅବଶିଷ୍ଟ ଅର୍ଦ୍ଧାଙ୍ଗ ନରାକୃତି) । ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଆବିର୍ଭୁତ ହୋଇଥିଲେ । ଏ ଅବତାରରେ ବିଷ୍ଣୁ ହିରଣ୍ୟକଶିପୁ ଓ ମୁରାସୁରକୁ ବଧ କରିଥିଲେ ।

ବାମନ

ଭାଦ୍ରବ ଶୁକ୍ଳଦ୍ୱାଦଶୀ ଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ । ଏ ଅବତାରରେ ବିଷ୍ଣୁ ଗୋଟିଏ ଖର୍ବକାୟ ବ୍ରାହ୍ମଣ ରୂପ ଧରି ବଳିରାଜାଙ୍କୁ ଦାନ ମାଗି ତାଙ୍କୁ ନିଜ ଶରୀରରୁ ନିର୍ଗତ ତୃତୀୟ ପାଦରେ ପାତାଳପୁରକୁ ଚାପିଥିଲେ । ରାଜା ବଳି ଅତ୍ୟଧିକ ଦାନ କରୁଥିବାରୁ ତାଙ୍କର ଅଂହ ଭାବ ଜାତ ହାେଇଥିଲା।

ପର୍ଶୁରାମ

ବିଷ୍ଣୁଙ୍କ ଷଷ୍ଠ ଅବତାର ରୂପେ ଋଷି ଜମଦଗ୍ନିଙ୍କ ଔରସରୁ ରେଣୁକାଙ୍କ ଗର୍ଭରୁ ଜାତ ହୋଇଥିଲେ । ଏହାଙ୍କର ଅସ୍ତ୍ର ପରଶୁ (କୁଠାର) ଅଟେ। ଏ ଅବତାରରେ ପୃଥିବୀକୁ ୨୧ ବାର ନିକ୍ଷତ୍ରିୟ କରିଥିଲେ । ଏ ପିତ୍ରାଦେଶରେ ସ୍ୱୀୟ ମାତା ରେଣୁକାଙ୍କୁ ବଧ କରିଥିଲେ ଓ ପରେ ପିତାଙ୍କୁ ସନ୍ତୁଷ୍ଟ କରି ମାତାଙ୍କୁ ପୁରରୁଜ୍ଜୀବିତା କରାଇଥିଲେ । ଏହାଙ୍କ ପିତୃହନ୍ତା କାର୍ତ୍ତବୀର୍ଯ୍ୟାର୍ଜୁନ ବା ସହସ୍ରାର୍ଜୁନଙ୍କୁ ଏ ବଧ କରିଥିଲେ । ରାମଚନ୍ଦ୍ର ବିବାହ ହେଇସାରି ସୀତାଙ୍କୁ ଘେନି ମିଥିଳାରୁ ଫେରିବା ସମୟରେ ଏ ତାଙ୍କୁ ଭେଟି ଧନୁ ପରିକ୍ଷା ନିମନ୍ତେ ରାମଚନ୍ଦ୍ରଙ୍କୁ ଆହ୍ୱାନ କରିଥିଲେ । ରାମଚନ୍ଦ୍ର ଏହାଙ୍କ ହାତରୁ ଧନୁ ନେବା ସମୟରେ ଏହାଙ୍କ ଦେହରେ ଥିବା ବିଷ୍ଣୁ ତେଜଃ ରାମଚନ୍ଦ୍ରଙ୍କ ଦେହରେ ପ୍ରବେଶ କଲା ଓ ଏ ହତପ୍ରଭ ହୋଇ ତପସ୍ୟା କରିବାକୁ ଗଲେ । ଏହାଙ୍କର ଅନ୍ୟ ଚାରିଭାଇଙ୍କ ନାମ ସମନ୍ୱାନ, ସୁଷେଣ, ବସୁ ଓ ବିଶ୍ୱାବସୁ ।

