ଅନୁଭବ ମହାନ୍ତି

ଅନୁଭବ ମହାନ୍ତି (ଜନ୍ମ: 20 January 1977) ଓଡ଼ିଶାରେ ରହୁଥିବା ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା, ଲୋକ ସଭା ସଭ୍ୟ ତଥା ପୁର୍ବତନ ରାଜ୍ୟ ସଭା ସଭ୍ୟ । ସେ ୨୦୦୪ ମସିହାରେ ଆଇ ଲଭ ୟୁ ଚଳଚ୍ଚିତ୍ରରୁ ଅଭିନେତା ଜୀବନ ଅରମ୍ଭ କରିଥିଲେ । ସେ ସାଥି ଅମର୍ କଥାଚିତ୍ର ମଧ୍ୟମରେ ବଙ୍ଗାଳି ଚଳଚ୍ଚିତ୍ରରେ ଅଭିନେତା ଜୀବନ ଆରମ୍ଭ କରିଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିକଟତମ ପ୍ରତିଦ୍ୱନ୍ଦୀ ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

ଅନୁଭବ ମହାନ୍ତି
ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ହେଉଥିବା ୨୦୧୪ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଭାଷଣ ଦେଉଥିବା ବେଳେ ମହାନ୍ତି
ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ହେଉଥିବା ୨୦୧୪ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଭାଷଣ ଦେଉଥିବା ବେଳେ ମହାନ୍ତି
ଜନ୍ମ
ଅନୁଭବ ମହାନ୍ତି

(1981-01-20) ୨୦ ଜାନୁଆରୀ ୧୯୮୧ (ବୟସ ୪୩)
ଅନ୍ୟ ନାମଫାପୁନ୍
ଶିକ୍ଷାସ୍ନାତକ
ଶିକ୍ଷାନୁଷ୍ଠାନଖ୍ରୀଷ୍ଟ ମହାବିଦ୍ୟାଳୟ, ଡିଏଭି ସ୍କୁଲ କଟକ, ମଡର୍ଣ୍ଣ୍ ପବ୍ଳିକ ସ୍କୁଲ କଟକ
ପ୍ରସିଦ୍ଧିଓଡ଼ିଆ ଅଭିନେତା, ପ୍ରଯୋଜକ ଓ କାହାଣୀକାର
ବୈବାହିକ-ସାଥୀବର୍ଷା ପ୍ରିୟଦର୍ଶିନୀ
ପିତାମାତା(s)ଅଭୟ କୁମାର ମହାନ୍ତି
ମଧୁସ୍ମିତା ମହାନ୍ତି
ୱେବସାଇଟଦି ଅନୁଭବ ଡଟ ଇନ

ପ୍ରାରମ୍ଭିକ ଜୀବନ

ସେ ଓଡ଼ିଶାର କଟକସ୍ଥିତ ନନ୍ଦୀ ସାହି ରେ,ଠାରେ ଜନ୍ମ ନେଇଥିଲେ । ବାପା ଅଧ୍ୟାପକ ଅଭୟ ମହାନ୍ତି ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଓ ଭାଇ ଅନୁପ୍ରାସ ମହାନ୍ତି ଫିଲ୍ମ ପ୍ରଯୋଜନା ଓ ବ୍ୟବସାୟରେ ସଂପୃକ୍ତ । ସେ ବିଦ୍ୟାଳୟ ଶିକ୍ଷା ଡିଏଭି ପବ୍ଲିକ୍ ସ୍କୁଲ, କଟକରେ ସମ୍ପୁର୍ଣ୍ଣ କରିଥିଲେ । ଖ୍ରୀଷ୍ଟ ମହାବିଦ୍ୟାଳୟ,କଟକଠାରେ ପଢୁଥିବା ସମୟରେ ତାଙ୍କୁ ପ୍ରଥମ ଫିଲ୍ମ ଆଇ ଲଭ ୟୁରେ ସୁଯୋଗ ମିଳିଥିଲା। ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ, ସେ ଆଲବମ୍ ଜଗତରେ ମଧ୍ୟ ଖୁବ ପ୍ରତିଷ୍ଠା ଲାଭ କରିସାରିଥିଲେ ।

ଚଳଚ୍ଚିତ୍ର ଜୀବନ

୨୦୦୪ ମସିହାରେ ଆଇ ଲଭ ୟୁ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଅନୁଭବ, ବର୍ତ୍ତମାନ ସୁଦ୍ଧା ୩୩ରୁ ଅଧିକ ଓଡ଼ିଆବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

