ପବିତ୍ର ପାଣିଗ୍ରାହୀ: ଓଡ଼ିଆ ସାହିତ୍ୟିକ

ପବିତ୍ର ପାଣିଗ୍ରାହୀ ( ଜନ୍ମ : ୫ ଜୁନ ୧୯୬୩), ଜଣେ ଓଡ଼ିଆ ଲେଖକ । ସେ ଗଳ୍ପ, ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି ଓଡ଼ିଆ ସାହିତ୍ୟର ବହୁବିଭାଗରେ ଲେଖନି ଚାଳନା କରିଛନ୍ତି । ବୃତିଗତ ସେ ଜଣେ ଇତିହାସ ଅଧ୍ୟାପକ ।

ପବିତ୍ର ପାଣିଗ୍ରାହୀ
Pabitra Panigrahi
୨୦୨୨ ମସିହାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମତିଥିରେ ପବିତ୍ର ପାଣିଗ୍ରାହୀ ।
ଜନ୍ମ (1963-06-05) ୫ ଜୁନ ୧୯୬୩ (ବୟସ ୬୦)
ବୃତ୍ତିଅଧ୍ୟାପନା
ଉଲ୍ଲେଖନୀୟ କୃତିଗପର ମୁହଁ
ବୈବାହିକ-ସାଥୀସୁଚିତ୍ରା ପାଣିଗ୍ରାହୀ
ସନ୍ତାନସୌମ୍ୟଶ୍ରୀ ପାଣିଗ୍ରାହୀ, ସତ୍ୟଶ୍ରୀ ପାଣିଗ୍ରାହୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -୨୦୧୫

ବ୍ୟକ୍ତିଗତ ଜୀବନ

ପବିତ୍ର ୧୯୬୩ ମସିହା ଜୁନ ମାସ ୫ତାରିଖ ଦିନ ଭଦ୍ରକ ଜିଲ୍ଲାର ଏରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ଭଦ୍ରକରୁ ସ୍କୁଲ କଲେଜ ଶିକ୍ଷା ସମାପ୍ତ କରି, ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ତାଙ୍କ ପରିବାରେ ଧର୍ମପତ୍ନୀ ସୁଚିତ୍ରା ଓ ଜ୍ୟେଷ୍ଠ ପୁତ୍ର ସୌମଶ୍ରୀ ଉଭୟ ସାହିତ୍ୟିକ ଓ ଉଭୟଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । କନିଷ୍ଠ ପୁତ୍ରଙ୍କ ନାମ ସତ୍ୟଶ୍ରୀ ।

ସାହିତ୍ୟ ସର୍ଜନା

ସେ ଛାତ୍ରାବସ୍ଥାରୁ ଲେଖାଲେଖି ଆରମ୍ଭ କରିଥିଲେ । ଭଦ୍ରକ କଲେଜରେ ଆଇଏ ପଢୁଥିବା ସମୟରେ ତାଙ୍କର ପ୍ରଥମ ଗପ 'ଅନ୍ଧାରର ଅନ୍ଧ ମନ', କଲେଜ ପତ୍ରିକା 'ପଲ୍ଲୀ ଭାରତୀ'ରେ ପ୍ରକାଶ ପାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ତାଙ୍କର ସାହିତ୍ୟ ସର୍ଜନା ଅଧିକ ମୁଖରିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ପତ୍ରିକା 'ବାଣୀ ବିକାଶ'ର ସେ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ସେ ମୁଖ୍ୟତଃ ଜଣେ ଗାଳ୍ପିକ ହୋଇଥିବା ବେଳେ ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି ଓଡ଼ିଆ ସାହିତ୍ୟର ବହୁବିଭାଗରେ ସେ ଲେଖନି ଚାଳନା କରିଛନ୍ତି । ୧୯୮୮ ମସିହା ବେଳକୁ "ଗଳ୍ପଝର" ନାମକ ପତ୍ରିକା ସମ୍ପାଦାନା ସହିତ ସେ ଜଡ଼ିତ ଥିଲେ । ସେହି ପତ୍ରିକାର ପ୍ରକାଶକ ବିଜୟ କୁମାର ସାହୁ ତାଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରେମିକର ଦଶାବତାର ମଧ୍ୟ ପ୍ରକାଶ କରିଥିଲେ । ବସନ୍ତ ମୁଦୁଲୀ ସ୍ମୃତି ସଂସଦ ଭଳି ଅନୁଷ୍ଠାନ ସହ ସେ ଜଡ଼ିତ ରହିଆସିଛନ୍ତି ।

ରଚନାବଳୀ

ପବିତ୍ରଙ୍କର ସମୁଦାୟ ୩୩ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ସେଥି ମଧ୍ୟରୁ ୮ଟି ଶିଶୁ ସାହିତ୍ୟ ଓ ୮ଟି କବିତା ପୁସ୍ତକ ଅନ୍ତର୍ଭୁକ୍ତ । ତାଙ୍କ ସମ୍ପାଦନାରେ ୬ଟି ଗଳ୍ପ, ୫ଟି କବିତା ଓ ୩ଟି ଅନୁଦିତ ପୁସ୍ତକ ପ୍ରକାଶିତ ହୋଇଛି ।