ରାମ

ବିଷ୍ଣୁଙ୍କ ସପ୍ତମ ଅବତାର ରୂପେ ତ୍ରେତାଯୁଗରେ ଅଯୋଧ୍ୟାରେ ଦଶରଥଙ୍କର ଜ୍ୟେଷ୍ଠ ପୁତ୍ରରୂପେ କୌଶଲ୍ୟାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଏହାଙ୍କ ବିଷୟ ରାମାୟଣରେ ବର୍ଣ୍ଣିତ । ବଶିଷ୍ଠ ଋଷି ଏହାଙ୍କ ଗୁରୁ । ଏ ବାଳକ ଥିବାବେଳେ ବିଶ୍ୱାମିତ୍ର ଏହାଙ୍କୁ ଓ ଏହାଙ୍କ ବୈମାତ୍ର ଭାଇ ଲକ୍ଷ୍ମଣଙ୍କୁ ଯାଗରକ୍ଷା କରିବାକୁ ତାଙ୍କ ଆଶ୍ରମକୁ ସାଙ୍ଗରେ ନେଇଥିଲେ ଓ ସେଠାରେ ଏ ଯଜ୍ଞବିଘ୍ନକାରୀ ବହୁ ରାକ୍ଷାସଙ୍କୁ ବଧ କରିଥିଲେ । ଯଜ୍ଞର ନିର୍ବିଘ୍ନ ସମାପ୍ତି ହେବା ପରେ ବିଶ୍ୱାମିତ୍ରଙ୍କ ସଙ୍ଗେ ଏ ଦୁଇଭାଇ ରାଜା ଜନକଙ୍କ ରାଜଧାନୀକୁ ସୀତାଙ୍କ ସ୍ୱୟମ୍ବର ସଭାକୁ ଯାଇଥିଲେ ଓ ଶିବଧନୁକୁ ଭାଙ୍ଗି ସୀତାଙ୍କ ପାଣିଗ୍ରହଣ କଲେ। ବିମାତା ରାଣି କୈକେୟୀଙ୍କ ଅନୁଜ୍ଞା ଅନୁସାରେ ଏ ପିତୃସତ୍ୟ ପାଳନ କରିବାକୁ ଲକ୍ଷ୍ମଣ ଓ ସୀତାଙ୍କୁ ସଙ୍ଗେ ନେଇ ୧୪ବର୍ଷ ବନବାସ କରିଥିଲେ । ବନବାସ କାଳରେ ଦଣ୍ଡକାରଣ୍ୟରେ ରାବଣ ସୀତାଙ୍କୁ ହରଣ କଲା । ଏ ବାନରାଜା ସୁଗ୍ରୀବ ଓ ହନୁମାନ ତଥା ବାନର ସୈନ୍ୟଙ୍କ ସହାୟତାରେ ଲଙ୍କା ଆକ୍ରମଣ କରି ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲେ ଓ ଅଗ୍ନିପରୀକ୍ଷା ପରେ ସୀତାଙ୍କୁ ଗ୍ରହଣ କଲେ । ୧୪ ବର୍ଷ ବନବାସର କାଳ ପୂରିବାରୁ ସୀତାଙ୍କ ସହ ଅଯୋଧ୍ୟାକୁ ଆସି ରାଜତ୍ୱ କଲେ । କିଛିଦିନ ପରେ ରାବଣହୃତା ସୀତାଙ୍କ ସତୀତ୍ୱ ବିଷୟରେ ପ୍ରଜାଙ୍କ ମନରେ ସନ୍ଦେହ ହେବା ଅବଗତ ହୋଇ ଅନ୍ତଃସତ୍ୱା ସୀତାଙ୍କୁ ଏ ନିର୍ବାସିତା କଲେ । ନିର୍ବାସନ କାଳରେ ବାଲ୍ମୀକି ଆଶ୍ରମରେ ସୀତାଙ୍କଠାରୁ ଲବ ଓ କୁଶ ନାମକ ଯମଜ କୁମାର ଜନ୍ମ ହେଲେ । ତତ୍ପରେ ପିତା ଓ ପୁତ୍ରଦ୍ୱୟଙ୍କର ମିଳନ ହେଲା । ସୀତାଙ୍କୁ ଗ୍ରହଣ କରିବା ପାଇଁ ରାମଚନ୍ଦ୍ର ପୁଣି ଅଗ୍ନିପରିକ୍ଷା ପ୍ରସ୍ତାବ କରିବାରୁ ସୀତା ଏଥିରେ ଅସମ୍ମତା ହୋଇ ନିଜର ମାତା ପୃଥିବୀଙ୍କ ଗର୍ଭରେ ଲୀନ ହେଲେ । ପରେ ଏ ପୁତ୍ରଦ୍ୱୟଙ୍କ ମଧ୍ୟରୁ କୁଶଙ୍କୁ କୋଶଳ ରାଜ୍ୟର ଏବଂ ଲବଙ୍କୁ ଉତ୍ତର କୋଶଳ ରାଜ୍ୟର ଅଧିପତି ପଦରେ ପ୍ରତିଷ୍ଠାପିତ କରି ସରଯୁ ନଦୀରେ ପ୍ରବେଶ ପୂର୍ବକ ଯୋଗାଲମ୍ବନରେ ତନୁ ତ୍ୟାଗ କଲେ ।

