ବିଷ୍ଣୁ: ହିନ୍ଦୁ ଦେବତା

ବିଷ୍ଣୁ (ଦେବନାଗରୀ : विष्णु) ହିନ୍ଦୁଧର୍ମରେ ବୈଷ୍ଣବମାନଙ୍କର ତଥା ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସ୍ମାର୍ତ୍ତ ସମ୍ପ୍ରଦାୟର ପ୍ରମୁଖ ଦେବତା । କେହି କେହି ତାଙ୍କୁ ପଞ୍ଚ ଦେବତାଙ୍କ ଭିତରେ ଜଣେ ବୋଲି କହିଥାନ୍ତି।

ବିଷ୍ଣୁ
ସଂସ୍କୃତ ଅନୁବାଦviṣṇu
ଉପାଧିଦେବ (ତ୍ରିମୂର୍ତ୍ତି)
ବାସସ୍ଥାନବଇକୁଣ୍ଠ, କ୍ଷୀର ସାଗର
ମନ୍ତ୍ରଓଁ ନମୋ ନାରାୟଣ, ଓଁ ନମୋ ଭଗବତେ ବାସୁଦେବାୟ
ଅସ୍ତ୍ରସୁଦର୍ଶନ ଚକ୍ର ଓ କଉମୋଦକୀ
ସାଥିଲକ୍ଷ୍ମୀ, ବସୁଧା
ବାହନଗରୁଡ଼

ବିଷ୍ଣୁ ସହସ୍ରନାମ ଅନୁସାରେ ବିଷ୍ଣୁ ହେଉଛନ୍ତି ପରମାତ୍ମା। ସେ ସର୍ବତ୍ର ବିରାଜିତ ଓ ସ୍ଥାବର ଜଙ୍ଗମ ଜୀବ ଓ ନିର୍ଜିବାଦିର ମୂଳ ତତ୍ତ୍ୱ। ସେ ହେଉଛନ୍ତି କାଳାତୀତ ଅର୍ଥାତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରୁ ଉର୍ଦ୍ଧ୍ୱରେ। ତ୍ରିଦେବଙ୍କ ଭିତରେ ସେ ହେଉଛନ୍ତି ସୃଷ୍ଟିର ପାଳନକର୍ତ୍ତା। ତାଙ୍କର ଅନ୍ୟନାମ ନାରାୟଣ।

ପୁରାଣ ଅନୁସାରେ, ବିଷ୍ଣୁ ହେଉଛନ୍ତି ଚତୁର୍ଭୁଜ; ଶଙ୍ଖ, ଚକ୍ର (ସୁଦର୍ଶନ ଚକ୍ର), ଗଦା ଓ ପଦ୍ମଧାରୀ। ଶ୍ରୀମଦ୍ଭଗବଦଗୀତାରେ ସେ ହେଉଛନ୍ତି ବିଶ୍ୱରୂପଧାରୀ, ଯାହା ମାନବ କଳ୍ପନାର ବାହାରେ, ଇନ୍ଦ୍ରିୟାତୀତ ଓ ଅବର୍ଣ୍ଣନୀୟ।

ପ୍ରାୟ ସମସ୍ତ ହିନ୍ଦୁ ମତାନୁସାରେ ଦଶ ଅବତାରଧାରୀ (ଜୟଦେବଙ୍କ ଗୀତଗୋବିନ୍ଦ ଯୋଗୁଁ ଦଶାବତାର କଥା ଅଧିକ ପ୍ରଚଳିତ ହେଲା, ବିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ଅବତାର ଥିବାର ପ୍ରମାଣ ମିଳେ।) ବିଷ୍ଣୁଙ୍କୁ ତାଙ୍କର ମୂଳ ରୂପରେ କିମ୍ବା ତାଙ୍କର ମୁଖ୍ୟ ଅବତାର ରାମ ଅଥବା କୃଷ୍ଣ ରୂପରେ ପୂଜା କରାଯାଏ।

ପୁରାଣଭାରତୀ ଅନୁସାରେ ବିଷ୍ଣୁଙ୍କର ଦଶଟି ଅବତାର ରହିଛି। ନଅଟି ଅବତାର ସେ ନେଇ ସାରିଛନ୍ତି ଓ ଭବିଷ୍ୟତରେ ଆଉ ଗୋଟିଏ ଅବତାର ନେବେ। କଳି ଯୁଗରେ ଏହି ଅବତାରଙ୍କର ନାମ ହେବ କଳ୍କୀ । ଭଗବତ ଗୀତା ଅନୁସାରେ ଏହି ଅବତାରମାନଙ୍କ ଅବତରଣର ଉଦ୍ଦେଶ୍ୟ ହେଉଛି ଧର୍ମର ରକ୍ଷା ଓ ଅଧର୍ମର ନାଶ। ଦୁଷ୍ଟ ଶକ୍ତିର ମୂଳପୋଛ, ସାଧୁମାନଙ୍କର ସୁରକ୍ଷା ତଥା ପତିତମାନଙ୍କର ଉଦ୍ଧାର।