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୫ ( କ୍ଷୁଦ୍ରଗଳ୍ପ ସଂକଳନ 'ଗପର ମୁହଁ ପାଇଁ)
  • ରାଜଧାନୀ ପୁସ୍ତକମେଳା ଗଳ୍ପ ପୁରସ୍କାର
  • ପ୍ରଜାତନ୍ତ୍ର ବିଷୁବ ମିଳନ ଗଳ୍ପ ପୁରସ୍କାର
  • ଦୁର୍ଗାମାଧବ ମିଶ୍ର ଗଳ୍ପ ପୁରସ୍କାର
  • ଟାଇମପାସ ବେଷ୍ଟ ସେଲର ପୁରସ୍କାର
  • ଗୋକର୍ଣ୍ଣିକା ରଜତ ଜୟନ୍ତୀ ଗଳ୍ପ ସମ୍ମାନ
  • ଫକୀରମୋହନ ସାହିତ୍ୟ ସଂସଦ ଗଳ୍ପ ପୁରସ୍କାର

ଆଧାର

Tags:

ପବିତ୍ର ପାଣିଗ୍ରାହୀ ବ୍ୟକ୍ତିଗତ ଜୀବନପବିତ୍ର ପାଣିଗ୍ରାହୀ ସାହିତ୍ୟ ସର୍ଜନାପବିତ୍ର ପାଣିଗ୍ରାହୀ ରଚନାବଳୀପବିତ୍ର ପାଣିଗ୍ରାହୀ ସମ୍ମାନ ଓ ପୁରସ୍କାରପବିତ୍ର ପାଣିଗ୍ରାହୀ ଆଧାରପବିତ୍ର ପାଣିଗ୍ରାହୀଓଡ଼ିଆ ଭାଷାଓଡ଼ିଆ ସାହିତ୍ୟ

🔥 Trending searches on Wiki ଓଡ଼ିଆ:

ଜୟଦେବ ଉନାଡକଟଗୋପାଳ କୃଷ୍ଣ ରଥ୨୦ ଅପ୍ରେଲପଠାଣି ସାମନ୍ତଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଜୟ ଜଗନ୍ନାଥହାଡ଼ବ୍ୟଞ୍ଜନ ବର୍ଣ୍ଣ୧୭ ମାର୍ଚ୍ଚନାରୀବାଦମହାଭାରତକାଳିଜାଈଓଡ଼ିଆ ଖାଦ୍ୟ୧୨୭୪ମାୟାଧର ମାନସିଂହଲକ୍ଷ୍ମୀଜ୍ଞାନକୋଷ୨୦ ମାର୍ଚ୍ଚଆମାଜନ ନ‌ଦୀନାରାୟଣ ସାହୁଉମେଶଚନ୍ଦ୍ର ସରକାର୧୯୬୨ମନୋରଞ୍ଜନ ଦାସନଳିନୀକାନ୍ତ ମହାନ୍ତିଓଡ଼ିଶାର ସଂସ୍କୃତିସେସିଲିଆ ପେଇନ-ଗାପୋସ୍ଚକିନ୨୯ ମାର୍ଚ୍ଚପଶ୍ଚିମ ଓଡ଼ିଶା୨୫ ମାର୍ଚ୍ଚସୁରେନ୍ଦ୍ର ସିଂହ ଭୋଇରବୀନ୍ଦ୍ରନାଥ ଠାକୁରକେଶବ କୋଇଲିଦିଲ୍ଲୀନବୀନ ପଟ୍ଟନାୟକଏର୍ଗୋକ୍ୟାଲସିଫେରଲଅଶୋକ (ସମ୍ରାଟ)ମଧୁମେହରଣେନ୍ଦ୍ର ପ୍ରତାପ ସ୍ୱାଇଁମହମ୍ମଦତୁର୍କୀରାଶି ଓ ନକ୍ଷତ୍ରଫାରୋ ଦ୍ଵୀପପୁଞ୍ଜଜ୍ଞାନପୀଠ ପୁରସ୍କାରଇଲନ ମସ୍କଭୁବନେଶ୍ୱର ବେହେରାଉତ୍ତର କୋରିଆଶିବାଜୀଇରା ମହାନ୍ତିଅମୃତାୟନ୧୫୬୨ଆଦିବାସୀକମ୍ପ୍ୟୁଟର ବିଜ୍ଞାନ୧୯୬୩ଓଡ଼ିଶା ବିଧାନ ସଭାଜେରୋଷ୍ଟୋମିଆ୧୭୫୨ନରେନ ପଲେଇଜର୍ଜିଆଦ୍ୱିତୀୟ ବିଶ୍ୱଯୁଦ୍ଧନକ୍ଷତ୍ରକୁମାର ପୂର୍ଣ୍ଣିମା୧୬ ମାର୍ଚ୍ଚ୧୮ ମାର୍ଚ୍ଚବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇତିହାସଅନୁଭବ ମହାନ୍ତି🡆 More