ବଳରାମ

ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ବୈମାତୃକ ବଡ଼ ଭାଇ ଭାବେ ଶ୍ରାବଣ ପୁର୍ଣ୍ଣମୀ ଦିନ ଆବିର୍ଭୁତ ହୋଇଥିଲେ ।

ବୁଦ୍ଧ

ବର୍ତ୍ତମାନ ବିଷ୍ଣୁଙ୍କର ବୁଦ୍ଧ ଅବତାର । ପୁରୀରେ ଜଗନ୍ନାଥ ସେହି ଅବତାର ବୋଲି ଅନେକଙ୍କ ମତ ।

କଳ୍କି

ପୃଥିବୀରେ ଅଧର୍ମ ଅତି ବେଶୀ ହେଲେ, ବିଷ୍ଣୁ କଳ୍କି ଅବତାର ଗ୍ରହଣ କରି ମ୍ଳେଚ୍ଛସଂହାରାର୍ଥ ଖଡ୍ଗଧାରଣ କରିବେ – ଏହା ମାଳିକାରେ ଲିଖିତ ତଥା ପଣ୍ଡିତମାନଙ୍କର ବିଶ୍ୱାସ ।

    ପ୍ରଚଳିତ ବିଶ୍ୱାସମତେ ପୂର୍ବୋକ୍ତ ଦଶ ଅବତାର ଛଡ଼ା ବିଷ୍ଣୁ ଅନ୍ୟାନ୍ୟ ଅନେକ ଅବତାର ଧରି ଥିଲେ । (ଭାଗବତରେ ବର୍ଣ୍ଣିତ ବିଷ୍ଣୁଙ୍କର ଚବିଶଟି ଅବତାର ହେଲା: ବରାହ, ହରି, କପିଳ, ଦତ୍ତାତ୍ରେୟ, ଚତୁଃସନକ, କଚ୍ଛପ, ନୃସିଂହ, ବାମନ, ହିଂସା, ମନୁ, ଧନ୍ୱନ୍ତରୀ, ପର୍ଶୁରାମ, ରାମ, କୃଷ୍ଣ, ବଳରାମ, ବ୍ୟାସ, ବୁଦ୍ଧ, କଳ୍‌କୀ, ଧୃବ ପାଇଁ ଓ ଗଜ ଉଦ୍ଧାରଣ ପାଇଁ ଦୁଇ ଅବତାର । )
ଦଶାବତାର: ଐତିହାସିକ ବିବର୍ତ୍ତନ, ତାଲିକା, ଅଲଗାଭାବେ 
ଦଶ ଅବତାର