ହିନ୍ଦୁମାନେ ତ୍ରିମୂର୍ତ୍ତି ଭାବେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ପୂଜା କରିଥାନ୍ତି। ଏମାନେ ହେଉଛନ୍ତି ଯଥାକ୍ରମେ ସୃଷ୍ଟି, ପାଳନ ଓ ସଂହାରର ଦେବତା। ଏହି ତିନି ଦେବଙ୍କୁ ହିନ୍ଦୁମାନେ ତ୍ରିଦେବ ଓ ତ୍ରିନାଥ ବୋଲି ମଧ୍ୟ କହିଥାନ୍ତି। ଭାଗବତ ପୁରାଣ ଓ ବୈଷ୍ଣବମାନଙ୍କ ଦୃଷ୍ଟିକୋଣରୁ ଏଇ ତିନି ଦେବଙ୍କ ଭିତରେ ବିଷ୍ଣୁ ହେଉଛନ୍ତି ଭକ୍ତ ବତ୍ସଳ।

ବିଷ୍ଣୁଙ୍କ ଷୋଡ଼ଶ ନାମ

ବିଭିନ୍ନ ସମୟରେ ବିଷ୍ଣୁଙ୍କୁ ଭିନ୍ନ ଭିନ୍ନ ନାମରେ ସ୍ମରଣ କରାଯାଏ, ସେଗୁଡିକ ହେଲା:

  • ଔଷଧ ସେବନ ବେଳେ : ବିଷ୍ଣୁ
  • ଭୋଜନ ବେଳେ : ଜନାର୍ଦ୍ଦନ
  • ଶୟନ ବେଳେ : ପଦ୍ମନାଭ
  • ବିବାହେ ବେଳେ : ପ୍ରଜାପତି
  • ଯୁଦ୍ଧରେ : ଚକ୍ରଧର
  • ପ୍ରବାସେରେ : ତ୍ରିବିକ୍ରମ
  • ମରଣ ବେଳ। : ନାରାୟଣ
  • ସଙ୍ଗମ ବେଳ। : ଶ୍ରୀଧର
  • ଦୁଃସ୍ୱପ୍ନ ବେଳେ  : ଗୋବିନ୍ଦ
  • ସଙ୍କଟ ବେଳ। : ମଧୁସୂଦନ
  • ବଣରେ : ନରସିଂହ
  • ଅଗ୍ନିରେ : ଜଳଶାୟିନ
  • ଜଳମଧ୍ୟେ: ବରାହ
  • ପର୍ବତରେ : ରଘୁନନ୍ଦନ
  • ଗମନ କାଳେ : ବାମନ
  • ସମସ୍ତ କାଳେ : ମାଧବ

ଆଧାର

ଅଧିକ ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୋଣାର୍କ ସୂର୍ଯ୍ୟ ମନ୍ଦିରସୋମବାରପ୍ରଥମ ବିଶ୍ୱଯୁଦ୍ଧରମାକାନ୍ତ ରଥଇଟାଲୀସୁରେନ୍ଦ୍ର ମହାନ୍ତିଦୋହାକୋଷ ଓ ବୌଦ୍ଧ ଗାନନକ୍ସଲବାଦବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜନୀତି ବିଜ୍ଞାନସଚ୍ଚିଦାନନ୍ଦ ରାଉତରାୟଚେକ୍ ଗଣରାଜ୍ୟଗୁଗଲଛବିଳ ମଧୁ ବର୍ଣ୍ଣବୋଧରାଜକିଶୋର ରାୟଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡହଂକଂଆଣ୍ଟିଅକ୍ସିଡାଣ୍ଟଓଡ଼ିଆ କବି ମାନଙ୍କର ତାଲିକାଅନ୍ତରା ଚକ୍ରବର୍ତ୍ତୀଆଚାର୍ଯ୍ୟ ହରିହରଧରିତ୍ରୀପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରସୁଭାଷ ଶତପଥୀରତ୍ନାକର ଚଇନିସାମାଜିକ ବିଜ୍ଞାନଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅରବିନ୍ଦ କେଜରିୱାଲଗ୍ରେଗୋରି ପାଞ୍ଜିଓଡ଼ିଶା ସରକାରବିଭୂତି ପଟ୍ଟନାୟକହିପୋପୋଟାମସଇଣ୍ଟରନେଟମେଟ୍ରୋନିଡାଜୋଲଚଇତି ଘୋଡ଼ା ନାଚପଖାଳଖାଦ୍ୟ ଖଣିଜ ଲବଣବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରାଣୀ ବିଜ୍ଞାନଗୋପବନ୍ଧୁ ଦାସ୧୮୬୬ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରରାଧାନାଥ ରାୟପଣା ସଂକ୍ରାନ୍ତିଗୁଣନନବଗୁଞ୍ଜରଡାଉନ ସିଣ୍ଡ୍ରୋମସାତକଡ଼ି ହୋତାବି. ଆର. ଆମ୍ବେଦକରଗୋଲୋକ ବିହାରୀ ଧଳଜ୍ଞାନପୀଠ ପୁରସ୍କାରକଣ୍ଡୋମଲୁଣମାୟାଧର ମାନସିଂହମହିମା ଧର୍ମମୟୂରଭଞ୍ଜ ଜିଲ୍ଲାଚନ୍ଦ୍ରଶେଖର ରଥପଞ୍ଚତନ୍ତ୍ରଭାରତୀୟ ଜନତା ପାର୍ଟିଭାସ୍କୋ ଡା ଗାମାରଥଯାତ୍ରା୧୯ ଫେବୃଆରୀସୁକୁମାର ସେନଗୋକୁଳାନନ୍ଦ ମହାପାତ୍ରଆହେ ଦୟାମୟ ବିଶ୍ୱ ବିହାରୀନିତ୍ୟାନନ୍ଦ ମହାପାତ୍ରବଡ଼ିଶନିଅମୃତଭଣ୍ଡା🡆 More