ଚଳଚ୍ଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଲଭ୍ ଇନ୍ ଲଣ୍ଡନ୍ ୨୦୨୩ ତାପସ ସରଘରିଆ
ବିଜୁ ବାବୁ ୨୦୧୯ ଦେବୀପ୍ରସାଦ ଲେଙ୍କା ଓ ବିଶାଲ ମୌର୍ୟ୍ୟ
ବକ୍ସି ଜଗବନ୍ଧୁ (ସ୍ଥଗିତ ଅଛି ) - ମନମୋହନ ମହାପାତ୍ର
ପ୍ରେମ୍ କୁମାର ୨୦୧୮ ତାପସ ସରଘରିଆ
କାବୁଲା ବାରବୁଲା ୨୦୧୭ ରମେଶ ରାଉତ
ଅଭୟ ୨୦୧୭ ମୂରଲୀ କ୍ରିଷ୍ଣା
ବେବି ୨୦୧୬ ମୂରଲୀ କ୍ରିଷ୍ଣା
ଅଗସ୍ତ୍ୟ ୨୦୧୬ କେ॰ ମୁରଲୀ କ୍ରୀଷ୍ଣା
ଗୋଟେ ଶୁଆ ଗୋଟେ ସାରୀ ୨୦୧୬
ଜଗା ହାତରେ ପଘା ୨୦୧୫ କେ॰ ମୁରଲୀ କ୍ରୀଷ୍ଣା
ଗପ ହେଲେବି ସତ ୨୦୧୫ କେ॰ ମୁରଲୀ କ୍ରୀଷ୍ଣା
ମେଣ୍ଟାଲ ୨୦୧୪ ଦିଲିପ ପଣ୍ଡା
ସମଥିଙ୍ଗ ସମଥିଙ୍ଗ ୨ ୨୦୧୪ ସୁଧାକର ବସନ୍ତ
କେହି ଜଣେ ଭଲ ଲାଗେରେ ୨୦୧୩ କେ॰ ମୁରଲୀ କ୍ରୀଷ୍ଣା
ହାତ ଧରି ଚାଲୁଥା ୨୦୧୩ ହିମାଂଶୁ ପରିଜା
ମୋ' ଦୁନିଆ ତୁ ହି ତୁ ୨୦୧୩ ସୁଧାକର ବସନ୍ତ
ଏସିପି ରଣବୀର ୨୦୧୨ ସୁଧାକର ବସନ୍ତ
ମେଟ୍ରିକ୍ ଫେଲ୍ ୨୦୧୨ ସୁଧାକର ବସନ୍ତ
ସମଥିଙ୍ଗ୍ ସମଥିଙ୍ଗ୍ ୨୦୧୨ ସୁଧାକର ବସନ୍ତ
ବାଳୁଙ୍ଗା ଟୋକା ୨୦୧୧ ସୁଧାକର ବସନ୍ତ
କିଏସେ ଡାକୁଛି କୋଉଠି ମତେ ୨୦୧୧ ସୁଧାକର ବସନ୍ତ
ମୋଷ୍ଟ ୱାଣ୍ଟେଡ଼ ୨୦୧୧ ସୁଶାନ୍ତ ମଣି
ଦିୱାନା ୨୦୧୦ ଅଶୋକ ପତି
ଆମ ଭିତରେ କିଛି ଅଛି ୨୦୧୦ ସୁଶାନ୍ତ ମଣି
ମୁଁ କଣ ଏତେ ଖରାପ ୨୦୧୦ ବସନ୍ତ ସାହୁ
ଡନ୍ ୨୦୧୦ ସୁଧାଂଶୁ ସାହୁ
ଅଭିମନ୍ୟୁ ୨୦୦୯ ସୁଶାନ୍ତ ମଣି
ସାତସୁରେ ବନ୍ଧା ଏ ଜୀବନ ୨୦୦୯ ଏସ. କେ. ମୁରଲିଧରନ
ଆକଶେ କି ରଙ୍ଗ ଲାଗିଲା ୨୦୦୯ ଏସ. କେ. ମୁରଲିଧରନ
ଚୁପ କିଏ ଆସୁଛି ୨୦୦୯ ବିଶ୍ୱଭୂଷଣ ମହାପାତ୍ର
ପ୍ରେମୀ ନମ୍ବର ୱାନ ୨୦୦୯ ଦେବୁ ପଟ୍ଟନାୟକ
ତୋ ବିନା ମୋ କାହାଣୀ ଅଧା ୨୦୦୭ ସଞ୍ଜୟ ନାୟକ
ସାଥୀରେ ୨୦୦୪ ହର ପଟ୍ଟନାୟକ
ବର୍ଷା ମାଇଁ ଡାର୍ଲିଙ୍ଗ ୨୦୦୪ ହର ପଟ୍ଟନାୟକ
ଆଇ ଲଭ ୟୁ ୨୦୦୪ ହର ପଟ୍ଟନାୟକ

ଅଭିନୀତ ବଙ୍ଗଳା କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ସାଥୀ ଆମାର
ଖଳ ନାୟକ
ସ୍ୱାର୍ଥପର
ଏରି ନାମ୍ ପ୍ରେମ
ଜୀବନସାଥୀ

ମାନ ସମ୍ମାନ

  1. ଶ୍ରେଷ୍ଠ ଅଭିନେତା, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୦୯

ରାଜନୈତିକ ଜୀବନ

୨୭ ଅପ୍ରେଲ ୨୦୧୩ ମସିହାରେ ଅନୁଭବ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଜୁନ ମାସ ୨୦୧୪ରେ ରାଜ୍ୟସଭା ସାଂସଦରୂପେ ନିର୍ଦ୍ୱନ୍ଦରେ ମନୋନୀତ ହୋଇଥିଲେ ।

୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷ୍ୟରୁ ଅନୁଭବ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିବୈଜୟନ୍ତ ପଣ୍ଡାଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ ।

ଆଧାର

ବାହାର ଆଧାର

Tags:

ଅନୁଭବ ମହାନ୍ତି ପ୍ରାରମ୍ଭିକ ଜୀବନଅନୁଭବ ମହାନ୍ତି ଚଳଚ୍ଚିତ୍ର ଜୀବନଅନୁଭବ ମହାନ୍ତି ମାନ ସମ୍ମାନଅନୁଭବ ମହାନ୍ତି ରାଜନୈତିକ ଜୀବନଅନୁଭବ ମହାନ୍ତି ଆଧାରଅନୁଭବ ମହାନ୍ତି ବାହାର ଆଧାରଅନୁଭବ ମହାନ୍ତିଓଡ଼ିଆ କଥାଚିତ୍ର ଜଗତଓଡ଼ିଶାକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବୈଜୟନ୍ତ ପଣ୍ଡାରାଜ୍ୟ ସଭା୨୦୧୯ ଭାରତୀୟ ସାଧାରଣ ନିର୍ବାଚନ

🔥 Trending searches on Wiki ଓଡ଼ିଆ:

ନାରୀବାଦକିଶୋରୀ ଚରଣ ଦାସସୁଭାଷ ଚନ୍ଦ୍ର ବୋଷଅପରେଟିଙ୍ଗ ସିଷ୍ଟମଧାତୁଅର୍ଚ୍ଚିତା ସାହୁଜୟୀ ରାଜଗୁରୁଓଡ଼ିଶାର ଭୂଗୋଳଖଞ୍ଜଣିନୟାଗଡ଼ ଜିଲ୍ଲାଜିନା ସାମଲ୨୪ ଅପ୍ରେଲମୌଳିକ ସଂଖ୍ୟାଅଧର ପଟ୍ଟନାୟକମାଲକାନଗିରି ଜିଲ୍ଲାୟୁ ଟ୍ୟୁବଇଣ୍ଡିଆନ ପ୍ରିମିଅର ଲିଗ୧୯୮୪ତାଳଧ୍ୱଜଉଦୟନାଥ ଷଡ଼ଙ୍ଗୀମହମ୍ମଦ ମୋକିମ୍ସରୋଜିନୀ ସାହୁଜମ୍ମୁ ତୱି ରେଳ ଷ୍ଟେସନବାଘଯୁକ୍ତରାଷ୍ଟ୍ର ଆମେରିକାବିଶ୍ୱତାପନଗ୍ରହଆରିଷ୍ଟୋଟଲଦେବସ୍ନାନ ପୂର୍ଣ୍ଣିମାଲୋକ ସଭାଉଇକିପିଡ଼ିଆ ସମୂହର ତାଲିକାରାଣୀ ଲକ୍ଷ୍ମୀବାଈଗୁରୁପ୍ରସାଦ ମହାନ୍ତିରାଜ୍ୟ ସଭାନିର୍ମଳା (ଉପନ୍ୟାସ)ଜନ ଗଣ ମନଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଶବ୍ଦ (ପଦ)ଭାରତୀୟ ଡାକ ସେବାପ୍ରଗତିବାଦୀ୧୭୪୬ଇଣ୍ଟରନେଟବଉଳ୧ (ସଂଖ୍ୟା)ନେମାଳପର୍ଫେନାଜାଇନରାସାୟନିକ ମୌଳିକଚଇତି ଘୋଡ଼ା ନାଚବୃହସ୍ପତିଚନ୍ଦନ ଯାତ୍ରାପ୍ରଥମ ବିଶ୍ୱଯୁଦ୍ଧମାଁ ପୀତାମ୍ବର ମନ୍ଦିରବେଦରୋହିତ ଶର୍ମାମନୋଜ କୁମାର ମିଶ୍ରଉତ୍ତମ ମହାନ୍ତିବିରଜା ମନ୍ଦିରଜ୍ୟୋତିର୍ଲିଙ୍ଗପଥ ଓ ପୃଥିବୀରାସେଶ୍ୱରୀ ପାଣିଗ୍ରାହୀକାଳିନ୍ଦୀ ଚରଣ ପାଣିଗ୍ରାହୀଶାସ୍ତିଅର୍ଥଶାସ୍ତ୍ରଅକ୍ଷୟ ତୃତୀୟାବନ୍ଦେ ଉତ୍କଳ ଜନନୀରବର୍ଟ ହିଲ୍ମଟର ସାଇକେଲଓଡ଼ିଆ ଲିପିଚାନ୍ଦ୍ରମାସଚନ୍ଦ୍ରଶେଖର ନନ୍ଦଅକ୍ଷାଂଶକଣ୍ଡୋମ🡆 More