ଅଲଗାଭାବେ

ଡାରୱିନ୍ (Darwin) ଙ୍କର ବିବର୍ତ୍ତନ ବାଦ (Evolution theory) ସଙ୍ଗେ ହିନ୍ଦୁମାନଙ୍କର ଦଶ ଅବତାର ତୁଳନା କଲେ ଜୀବସୃଷ୍ଟିରେ ବିବର୍ତ୍ତନର ଭିନ୍ନ ଭିନ୍ନ ଅନୁରୂପ କ୍ରମିକ ସୋପାନ ଦେଖାଯାଏ । ଯଥା – ‘ମତ୍ସ୍ୟ’ ପ୍ରଥମ ପୂର୍ଣ୍ଣ ଜଳଚର । ‘ମତ୍ସ୍ୟ’ରୁ ବିବର୍ତ୍ତନଦ୍ୱାରା ଉଭୟଚର (ବେଶି ସମୟ ଜଳରେ ଓ ଅଳ୍ପ ସମୟ ସ୍ଥଳରେ ବିଚରଣ କରୁଥିବା) ‘କଚ୍ଛପ’ । ତତ୍ପରେ ସ୍ଥଳଚର (ଅଧିକାଂଶ ସମୟ ସ୍ଥଳରେ ଓ ଅତି ଅଳ୍ପକାଳ ଜଳ ବା ପଙ୍କରେ ବିଚରଣକାରୀ) ‘ବରାହ’ (ପଶୁ ସୃଷ୍ଟିର ଆରମ୍ଭ) । ‘ବରାହ’ ପରେ ‘ନୃସିଂହ’ (ଅଧା ପଶୁ ଓ ଅଧା ମନୁଷ୍ୟ ଓ ତାହାର ଅସ୍ତ୍ର ଦନ୍ତ ଓ ନଖ) । ତତ୍ପରେ ‘ବାମନ’ (ଅର୍ଥାତ ସମସ୍ତ ଅଙ୍ଗବିଶିଷ୍ଟ କିନ୍ତୁ ମନୁଷ୍ୟର ପୂର୍ଣ୍ଣାକାର ପ୍ରାପ୍ତ ହୋଇ ନ ଥିବା ମନୁଷ୍ୟ) । ତତ୍ପରେ ‘ପର୍ଶୁରାମ’ (ଅର୍ଥାତ ପୂର୍ଣ୍ଣ ସଭ୍ୟତା ପାଇ ନ ଥିବା ଓ ଯୁଦ୍ଧପ୍ରିୟ ଆଦିମ ଅବସ୍ଥାର ମନୁଷ୍ୟ; ତାହାର ଅସ୍ତ୍ର ଗୋଟିଏ ଲୌହମୟ କୁଠାର) । ତତ୍ପରେ ‘ରାମ’ (ସମାଜ ଓ ରାଜ୍ୟ ପରିଚାଳନରେ ଦକ୍ଷ କିନ୍ତୁ କୃଷି ବିଦ୍ୟାରେ ନିପୁଣତା ଲାଭ କରି ନ ଥିବା ଅବସ୍ଥା) । ତତ୍ପରେ ‘ବଳରାମ’ (କୃଷିଜୀବୀ ଓ ସଂସାର କର୍ମରତ ମନୁଷ୍ୟ) । ତତ୍ପରେ ‘ବୁଦ୍ଧ’ ଧର୍ମପ୍ରାଣତା ଯୁକ୍ତ ଓ ଆଧ୍ୟାତ୍ମିକତା (spirituality) ଯୁକ୍ତ ମନୁଷ୍ୟ ଓ ପରିଶେଷରେ କଳ୍କୀ ଅବତାର (ଯାହା ଏ ପର୍ଯ୍ୟନ୍ତ ହୋଇନାହିଁ); ଏ ଜନ ସମାଜରେ ବିପ୍ଳବ ଓ ଭୟଙ୍କର ଗଣ୍ଡଗୋଳ ଓ ରକ୍ତପାତ ଘଟାଇବା ବ୍ୟକ୍ତି।

ଦଶାବତାର ଅଷ୍ଟକମ

ଜୟଦେବଙ୍କ ଗୀତଗୋବିନ୍ଦ କାବ୍ୟର ପ୍ରଥମ ଅଷ୍ଟପଦୀରେ ଦଶାବତାରଙ୍କ ବର୍ଣ୍ଣନା ରହିଛି । ପ୍ରତ୍ୟେକ ପଦ 'ଜୟ ଜଗଦୀଶ ହରେ' ଧାଡ଼ିରେ ସମାପ୍ତ ହୁଏ । ଏହି ଅଷ୍ଟପଦୀଟି ଅତ୍ୟନ୍ତ ଲୋକପ୍ରିୟ ଅଟେ । ଅଷ୍ଟପଦୀ ଶେଷରେ କବି କୃଷ୍ଣଙ୍କୁ ସମସ୍ତ ଅବତାରଙ୍କ ସାର ରୂପରେ କଳ୍ପନା କରିଛନ୍ତି ।

ଗୀତଗୋବିନ୍ଦ

ଅଷ୍ଟପଦୀ ୧

ପ୍ରଳୟପୟୋଧିଜଳେ ଧୃତବାନସି ବେଦମ୍ ।
ବିହିତବହିତ୍ରଚରିତ୍ରମଖେଦମ୍ ॥
କେଶବ ଧୃତ ମୀନ ଶରୀର ।
ଜୟ ଜଗଦୀଶ ହରେ ॥୧॥

କ୍ଷିତିରତିବିପୁଳତରେ ତବ ତିଷ୍ଠତି ପୃଷ୍ଠେ ।
ଧରଣୀଧାରଣକିଣ ଚକ୍ର ଗରିଷ୍ଠେ ॥
କେଶବ ଧୃତ, କଚ୍ଛପ ରୂପ ।
ଜୟ ଜଗଦୀଶ ହରେ ॥୨॥

ବସତି ଦଶନଶିଖରେ ଧରଣୀ ତବ ଲଗ୍ନା ।
ଶଶିନି କଳଙ୍କକଲେବ ନିମଗ୍ନା ॥
କେଶବ ଧୃତ, ଶୂକର ରୂପ ।
ଜୟ ଜଗଦୀଶ ହରେ ॥୩॥

ତବ କରକମଳବରେ ନଖମଦ୍ଭୁତଶୃଙ୍ଗମ୍ ।
ଦଳିତ ହିରଣ୍ୟକଶିପୁ ତନୁ ଭୃଙ୍ଗମ ॥
କେଶବ ଧୃତ, ନରହରି ରୂପ ।
ଜୟ ଜଗଦୀଶ ହରେ ॥୪॥

ଛଳୟସି ବିକ୍ରମଣେ ବଳିମଦ୍ଭୁତ ବାମନଂ ।
ପଦନଖନୀରଜନିତଜନପାବନଂ ॥
କେଶବ ଧୃତ, ବାମନ ରୂପ ।
ଜୟ ଜଗଦୀଶ ହରେ ॥୫॥

କ୍ଷତ୍ରିୟରୁଧିରମୟେ ଜଗଦପଗତପାପମ୍ ।
ସ୍ନପୟସି ପୟସି ଶମିତଦ୍ଭବତାପମ୍ ॥
କେଶବ ଧୃତ, ଭୃଗୁପତି ରୂପ ।
ଜୟ ଜଗଦୀଶ ହରେ ॥୬॥

ବିତରସି ଦିକ୍ଷୁ ରଣେ ଦିକ୍ପତିକମନୀୟମ୍ ।
ଦଶମୁଖମୌଳେବଳିଂ ରମଣୀୟଂ ॥
କେଶବ ଧୃତ, ରାମଶରୀର
ଜୟ ଜଗଦୀଶ ହରେ ॥୭॥

ବହସି ବପୁଷି ବିଶଦେ ବସନଂ ଜଳଦାଭମ୍ ।
ହଳହତି ଭୀତି ମିଳିତଯମୁନାଭମ୍ ॥
କେଶବ ଧୃତ, ହଳଧର ରୂପ ।
ଜୟ ଜଗଦୀଶ ହରେ ॥୮॥

ନିନ୍ଦସି ଯଜ୍ଞବିଧେରହହ ଶୃତିଜାତମ୍ ।
ସଦୟହୃଦୟଦର୍ଶିତପଶୁଘାତମ୍ ॥
କେଶବ ଧୃତ, ବୁଦ୍ଧଶରୀର ।
ଜୟ ଜଗଦୀଶ ହରେ ॥୯॥

ମ୍ଲେଛ୍ଛନିବହନିଧନେ କଳୟସି କରବାଳମ୍ ।
ଧୂମକେତୁମିବ କିମପି କରାଳମ୍ ॥
କେଶବ ଧୃତ, କଳ୍କୀଶରୀର ।
ଜୟ ଜଗଦୀଶ ହରେ ॥୧୦॥

ଶ୍ରୀଜୟଦେବକବେରିଦମୁଦିତମୁଦାରମ୍ ।
ଶୃଣୁସୁଖଦଂ ଶୁଭଦଂ ଭବସାରମ୍ ॥
କେଶବ ଧୃତ, ଦଶବିଧରୂପ
ଜୟ ଜଗଦୀଶ ହରେ ॥୧୧॥

ଆଧାର

ଅଧିକ ତଥ୍ୟ

Tags:

ଦଶାବତାର ଐତିହାସିକ ବିବର୍ତ୍ତନଦଶାବତାର ତାଲିକାଦଶାବତାର ଅଲଗାଭାବେଦଶାବତାର ଅଷ୍ଟକମଦଶାବତାର ଆଧାରଦଶାବତାର ଅଧିକ ତଥ୍ୟଦଶାବତାରବିଷ୍ଣୁ

🔥 Trending searches on Wiki ଓଡ଼ିଆ:

୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନନଟବର ସାମନ୍ତରାୟଯଶୋଧାରା ମିଶ୍ରବିଭୁଦତ୍ତ ମିଶ୍ରଶିମିଳିପାଳ ଜାତୀୟ ଉଦ୍ୟାନଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧର୍ମଗଡ଼ଟାଇଫଏଡଧର୍ମପରମାନନ୍ଦ ଆଚାର୍ଯ୍ୟଜଗନ୍ନାଥ ଦାସଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁଞ୍ଜବିହାରୀ ଦାଶଅମର ପ୍ରସାଦ ଶତପଥୀସୁଦଶା ବ୍ରତଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭାଷା୧ ଅପ୍ରେଲବୀରକିଶୋର ଦାସକାଟୁଲୁ ରବି କୁମାରଚିଲିକା ହ୍ରଦଜନ ଗଣ ମନଭଗବତ ଗୀତାଗୋଲୋକ ବିହାରୀ ଧଳରାମ ନବମୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାହାଡ଼ଫୁଟିଓଡ଼ିଶାଅଂଶୁଘାତରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାବିଜୟ ମିଶ୍ରଚାଣକ୍ୟଜୁଲିଅସ ସିଜରପ୍ରତିଭା ରାୟwiki.phtmlଝୁମରକଟକ ଜିଲ୍ଲାମନୋଜ ଦାସଙ୍କ କଥା ଓ କାହାଣୀସୁନାବେଶଭାରତୀୟ ସମ୍ବିଧାନପୁରୀରାମକୃଷ୍ଣ ପରମହଂସଯକୃତଶିବନଦୀଉତ୍କଳ ବିଶ୍ୱବିଦ୍ୟାଳୟକପିଳାସ ଶିବ ମନ୍ଦିରଶାନ୍ତନୁ କୁମାର ଆଚାର୍ଯ୍ୟଜାଭା (ପ୍ରୋଗ୍ରାମିଂ ଭାଷା)ରବି ପଟ୍ଟନାୟକଅଖିଳ ମୋହନ ପଟ୍ଟନାୟକଆଶୁତୋଷ ପରିଡ଼ାଭୁବନେଶ୍ୱର ବେହେରାବ୍ରଜ କିଶୋର ପ୍ରଧାନହିମାଳୟଅଚ୍ୟୁତ ସାମନ୍ତଭାରତ ଛାଡ଼ ଆନ୍ଦୋଳନସହଦେବ (ମହାଭାରତ)ମହାତ୍ମା ଗାନ୍ଧୀଙ୍କ ପରିବାରଦହି ହାଣ୍ଡିକେଳୁଚରଣ ମହାପାତ୍ରଦରବାର (କବିତା)ରାବଣଜ୍ଞାନପୀଠ ପୁରସ୍କାର🡆 More